Jump to content

ମାଛି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଦ୍ଵିପକ୍ଷଯୁକ୍ତ ଷଟପଦୀ କୀଟ; ମକ୍ଷିକା
  • ବନ୍ଧୁକ ନଳିର ଅଗ୍ରଭାଗର ଊର୍ଦ୍ଧ୍ଵାଂଶରେ ଥିବା ମାଛି ଆକାରର କ୍ଷୁଦ୍ର ଲୁହାର ଗୁଲି
  • ମାଛି ପରି ଦିଶୁଥିବା ନାକରେ ପିନ୍ଧାଯିବା ଅତି ଛୋଟ ସୁନାର ଅଳଙ୍କାରବିଶେଷ
  • ଲୁଗାର ମୁହଁରେ ସୂତାରେ ବୁଣା ହୋଇଥିବା ମାଛି ଆକାରର ଚିହ୍ନମାଛି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂ:ମକ୍ଷିକା, ମାଚିକା; ପ୍ରା ମଛିଆ[ସମ୍ପାଦନା]

୧. ଦ୍ୱି ପକ୍ଷଯୁକ୍ତ ଷଟ୍ପଦୀ କୀଟ; ମକ୍ଷିକା —୧. House fly; a common fly; flea; Nuscidae. Diptera; Musca Domestica.

[ଦ୍ରଷ୍ଟବ୍ୟ —ମାଛି, ମାନେ ଷଟ୍ପଦୀ ଓ ଦୁଇଟି ପକ୍ଷଯୁକ୍ତ ଅଟନ୍ତି ନାନାପ୍ରକାର ମାଛି ଅଛନ୍ତି ଏମାନେ ଖାଦ୍ୟ ଦ୍ରବ୍ୟରେ, ପଚା ଜିନିସରେ ଓ ଜୀବ ଦେହରେ କ୍ଷତାଦିରେ ବସନ୍ତି ଏମାନଙ୍କଦ୍ୱାରା ଦୂଷିତ କୀଟାଣୁ ମାନେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନୀତ ହୁଅନ୍ତି

ସାଧାରଣତଃ ମାଛିକୁ ଲୋକେ ଖୁବ୍ ଶାନ୍ତ ଓ ନିରୀହ ବୋଲି ମନେ କରନ୍ତି ଏଥିପାଇଁ ଯେଉଁ ଲୋକେ ଶାନ୍ତ ଓ ନୀରିହ ତାକୁ 'ସେ ମାଛିଟିଏ' ବା 'ସେ ମାଛିକୁ ମଁ ବୋଲି କହେ ନାହିଁ' ବୋଲି କହନ୍ତି ମାଛିମାନଙ୍କର ପ୍ରକାର ଯଥା—କୁକୁର ମାଛି, ମହୁମାଛି, ଗଣଗଣିଆ ମାଛି, ନେଳି

ମାଛି 'ମାଛି ପଡ଼ିଲେ ନବଖଣ୍ଡ ହେଉଛି' ଦେଶଜ - ବାକ୍ୟ— ସେଠାରେ ଭାରି କଡ଼ା ପହରା ଦିଆ ହୋଇଛି; ଯେଉଁ ସ୍ଥାନରେ (ଯଥା, ରାଜାଙ୍କ ଅନ୍ତଃପୁର, ରାଜଧାନାଗାର) ଏପରି କଠୋର ନିୟମ ଓ ପହରାବାଲା ଥାଆନ୍ତି ଯେ ଅନ୍ୟ ଜୀବ ସେଠାକୁ ଯିବା ଦୂରେ ଥାଉ, ମାଛି ପରା ଜୀବ ଗଲେ ତାକୁ ପ୍ରହରୀମାନେ ଖଣ୍ଡ ଖଣ୍ଡ କରି କାଟି ପକାଇବେ, ସେହି ସ୍ଥାନ ପ୍ରତି ଏକ ବାକ୍ୟ ପ୍ରୟୋଗ ହୁଏ] 

୨. ବନ୍ଧୁକ ନଳିର ଅଗ୍ରଭାଗ ଋର୍ଦ୍ଧ୍ୱାଂଶରେ ଥିବା ମାଛି ଆକାରରେ କ୍ଷୁଦ୍ର ଲୁହାର ଗୁଲି —୨. The fly of a gun, a fly llke small ball of iron attached to the upper end of the muzzle of the barrel of a gun to help the gunner to fix his sight.

[ଦ୍ରଷ୍ଟବ୍ୟ —ବନ୍ଧୁକ ମାରିବା ବ୍ୟକ୍ତି ଏହାକୁ ଦୃଷ୍ଟି ରଖି ଲକ୍ଷ୍ୟ ପ୍ରତି ନଜର ଠିକ୍ କରେ]

୩. (ବଣିଆ ଶଦ୍ଦ) ମାଛିପରି ଦିଶୁଥିବା ନାକରେ ପିନ୍ଧାଯିବା ଅତି ଛୋଟ ସୁନାର ଅଳଙ୍କାର ବିଶେଷ —୩. Name of a gold oruament in the shape of a fly worn by females on the nostrils.
୪. ଲୁଗାର ମୁହଁରେ ସୂତାରେ ବୁଣା ହୋଇଥିବା ମାଛି ଆକାରର ଚିହ୍ନ — ୪. Marks (resembling a fly) woven at the ends of cloths