ମୂଷା

ଉଇକିଅଭିଧାନ‌ରୁ

ମୂଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମୂଷ୍ ଧାତୁ= ଚୋରି କରିବା+କର୍ତ୍ତୃ.ଆ+ସ୍ତ୍ରୀ. ଆ)[ସମ୍ପାଦନା]

୧. ମାଈ ମୂଷା —୧. A female rat.
୨. ଏକପ୍ରକାର ତୃଣ —୨. A sort of grass.


ଅନୁବାଦ[ସମ୍ପାଦନା]

୩. (+କରଣ ଅ+ଆ) ଗବାକ୍ଷ —୩. Window.
୪. କୋଇ —୪. A crueible.
୫. ଦେବତାଡ଼ ଲତା —୫. Andropegen Serratus (creeper).

ଦେଶଜ - ବିଶେଷ୍ୟ - (ପୁଂ ଓସ୍ତ୍ରୀ)(ସଂସ୍କୃତ - ମୂଷିକ)[ସମ୍ପାଦନା]

ମୂଷିକ; ପୁଚ୍ଛ ଓ ତୀକ୍ଷ୍ଣ ଦନ୍ତବିଶିଷ୍ଟ କ୍ଷୁଦ୍ର ଚତୁଷ୍ପଦ ବିଳେଶପ୍ତ ଜୀବ —Miouse; rat.

(ତୁଳ ଇଂରାଜୀ - ମାଉଷ୍, ପ୍ରାଚୀନ ଇଂରାଜୀ - ମୂଷା ଲାଟିନ୍. ମୁଷା, ଗ୍ରୀକ୍ ମୁଷ୍ )

[ଉ—କ୍ଷୁଧା ଅନେକ ଓଷ୍ଠ ଅହି ଚାଟଣି ମୂଷା ଯେହ୍ନେ ଖାଇ— ଜଗନ୍ନାଥ. ଭାଗବତ ]

[]ଦ୍ର—ଏ ଦେଶରେ ମୂଷା ଅନେକ ପ୍ରକାରରେ ଦେଖାଯାଆନ୍ତି ଯଥା—୧ ଗଛୁଆ ମୂଷା (ବଙ୍ଗାଳୀ - ଗାଛୁୟା ଇନ୍ଦ୍ରର)—ଏମାନେ ତାଳ, ନଡ଼ିଆ ପ୍ରଭୃତି ଗଛରେ ବସା କରନ୍ତି

୨. ଚାଳୁଆ ମୂଷା—ଏମାନେ ଘରର ଚାଳ ମଧ୍ୟରେ ବାସ କରନ୍ତି ଏମାନଙ୍କ ଲାଞ୍ଜ ଦେହଠାରୁ ଲମ୍ୱ
୩. ଗାତୁ(ଡ଼ୁ)ଆ ମୂଷା (ବଙ୍ଗାଳୀ - ଧମ୍ସା ଇନ୍ଦୁର)— ଏମାନେ ଭୁଇଁ ଓ ଘରର କାନ୍ଥ ମଧ୍ୟରେ ଗାତ କରି ରହନ୍ତି ଏମାନଙ୍କର ଦେହ ଧୂମ, ବର୍ଣ୍ଣ ଓ ଲାଞ୍ଜ ଛୋଟ
୪. ପାହାଡ଼ିଆ ମୂଷା—ଏମାନେ ଗୁଣ୍ଡୁଚି ମୂଷା ଜାତୀୟ; ଓଡ଼ିଶାର ଜଙ୍ଗଲ ଓ ପାହାଡ଼ିଆ ଦେଖାଯାଆନ୍ତି ଏମାନେ ଲମ୍ୱରେ ପ୍ରାୟ ଏକ ହାତ ହୁଅନ୍ତି ଏମାନଙ୍କର ପୁଚ୍ଛ ପ୍ରାନ୍ତ ହଳଦିଆ ଏବଂ ଲାଞ ଦୀର୍ଘ ଓ ଲୋମଶ
୫. ଚୁଟିଆ ମୂଷା ବା ଟୁ(ଡ଼ୁ)ଙ୍ଗେର ମୂଷା (ବଙ୍ଗାଳୀ - ନେଂଟି ଇନ୍ଦୁର)—ଏହି ଜାତିର ମୂଷାଙ୍କର ଦେହ ଛୋଟ ପ୍ରାୟ ୩/୪: ଆଙ୍ଗୁଳ ଲାଞ୍ଜ ଦେହ ଅପେକ୍ଷା ବଡ଼ ଓ ଲୋମ— ଶୂନ୍ୟ ଏମାନେ ଘରେ ଥିବା କାଗଜପତ୍ର, ଝୋଟ, ଦଉଡ଼ା ଆଦି ମଧ୍ୟରେ ବସା କରି ରହନ୍ତି
୬. ନେପାଳୀ ମୂଷା—ଏମାନେ ମୂଷାଜାତୀୟ; କିନ୍ତୁ ଏମାନେଙ୍କର ରଙ୍ଗ ସଫା ଧଳା ଓ ଲାଙ୍ଗୁଡ଼ ନୀହିଁ
୭. ବିଲମୂଷା ବା ବିଲୁଆ ମୂଷା (ବଙ୍ଗାଳୀ - ମେଠୋ ଇନ୍ଦୁର ବା ମାଠୁଅ ଇନ୍ଦୁର)—ଏମାନେ ପଡ଼ିଆରେ ଗାତ କରି ରହନ୍ତି ଓ ବିଲରୁ ପାଚିଲା ଧାନ ନେଇ ହିଡ଼ମୂଳେ ଗାତ କରି ସଂଚୟ କରନ୍ତି ]