ମାରିବା

ଉଇକିଅଭିଧାନ‌ରୁ

ମାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମରା(ରେ)ଇବା—ଣିଜନ୍ତରୂପ]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମୃ ଧାତୁ ଣିଚ୍, ମାରି ଧାତୁ)[ସମ୍ପାଦନା]

୧. ହତ୍ୟା କରିବା; ପ୍ରାଣନାଶ କରିବା; ବଧ କରିବା —୧. To kill; to murder; to slaughter.
୨. ଆଘାତ କରିବା; ପ୍ରହାର କରିବା; ବାଡ଼େଇବା —୨. To strike; to beat.

(ଯଥା— ବିଧା ମାରିବା, ବେତ ମାରିବା, ନାତ ମାରିବା, ଗୋଇଠା ମାରିବା)

[ଦ୍ରଷ୍ଟବ୍ୟ —ପ୍ରହାର କରିବାର ସାଧାରଣ ପିଟିବା ଅର୍ଥରେ ମାରିବା ଶବ୍ଦ ପ୍ରୟୋଗ କରାଯାଏ, ମଧ୍ୟ ଯେଉଁ ପ୍ରଣାଳୀରେ ଯେଉଂ ଅଙ୍ଗ ବା ଯନ୍ତ୍ର ବ୍ୟବହାର ପୂର୍ବକ ପ୍ରହାର କରାଯାଏ ତତ୍ ଶବ୍ଦ ପ୍ରୟୋଗ କରି ମାରିବା ଶବ୍ଦ ବ୍ୟବହୃତ ହୁଏ ପୁନଶ୍ଚ ଭୂମି ଆଦିରେ ମୁଣ୍ଡକୁ ଆଘାତ କରିବା ଅର୍ଥରେ ମୁଣ୍ଡ ଶବ୍ଦ ପରେ ପ୍ରୟୋଗ କରାଯାଏ, ଯଥା—ମୁଣ୍ଡ ମାରିବା]

୩. ବିନାଶ କରିବା; ଲୋପ କରିବା —୩. To destroy.

(ଯଥା—ଜଡ଼ ମାରିବା, ଚେର ମାରିବା, ଜାଦୁ ମାରିବା, ଉକୁଣି ମାରିବା)

୪. ବାଡ଼େଇ କରି ପ୍ରବିଷ୍ଟ କରାଇବା —୪. To drive (e.g. a nail into the wall) by hammering.

(ଯଥା— କଣ୍ଟା ମାରିବା; କୀଳା ମାରିବା)

୫. ସଂଲଗ୍ନ କରାଇବା; ଲଗାଇବା —୫. To attach; to stick; to apply

(ଯଥା—କାନ୍ଥରେ ଛବି ମାରିବା; ଲଫାପାରେ ଡାକ ଟିକଟ୍ ମାରିବା)

୬. ଛାପ ବସାଇବା —୬. To stamp to seal.

[ଉ—କୋମଳ କପୋଳେ ଦାରୁଣ କୋଷଣ ମାରିଛି ନିଜ ମୁଦ୍ରିକା ରାଧାନାଥ. ପାର୍ବତୀ]

୭. ଶୁଖାଇବା; କୌଣସି ବସ୍ତୁରେ ଥିବା ଜଳୀୟାଂଶକୁ ଉତ୍ତାପଦିଦ୍ୱାରା ନିଃଶେଷିତ କରାଇବା —୭. To dry up (the water from a thing); to exhaust water from a thing by drying it in the sun or over fire.

(ଯଥା—ତିଅଣରୁ ପାଣି ମାରିବା; ଲହୁଣୀ ମାରିବା)

୮. ହରଣ କରିବା; କାଢ଼ିନେବା — ୮. To take away; to snatch off; to rob.

(ଯଥା—ଡକାଇତ ମାନେ ମୋ ଠାରୁ ଟଙ୍କା କଉଡ଼ିତକ ମାରିଲେ)

୯. ଆତ୍ମସାତ୍ କରିବା; (ତହବିଲ ଆଦି) ତୋସରଫ କରିବା —୯. To misappropriate

(ଯଥା—ତହବିଲ ମାରିବା)

୧. ବାଣ ବନ୍ଧୁକାଦି ଫୁଟାଇବା —୧୦. To fire (a gun or firework).

(ଯଥା—ବାଣ ମାରିବା; ବନ୍ଧୁକ ମାରିବା)

୧୧. ନିକ୍ଷେପ କରିବା —୧୧. To throw.

(ଯଥା—ବାଟୁଳି ମାରିବା; ଟେକା ମାରିବା)

୧୨. ଲମ୍ୱିଥିବା ବସ୍ତ୍ର ଆଦି ଖୋସି ଦେବା —୧୨. to tuck up.

