ମୁଦ୍ରା

ଉଇକିଅଭିଧାନ‌ରୁ

ମୁଦ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - (ମୁଦ୍ ଧାତୁ=ହୃଷ୍ଟ ହେବା+କରଣ. ଅ+ଆ; ଯାହାଦ୍ୱାରା ମନୁଷ୍ୟ ହୃଷ୍ଟ ହୁଏ)[ସମ୍ପାଦନା]

୧. ରାଜକୀୟ ଚିହ୍ନାଙ୍କିତ ବା ରାଜାଙ୍କ ନାମାଙ୍କିତ ନିର୍ଦ୍ଦିଷ୍ଟ ଭାର ଓ ମୂଲ୍ୟବିଶିଷ୍ଟ ସ୍ୱର୍ଣ୍ଣ ରୌପ୍ୟାଦି ନିର୍ମିତ ଧାତୁଖଖଣ୍ଡ ବା ଚକିତ —୧. Coin; circular bits of metal etc of specific weight and value containing the king's stamp and used as currency.

[ଦ୍ରଷ୍ଟବ୍ୟ — ପୂର୍ବେ ତତ୍ତତ୍ ରାଜାଙ୍କ ନାମ, ମୂର୍ତ୍ତି ଓ ଅନ୍ୟସଙ୍କେତବିଶିଷ୍ଟ ଧାତୁଖଣ୍ଡମାନ ମୁଦ୍ରା ରୂପରେ ଭିନ୍ନ ଭିନ୍ନ ଦେଶରେ ଚଳୁଥିଲା; ବର୍ତ୍ତମାନ ମଧ୍ୟ ରାଜାଙ୍କ ଚିହ୍ନ ଓ ମୃର୍ତ୍ତି ଅଙ୍କିତ ହୋଇଥିବା ଧାତୁଖଣ୍ଡମାନ ମୁଦ୍ରାରୂପେ ଚଳୁଛି ବର୍ତ୍ତମାନ ମଧ୍ୟ କାଗଜଖଣ୍ଡମାନଙ୍କରେ ରାଜାଙ୍କର ନାମ ଓ ମୃର୍ତ୍ତି ଅଙ୍କିତ

ହୋଇ ତାହା ନୋଟ୍ ବା କାଗଜମୁଦ୍ରାରୂପରେ ଚଳୁଅଛି ପୃଥିବୀର ସବୁ ଦେଶରେ ଏକପ୍ରକାର ମୁଦ୍ରା ଚଳେ ନାହିଁ ଭିନ୍ନ ଭିନ୍ନ ଦେଶରେ ମୁଦ୍ରାର ଆକାର, ପ୍ରକାର, ଓ ଉପାଦାନରେ ଏବଂ ମୂଲ୍ୟରେ ବହୁ ପାର୍ଥକ୍ୟ ପରିଦୃଷ୍ଟ ହୁଏ 

ବର୍ତ୍ତମାନ ଇଂରାଜିଅମଳରେ ଭାରତରେ ସୁନାର, ରୁପାର, ବ୍ରୋଞ୍ଜର ଓ ତମ୍ୱାର ମୁଦ୍ରାମାନ ଚଳୁଅଛି— ସୁନାର ମୁଦ୍ରା—ମୋହର, ଗିନି ବା ସଭରିନ୍; ଅଧଚିନି ରୁପାର—ଟଙ୍କା. ଅଧୁଲି. ସଉକୀ. ଦୋଅଣୀ ବ୍ରୋଞ୍ଜର—ଅଧୁଲି ସଉକୀ, ଦୋଅଣୀ, ଅଣୀ ତମ୍ୱାର—ଦୋପଇସା(ସି), ପଇସା, ଅଧଲା, ପାହୁଲା]

୨. ସିଲ୍ ମୋହର; କୌଣସି ବ୍ୟକ୍ତିଙ୍କ ନାମାଙ୍କିତ ଛାପ — ୨. A seal; signet.
୩. ପ୍ରତ୍ୟୟ କରଣ ଚିହ୍ନ; ଖୋଦିତ ଲିପି ଯୁକ୍ତ ଚିହ୍ନ; ଚକମା —୩. Identifying token; stamp; medal.
୪. ନାମାଙ୍କିତ ମୁଦି — ୪. signet ring.
୫. ନଗଦ ଧନ —୫. Cash; money.
୬. ଖୋଦିତ ଲିପି —୬. Engraved writing or letter.

