Jump to content

ମୂଳ

ଉଇକିଅଭିଧାନ‌ରୁ

ମୂଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି(ମୂଳ ଧାତୁ ଠିଆ ହେବା+କରଣ. ଅ; କିମ୍ୱା ମୂ. ଧାତୁ =ବନ୍ଧନ କରିବା+କର୍ତ୍ତୃ. ଳ)[ସମ୍ପାଦନା]

୧. ଶିଅ; ବୃକ୍ଷାଦିର ଚେର —୧. Root.
୨. ଆଳୁ, ସାରୁ, ଅଦା, ପିଆଜ, ବିଲାତି ଆଳୁ, ମୂଳା, ଓଲୁଅ ଆଦି ଖାଦ୍ୟରୂପେ ବ୍ୟବହୃତ ବନ୍ଦ —୨. Edible bulbous roots; esculent roots (i.e. radish, yam, arum, ginger, onion etc).
୩. ମୂଳା —୩. Radish.
୪. ପ୍ପଳୀ ମୂଳ —୪. The root of long pepper.
୫. ପୁଷ୍କର ମୂଳ —୫. The root bulb; Costus Sprcious.
୬. ପାହାଡ଼ ଓ ବୃକ୍ଷ ଆଦିର ଭୂମି ସଂଲଗ୍ନ ଅଂଶ —୬. The foot of a tree or mountian.
୭. ଆରମ୍ଭ ସ୍ଥାନ; ଉତ୍ପତ୍ତିସ୍ଥାନ — ୭. Place of origin; source.

[ଉ—ଶୋକ କଲା ଲୋକର ଦୁଃଖ ହୁଏ ମୂଳ—କୃଷ୍ଣସିଂହ.ମହାଭାରତ ବନ ]

୮. ଆଦିକରଣ; ହେତୁ; ଆଦିମ ହେତୁ — ୮. Root cause; origin; chief cause.

[ଉ— ତୁମ୍ଭେ ଆସିଟି ଧରୁଅଛ ମୋ ପୟର, ଏଣୁ ମୂଳ ହେଲା ମୋହର ମରିବାର—କୃଷ୍ଣସିଂହ. ମହାଭାରତ. ସଭା ]

୯. ଆଦ୍ୟ; ଆରମ୍ଭ —୯. Beginning; commencement.

[ଉ—କହ ଚାରୁଶାଳା ମୂଳରୁ ଯେତେକ ଯୁଦ୍ଧଭୂମି ସମାଚାର—ରାଧାନାଥ. ପାର୍ବତୀ ]

୧. ଋଣ ବା ବ୍ୟବସାୟ ପୁଞି; ପାଣ୍ଠି; ମୂଳଧନ —୧୦. The capital or principal.

[ଉ—କେ ସହୁ ଏହାର ବିକଳ ଲାଭ ଦେଇ ରଖିବି ମୂଳ—ଜଗନ୍ନାଥ. ଭାଗବତ ]

୧୧. ଆଦିଗ୍ରନ୍ଥ, ଯେଉଁ ଗ୍ରନ୍ଥ ଉପରେ ଟୀକାଦି କରାଯାଏ —୧୧. Original text; the context.
୧୨. ଗୋଡ଼; ଚରଣ; ପାଦ —୧୨. Foot.
୧୩. (ଗଣିତ) ଗୁଣିତ ରାଶିର ପିଣ୍ଡ କରଣୀ; ବର୍ଗମୂଳ; ଘନମୂଳ —୧୩. (Mathematics) The root a number arrived at by self-multiplication (i.e. square root; cube root).

[ଦ୍ରଷ୍ଟବ୍ୟ — (ଗଣିତ) ଯେଉଁ ରାଶିକୁ ସେହି ରାଶି ସଙ୍ଗେ ବାରମ୍ୱାର ଗୁଣିବାଦ୍ୱାରା କୌଣସି ରାଶି ଉତ୍ପନ୍ନ ହୁଏ, ପ୍ରଥମୋକ୍ତ ରାଶିଟି ସେହି ଉତ୍ପାଦିତ ରାଶିର ମୂଳ ଅଟେ ]

୧୪. ସ୍ୱନଗର — ୧୪. One's native town.
୧୫. ନିକଟ; ନୈକଟ୍ୟ —୧୫. Nearness; contigity; proximity-

[ଉ—ବିଶିଷ୍ଠଙ୍କ ମୂଳରେ ଯେତେକ ତପିଚ୍ଛନ,ତାହାଙ୍କୁ ଯେ ନମସ୍କାର କଲେ ରଘୁରାଣ. ବଳରାମ. ରାମାୟଣ ଅଯୋଧ୍ୟା ]