(ଯଥା—କଛା ମାରିବା; ଖୋସଣି ମାରିବା; ଫେର କାନି ମାରିବା)

୧୩. କୌଣସି କାର୍ଯ୍ୟ କୌଣସି ଫଳ ଉତ୍ପାଦନ କରିବା —୧୩. To do a thing with certain result.

(ଯଥା—ଦଉଡ଼ ମାରିବା, ଛୁ ମାରିବା, ମୁଣ୍ଡିଆ ମାରିବା; ତାଳି ମାରିବା, ବାଜି ମାରିବା)

୧୪. ଅଗ୍ନି ଉତ୍ପାଦନାର୍ଥ ଘଷିବା —୧୪. To strike (e.g. a match) for producing fire.

(ଯଥା— ଦିଆସିଲି ମାରିବା, ଝକମକି ମାରିବା)

୧୫. କୌଣସି କାର୍ଯ୍ୟ ସମ୍ପାଦନ କରିବା —୧୫. To perform a special act.

(ଯଥା—ଡୁବ ମାରିବା, ଗୋତା ମାରିବା, ହୋଇ ମାରିବା, ଡ଼ିଆଁ ମାରିବା; ଚିରା ମାରିବା)

୧୬. (ସକର୍ମକ) ଉଚ୍ଚୈଃସ୍ୱରରେ ଉଚ୍ଚାରଣ କରିବା; ଉଚ୍ଚ ଶବ୍ଦ କରିବା — ୧୬. To utter loudly; to make a loud sound.

(ଯଥା—ଡାକ ମାରିବା, କୁହାଟ ମାରିବା)

୧୭. (ସକର୍ମକ) ଚଞ୍ଚଳ ବା ପେଟୁ ଭାବରେ ଖାଇବା — ୧୭. To eat greedily.

(ଯଥା—ସେ କଂସାଏ ପଖାଳ

ମାରି ଖେଳିବାକୁ ଚାଲିଗଲା) 

୧୮. (ସକର୍ମକ) କୌଣସି ପ୍ରବୃତ୍ତିକୁ ବା କ୍ଷୁଧା ଆଦିର ବେଗକୁ ନିରୋଧ କରିବା —୧୮. To bring under control; to restrain

[ଦ୍ରଷ୍ଟବ୍ୟ —ଲୁବ୍ଧକ ପବଳ ଆହାର କରୁଅଛି, ଶୋଷକୁ ମାରିଗଲା ସେ ପୁଣି ମରୁଛି କୃଷ୍ଣସିଂହ. ମହା— ଭାରତ ଶାନ୍ତି]

୧୯. (ସକର୍ମକ) ଦେହରେ ବୋଳିବା — ୧୯. Top anoint.

(ଯଥା—ଦେହରେ ତେଲ ମାରିବା)

୨. (ଅକର୍ମକ) ପୀଡ଼ା ଦେବା; ପୀଡ଼ାଯୁକ୍ତ କରିବା — ୨୦. To be ailing.

(ଯଥା—ପେଟକୁ ମାରିବା, ଛାତିକୁ ମାରିବା, କଙ୍କାଳକୁ ମାରିବା)

୨୧. (ସକର୍ମକ) ପ୍ରସ୍ତୁତ କରିବା —୨୧. To prepare; to manufacture.

(ଯଥା—ଘିଅ ମାରିବା, ଲୁଣ ମାରିବା)

୨୨. (ସକର୍ମକ) ଭୂମିରେ ପୋତି କରି ଠିଆ କରାଇବା — ୨୨. To set up on the ground.

(ଯଥା—ଯନ୍ତ ମାରିବା, ପତାକା ମାରିବା)

୨୩. (ସକର୍ମକ) ବେଗପୂର୍ବକ କୌଣସି ସ୍ଥାନରୁ ଗତି କରିବା —୨୩. To move rapidly.

(ଯଥା—ଘୋଡ଼ା ମାରି ଚାଲିଯିବା)

୨୪. (ସକର୍ମକ) କୌଣସି ଦ୍ରବ୍ୟର ଉପଯୁକ୍ତ ବ୍ୟବହାର କରିବା —୨୪. To apply a thing to its proper use.

(ଯଥା—କଲମ ମାରିବା, ବୁରୁଷ ମାରିବା)

୨୫. (ଅକର୍ମକ ଓ ସକର୍ମକ) କୌଣସି ପ୍ରକାରେ ସମୟ ଯାପନ କରିବା; କାଳ କାଟିବା —୨୫. To spend one's time any how; to while away.