[ଦ୍ରଷ୍ଟବ୍ୟ —ହିନ୍ଦୁ ଗ୍ରନ୍ଥମାନଙ୍କରେ ୫ ପ୍ରକାର ଲିପିର ବର୍ଣ୍ଣନା ଅଛି ଯଥା—୧ ମୁଦ୍ରାଲିପି— ମୋହର ଛାପାଦ୍ୱାରା କରାଯିବା ଅକ୍ଷର ୨ ଶିଳ୍ପଲିପି— ଖୋଳି କରି ବା କାରୁକାର୍ଯ୍ୟଦ୍ୱାରା କାରିଗର କରିବା ଲିପି ୩ ଲେଖନୀସମ୍ଭ ବା ଲିପି—କଲମ ଆଦିରେ ଲେଖା ଅକ୍ଷର ୪ ଗୁଣ୍ଡକା ଲିପି—ମୁରୁଚ ଓ ଚିତା ଆଦିରେ ଚିତ୍ରତ ଲେଖା ୫ ଘୂଣ ସଂଭୂତା ଲିପି— ପୋକମାନେ କଣା କରିବାଦ୍ୱାରା ଅକ୍ଷରାକୃତ ବିଶିଷ୍ଟ ଯେଉଁ ଚିତ୍ର ବାହାରି ପଡ଼େ]

୭. ମୁଦ୍ରିତ ଅକ୍ଷର — ୭. Printed letters.
୮. ବୈଷ୍ଣବାଦିଙ୍କର ଶରୀରରେ ଧାରଣ କରିବା ଚିହ୍ନ (ଯଥା—ବିଷ୍ଣୂପାଦ, ପଦ୍ମ, ଶଙ୍ଖ, ଦେବନାମାଦି) ୮. Holy sectarian marks stamped on the body by devotees.
୯. (ତନ୍ତ୍ର) ଦେବାରାଧନା ସମୟରେ କରାଚ୍ଚୂଳିଦ୍ୱାରା ରଚିତ ଭଙ୍ଗୀ ବିଶେଷ ୯. Modes of inter- twining and showing the fingers to Deities during religious rituals

