ମାର୍କଣ୍ଡେଶ୍ୱରିଆ ଭଣ୍ଡାରୀ

ଉଇକିଅଭିଧାନ‌ରୁ

ମାର୍କଣ୍ଡେଶ୍ୱରିଆ ଭଣ୍ଡାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Mārkaṇḍeṡwariā bhaṇḍārī
  • ଆଇ.ପି.ଏ. — mˈɔ ˈakaɾ ɾˈɔ hˈʌlˈʌntɔ kˈɔ ɳˈɔ hˈʌlˈʌntɔ ɖˈɔ ˈekaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ hɾˌɔʃʃoˈikaɾ ˈa bʰˈʌnɖaɾˌi

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)[ସମ୍ପାଦନା]

ଯେଉଁ ବ୍ୟକ୍ତି ପାଞ୍ଚ ଜଣଙ୍କ ସେବାକୁ ଆଦରି ସମସ୍ତଙ୍କୁ ଅର୍ଦ୍ଧସେବିତ କରି ହରକଚ କରେ — A person who takes in hand more work than he can smoothly cope with and accordingly keeps the persons concerned waiting for a long time.

[ ଦ୍ର—ମାର୍କଣ୍ଡେ— ଶ୍ୱରିଆ ଭଣ୍ଡାରି ପରି କରିବା—ଢଗ ଏହାର ତାତ୍ପର୍ଯ୍ୟ ଏହି ଯେ, ଯାତ୍ରୀମାନେ ମାନସିକ ପାଳନ କରିବା ପାଇଁ ମାର୍କଣ୍ଡେୟ ପୁଷ୍କରିଣୀ କୂଳରେ ଶିରୋମୁଣ୍ଡନ କରି ସ୍ନାନ କରନ୍ତି; ଅନେକ ଯାତ୍ରୀ ସେଠାରେ ମୁଣ୍ଡିତ ହୁଅନ୍ତି ସେଠାରେ ମଧ୍ୟ ଅନେକଗୁଡ଼ିଏ ଭଣ୍ଡା଼ରି ଯାତ୍ରୀମାନଙ୍କୁ କ୍ଷୌର କରିବାକୁ ଉପସ୍ଥିତ ଥାଆନ୍ତି ପ୍ରବାଦ ଅଛି ଯେ ଭଣ୍ଡାରିମାନେ ଲୋଭପରବଶ ହୋଇ ପ୍ରତିଦ୍ୱନ୍ଦ୍ୱୀ ଅନ୍ୟ ଭଣ୍ଡାରିମାନଙ୍କଠାରୁ ଯାତ୍ରୀମାନଙ୍କୁ ଅଟକାଇ ଆବୋରି କରି ରଖିବା ପାଇଁ ଜଣେ ଯାତ୍ରୀକୁ କ୍ଷୌର କରିବାକୁ ଆରମ୍ଭ କରି ତାକୁ ଅଧା କ୍ଷୌର କରି ଛାଡ଼ି ଦେଇ ଆଉ ଜଣେ ଯାତ୍ରୀକୁ ଅଧିକାର କରି ତାକୁ ମଧ୍ୟ ଅଧା କ୍ଷୌର କରି ପୁଣି ଅନ୍ୟ ଯାତ୍ରୀକୁ ଧରନ୍ତି ଏହିପରି ଅର୍ଦ୍ଧ ମୁଣ୍ଡିତ ଅବସ୍ଥାରେ ପାଞ୍ଚ ସାତ ଜଣେ ୟାତ୍ରୀଙ୍କୁ ପ୍ରଥମେ ଆବୋରି କରି ଅଟକାଇ ରଖନ୍ତି ଜଣେ ଭଣ୍ଡାରି ଯେଉଁ ଯାତ୍ରୀକୁ ଅଧେ କ୍ଷୌର କରି ଛା଼ଡ଼ି ଦେଇଥାଏ ସେ ଯାତ୍ରୀକୁ ଅନ୍ୟ କେହି ଭଣ୍ଡାରି ଆଦରିବାକୁ ସାହସ କରନ୍ତି ନାହିଁ ଓ ସେ ଅର୍ଦ୍ଧମୁଣ୍ଡିତ ଯାତ୍ରୀଟି ସେହି ଭଣ୍ଡାରିକୁ ଅପେକ୍ଷା କରି ବସି ରହିଥାଏ ଜଣେ ଭଣ୍ଡାରି ଏହିପରି ୫ ୭ ଜଣ ଯାତ୍ରୀଙ୍କୁ ଆବୋରି ସାରିବା ପରେ ଅର୍ଦ୍ଧମୁଣ୍ଡିତ ବ୍ୟକ୍ତିଙ୍କ ଜଣ ଜଣ କରି ପରେ କ୍ଷୌର କରେ ଜଣେ ଲୋକ ଅନେକଗୁଡ଼ିଏ କାମକୁ ଆଦରି ପକାଇ ସବୁ କାମକୁ ପୂରା ନ କରି ଅଧା କରି ପକାଇ ରଖିଲେ ଲୋକେ ଏହି ଢଗ ବୋଲନ୍ତି]