ମାତ୍ରା

ଉଇକିଅଭିଧାନ‌ରୁ

ମାତ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (—(ମା ଧାତୁ+କର୍ମ. ତ୍ର+ସ୍ତ୍ରୀ. ଆ)[ସମ୍ପାଦନା]

୧. ପରିମାଣ — ୧. Quantity; measure.
୨. ଅକ୍ଷରାବୟବ; ଅକ୍ଷରର ଅଂଶ; ଅସଲ ଅକ୍ଷର ସଙ୍ଗେ ଯେଉଁ ଅଂଶ ଯୋଗ କରାଯାଏ; ଅକ୍ଷରର ପୁଡ଼ା —୨. Minor sings added to a letter; strokes added to a letter.
୩. ଏକ ବ୍ୟଞ୍ଜନ୍ୟବର୍ଣ୍ଣ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସଙ୍ଗେ ଯୁକ୍ତ ହେଲେ ଯେଉଁ ଯୁକ୍ତାକ୍ଷରଜ୍ଞାପକ ରୂପ ଧାରଣ କରେ; ଫଳା —୩. The sign representing a consonant when added tio another consonant to make a dipthong.

[ଦ୍ରଷ୍ଟବ୍ୟ — କ ବର୍ଣ୍ଣର ମାତ୍ରା (କ୍କ) , ତର ମାତ୍ରା, (କ୍ତା) , ନର ମାତ୍ର, (କ୍ନ), ମର ମାତ୍ରା (କ୍ମ) , ବର ମାତ୍ରା (କ୍ୱ), ଯର ମାତ୍ର୍ୟ (କ୍ୟ)ର ର ମାତ୍ରା, (କ୍ର),ର ର ମାତ୍ରା (ର୍କ), ଳର ମାତ୍ରା (କ୍ଲ) ]

୪. (ବ୍ୟାକରଣ) ହ୍ରସ ସ୍ୱରର ଉଚ୍ଚାରଣକାଳ — ୪. (grammar) The time taken to utter a short vowel; a prosodial or syllabic ins tant.

[ଦ୍ରଷ୍ଟବ୍ୟ — ହ୍ରସ୍ୱ ସ୍ୱରର ଏକ ମାତ୍ର ଓ ଦୀର୍ଘ ସ୍ୱରର ଦୁଇ ମାତ୍ରା]

୫. (ସଙ୍ଗୀତ) ପ୍ରତ୍ୟେକ ସ୍ୱରର ଅବସ୍ଥାନକାଳ; ହସ୍ତର ଏକବାର ପତନ ଓ ଉତ୍ୱାନର କାଳ —୫. (Music) The time measure in music; time taken to raise the hand and to let it down once; beat; duration of each tone.

[ଦ୍ରଷ୍ଟବ୍ୟ — ଏହା ଦ୍ରୁତ ଓ ବିଳମ୍ୱିତ ଭେଦର ଦୁଇ ପ୍ରକାର]

୬. ଥରେ ଔଷଧ ସେବନ କରିବାର ପରିମାଣ; ଔଷଧର ପାନ —୬. Dose of a medicine prescribed; quantity of a medicine taken at a time
୭. ମୁହୁର୍ତ୍ତ; କ୍ଷଣ —୭. Moment.
୮. ଅଂଶ — ୮. Portion
୯. କର୍ଣ୍ଣାଳଙ୍କାର; କର୍ଣ୍ଣଭୁଷଣ — ୯. An ornament for the ear; an earring
୧. ଇନ୍ଦ୍ରିୟ —୧୦. Organ of sense or action
୧୧. ସନ୍ନ୍ୟାସୀଙ୍କର ପରିଚ୍ଛଦ —୧୧. Dress of an ascetic.
୧୨. ଅବିଚ୍ଛେଦ —୧୨. Continuity.
୧୩. ଅବିଚ୍ଛେଦ ଇନ୍ଦ୍ରିୟବୃତ୍ତୀ — ୧୩, Uninterrupted sen— sual enjoyment.
୧୪. ଧନ; ସମ୍ପତ୍ତି — ୧୪. Property; wealth.

[ଦ୍ରଷ୍ଟବ୍ୟ — ଏହି ଶବ୍ଦ ଅନ୍ୟ ଶବ୍ଦ ଶେଷରେ ଯୁକ୍ତ ହୋଇ ସମାସ ହେଲେ 'ମାତ୍ର' ଆକାର ଧାରଣ କରେ ଯଥା— ଅତିମାତ୍ର, ଅଳ୍ପମାତ୍ର]

୧୫. ପରିମାଣ ବା ମାପର ନିର୍ଦ୍ଧାରିତମାନ; ବଟକରା ବା ନିର୍ଦ୍ଧାରିତମାନର ପାତ୍ର —୧୫. A Standard of measure; standard rule (Apte)
୧୬. ଯଥାର୍ଥ ମାପ —୧୬. The correct measure (Apte)
୧୭. କଣିକା; କ୍ଷୁଦ୍ରାଂଶ —୧୭. Particle; a little quantity (Apte).
୧୮. ଅଂଶ — ୧୮. Part; portion (Apte).
୧୯. ମହାଭୁତ — ୧୯. An elenent (Apte)
୨. ଜଡ଼ ଜଗତ୍ — ୨୦. Matter; the material world (Apte)
୨୧. ଇନ୍ଦ୍ରିୟ ବୃତ୍ତି —୨୧. Function of the organs (Apte).
୨. ଅଳଙ୍କାର —୨୨. Ornament; jewal (Apte).
୨୩. ଦେବନାଗର ଅକ୍ଷରର ଉର୍ଦ୍ଧ୍ୱାଂଶ —୨୩. The upper part of the Debanāgara characters (Apte)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

(ଏହା ଅକ୍ଷରର ମାତ୍ରା ପରି ଆଳୁ ଲତାର ଝୁଲୁ ଥିବାରୁ—ଆଳୁବାତରା; ଦେଶୀ ଆଳୁର ଲତାର ଗଣ୍ଠିରେ ଗୋଲ ସାରୁ ପରି ଯେଉଁ କ୍ଷୁଦ୍ର; କ୍ଷୁଦ୍ର ହୋଇ କନ୍ଦ ଫଳେ — Small balls shooting out from the joints of the yam-creeper.

[ଦ୍ରଷ୍ଟବ୍ୟ —ଫଳତା

ଏଗୁଡ଼ିକ ଆଳୁ ଲତାର ବାୟବୀୟ ଚେର ବା ଓହଳ ଏଗୁଡ଼ିକ ଭୂମିରେ ପୋତିଲେ ବା ଭୂମିରେ ଲାଗି ଗଲେ ଆଳୁ ପରି ଭୂମି ଭିତରକୁ ଗଳି ପଡ଼ି ବଢ଼ି ଯାଏ ଗୋଦର ଗୋଡ଼ରେ ବେଳେ ବେଳେ ଯେଉଁ ଆର୍ବୁଦଗୁଡ଼ିକ ବାହାରେ ସେ— ଗୁଡ଼ିକ ଦେଖିବାକୁ ଆଳୁ 'ମାତରା' ପରି ଥିବାରୁ ଲୋକେ କହନ୍ତି 'ଗୋଦର ଗୋଡ଼ରେ ଆଲୁମାତରା']