ମିଳେଇବା

ଉଇକିଅଭିଧାନ‌ରୁ

ମିଳେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.— ମିଲ୍ ଧାତୁର ପ୍ରୟୋଜକ ରୂପ, ସକର୍ମକ)[ସମ୍ପାଦନା]

୧. ମିଶାଇବା —୧. To cause to mix.

[ଉ—ଦଧି ମନ୍ଥନର ଶବଦ ସଙ୍ଗେ ମିଳାଇ ଗୀତ ନାଦ ଜଗନ୍ନାଥ. ଭାଗବତ ]

୨. ଦୁଇଜଣଙ୍କୁ ମିଳିତ କରାଇବା; ଦୁଇଜଣଙ୍କୁ ସାକ୍ଷାତ୍ କରାଇବା — ୨. To bring about a meeting between two two person.
୩. ଦୁଇଜଣଙ୍କର ମେଳ କରାଇବା — ୩. To cause reconciliation between two persons.
୪. ସଂଯୋଜିତ କରାଇବା —୪. To cause to join.

ଅନୁବାଦ[ସମ୍ପାଦନା]

[ଉ—ଚନ୍ଦ୍ରମା ମତିକି ମତି ମିଳାଇବି ଭଞ୍ଜ. ପ୍ରେମସୁଧାନିଧି ]

୫. ସାମଞ୍ଜ୍ୟସ୍ୟ ଘଟାଇବା —୫. To bring about congruity or consistency.
୬. ପ୍ରାପ୍ତ କରାଇବା —୬. To cause to get.
୭. (ବି+ଲୀ ଧାତୁ= ଲୀନ ହେବା ଲୟ ପାଇବା; ଅକର୍ମକ)—ଉଭେଇ ଯିବା; ବିଲୀନ ହେବା; ଆଦୃଶ୍ୟ ହେବା —୭. To disapper.
୮. ପାଣିରେ ଲୁଣ ଆଦି ମିଶା ଯାଇ ଆଦୃଶ୍ୟ ହେବା —୮. To be dissolved.

(ଉ—ଦେଖରେ ଭାଇ ପାଣିରେ ପଥର ମିଳେଇ ଯାଇ—ଢ଼ଗ ]

୯. (ସକର୍ମକ) ତରଳାଇବା —୯. To cause to melt.

[ଉ—ସେ ଧ୍ୟାନେ ଶରୀର ମିଳାଇ, ନଦୀ ସ୍ୱରୂପେ ଗଲେ ବହି ଜଗନ୍ନାଥ. ଭାଗବତ ]

୧. (ମ୍ଳେ ଧାତୁ= ମ୍ଳାନ ହେବା (ଅକର୍ମକ)—କ୍ଳିନ ହେବା; ପଚି ଯିବା — To be rotten.