ମାୟା

ଉଇକିଅଭିଧାନ‌ରୁ

ମାୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମା ଧାତୁ=ପରିମାଣ କରିବା+କରଣ. ଯ+ଆ; ଯାହାଦ୍ୱାରା ଏହି ବିଶ୍ୱ ପରିମିତି ହୋଇଅଛି)[ସମ୍ପାଦନା]

୧. (ବେଦାନ୍ତ) ଅବିଦ୍ୟା; ବିସଦୃଶ ପ୍ରତୀତ ସାଧନ; ଯେଉଁ ଗୁଣଦ୍ୱାରା ପ୍ରକୃତ ବିଷୟ ଅନ୍ୟରୂପେ ଦେଖାଯାଏ; ମିଥ୍ୟା ଜ୍ଞାନ; ଭ୍ରାନ୍ତି; ମୋହ; ଅବିଦ୍ୟା —୧. Unreality; illusion; delusion; idealism.

[ଦ୍ରଷ୍ଟବ୍ୟ — ବେଦାନ୍ତ ଦର୍ଶନ ମତରେ ଏହି ଜଗତ୍ ଅବାସ୍ତବ ଓ ଅନିତ୍ୟ ଅଟେ ଓ ପରମେଶ୍ୱର ବାସ୍ତବ ଓ ନିତ୍ୟ ଅଟନ୍ତି ଯେଉଁ ମିଥ୍ୟା ପ୍ରତୀତି ଯୋଗୁଁ ଜଗତକୁ ବାସ୍ତବ ଓ ନିତ୍ୟ ବୋଲି ମନୁଷ୍ୟ ଭ୍ରମ କରେ ତାହାର ନାମ ମାୟା]

ଈଶ୍ୱର ଆପଣାର ମାୟା ବା ଅବିଦ୍ୟା ରୁପ ଶକ୍ତିଦ୍ୱାରା ଏ ପୃଥିବୀକୁ ସୃଷ୍ଟି କରିଅଛନ୍ତି; ଏଥିପାଇଁ ଶକ୍ତି ଦୁର୍ଗାଙ୍କୁ ମହାମାୟା ଆଖ୍ୟା ଦିଆ ଯାଇଅଛି]

୨. କୁହୁକ; ଇନ୍ଦ୍ରଜାଲ — ୨. Magic; jugglery; sorcery.
୩. ଆସକ୍ତି; ମମତା; ସ୍ନେହ — ୩. Attachment; affection; love.
୪. ଛଳ; ଶଠତା; କପଟତା —୪. Deceit; hypocricy.
୫. ଆଖିରେ ଦେଖାଯିବା ଅବାସ୍ତବ ମୂର୍ତ୍ତି (ଯଥା—ଭୁତ) —୫. An illusory image; phantom (Apte).
୬. ରାଜନୀତିକ ଚାଲ — ୬. A political trick; diplomatic feat (Apte).
୭. ଗୟା ନଗରର ଏକ ନାମ —୭. A name of the city of Gaya (Apte).
୮. ଦୁଷ୍ଟତା ଖଳତା —୮. Wickedness (Apte).
୯. ଶୈବ; ମତ ଅନୁସାରେ ମନୁଷ୍ୟକୁ ଘେରିବା ୪ଟି ସାଂସାରିକ ପାଶ ମଧ୍ୟରୁ ଗୋଟିଏ —୯. One of the four worldly snares which beset mankind (according to the S&aline;i̱bas) (Apte).
୧. ପୁରୁଷଠାରୁ ଭିନ୍ନ ପ୍ରକୃତି — ୧୦. The Nature, as distinct from God.

[ଦ୍ରଷ୍ଟବ୍ୟ — ଈଶ୍ୱରଙ୍କର ଯେଉଁ କଳ୍ପିତ ଶକ୍ତି ଈଶ୍ୱରଙ୍କ ଆଜ୍ଞାରେ ଏ ବିଶ୍ୱକୁ ପରିଚାଳିତ କରୁଅଛି ତାହା ପ୍ରକୃତି ବା ମାୟା ଏହା ଈଶ୍ୱରଙ୍କଠାରୁ ପୃଥକ୍ ଥିବା କଳ୍ପୀତ ଏବଂ ଏହାହିଁ ସୃଷ୍ଟିର ମୁଖ୍ୟ କାରଣ ଅଟେ]

(ଉ—କାଳ ମାୟାର ପରେ ରହି, ପର ଆପଣା ଭେଦ କାହିଁ? ଜଗନ୍ନାଥ ଭାଗବତ)

