ମିଶର୍

ଉଇକିଅଭିଧାନ‌ରୁ

ମିଶର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ନାମ [ଆରବୀ - ମିଶର୍= ସୁରକ୍ଷିତ (ନଗର)][ସମ୍ପାଦନା]

ଆଫ୍ରିକା ମହାଦେଶର ଉତ୍ତର ପୂର୍ବ କୋଣରେ ନୀଳ ନଦୀର ଉଭୟତୀରରେ ଅବସ୍ଥିତ ମୁସଲମାନ୍ ରାଜ୍ୟ — Egypt.

[ଦ୍ରଷ୍ଟବ୍ୟ —ମିଶର୍ଶଦ୍ଦ] ବହୁକାଳରୁ ଭାରତରେ 'ମିଶ୍ର' ରୂପେ ପ୍ରଚଳିତ ଏ ଦେଶରେ ଇଂରାଜୀ ନାମ Egypt (ଇଜିପ୍ଟ) ସଂସ୍କୃତ - ଆଗୁପ୍ତ (ସୁରକ୍ଷିତରୁ ଗୃହୀତ ବୋଲି ପଣ୍ଡିତମାନେ କହନ୍ତି ମିଶର୍ ଦେଶ) ଆଫ୍ରିକା ମହାଦେଶର

ଉତ୍ତରପୂର୍ବକୋଣରେ ଅବସ୍ଥିତ ଏଥିର ଉତ୍ତରରେ ଭୂମଧ୍ୟସାଗର, ପୂର୍ବରେ ସୁୟେଜ୍ କେନାଲ୍ ଓ ଲୋହିତସାଗର, ପଶ୍ଚିମରେ ତ୍ରିପଲୀ ରାଜ୍ୟ ଓ ସାହାରା ମରୁଭୂମି ଦକ୍ଷିଣରେ ଏହା ନୀଳ ନଦୀର ଉତ୍ପତ୍ତି ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ ଏହାର ମଧ୍ୟ ଦେଇ ନୀଳନଦୀ ଦକ୍ଷିଣରୁ ଉତ୍ତରକୁ ବୋହିଯାଇ ଅଛି ଓ ଏ ନଦୀର ବାର୍ଷିକ ବଢ଼ୀ ଯୋଗୁଁ ଏ ଦେଶରେ ଖୁବ୍ ପଟୁ ପଡ଼େ ଓ ଏତଦ୍ଦ୍ୱାରା ଜମି ଖୁବ୍ ଉର୍ବର ହୁଏ ଏହା ନଦୀମାତୃକଦେଶ, କିନ୍ତୁ ଏ ଦେଶରେ ପ୍ରାୟ ବୃଷ୍ଟି ହୁଏ ନାହିଁ ପୂର୍ବେ ଏହା ତୁରଷ୍କରୁ ସୁଲତାନଙ୍କ ଅଧୀନ 'ଖେଦିଭ୍' ନାମକ ଜଣେ ରାଜାଙ୍କଦ୍ୱାରା ଶାସିତ ହେଉଥିଲା ବର୍ତ୍ତମାନ ଏହା ତୁରଷ୍କରୁ ସ୍ୱାଧୀନ ହୋଇ ବ୍ରିଟିଶ୍ସତକାରଙ୍କ ଅଭିଭାବକତ୍ୱରେ ଜନପ୍ରତିନିଧିଙ୍କ ପରାମର୍ଶରେ ଖେଦିଭ୍ଙ୍କଦ୍ୱାରା ଶାସିତ ବର୍ତ୍ତମାନ ଏହା ୨ ଭାଗରେ ବିଭକ୍ତ ହୋଇଅଛି ଉତ୍ତର ଭାଗ ମିଶ୍ର ଓ ନିମ୍ନ ଭାଗ ସୁଦାନ୍ ମିଶରର ରାଜଧାନୀ କାୟେରୋ ନୀଳ ନଦୀ ମୁହାଣରେ ଥିବା ଆଲେକ୍ଜାଣ୍ଡ୍ରିୟା ଗୋଟିଏ ପ୍ରସିଦ୍ଧ ବନ୍ଦର ଅଟେ ଏ ଦେଶବାସୀମାନେ ପ୍ରାଚୀନକାଳରେ ଅନ୍ତତଃ ସାତ ସହସ୍ର ବର୍ଷ ପୂର୍ବେ ସଭ୍ୟତାର ଗରମ ସୀମାରେ ଉପନୀତ ହୋଇଥିଲେ ସେହି କାଳରେ ଏମାନଙ୍କର ରକ୍ଷିତ ଶବମାନ ଭୁଗର୍ଭରୁ ବାହାରୁ ଅଛି ଏ ରାଜ୍ୟର ପ୍ରାଚୀନ ରାଜାମାନଙ୍କର ବିଶାଳ ସମାଧି ମନ୍ଦିରମାନ (ପିରାମୢଡ଼) ଆଜିପର୍ଯ୍ୟନ୍ତ ବିଦ୍ୟମାନ ଅଛି ମିସର୍ର ପ୍ରାଚୀନ ରାଜାମାନଙ୍କ ଉପାଧି ଫାରୋ (Pharao) ଥିଲା ପ୍ରାଚୀନ କାଳର ମିଶର୍ର ସଙ୍ୟତା, ଶିକ୍ଷା,ଯୁଦ୍ଧ, ରାଜନୀତି, ଧର୍ମ ନୀତି ବିଷୟରେ ପ୍ରାଚୀନ ବୈଦିକଯୁଗର ଭାରତର ଓ ଭାରତୀୟ ତତ୍ ବିଷୟମାନଙ୍କର ଅନେକ ସାମ୍ୟଞ୍ଜସ୍ୟ ଥିବାର ଜଣାଯାଏ, ଆଜିକାଲି ମିଶ୍ରବାସୀମାନେ ମୁସଲମାନଧର୍ମାବଲମ୍ୱୀ ଐତିହାସିକ ଯୁଗରେ ମିଶର୍ ବହୁ ବିଦେଶୀ ଆକ୍ରମଣକାରୀଙ୍କ କରଗତ ହୋଇଥିଲେ ଓ ବର୍ତ୍ତମାନ ଇଂରାଜଙ୍କ ଅଭିଭାବକ- ତ୍ୱରେ ସ୍ୱାୟତ୍ତଶାସନ ଲାଭ କରିଅଛି ]