ମୁଖ

ଉଇକିଅଭିଧାନ‌ରୁ

ମୁଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ)[ସମ୍ପାଦନା]

୧. ବଦନ; ମୁହିଁ; ଆନନ —୧. Face.
୨. ପାଟି; ତୁଣ୍ଡ; ବକ୍ର; ବାକ୍ୟ ନିଃସରଣର ଓ ଭୋଜ୍ୟ ଗ୍ରହଣର ଦ୍ୱାର — ୨. Mouth.
୩. ପ୍ରବେଶ ମାର୍ଗ; ଗୃହାଦିର ଦ୍ୱାର — ୩. The door or entrance of a house.
୪. ନିଃସକଣ ପଥ —୪. Exit; the way out.
୫. ଛିଦ୍ର —୫. Aperture; hole.
୬. ସୁତ୍ରପାତ; ଆରମ୍ଭ —୬. Beginning; commencement;
୭. ନଳର ମୁହଁ ବା ପ୍ରବେଶ ପଥ —୭. The mouth of a tube.
୮. ଅଗ୍ରଭାଗ —୮. Top.
୯. ସୌନ୍ୟାଦିର ସମ୍ମୁଖ ଭାଗ —୯. The van or advance guard of an army.
୧. ଉପାୟ ୧୦. Means.
୧୧. ପାତ୍ରାଦିର ଧାର —୧୧. The brim of a pot.
୧୨. ବାକ୍ୟ; ବାକ୍; ଶବ୍ଦ — ୧୨. Word; sound; speech.
୧୩. ନାଟକର ପୁର୍ବଭାଗ; ନାଟକାଦିର ସନ୍ଧି ବିଶେଷ —୧୩. Prologue; name of a preparatoty or turning incident in a dramatic composition.
୧୪. ସମ୍ମୁଖସ୍ଥ ବା ଆରପାଖ —୧୪. Front part; fore- part of a thing.

[ଉ—ବହ୍ନି ଜଳିଲା ପରିଜେ, ବୋଲେ ବିଭୀଷଣେ ମାରେ, ଶୁଣି ଲକ୍ଷ୍ମଣ ନ ରହ ମୁଖେରେ—ଭଞ୍ଜ. ବୈଦେହୀଶବିଲାସ]

୧୫. ପକ୍ଷୀର ଚଞ୍ଚୁପ; ଥଣ୍ଟ —୧୫. The beak of a bird.
୧୬. ମୁଖ୍ୟ ବା ପ୍ରଧାନ ବ୍ୟକ୍ତି ବା ପଦାର୍ଥ —୧୬. The chief (man or thing).

[ଉ—ବେଦମାନଙ୍କରଟି ଅଗ୍ନି ହୋତ୍ର ମୁଖ, ସେ ରୂପରେ ଗାୟତ୍ରୀ ଛନ୍ଦଙ୍କସର ମୁଖ କୃଷ୍ଠିସିଂହ. ମହାଭାରତ ସଭା]

୧୭. ବୃକ୍ଷବିଶେଷ; ଲକୁଚ ବୃକ୍ଷ; ଜେଉଟ ଗଛ —୧୭. The monkey jack tree.
୧୮. ନଈର ମୁହାଣ —୧୮. The mouth of a river.
୧୯. (ଗଣିତ) କୌଣସି ଶ୍ରୋଣୀର ପ୍ରଥମ ବା ଆଦ୍ୟସଂଖ୍ୟା —୧୯. (Arithmetic) The first term in a progression.
୨. (ଜ୍ୟାମିତି) ଚତୁର୍ବାହୁବିଶିଷ୍ଟ କ୍ଷେତ୍ରର ଭୂମିର ବିପରୀତ ବାହୁ —୨୦. (Geometry) The side opposite to the base of a quadrilateral figure.
୨୧. ବେଦ (ହିନ୍ଦୀ - ଶ) —୨୧. The Bedas.
୨୨. ଜୀରା (ହିନ୍ଦୀ - ଶ) —୨୨. Cumin seed.
୨୩. ପାଣିକୁଆ (ହିନ୍ଦୀ - ଶ) —୨୩. The small cormorant.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଥର ବା ଘାଆ ଆଦିର ଅଗ୍ରଭାଗ —୧. The foreopart or head of a boil or sore.
୨. କ୍ଷେତ୍ରକୁ ଯେଉଁ ବାଟେ ପାଣି ପଶେ ବା କ୍ଷେତ୍ରରୁ ଯେଉଁ ବାଟେ ପାଣି ବାହାରି ଯାଏ —୨. The mouth of a field; the part by which water enters into and comes out of a field.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ପ୍ରଧାନ —୧. Chief.
୨. ଆଦ୍ୟ — ୨. First.