ମାନିବା

ଉଇକିଅଭିଧାନ‌ରୁ

ମାନିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମାନ୍ ଧାତୁ)[ସମ୍ପାଦନା]

୧. ମାନ୍ୟ କରିବା; ସମ୍ମାନ କରିବା; ସମ୍ମାନ ଚକ୍ଷୁରେ ଦେଖିବା —୧. To show respect; to honour; to do homage;


[ମନା(ନେ)ଇବା—ପ୍ରୟୋଜକରୂପ]

to esteem; to treat with due regard.

[ଉ—ମାନିଲେ ଦେବତା, ନ ମାନିଲେ ପଥର—ଢଗ]

୨. ଆଦେଶ ପାଳନ କରିବା —୨. To obey; to comply with an order.

[ଉ—ଧାଈ ଦମୟନ୍ତୀଙ୍କ କଥାକୁ ମାନଲା— କୃଷ୍ଣସିଂହ. ମହାଭାରତ. ବନ]

୩. ସଂକଳ୍ପ କରିବା; ଦେବତାଙ୍କ ଉଦ୍ଦେଶ୍ୟରେ କୌଣସି ପଦାର୍ଥ ଯାଚିବା; ମାନସିକ କରିବା; ମାନତ କରିବା; ଅଙ୍ଗୀକାର କରିବା — ୩. To make a vow or mental offering to a Deity; tio promise a votive offering to a Deity.

(ଯଥା—ମୁଁ ସତ୍ୟନାରାୟଣଙ୍କୁ ଷୋଳ ପାଲା ମାନିଛି)

ଅନୁବାଦ[ସମ୍ପାଦନା]

୪. (ଅକର୍ମକ) ଶୋଭା ପାଇବା; ସୁନ୍ଦର ଦେଖା ଯିବା —୪. To look graceful.

[ଉ— ଭଲା ମାନୁଛି ଦେଖ, ସୁଧାମୟୂଖମୃଖ—କବିସୂର୍ଯ୍ୟ. କିଶୋର ଚନ୍ଦ୍ରାନନ୍ଦଚମ୍ପୂ. ଭ ଗୀତ]

୫. (ସକର୍ମକ) ଗ୍ରାହ୍ୟ କରିବା; ଖାତର କରିବା —୫. To care for.

[ଉ—ବୃଷ୍ଟି ବାରଣ ଛାତ୍ର ନ ପକଡ଼ି, ନ ମାନେ ନଭ ମାସ ନିଶାଝଡ଼ି— କବିସୂର୍ଯ୍ୟ. କବିତା]

ଅନୁବାଦ[ସମ୍ପାଦନା]

୬. ଅନ୍ୟର ଅନୁରୋଧକୁ ବା ଉପଦେଶକୁ ଗ୍ରହଣ କରିବା —୬. To accept another's advice or request.

[ଉ—ଆରେ ଚଷା ଭାଇ ମାନ୍ ରେ, ଯହିଁ ପାଣି ତହିଁ ଧାନ୍ ରେ— କୃଷିବଚନ]

୭. (ସକର୍ମକ) (ଆପଣାର ଦୋଷ ବା ତ୍ରୁଟି ବହା ଅପରାଧ) ସ୍ୱୀକାର କରିବା —୭. To admit (one's guilt or fault)
୮. ସାକ୍ଷୀ ବା ମଧ୍ୟସ୍ଥରୂପେ କୌଣସି ବ୍ୟକ୍ତିକୁ ସ୍ୱୀକାର କରିବା ବା ଉଲ୍ଲେଖ କରିବା — ୮. To name or cite a person as witness or arbotrator.

