ମାପ

ଉଇକିଅଭିଧାନ‌ରୁ

ମାପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ମ. ଧାତୁ ଣିଜନ୍ତ= ଭାବ. ଅ)[ସମ୍ପାଦନା]

ବସ୍ତୁର ପରିମାଣ ସ୍ଥିରୀକରଣ; ମାପିବା କ୍ରିୟା —Act of measuring; measurement.—କୌଣସି ବସ୍ତୁର ସ୍ଥିରୀକୃତ ପରିମାଣ —Measure of a thing.

[ଦ୍ରଷ୍ଟବ୍ୟ — ନାନାଦେଶରେ ଓ ଭିନ୍ନ ଭିନ୍ନ ବସ୍ତୁର ମାପିବା ପ୍ରଣାଳୀ ପୃଥକ୍ ପୃଥକ୍ ଅଟେ

୧. ଲୁଗା ଆଦିକୁ ଓ ଦୂରତ୍ୱ ଦେଶୀୟ ରୀତିରେ ହାତ, ଚାଖଣ୍ଡ ଓ ଆଙ୍ଗୁଳଦ୍ୱାରା ମାପ କରାଯାଏ—୮ ଯବ= ୧ ଆଙ୍ଗୁଳ ; (ସଂସ୍କୃତଗ୍ରନ୍ଥରେ ୮ ଯବ = ୧ ଜ୍ୟୋଷ୍ଠ ଆଙ୍ଗୁଳ; ୭ ଯବ= ୧ ମଧ୍ୟମା ଆଙ୍ଗୁଳ; ୬ ଯବ= ୧ କନିଷ୍ଠା ଆଙ୍ଗୁଳ; ଯବଧାନକୁ ଚଉଡ଼ାବାଗରେ ରଖିଦେଲେ ୧ ଯବ ହୁଏ) ୪ ଆଙ୍ଗୁଳ=୧ଚଉକ=୧ ମୁଠା (୧ ମୁଷ୍ଠି); ୩ ମୁଠା =୧୨: ଆଙ୍ଗୁଳ=୧ ଚାଖଣ୍ଡ (ସଂ ବିତସ୍ତି ଓ ବଙ୍ଗାଳୀ - ବିଘତ୍); ୨ ଆଙ୍ଗୁଳ= ୧ ମୁଠୁଣୀ(ସଂସ୍କୃତ - ଅରତ୍ନି ଓ ବଙ୍ଗାଳୀ - ମୁଠନୀ); ୨ ଚାଖଣ୍ଡ=୨୪: ଆଙ୍ଗୁଳ=୧ ହାତ (ସଂସ୍କୃତ - ହସ୍ତ ଓ ବଙ୍ଗାଳୀ - ହାତ୍); ୪ ହାତ=୧ବେଁ (ସଂସ୍କୃତ - ବ୍ୟାମ ଓ ବଙ୍ଗାଳୀ - କୀଓଁ) ୮ ହଜାର ହାତ=୧ କ୍ରୋଶ=୨ମାଇଲ୍;୪ କ୍ରୋଶ =୧ ଯୋଜନ; ବର୍ଗଫଳ ପାଇଁଲ ଭୂମି ମାପିବା ସକାଶେ ଓଡ଼ିଶାରେ ଭିନ୍ନ ଭିନ୍ନ ଦୈର୍ଘ୍ୟର ପଦିକା ବ୍ୟବହୃତ ହୁଏ ଯଥା— ଚବିଶ ଦସ୍ତି, ବିଶ ଦସ୍ତି; ଚଉଦ ଦସ୍ତି ଓ ବାର ଦସ୍ତି ବଙ୍ଗଦେଶର ପଦିକା ବା କାଠା= ୪ ହାତ ୧ ଦସ୍ତି = କହୁଣିଠାରୁ କାଣି ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ୨୨: ଆଙ୍ଗୁଳ; ଏହି ଦସ୍ତି ଅନୁସାରେ ପଦିକାମାନ କରାଯାଏ
୨. ଦୂରତ୍ୱ ଓ ଲୁଗା ଆଦିକୁ ଇଉରୋପୀୟ ରୀତିରେ ଇଞ୍ଚ, ଫୁଟ, ଗଜ ଆଦିଦ୍ୱାରା ମାପ କରାଯାଏ ଚଉଡ଼ା ବାଗରେ ୮ ଯବ ବା ଲମ୍ୱ ବାଗରେ ୩ ଯବ=୧ ଇଞ୍ଚ, ୧୨: ଇଞ୍ଚ=୧ଫୁଟ, ୩ଫୁଟ=୧ଗଜ ,୨୨: ଗଜ= ୧ ଫର୍ଲଙ୍ଗ,୪୪: ଗଜ=୧କ୍ୱାର୍ଟର୍, ୮ଫର୍ଲଙ୍ଗ୍= ୪ କ୍ୱାଟର୍= ୧ ମାଇଲ୍, ୨ ମାଇଲ୍= ୧ କ୍ରୋଶ କ୍ଷେତ୍ରର ବର୍ଗଫଳ ବାହର କରିବା ପାଇଁ ଭୂମି ମାପ ଆମ ଦେଶରେ ପଦିକାରେ ହୁଏ ଇଉରୋପୀୟ ରୀତି ମାପ ଅନୁସାରେ ଚେନ୍ ବା ଜରିବ୍ ବା ଲୁହା ଶିକୁଳୀଦ୍ୱାରା ଭୂମି ମାପ କରାଯାଏ ୧ ଚେନ୍= ୬୬: ଫୁଟ=୧ ଲିଙ୍କ୍)
୩. ଦରଜୀମାନଙ୍କ ଲୁଗା ମାପ—୩ ଆଙ୍ଗୁଳ= ୧ ଗିରା, ୪ଗିରା=୧ପାଆ,୧୬: ଗିରା=୧ ଗଜ
୪. ଶସ୍ୟ ଆଦିକୁ ମାଣ, ଗଉଣୀ ଆଦି ପାତ୍ରଦ୍ୱାରା ମାପ କରାଯାଏ ୧୨: ମାଣ= ୧ ଗୌଣୀ, ୨ ଗଉଣୀ= ୧ : ପଉଟୀ, ୪ ପଉଟୀ= ୧ ଭରଣ