(ଦ୍ର— ଦେବତାମାନେ ଏହି ମୁଦ୍ରାମାନଙ୍କଦ୍ୱାରା ମୁଦିତ ହେବା ଯୋଗୁଁ ଏହା ମୁଦ୍ରା ନାମରେ ଖ୍ୟାତ ହାତର ଆଙ୍ଗୁଠି— ମାନଙ୍କୁଦ୍ୱାରା ଭିନ୍ନ ଭିନ୍ନ ରୂପ ଓ ଆକୃତି ରଚନା କରି 'ମୁଦ୍ରା' କରାଯାଏ ଓ ପୂଜା ସମରେ ଉକ୍ତରୂପ ମୁଦ୍ରାକୁ ଦେବତାଙ୍କୁ ଦେଖାଇବାକୁ ହୁଏଯ ଭିନ୍ନ ଭିନ୍ନ ଦେବତାଙ୍କର ପୂଜା ପାଇଁ ଭିନ୍ନ ଭିନ୍ନ ମୁଦ୍ରାର ବ୍ୟବସ୍ଥା ଅଛି ତନ୍ତ୍ର ଓ ପୁରାଣମାନଙ୍କରେ ନାନା ପ୍ରକାର ମୁଦ୍ରାର ବର୍ଣ୍ଣନା ଅଛି ଏବଂ ମୁଦ୍ରାର ରଚନା ସମ୍ୱନ୍ଧରେ ଉପଦେଶ ଓ ମୁଦ୍ରାମାନଙ୍କର ବୁଶିଷ୍ଟ ପ୍ରୟୋଗମାନ ଲିପିବଦ୍ଧ ହୋଇଅଛି ପ୍ରତ୍ୟେକ ପ୍ରକାର ସାଧାରଣ ପୂଜାରେ ନଅ ଗୋଟି ମୁଦ୍ରା କିମ୍ୱା ଷଡ଼ଙ୍ଗ ମୁଦ୍ରା ଦେଖାଇବାକୁ ହୁଏ ବିଷ୍ଣୁ ପୂଜାରେ ୨୯: ଗୋଟି ଶିବ ପୂଜାରେ ୧ ଗୋଟି, ସୂର୍ଯ୍ୟପୂଜାରେ ଗୋଟିଏ; ଗଣେଷ ଙ୍କର ୭ ଗୋଟି; ଶକ୍ତି ବା ଦୁର୍ଗାଙ୍କର ୯ ଗୋଟି—ଏହିପରି ଭିନ୍ନ ଭିନ୍ନ ଦେବତାଙ୍କ ପୂଜାରେ ଓ ଜପରେ ଭିନ୍ନ ଭିନ୍ନ ମୁଦ୍ରାମାନ ପ୍ରୟୋଗ କରାଯାଏ କାଳିକା ପୁରାଣରେ ୬୫: ଅଧ୍ୟାୟରେ ବହୁଶତ ମୁଦ୍ରାର ବର୍ଣ୍ଣନା ଅଛି ପାଠକ— ମାନଙ୍କର କୌତୁହଳନିବୃତ୍ତି ନିମିତ୍ତ କେତେଗୁଡ଼ିଏ ମୁଦ୍ରାର ନାମ ମାତ୍ର ଏଠାରେ ପ୍ରଦତ୍ତ ହେଉଅଛି ଯଥା—ଆବାହନ, ସଂସ୍ଥାପନ; ସନ୍ନିରୋଧନ; ଧେନୁ ମହା ମୁଦ୍ରା; ଅବଗୁଣ୍ଠନ; ଶଙ୍ଖ; ଚକ୍ର; ପଦ୍ନ; ଗଦା; ନାରାଗ; ଅଙ୍କୁଶ; ତ୍ରିଶୂଳ, ଲିଙ୍ଗ; ଯୋନି; ମତ୍ସ୍ୟ; କର୍ମ; ବରାହ; ନରସିଂହ; ମୃଗ; ଶାଳିନୀ; ଲେଲିହା; ସନ୍ନିଧାପନ, ସଂବୋଧନ, ବର ଅଭୟ; ସ୍ଥାପନୀ 'ପରଚେ ଗୀତା'ର ଦ୍ୱାଦଂଶ ଅଧ୍ୟାୟରେ ଚଚେରି, ଭୂଚରୀ, ତନୁମୁନା, ଖେଚରୀ ଓ ଗୋଚରୀ ନାମରେ ପାଞ୍ଚ ପ୍ରକାର ମୁଦ୍ରାର ଉଲ୍ଲେଖ ଦେଖାଯାଏ]