[ଉ—ମାରି ମାରି ଗଲା କାଳକ ଆଉ ରହିଗଲା ଫାଳକ ଢଗ]

୨୬. (ସକର୍ମକ) ଦାଢୁଆ ଅସ୍ତ୍ରଦ୍ୱାରା ହାଣିବା —୨୬. To cut with a sharp weapon.

(ଯଥା—ବାଉଁଶର ଗଣ୍ଠି ମାରିବା)

୨୭. (ସକର୍ମକ, ଶୀଘ୍ରତାବୋଧକ) ଅଙ୍କିତ କରିବା; ଲେଖିବା —୨୭. To write; to draw

(ଯଥା—ଗାର ମାରିବା, ଦସ୍ତଖତ ମାରିବା)

୨୮. (ସକର୍ମକ) ରନ୍ଦାଆଦି ଯନ୍ତ୍ରକୁ ଚାଳିତ କରିବା —୨୮. To move; to ply (an instrument)

(ଯଥା— କାଠରେ ରନ୍ଦା ମାରିବା)

୨୯. (ସକର୍ମକ) ଖୋସି କରି ରଖିବା; ବାନ୍ଧି ରଖିବା; ଗୁଞ୍ଜିବା —୨୯. To keep tied up or tucked up.

(ଯଥା—ଅଣ୍ଟାରେ ଟଙ୍କା ପଇସା ମାରିବା)

୩. (ସକର୍ମକ) ଆଯୂର୍ବେଦୋକ୍ତ ମତେ ଧାତୁ ଆଦି ମାରଣ କରିବା ବା ଭସ୍ମ କରିବା —୩୦. To oxydize metals etc. by the Āyurbedic process.

(ଯଥା—ସୁନା ମାରିବା, ପାରା ମାରିବା)

୩୧. (ଅକର୍ମକ) ପ୍ରକଟିତ ହେବା, ଜ୍ୟୋତିଃ ପ୍ରକାଶ କରିବା —୩୦. To flash.

(ଯଥା—ବିଜୁଳି ମାରିବା; ଘଡ଼ଘଡ଼ି ମାରିବା)

୩୨. (ସକର୍ମକ) ପଶୁ ପ୍ରଭୃତିଙ୍କ ହାତରେ ଚାପୁଡ଼ାଇବା —୩୨. To pat.

[ଉ— ଚୁଚୁକାର କରି ଘୋଡ଼ାଙ୍କୁ ମାରି କର, ଦେଲେ ହରି ଫିଟାଇ ଦଉଡି ବେକରେ କୃଷ୍ଣସିଂହ. ମହାଭାରତ ଦ୍ରୋଣ]

୩୩. (ଅକର୍ମକ) କାଟିବା; ବାଧିବା — ୩୩. To affect painfully.

(ଯଥା—ଭୋଦୁଅ ମାସିଆ ଖରା ମାରୁଛି)

୩୪. (ସକର୍ମକ) ଲେଖା ହୋଇଥିବା ବିଷୟ ଉପରେ ଗାର ପକାଇବା; କିଳି ଦେବା —୩୪. To score through a writing.
୩୫. (ସକର୍ମକ) ଅନ୍ଧାରରେ ବା ପାଣି ଭିତରେ (ଯେଉଁଠାରେ ଆଖିକୁ ଦେଖାଯାଏ ନାହିଁ ସେଠା) ଭୂକଳକୁ ଉଣ୍ଡିବା ପାଇଁ ହାତକୁ ବା ଗୋଡ଼କୁ ବା ହାତରେ ଥିବା ଯଷ୍ଟିକୁ ଭୂମିରେ ଲଗାଇବା —୩୫. To feel one's way with the help of one's hands, legs or stick)
୩୬. (ସକର୍ମକ) କୌଣସି ଦ୍ରବ୍ୟ ପ୍ରୟୋଗପୂର୍ବକ ନିଷେଧ ବା ଅନ୍ୟ ସୂଚନା କରିବା ବା ଠାରିବା —୩୬. To covertly indicate or hint by the help of some article.

(ଉ—ଧାତାବଶୁଁ ପ୍ରୀତି ଘଟିଲେ ଉନ୍ନତି ବହି ଚେଳାଞ୍ଚଳ ମାରିବାର—କବିସୂର୍ଯ୍ୟ. ରତ୍ନାକର ଚମ୍ପୂ ଧ ଗୀତ)

୩୭. (ସକର୍ମକ) ପ୍ରୟୋଗ କରିବା; ବ୍ୟବହାର କରିବା; ବ୍ୟବହାରରେ ଲଗାଇବା — ୩୭. To apply; to bring into use

(ଉ—ନିରିମାଇଲ ! କାହିଁ କଥା ନେଇ କାହିଁ ମାଇଲ— ଢ଼ଗ)

୩୮. (ସକର୍ମକ) ଦେହରେ ସଂଯୁକ୍ତ କରିବା; ଭରିବା —୩୮. To put on the b body.