ଭିନ୍ନ ଭିନ୍ନ ଅଞ୍ଚଳରେ କଟକୀ ୨ ସେର ୩ ସେର, ୩/?/ ସେର, ୪ ସେର, ୪/?/ ସେର, ୫ ସେର; ୬ସେର ଓ ୮ ସେରର ପରିମିତ ଗଉଣୀମାନ ବ୍ୟବହୃତ ହୁଏ

ଗଞାମରେ ଶସ୍ୟାଦି ମାପର ପରିମାଣ—୨ ସୋଲା = ୧ ବୋଡ଼ା, ୨ ବୋଡ଼ା= ୧ ଅଡ଼ା (୬୪: ତୋଳା ଓଜନ ୪ ଅଡ଼ା=୧ ଗୌଣୀ, ୪ଗୌଣୀ =୧ନଉତି, ୨ ନୌତି=୧ ଭରଣ, ୩ ଭରଣ=୧ ଶଗଡ଼; ୭ ଭରଣ=୧ ଗଡ଼ିଶ

ସମ୍ୱଲପୁରରେ ଓ ୚ଞାମରେ ଶସ୍ୟାଦି ମାପିବାରେ ବ୍ୟବହୃତ ତାମ୍ୱି ମାପ, ଯଥା—୧ ଭୁତି ତାମ୍ୱି= ୧୫: ତୋଳା ଓଜନ; (ଏଥିରେ ମଲିଆଙ୍କୁ ମୂଲ ଦିଆଯାଏ)

୨. କଠା ତମ୍ୱି=୯ ତୋଳା ଓଜନ (ଚାଉଳ ଆଦି ଶସ୍ୟ ମାପିବାରେ ବ୍ୟବହୃତ) ୩ : ସେର ତାମ୍ୱି=୮ ତୋଳା ଓଜନ (ଘଅ ତେଲ ଆଦି ମପାଯାଏ) ୪କରଜା ତାମ୍ୱି= ୧୨: ତୋଳା ଓଜନ (ଧାନ କରଜ ଦେବା ନେବା ବେଳେ ବ୍ୟବହୃତ ହୁଏ) ଶସ୍ୟ ଆଦିର ପରିମାଣ ତଉଲଦ୍ୱାରା ମଧ୍ୟ ସ୍ଥିର କରାଯାଏ ଏହାକୁ 'ତଉଲିବ କହନ୍ତି
୫. ତରଳପଦାର୍ଥକୁ ଛଟାଙ୍କି ପାଆ, ସେର ଆଦି ପରିମିତ ପାତ୍ରଦ୍ୱାରା ମଧ୍ୟ କରାଯାଏ ପ୍ରାୟ ୬ ଟଙ୍କା ଓଜନର ବସ୍ତୁ = ୧ ଛଟାଙ୍କି, ୪ ଛଟାଙ୍କି= ୧ ପାଆ, ୨ ପାଆ= ୧ ଅଧସେର, ୨ ଅଧସେର =୧ ସେର, ୨/?/ ସେର =ଅଢ଼େଇଆ, ୫ ସେର=୧, ପଶୁରୀ ୮ ପଶୁରୀ= ୧ ମହଣ

କଟକୀ ୧ ସେରର ଓଜନ =୧୫: ତୋଳା (ଟଙ୍କା) ବାଲେଶ୍ୱରୀ ୧ ସେରର ଓଜନ=୮ ଟଙ୍କା ପାଟ ଆଦି ୧ ସେରର ଓଜନ=୧୬: ଟଙ୍କା

୬. ଜଳ଼ର ଗଭୀରତା ଲଗୀ ବା ସୂତଲୀଦ୍ୱାରା ମାପ କରାଯାଏ

ଭିନ୍ନ ଭିନ୍ନ ସ୍ଥାନରେ ଓ ଅଞ୍ଛଳରେ ଭିନ୍ନ ଭିନ୍ନ ପ୍ରକାରର ମାପ ଅଛି 'ମାପ' ଅବା ବା ଦୈର୍ଘ୍ୟରଦ୍ୱାରା ସ୍ଥିର କରାଯାଏ ଓଜନ ଦ୍ରବ୍ୟକୁ ଚଉଲିବାଦ୍ୱାରା ସ୍ଥିର କରାଯାଏ ]