୧. ଗାନ ବା ନୃତ୍ୟ କାଳରେ ଗାୟକର ବା ନର୍ତ୍ତକର ହସ୍ତର ଓ ମୁଖର ଭଙ୍ଗୀ; ପାରିଜା —୧୦. Gesture or pose of the face and hands made by a singer or dancer.
୧୧. ମଦ୍ୟପାନ କାଳରେ ବ୍ୟବହୃତ ଚାଟ ବା ଚାଖଣା —୧୧. Sauce used at the time of drinking wine.
୧୨. ତୃଷ୍ଣ— ଭାବ; ମୌନାବସ୍ଥା —୧୨. Silence.
୧୩. ବିନ୍ୟାସ; ନିୟମନ —୧୩. Act of arranging or setting in order.
୧୪. ହାତ, ଗୋଡ଼, ନେତ୍ର, ମୁଖ ଆଦିର କୌଣସି ସ୍ଥିତି ବା ଭଙ୍ଗୀ (ହିନ୍ଦୀ - ଶ) —୧୪. Postures of the different limbs and face.
୧୫. ଚେହେରାର ଢଙ୍ଗ; ମୁଖର ଭଙ୍ଗୀ (ହିନ୍ଦୀ - ଶ) —୧୫. Mein.
୧୬. (ତନ୍ତ୍ର)—ଭିଜା ଶସ୍ୟ—(ହିନ୍ଦୀ - ଶ) —୧୬. Fried corn.
୧୭. (ହଠ ଯୋଗ) ପାଞ୍ଚ ପ୍ରକାରର ବିଶିଷ୍ଟ ଅଙ୍ଗ— ବିନ୍ୟାସ (ଯଥା—ଖେଚରୀ, ଭୂତରୀ, ଚାରରୀ, ଗୋଚରୀ, ଉନମୁନୀ) (ହିନ୍ଦୀ - ଶ) —୧୭. Five particular poses of the body according to tantric rites.
୧୮. ଲୋପାମୁଦା; ଅଗସ୍ତ୍ୟ ପତ୍ନୀ (ହିନ୍ଦୀ - ଶ) — ୧୮. Name of the wife of sage Agastya.
୧୯. କଥା କହିବା ସମୟରେ ବିଶିଷ୍ଟ ବ୍ୟକ୍ତିଙ୍କର ଅଭ୍ୟସ୍ତ ବିଶିଷ୍ଟ ବାଗ୍ଭଙ୍ଗୀ ବା ବିଶିଷ୍ଟ ପଦ —୧୯. Individual peculiarities of certain persons while talking, consisting of a habit of using peculiar and redundant phrases or words in the course of talk; mannersims

[ଦ୍ରଷ୍ଟବ୍ୟ —କଥା କହୁ କହୁ ମଝିରେ ମଝିରେ 'ଫେର୍' 'ଫେଣ୍' 'ଜାଣି ପାର ଯେ, ଗଲା ଉତ୍ତାରୁ' 'ଦେଖନି

କି', 'ବସି' 'କରି', 'ମାର୍ତେରେ', 'ଅର୍ଥାତ' 'ଅବଧାନକୁ ଆସୁ', 'ଈଶ୍ୱର' ଭଲ କରନ୍ତୁ', 'ବ୍ରତ୍ତମାନ', 'ଯାଇ କରି କରି' 'କିରି କିରିକିରି' 'ଫୁଲାତ'—ଏହିପରି ଅନର୍ଥକ ଓ ଅନାବଶ୍ୟକ ଶବ୍ଦ ଲଗାଇବା କେତେ ଲୋକଙ୍କର ଅଭ୍ୟାସ ହୋଇ ପଡ଼ି ଥାଏ ଏହାକୁ ମଧ୍ୟ ମୁଦ୍ରାଦୋଷ ବୋଲାଯାଏ] 

୧୫. ତାନ୍ତ୍ରିକକ ପଞ୍ଚମକାର ଅନ୍ତର୍ଗତ ଭୃଷ୍ଟ ଦ୍ରବ୍ୟ ବିଶେଷ — ୧୫. One of the ingredents of the tantric worship of Pan̄chamakara.
୧୬. ଆଲିଙ୍ଗନ ୧୬. Embracing.

(ଉ—ନରନାଥ ଶ୍ରୀହରି ଚନ୍ଦନ ବନ୍ଦେ ଗୋରୀ ନୀରସ ନୀଳ ବାହା ମୁଦ୍ରାହାରେ କବିସୂର୍ଯ୍ୟ କିଶୋରୀ ଚମ୍ପୂ 'ନ' ଗୀତ)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଡାକ ଟିକଟ —Postage stamp.