୧୬. ନିକୁଞ୍ଜ —୧୬. Grove;bower
୧୭. ନିବାସ ଗୃହ —୧୭. Residence; habitation.
୧୮. (ଜ୍ୟୋତିଷ) ମୂଳା ନକ୍ଷତ୍ର; ସତାଇଶ ନକ୍ଷତ୍ର ମଧ୍ୟରୁ ଊନବିଂଶ ନକ୍ଷତ୍ର —୧୮. The ୧୯th constellation in Hindu astronomy.
୧୯. ବଂଶପ୍ରବର୍ତ୍ତକ ଆଦି ପୁରୁଷ —୧୯. The original ancestor of a family.
୨. ପ୍ଧାନ ବା ଅସଲ ବ୍ୟକ୍ତି ବା ବସ୍ତୁ —୨୦. The chief or essntial or primary thing or person.

[ଉ—

ବିଦ୍ୟାବୁଦ୍ଧି ପ୍ରଭାବ ହୁଏ ନାହିଁ ଭଲ, ସବୁଠାରୁ ମୂଳ ଏକା ଅଟେ କପାଳ କୃଷ୍ଣସିଂହ. ମହାଭାରତ. ଶାନ୍ତି ] 

୨୧ : ଅସଲ କଥା —୨୧. Essential matter.

୨୨. ନିଶ୍ଚୟତା —୨୨. Certainty.

[ଉ— ବିସୋରିଲେ ଚିତ୍ତୁ ମୂଳଟି ମୋ ମୃତ୍ୟୁ କାହାକୁ ଦୁର୍ଷଣ ଭଞ୍ଜ. ବୈଦେହୀଶବିଳାସ ]

୨୩. ଚରଣ (ବିଶ୍ୱକୋଷ) —୨୩. Leg.
୨୪. ଶୂରଣ; ଓଲୁଅ (ବିଶ୍ୱକୋଷ) —୨୪. Wild arum.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅବଶ୍ୟକରଣୀୟ କାର୍ଯ୍ୟ —୧. An act which must be done without fail.

[ଉ— ରାତି ହଗାଟିକି କରିବ ମୂଳ, ବାଟରୁ ଛାଡିବ ତିନି ଆଙ୍ଗୁଳ ଢଗ ]

୨. ବେଣ୍ଟ ଥିବା ଶସ୍ତ୍ରର ବେଣ୍ଟ ଓ ଫଲାର ମଧ୍ୟସ୍ଥ ଅଂଶ —୨. The part of a weapon between the blade and the handle.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସ୍ୱକୀୟ; ନିଜର —୧. Own.

ଅନୁବାଦ[ସମ୍ପାଦନା]

୨. ବୈଶେଷିକ; ବିଶିଷ୍ଟ —୨. Peculiar.

ଅନୁବାଦ[ସମ୍ପାଦନା]

୩. ନିଶ୍ଚିତ; ସ୍ଥିର —୩. certain; sure.

[ଉ—ମୂଳ ହେଲା ଲଭିବାର, ହୋଇଲା ସ୍ଥାନ ଗୋଚର ଭଞ୍ଜ. କୋଟି— ବ୍ରହ୍ମାଣ୍ଡସୁନ୍ଦରୀ ]

ଅନୁବାଦ[ସମ୍ପାଦନା]

୪. ଆଦିମ; ମୌଳିକ; ଅସଲ — ୪. Original; radical.
୫. ପ୍ରଧାନ —୫. Chief; prominent.

ଅନୁବାଦ[ସମ୍ପାଦନା]

୬. ଠିକ୍; ଯଥାର୍ଥ —୬. proper; real; actual.

[ଉ—ଦୁଃଶାସନ ବୋଇଲେ କହ ଯା ମାତୁଳ, ସବୁମାନଙ୍କେ ଅଟଇ ଏ ମୂଳ କୃଷ୍ଣସିଂହ. ମହାଭାରତ. ବନ ]

ଅନୁବାଦ[ସମ୍ପାଦନା]

୭. ପ୍ରଥମ —୭. First.
୮. ପ୍ରାଥମିକ —୮. Primary.

ଅନୁବାଦ[ସମ୍ପାଦନା]

୯. ଠିକ୍ ସମାନ —୯. Exactly similar.

[ଉ—ହୋଇ ନ ପାରିଲି ମୂଳ ଯେ, ଯେ ପ୍ରତିଦ୍ୱନ୍ଦ୍ୱରେ ଏତେ ପ୍ରଶଂସିତ, ତହିଁ କି ଅଛି ତୁଲ ଯେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ନିଶ୍ଚେ; ମୁକର —Certainlyl with out fail.

(ଯଥା—ମୁଁ ମୂଳ ସେଠାକୁ ଯିବି )]