ମେଦା

ଉଇକିଅଭିଧାନ‌ରୁ

ମେଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ମେଦିନୀ, ମେଦୋବତୀ, ମେଦୋଇବାଅନ୍ୟରୂପ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମିଦ୍ ଧାତୁ=ସ୍ନିଗ୍ଧ ହେବା+ଅ+ଆ)[ସମ୍ପାଦନା]

ଅଷ୍ଟବର୍ଗର ପ୍ରସିଦ୍ଧ ଔଷଧବିଶେଷ —Name of a juicy root used in medicine.

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ଲତାର କନ୍ଦ ଓ ଦେଖିବାକୁ ଅଦା ପରି ଏହାର ବର୍ଣ୍ଣ ଶ୍ୱେତ ଏହା ନଖଦ୍ୱାରା ଛେଦନୋପଯୁକ୍ତ ଓ କୋମଳ ନଖରେ ଛେଦନ କଲେ ଏହା ମଧ୍ୟରୁ ମେଦ ପରି ଏକପ୍ରକାର ଅଠାଳିଆ ଦୁଗ୍ଧମୟ ରସ ବାହାରେ ଏହା ଔଷଧରେ ବ୍ୟବହୃତ ହୁଏ ଏହା ଜ୍ୱର ଏ ରାଜଯକ୍ଷ୍ମାରେ ବିଶେଷ ଉପକାରୀ ଥିବା କଥିତ ଏହା ବର୍ତ୍ତମାନ ଦୁଷ୍ପ୍ରାପ୍ୟ ଏହାର ଅନ୍ୟାନ୍ୟ ସଂସ୍କୃତ ନାମ, ଯଥା—ଜୀବନୀ, ଦ୍ରବ୍ୟା, ଦ୍ରବା, ପୁରୁଷ ଦଣ୍ଡିକା, ମଣିଚ୍ଛିଦ୍ରା, ମଧୁରା, ମେଦଃସାରା, ବସା, ବହୁରନ୍ଧ୍ରିକା, ବିଭାବରୀ, ଶାଲ୍ୟଦା, ଶ୍ରେଷ୍ଠା, ସାଧ୍ୱୀ, ସ୍ନିଗ୍ଧା, ସ୍ନେହବତୀ, ସ୍ୱଳ୍ପପର୍ଣ୍ଣିକା, କଳ୍ପପର୍ଣ୍ଣିକା, ପୁରୁଷଦନ୍ତିକା]

(ମେର୍ଦା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ -[ସମ୍ପାଦନା]

୧. (ବାଲେଶ୍ୱର) ବଡ଼ ସାମୁଦ୍ରିକ କଣ୍ଟିଆ ମତ୍ସ୍ୟବିଶେଷ —୧. A sea-water fish of big size and having pricks.
୨. (ଉତ୍ତର ବାଲେଶ୍ୱର) ଧାନବିଲର ବା ଅନ୍ୟ ସ୍ଥାନର ମଧ୍ୟସ୍ଥ ଉଚ୍ଚ ସ୍ତୂପ —୨. A mound inside a paddy field or other plain place.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମେଞ୍ଚା; ପିଣ୍ଡୁଳା —୧. Lump.

[ଉ—ନୋହିଲେ ମୋତେ କହ କର୍ଣ୍ଣ ମୁଣ୍ଡେ ଗଦା, ପ୍ରହାର କରି ଚାଣ୍ଡେ କରିଦେବି ମେଦା କୃଷ୍ଣସିଂହ. ମହାଭାରତ. କର୍ଣ୍ଣ]

୨. ବିଷ୍ଠାର ମେଦ —୨. A mass of nightsoil.

ଦେଶଜ - ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ମୃଦୁ ବା ମନ୍ଦ)—ମାନ୍ଦା ବୁଦ୍ଧିଆ; ମୋଟାବୁଦ୍ଧିଆ —୧. Stupid; dull; sluggish.