ମୁଥା

ଉଇକିଅଭିଧାନ‌ରୁ

ମୁଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ମୁସ୍ତା, ପ୍ରା ମୁଥା)[ସମ୍ପାଦନା]

୧. ଏକପ୍ରକାର ଘାସ — ୧. A kind of grass; Cyperus Rotundus.
୨. ଉକ୍ତ ଘାସର ଗୋଲକ କନ୍ଦ — ୨. The bulbous root of Cyperus Rotundus.

[ଦ୍ରଷ୍ଟବ୍ୟ — ଏହା ଔଷଧରେ ଲାଗେ ଏହି ଘାସର ଡ଼େମ୍ଫ ତ୍ରିକୋଣ; ପତ୍ର ତ୍ରିଧାର; ବର୍ଷାକାଳରେ ଏ ଘାସ ସାଧାରଣତଃ ପଡ଼ିଆରେ ଜାତ ହୋଇ ଥାଏ ଏବଂ ସହଜରେ ନିର୍ମୁଳ ହୁଏ ନାହିଁ

ଏହା ପ୍ରକାର ଭେଦରେ ୪ ବିଭିନ୍ନ ଶ୍ରେଣୀର ଦେଖାଯାଏ ଯଥା—୧ ଭଦ୍ରମୁସ୍ତକ ବା ନାଗର ମୁସ୍ତକ ଆମ ଦେଶର ଲୋକେ ଏହାକୁ ଅଞ୍ଚଳଭେଦରେ ରାଜ ମୁଥା, ନାଗର ମୁଥା ବହା ଘୋଡ଼ା ମୁଥା ବୋଲି କହନ୍ତି ନାଗରମୁଥାର ଅନ୍ୟ ସଂସ୍କୃତ ନାମ ନାଗରୋତ୍ଥ, ଚକ୍ରାଙ୍କା, ଓ ଚୁଡ଼ାଳା

୨. କୈବର୍ତ୍ତୈକ (କେଉଟିଆ ମୁଥା) ଏହାର ଅନ୍ୟ ସଂସ୍କୃତ ନାମ ଜଳ ମୁସ୍ତକ ଓ ଜଳକ
୩. ମୁସ୍ତକ ବା କ୍ଷୁଦ୍ର ମୁସ୍ତକ ଲୋକେ ଏ ଶ୍ରେଣୀର ମୁଥାକୁ ବାଣୀ ମୁଥା ବା କୁଜି ମୁଥା ବୋଲି କହନ୍ତି
୪. କ୍ଷେତ୍ର ମୁସ୍ତକ ଏହାକୁ ଲୋକେ ଆଡ଼ୀ ମୁଥା ନାମରେ ଅଭିହିତ କରନ୍ତି ଏହା ସାଧାରଣତଃ ବିଲରେ ଜନ୍ମେ

କାଣୀ ମୁଥା ସବୁଠାରୁ ଛୋଟ ଏବଂ ରାଜମୁଥା ସବୁଠାରୁ ବଡ଼ ବୈଦ୍ୟକ ମତରେ ମୁଥା କଟୁ ତିକ୍ତ କଷାୟ, ଶୀତ ବୀର୍ଯ୍ୟ, ଧାରକ, ଅଗ୍ନିଦୀପକ ଓ ପାଚକ; ଏହା କଫ, ପିତ୍ତ ଭକ୍ତ ଦୋଷ, ତୁଷା, ଅରୁଚି, ଜ୍ୱର ଓ କକ୍ରିମିନାଶକ ଯେଉଁ ମୁଥା ଅନୁପଦେଶରେ ଜନ୍ମେ ତାହା ପ୍ରଶସ୍ତ