(ଯଥା— ମୁଣ୍ଡରେ ଟାହ୍ୟା ମାରିବା; ଟୋପା ମାରିବା)

୩୯. (ସକର୍ମକ) ମନକୁ ବିରସ କରିବା —୩୯. To sadden;

(ଯଥା—ସେ ମନ ମାରିକରି ବସିଛି)

୪. (ସକର୍ମକ) କଣ୍ଡୁ ଉପଶାନ୍ତ କିରବା —୪୦. To satiate (itching)

(ଯଥା—କଣ୍ଡୁ ମାରିବା)

୪୧: (ସକର୍ମକ) ଜଳ ସିକ୍ତକରିବା; ପାଣି ଛିଞ୍ଚାଡ଼ିବା; ଛାଟିବା —୪୧. To splash or sprinkle with water.

(ଯଥା—ଆଖିରେ ପ୍ରତିଦିନ ଚାରି ଚଳା ପାଣି ମାରିଲେ ଦୃଷ୍ଟି ଶକ୍ତି ଭଲ ରହେ;)

(ଉ—ନିଆମୀ ନାନୀ ! ଦିହରେ ମାରୁଛି ଗୋବର ପାଣି— ଢଗ)

୪୨: (ସକର୍ମକ) (ଜାତି) ନଷ୍ଟ କରିବା; ଅପବିତ୍ର କରିବା —୪୨. To spoil; to cause loss (of caste)

(ଯଥା—ବିଜାତୀୟ ରଜା ଅମେଧ୍ୟ ଖୁଆଇ ବ୍ରାହ୍ମଣମାନଙ୍କ ଜାତି ମାଇଲେ

୪୩: (ସକର୍ମକ) (ଆଖି) ଠାରିବା; ଆଖିଦ୍ୱାରା ଇଙ୍ଗିତ କରିବା —୪୩. To wink significantly

(ଯଥା—ମୁଁ ଦିପଦ କହିବାକୁ ବାହାରିଥିଲି କିନ୍ତୁ ସେ ମୋତେ ଆଖି ମାରିଦେବାରୁ ମୁଁ ତୁନି ହୋଇଗଲି)

[ଦ୍ରଷ୍ଟବ୍ୟ —ମାରିବା କ୍ରିୟା ସଙ୍ଗେ ଧରିବା, କାଟିବା, ହାଣିବା ଆଦି କ୍ରିୟା ସହଚରରୂପେ ବ୍ୟବହୃତ ହୁଏ ମାରିବା ଶବ୍ଦର ବ୍ୟବହାର ହୋଇ ପ୍ରଚଳିତ କେତେକ ପ୍ରବଚନ ଯଥା—

୧. ଝିଣ୍ଟିବା ମାରି ବଣି ପୋଷିବା ନ୍ୟାୟ
୨. ଝିଅକୁ ମାରି ବୋହୂକୁ ଶିଖାଇବା


୩. ହାତରେ ନ ମାରି ଭାତରେ ମାରିବି
୪. ମୂଳୁଁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିପାଁ କଳି
୫. ଦେଏ— ଦେଉଣୀଙ୍କି କୋଳଥ ମଣ୍ଡା, ତହିଁ ମାରିଥିବ ଗେବ, ଯେଏ— ଯିମିତି ମାଗି ଅଇଲେ ଗେବ ଚିହ୍ନିକରି ଦେବ
୬. ଧରି ମାଇଲେ ଯେ, ବାନ୍ଧ ମାଇଲେ ସେ
୭. ଧରି ମାଇଲେ ସିଦ୍ଧେ ମରନ୍ତି
୮. ମାରିଗଲେ ମହାପାତ୍ର ଚାହିଁଥିଲେ ଜଳକା
୯. ଖାଲି ମକୁନ୍ଦା ଫେର୍ଫାର୍, ଦୋହୋରି ପଇସା ଅଣ୍ଟାରେ ମାର୍]

[ଦ୍ରଷ୍ଟବ୍ୟ —ମାରିବା କ୍ରିୟା ନାନା ଶବ୍ଦ ସଙ୍ଗେ ଭିନ୍ନ ଭିନ୍ନ ଅର୍ଥରେ ଓଡ଼ିଆରେ ମହାବିରା (idiom ବା ବିଶିଷ୍ଟ ପ୍ରୟୋଗ) ରୂପେ ବ୍ୟବହୃତ ହୁଏ ନିମ୍ନରେ ତହିଁରେ କେତେ— ଗଡ଼ିଏ ଦୃଷ୍ଟାନ୍ତ ଦିଆଗଲା:—