Jump to content

ମାତା

ଉଇକିଅଭିଧାନ‌ରୁ

ମାତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପିତା—ପୁଂ)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମାତୃ ଶଦ୍ଦ; ୧ମା. ୧ବ)[ସମ୍ପାଦନା]

୧. ଜନନୀ; ମାଆ; ଜନ୍ମଦାତ୍ରୀ; ଗର୍ଭଧାରିଣୀ —୧. Mother.
୨. ମାତୃ— ସ୍ଥାନୀୟା ସ୍ତ୍ରୀ —୨. A female is as adorable as one's own mother.

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ଜନନୀ, ସ୍ତନ୍ୟଦାତ୍ରୀ, ଗୁରୁପତ୍ନୀ, ପୁତୃରମଣୀ, କ୍ଷେତ୍ରଦାତ୍ରୀ, ଶ୍ୱଶ୍ରୂ, ପିତାମହୀ, ମାତାମହୀ, ମାତୁଳାନୀ, ମାତୃଷ୍ୱସା, ପିତୃଷ୍ୱସା, ପିତୃବ୍ୟସ୍ତୀ, ଜ୍ୟୋଷ୍ଠସହୋଦରା, ଭାତୃଭାର୍ଯ୍ୟା ପୁତ୍ରବଧୂ ଓ ତନୟା ଏ ଷୋଡ଼ଶ ମାତା ଅଟନ୍ତି; ମତାନ୍ତାରରେ ଗର୍ଭଧାରଣୀ, ଧାତ୍ରୀ, ଗୁରୁପତ୍ନୀ, ବ୍ରାହ୍ମଣୀ, ରାଜପତ୍ନୀ, ପୃଥିବୀ ଓ ଗାଭୀ ଏ ସପ୍ତ ମାତା ଅଟନ୍ତି]

୩. ଶ୍ରୀ; ଲକ୍ଷ୍ମୀ; କମଳା — ୩. The Goddess of wealth.
୪. ସୃଷ୍ଟିର ଆଠ ଗୋଟି ଶକ୍ତି ବା ଦେବତା —୪. The ୮ forms of the Creative Energy.

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ବ୍ରାହ୍ମୀ, ମାହେଶ୍ୱରୀ, ଐନ୍ଦ୍ରୀ, ବାରହା, ବୈଷ୍ଣବ, କୌମାରା, ଚାମୁଣ୍ଡା ଓ ଚର୍ଚ୍ଚିକା ଏହି ଅଷ୍ଟ ଶକ୍ତି ଅଟନ୍ତି]

୫. ଜୀବ — ୫. Animal life.
୬. ଗମନ —୬. Going.
୭. ଆକାଶ —୭. The sky; ether.
(ମାତ୍ରୀ—ସ୍ତ୍ରୀ) 

ବିଶେଷଣ - ପୁଂ. (ମା ଧାତୁ+କର୍ତ୍ତୃ. ତୃ; ୧ମା. ୧ବ)[ସମ୍ପାଦନା]

ପରିମାଣକର୍ତ୍ତା — Measuring.

(ବାବାଜୀ—ପୁଂ) 

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ଦେବୀ; ଠାକୁରାଣୀ —୧. Goddess.
୨. ମାତାଜୀ; ସଂସାର— ତ୍ୟାଗିନୀ ସ୍ତ୍ରୀ —୨. A female recluse; a nun.
୩. ମେଣ୍ଢା ମାନଙ୍କର ଏକ ପ୍ରକାର ରୋଗ — ୩. Variola; a diease of lambs.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ)[ସମ୍ପାଦନା]

ବସନ୍ତ ରୋଗ —A Small- pox.

(ତୁଳ. ହିନ୍ଦୀ - ଏହି ଅର୍ଥରେ ଏହି ଶବ୍ଦ)