(ଯଥା—ଏ ମକଦମାରେ ମୁଁ ଚାରି ଜଣ ଚଉହଦି ସାକ୍ଷୀ ମାନିବି)

ଅନୁବାଦ[ସମ୍ପାଦନା]

୯. (ଅକର୍ମକ) ରୂପକୁ ଚାହିଁ ଶୋଭା ପାଇବା; ସାଜିବା; ଦେଶକାଳ ପାତ୍ରକୁ ଚାହିଁ ଉପଯୁକ୍ତ ଦେଖାଯିବା —୯. To befit; to fit in; to suit.

[ଉ—ନାଥ ତୁଲେ ନାଟ, ବାଦ କରି ହଟ, ବୁଲା କି ଝୁଲା କି ମାନୁଥାଏ—କବିସୂର୍ଯ୍ୟ. କବିତା]

୧. (ଅକର୍ମକ) (ମନ) ରାଜି ହେବା; ବୁଝିବା — ୧୦. (the mind) To agree; to acknowledge.
୧୧. ଆୟତ୍ତରେ ରହିବା; ଆୟତ୍ତାଧୀନ ହେବା —୧୧. To be under control.

[ଦ୍ରଷ୍ଟବ୍ୟ — ହାତୀ ପରା ଜୀବ ଛାର ମାହୁନ୍ତକୁ ଠୁଲେ କି ଡରନ୍ତା ସେହି ? ମନ ମାନିଅଠଛି ବୋଲି ରହିଅଛି ଆଙ୍କୁଶା ଶିକୁଳି ସହି— ଶିଶୁ ଗୀତ]

୧୨. ବୋଧ କରିବା; ମନେ କରିବା — ୧୨. To think.

(ଯଥା—ମୁଁ ପରା ତା କଥାକୁ ହଦ୍ ମାନିଲିଣି)

୧୩. କୌଣସି ବିଷୟକୁ କର୍ଣ୍ଣପାତ କରିବା ବା ଭ୍ରୂକ୍ଷେପ କରିବା; ଖାତିର କରିବା — ୧୩. To mind or regard a thing or person.
୧୪. (ରାଣ ଆଦିକୁ) ସମ୍ମାନ କରି କାର୍ଯ୍ୟ କରିବା — ୧୪. To act by respecting of honouring a person's name when invoked.

(ଯଥା— ନଈ ବଢ଼ି କି ଦିଅଙ୍କ ରାଣ ମାନିବ?—ଢଗ)

୧୫. ଦକ୍ଷ, କ୍ଷମତାବାନ୍ ଯୋଗ୍ୟ, ପୂଜ୍ୟ ବା ଶ୍ରେଷ୍ଠ ବୋଲି ସ୍ୱୀକାର କରିବା; ଗଣନା କରିବା —୧୫. To admit a person as an excellent person; to count

(ଯଥା—ରାଜା ମହାରାଜାଙ୍କ ଭିତରେ ମୁଁ କେବଳ ଜଣକୁ ଅଭିମାନଶୂନ୍ୟ ବୋଲି ମାନେ)

୧୬. କଳ୍ପନା କରିବା — ୧୬. To imagine.

(ଯଥା—ଏ ବିଚିତ୍ର ବିଶ୍ୱର ଜଣେ ବିଶ୍ୱକର୍ମା ଅଛନ୍ତି ବୋଲି ମାନିବାକୁ ହେବ

୧୭. ସ୍ୱୀକୃତ ହେବା —୧୭. To agree.

(ଯଥା— ମହାରାଜ ସାହେବ ମୋ ପ୍ରସ୍ତାବ ଅନୁସାରେ ମୋ ପ୍ରସ୍ତାବ ଅନୁସାରେ ଚାନ୍ଦା ଦେବାକୁ ମାନିଲେ)

୧୮. ଅଙ୍ଗୀକାର କରିବା —୧୮. To promise.
୧୯. ଲକ୍ଷ୍ୟ କରିବା —୧୯. To notice.

[ଉ—ମାନି ନ ଥିଲେ ବିପତ୍ତି ହେଲା ପ୍ରାପତ—ଭଞ୍ଜ. ପ୍ରେମସୁଧାନିଧି]