୧୧. ଛଦ୍ମବେଶ —୧୧. A mask.
୧୨. କରୁଣା; କୃପା —୧୨. Kindness; pity; compassion.
୧୩. ସଂସାର ପ୍ରତି ଆସକ୍ତି — ୧୩. Wordly attachment
୧୪. ମହାମାୟା; ଦୁର୍ଗା —୧୪. Goddess Durg.
୧୫. ନାରୀ; ସ୍ତ୍ରୀ —୧୫. Woman.
୧୬. କମଳା; ଲକ୍ଷ୍ମୀ — ୧୬. The Goddess of beauty and wealth
୧୭. ମାୟାଦେବୀ; ବୁଦ୍ଧ ଦେବଙ୍କ ମାତା — ୧୭. The name of the mother of Buddha Deba
୧୮. ଧନ; ସମ୍ପତ୍ତି (ହିନ୍ଦୀ - ଶ) —୧୮. Wealth; riches. property.
୧୯. ଇନ୍ଦ୍ରବଜ୍ରା ଓ ଉପେନ୍ଦ୍ରବଜ୍ରା ନାମକ ବର୍ଣ୍ଣବୃତ୍ତଦ୍ୱୟଙ୍କ ମିଶ୍ରଣରେ ରଚିତ ବର୍ଣ୍ଣବୃତ୍ତବିଶେଷ (ହିନ୍ଦୀ - ଶ.) —୧୯. Name of a mixed metre.
୨. (ମୟ+ଅପତ୍ୟାର୍ଥେ. ଅ+ସ୍ତ୍ରୀ, ଆ) ମୟଦାନବର କନ୍ୟା; ବିଶ୍ରବାଙ୍କ ସ୍ତ୍ରୀ ଏବଂ ଖର, ଦୂଷିତ, ତ୍ରିଶିରା ଓ ସୁର୍ପଣଖାଙ୍କ ମାତା (ହିନ୍ଦୀ - ଶ) —୨୦. A demoness; daughter of Maya demon.
୨୧. ମର୍ତ୍ତ୍ୟରେ ଦେବତାଙ୍କ ଲୀଳା (ହିନ୍ଦୀ - ଶି) —୨୧ The sportive exhibitions of the Gods on the earth.
୨୨. ଆଦରଣୀୟ ସ୍ତ୍ରୀ (ହିନ୍ଦୀ - ଶ) —୨୨. A beloved or respected woman.
୨୩. ବୁଦ୍ଧି; ଅକଲ (ହିନ୍ଦୀ - ଶ —୨୩. Intelligence.
୨୪. କାଳ୍ପନିକ ମୂର୍ତ୍ତି — ୨୪. Phantom; an illusory image (Apte)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଅଧୁନା ଭୂଗର୍ଭରୁ ଆବିଷ୍କୁତ ନାନା ପ୍ରାଚୀନ ବସ୍ତୁର ସ୍ଥିରୀକୃତ) ଦକ୍ଷିଣ ଆମେରିକାର ପ୍ରାଚୀନ ସଭ୍ୟତା; ମାୟ ସଭ୍ୟତା —୧. Māyā the civilisation of ancient South America.

[ଦ୍ରଷ୍ଟବ୍ୟ —ଆଜିକୁ ୭୫: ବର୍ଷ ପୂର୍ବରୁ ୫ ବର୍ଷ ପୂର୍ବ ପର୍ଯ୍ୟନ୍ତ ଏ ସଭ୍ୟତା ଦକ୍ଷିଣ ଆମେରିକାରେ ପ୍ରଚଳିତ ଥିଲା ଏହି ସଭ୍ୟତାର ଧ୍ୱଂସାବିଶେଷ ବର୍ତ୍ତମାନ ମେକ୍ସିକୋରେ ମିଳୁଅଛି ଭାରତବର୍ଷ ନିକଟସ୍ଥ ଯାଭା ଓ ବାଲି ଦ୍ୱୀପରେ ଉପନିବେଶ କରିଥିବା କଳିଙ୍ଗବାସୀ (ପ୍ରାଚୀନ ଓଡ଼ିଆ) ହିନ୍ଦୁମାନେ ଯାଇ ଏଠାରେ ସଭ୍ୟତା ବିସ୍ତାର କିରଥିବାର ବର୍ତ୍ତମାନ ଐତିହାସିକ ରାଖାଲ ଦାସ ବନ୍ଦୋପାଧ୍ୟାୟଙ୍କଦ୍ୱାରା ପ୍ରମାଣିତ ହୋଇଅଛି]

୨. ମାୟାଧର ଡାକ ନାମ — ୨. Name for calling Māyādhara.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. ସ୍ତ୍ରୈଣ —୧. Voluptuous; fond of woman.
୨. ମାଇଚା; ସ୍ତ୍ରୀସ୍ୱଭାବଯୁକ୍ତ — ୨. Womanish; effeminate.
୩. ଭୀରୁ — ୩. Cowardly.