ମୁଣ୍ଡ

ଉଇକିଅଭିଧାନ‌ରୁ

ମୁଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଣ୍ଡ୍ ଧାତୁ=ଛେଦନ କରିବା+କର୍ମ. ଅ)[ସମ୍ପାଦନା]

୧. ମସ୍ତକ; ମଥା —୧. Head.
୨. ସ୍ଥାଣୁବୃକ୍ଷ — ୨. A pollard; the trunk of a lopped off tree.
୩. (+କର୍ତ୍ତୃ. ଅ) ନାପିତ; ଭଣ୍ଡାରୀ — ୩. A barber.
୪. ଦୈତ୍ୟ ବିଶେଷ —୪. Name of a demon.
୫. ରାହୁ —୫. The Dragon's head; the ascending node.
୬. ମୁଣ୍ଡାୟସ; ଲୌହ; ଲୁହା —୬. Iron.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୋଟିଏ ଜୀବ —୧. One head of catle or animal.
୨. ବ୍ୟକ୍ତି —୨. An individual; a person.

[ ଯଥା—'ସେ ଗ୍ରାମରୁ ବସନ୍ତ ଠାକୁରାଣୀ ୧ ମୁଣ୍ଡ ନେଲେଣି ' କୌଣସି ମନୁଷ୍ୟ ମାରାତ୍ମକ ରୋଗଗ୍ରସ୍ତ ହେଲେ ଠାକୁରାଣୀଙ୍କୁ ବୋଦା ମାନସିକ କରି ବୋଲାଯାଇ ଥାଏ—ମା ! ଏ ମୁଣ୍ଡ (ଅର୍ଥାତ୍ ଏ ବ୍ୟକ୍ତିକୁ) ରଖିଲ ମୁଁ ତତେ ତିନିମୁଣ୍ଡ (ଅର୍ଥାତ୍ ୩ ଗୋଟି ଜୀବ) ବଳି ଦେବି

୩. ପଦାର୍ଥର ଅଗ୍ରଭାଗ —୩. The top of a thing.
୪. ଲମ୍ୱ ବସ୍ତୁର ଶେଷ ଭାଗ; ଶେଷ ସୀମା; ପ୍ରାନ୍ତ — ୪. Extremity or end of a long thing.

(ଯଥା—ଗାଆଁମୁଣ୍ଡ, ଡଙ୍ଗାମୁଣ୍ଡ, ସାଇମୁଣ୍ଡ, ଗଳିମୁଣ୍ଡ)

୫. ସୟରେ ସୀମା —୫. Limit of time.

(ଯଥା—ବରଷ ମୁଣ୍ଡ)

୬. ବହୁ ବ୍ୟକ୍ତିଙ୍କ ମଧ୍ୟରେ କର୍ତ୍ତା; ମୁରବ୍ୱୀ; ଅବିଭାବକ —୬. The head or master of a grup of men; protector; patro; headman.

(ଯଥା—ସେମାନଙ୍କର କେହି ମୁଣ୍ଡନ ଥିବାରୁ ସେମାନେ ଉଚ୍ଛନ୍ନ ହୋଇଗଲେ)

୭. ମସ୍ତିଷ୍କ; ମଗଜ; ବୁଦ୍ଧି —୭. Brain; intelligence.

(ଯଥା—ଏ କଥା ମୋ ମୁଣ୍ଡରେ ପଶୁ ନାହିଁ)

୮. କଳ୍ପନା ଶକ୍ତି —୮. Imagination.
୯. ମୁଣ୍ଡର ବାଳ —୯. The hair of the head.

(ଯଥା—ମୁଣ୍ଡ ବାନ୍ଧିବା)

ପ୍ରାଦେଶିକ - (ଯାଜପୁର)[ସମ୍ପାଦନା]

(ଏଥିରେ ସମ୍ରାଟଙ୍କ ମୁଣ୍ଡର ଚିତ୍ର ଥବାରୁ)—ଡାକ ଟିକଟ —Postage stamp.