ମୁଗ

ଉଇକିଅଭିଧାନ‌ରୁ

ମୁଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ଗ)[ସମ୍ପାଦନା]

ବ୍ରୀହି ପରି ଶିମ୍ୱାଦି ବର୍ଗର କୃଷିଜାତ କ୍ଷୁଦ୍ର ଲତା ଓ ତହିଁର ଛୁଇଁରେ ଥିବା ବୀଜ —A leguminuous plant; Phaselous Mungo; Phaseolus Radiatus; green grain.

[ଦ୍ରଷ୍ଟବ୍ୟ —ଏହା ଶିମ୍ୱାଦି ବର୍ଗର କୃଷିଜାତ ଲତାଫଳ; ମୁଗ ଓ ବିରି ଏକଜାତୀୟ ବୈଦଶାସ୍ତ୍ରରେ ନାନାପ୍ରକାର ମୁଗର ଉଲ୍ଲେଖ ଅଛି ଯଥା—କୃଷ୍ଣ, ଶ୍ୱେତ, ରକ୍ତ, ପୀତ, ହରିତ ଓ ବନ୍ୟ ମୁଦ୍ଗ ଆମ ଦେଶରେ ମଧ୍ୟ ନାନାପ୍ରକାରର ମୁଗ ଦେଖାଯାଏ ଯଥା—କଳା ମୁଗ, ଝାଇଁ(ଞ୍ଜ) ମୁଗ, ମେଥି ମୁଗ ବା ସୁନା ମୁଗ, କାଚରା ମୁଗ, ବଣ ମୁଗ, ଘୋଡ଼ା ମୁଗ ଇତ୍ୟାଦି ବୈଦ୍ୟଶାସ୍ତ୍ର ମତରେ ମହା ରୁକ୍ଷ, ଲଘୁ, ମଳ— ସଂଗ୍ରାହକ, କଫ ପିତ୍ତହର, ଶୀତବୀର୍ଯ୍ୟ, ମଧୁରରସ. ଅଳ୍ପ ବାୟୁବର୍ଦ୍ଦକ, ଚକ୍ଷୁର ହିତକର ଓ ଜ୍ୱର ନିବାରକ ବୈଦ୍ୟ ଶାସ୍ତ୍ରମତରେ ହରିବର୍ଣ୍ଣ (ଶାଗୁଆ) ମୁଦ୍ଗ ଶ୍ରେଷ୍ଠ ମୁଗକୁ କଞ୍ଚା ଓ ଭାଜି କରି ରଗଡ଼ି ଡ଼ାଲି କରାଯାଏ; ମୁଗ— ବଟାରେ ବଡ଼ି ଓ ପିଠା ହୁଏ ମୁଗ ବେଶନରେ ମୁଗ ଲଡ଼ୁ ତିଆରି ହୁଏ ଡ଼ାଲି ମଧ୍ୟରେ ମୁଗ ଡ଼ାଲି ସାଧାରଣତଃ ପ୍ରଧାନ ଅଟେ]