Jump to content

ମାତିବା

ଉଇକିଅଭିଧାନ‌ରୁ

ମାତିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ମୃତ(ତେ)ଇବା—ଅନ୍ୟରୂପ]

ଦେଶଜ - କ୍ରି—(ସଂସ୍କୃତ - ମଦ୍ ଧାତୁ= ମତ୍ତ ହେବା)[ସମ୍ପାଦନା]

୧. ମତ୍ତହେବା; ଉନ୍ନତ୍ତତା ପ୍ରକାଶ କରିବା —୧. To be maddened.
୨. ଉନ୍ନତ୍ତତା ପ୍ରକାଶ କରିବା ୨. To act madly.
୩. ଆତ୍ମବିସ୍ମୃତ ବା ବାହ୍ୟଜ୍ଞାନ ଶୂନ୍ୟ ହୋଇ କୌଣସି ବିଷୟରେ ଲିପ୍ତ ହେବା ଆସକ୍ତ ହେବା —୩. To be mad after a thing; to be infatuated with a matter.

[ଉ—ଲଭିଣ ଅଶେଷ ବିଭୁତି ମାତିଲା ଯେହ୍ନେ ମତ୍ତହସ୍ତୀ—ଜଗନ୍ନାଥ. ଭାଗବତ]

୪. ଉତ୍ତେଜିତ ହେବା —୪. To be excited; to become restive.
୫. ବିଶେଷ ଉତ୍ସାହ ସହିତ କୌଣସି କାର୍ଯ୍ୟରେ ଲାଗିବା; ମନପ୍ରାଣ ଲଗାଇ କୌଣସି କରିବା — ୫. To throw one's self, body and soul, \into a work.
୬. କାମରେ ବା ନିଶାରେ ଉନ୍ନତ୍ତପ୍ରାୟ ହେବା; ପ୍ରେମରେ ଉନ୍ନତ୍ତ ହେବା —୬. To be excited with lust or intoxicated.

[ଉ—ମାତି ତାଣ୍ଡବ ରଚିଲେ ଦେବଦାସୀଏ ସାବଧାନେ କବିସୂର୍ଯ୍ୟ. କିଶୋରୀଚନ୍ଦ୍ରାନନ୍ଦ— ଚମ୍ପୁ.'ମ' ଗୀତା ]

୭. କୁପିତ ହେବା —୭. To be infuriated.
୮. (ଶିଶୁ) ଅବୁଝା ହୋଇ କାନ୍ଦିବା —୮. To cry persistently (said of children and infants.)
୯. (କ୍ଷତ ଆଦି) କୁପିତ ହେବା; ଦାଉ କରିବା —୯. To become virulent; to assume a mailganant condition (Said of a sore)

ଅନୁବାଦ[ସମ୍ପାଦନା]

୧. କୁଣ୍ଡେଇ ହେବା, ଗଲୁ କରିବା —୧୦. To be itching.
୧୧. (ବାଘ, ଚୋର ଆଦି) ପ୍ରାର୍ଦୁଭୁତ ହେବା; ପ୍ରବଳ ହେବା — ୧୧. To predominate; to infest (said of robbers and wild animals in a particular locality).
୧୨. (ବୃକ୍ଷ ଲତାଦି) ବିସ୍ତୃତ ହେବା; ବିଶେଷ ପରିମାଣରେ ବ୍ୟାପିବା — ୧୨. To increase; to spread.

[ଉ—ଛିଇଲୋ ଛତୁ ! ମେଘ ବରଷିଲେ କେତେ ତୁ ମାତୁ—ଢ଼ଗ ]

୧୩. (କୌଣସି ବୃକ୍ଷ ବା ଲତା) ବଲ୍ହା ହୋଇ ବଢ଼ିଯିବା — ୧୩. To grow very luxuriantly.

[ଦ୍ରଷ୍ଟବ୍ୟ —ଧାନ ଗଛ, ମୁଗ ଗଛ ଆଦି ମାତିଗଲେ ତାହାର ପତ୍ର ଆଦି ଖୁବ୍ ବଢ଼େ, କିନ୍ତୁ ଫଳ ଫଳେ ନାହିଁ ]

ଅନୁବାଦ[ସମ୍ପାଦନା]

୧୪. [ବଟା ପଦାର୍ଥ (ଯଥା—ବିରିବଟା) ଓ ରସ (ତାଡ଼ି)] କିଛିକାଳ ରଖାଯିବା ପରେ ଫେଣଯୁକ୍ତ ହୋଇ ଫୁଲିଯିବା —୧୪. To ferment; to become forthy and bloated by fermentation; to swell in volume.
୧୫. (ଖଜୁରୀ ରସ ବା ତାଡ଼ି) ବାସି ହେବାଦ୍ୱାରା ମାଦକତାଶକ୍ତି ପ୍ରାପ୍ତ ହେବା —୧୫. To become intoxicant by fermentation.
୧୬. (ପ୍ରଜା ଆଦି) ରାଜଶକ୍ତି ବିରୁଦ୍ଧରେ ବିଦ୍ରୋହୀ ହେବା —୧୬. To revolt.