ମିଶ୍ର

ଉଇକିଅଭିଧାନ‌ରୁ

ମିଶ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମିଶ୍ରତା(ତ୍ୱ)—ବି]

  • (file)
  • (file)

ସଂସ୍କୃତ - ବିଶେଷଣ - (ମିଶ୍ରଧାତୁ+କର୍ମ. ଅ)[ସମ୍ପାଦନା]

୧. ଏକାତ୍ରୀଭୁତ; ମିଶ୍ରିତ —୧. Mixed up; jumbled up; blended toghter; mingled; combined; compounded.
୨. ସଂଯୁକ୍ତ —୨. Joined together; united; conjoined; connected; associated.
୩. ଏକାଧିକ ବସ୍ତୁର ମିଶ୍ରଣରେ ଉତ୍ପନ୍ନ — ୩. Adulterated; produced by mixing up more than one thing.
୪. ଦୋନୋସଲା ବର୍ଣ୍ଣସଙ୍କର; ଦୋମିଶା —୪. Hybrid; cross-bred.
୫. (ସମାସରେ ଅନ୍ୟ ପଦ ପରେ ଯୁକ୍ତ) ଶ୍ରେଷ୍ଠ ; ପୂଜ୍ୟ; ମାନ୍ୟ —୫. Honourable; chief; honoured; adroable (when affixed to other words such as ଅର୍ଯ୍ୟ ମିଶ୍ର; ମହା ମିଶ୍ର etc).
୬. (ଗଣିତ) ବହୁ ଶ୍ରେଣୀର ବସ୍ତୁର ମିଶ୍ରଣ ଜନିତ (ଯୋଗ, ବିୟୋଗ, ହରଣ, ଗୁଣନ) —୬. (Mathematics) Compound (addition, substraction, multiplication and division).
୭. ଅଡ଼ୁଆ ତଡ଼ୁଆ ହୋଇଥିବା; ଛନ୍ଦାଛନ୍ଦି —୭. Tangled; intertwined (Apte).
୮. (ସମାସରେ ପଦ ଶେଷରେ) ଅମୁକ ବସ୍ତୁରେ ମିଶ୍ରିତ; ଯହିଁରେ ଅମୁକ ବସ୍ତୁ ବେଶି ପରିମାଣରେ ମିଶିଯାଇ ଥାଏ —୮. (in compound words) Having a mixture of; consisting for the most part of (Apte).
୯. (+କର୍ତ୍ତୃ. ଅ) ମିଶ୍ରିଣକାରୀ —୯. Mixing;adulterating (Apte)

ବିଶେଷ୍ୟ -[ସମ୍ପାଦନା]

୧. ଏକାଧିକ ଉପାଦାନର ମିଶ୍ରଣରେ ଉତ୍ପନ୍ନ ପଦାର୍ଥ;
(ମିଶ୍ରାଣୀ—ସ୍ତ୍ରୀ) 

ମିଶ୍ରିତ ଦ୍ରବ୍ୟ — ୧. A mixture; a compound.

୨. ବେଦିକ ବ୍ରାହ୍ମଣଙ୍କ ଉପାଧିବିଶେଷ —୨. A family-title of Brāhmaṇas,
୩. ଗଜଜାତି ବିଶେଷ —୩. Name of a species of elephants.

[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ଗଜଶାସ୍ତ୍ରାନୁସାରେ ଗଜ ଚାରି ଜାତିର ଯଥା—ଭଦ୍ର;ମନ୍ଦ୍ର;ମୃଗ;ମିଶ୍ରି ]

୪. ମିଶର ଦେଶ; ତନ୍ତ୍ରୋକ୍ତ ରଥାକ୍ରାନ୍ତ ଖଣ୍ଡ; ସୂର୍ଯ୍ୟାରିଷ୍ଟ ଦେଶ —୪. Egypt.
୫. ସନ୍ନିପାତ (ହିନ୍ଦୀ - ଶ) — ୫. Collapse; a morbid state of the ୩ humours of the system.
୬. ରକ୍ତ; ଲହୁ ହିନ୍ଦୀ - ଶ) —୬. Blood.
୭. ମୂଳା (ହିନ୍ଦୀ - ଶ) —୭. Radish.
୮. (ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପରେ ଯୁକ୍ତ) ଶ୍ରେଷ୍ଠ ବ୍ୟକ୍ତି —୮. (Usually affixed to the names of great men) A respectable or worthy person. (Apte).