ମେଲିବା

ଉଇକିଅଭିଧାନ‌ରୁ

ମେଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବୁଜିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଉତ+ମିଳ୍ ଧାତୁ)[ସମ୍ପାଦନା]

୧. ମେଲା କରିବା; ମେଲାଇବା; ଖୋଲିବା —୧. To open.

(ଉ—ବାଘ ଆସୁଅଛି ମୋଠାରୁ ମେଲି ପାଟି କୃଷ୍ଣସିଂହ. ମହା— ଭାରତ. ବନ)

୨. ଉନ୍ମୁକ୍ତ କରିବା; ଫିଟାଇବା; ବନ୍ଧନ— ମୁକ୍ତ କରିବା —୨. To untie.

(ଉ—ଜୀବିକା ବୁଡ଼ିଲା ଆମ୍ଭର ବାଛୁରୀ ମେଲେ ତୋ କୁମର ଜଗନ୍ନାଥ. ଭାଗବତ)

୩. ବିସ୍ତାରିତ କରିବା —୩. To spread; to hoist.

(ଯଥା—ବିଛଣା ମେଲିବା)

୪. ମିଶ୍ରିତ କରିବା; ମିଶାଇବା —୪. To mix up.

(ଉ—ସିଂହଡ଼ା କେଶର ସଖି ଗୁଆ ଘୃତେ ପୋଇ କର୍ପୂର ମରିଚ ମେଲି ମିଠା ଦୁଧେ ମୋହି ପ୍ରା;r. ରହସ୍ୟ ମଞ୍ଜରୀ)

୫. ପକାଇ ଦେବା; ଫିଙ୍ଗି ଦେବା —୫. To throw away.

(ଉ—ବନ୍ଧନ କରି ହସ୍ତ ପାଦ ମେଲିଲା ସମୁଦ୍ର ଅଗାଧ ଜଗନ୍ନାଥ. ଭାଗବତ)

୬. ପ୍ରସାରିତ କରିବା —୬. To extend.

(ଯଥା—ଗୋଡ଼ ମେଲିବା)

୭. ସାଧାରଣ ଲୋକଙ୍କ ସାମନାରେ ଉପସ୍ଥାପିତ କରିବା —୭. To exibit for public gaze.

(ଯଥା—ଦୋକାନ, ପସରା ମେଲିବା)

୮. ଜଳରେ ଗତି କରିବା ପାଇଁ ଭସାଇବା ବା ଛାଡ଼ିବା; (ବନ୍ଧା ହୋଇଥିବା ଡ଼ଙ୍ଗାକୁ) ବନ୍ଧନରୁ ଉନ୍ମୁକ୍ତ କରିବା —୮. To float; to drigt; to set afloat; to launch (a boat).

(ଯଥା—ଡଙ୍ଗା ବା ବୋଇତ ମେଲିବା)

୯. ସର୍ବ— ସାଧାରଣରେ ପ୍ରକାଶ କରିବା ବା ବୋଲିବା —୯. To utter publicly.

(ଯଥା—ଢଗ ମେଲିବା, ଡାହିକା ମେଲିବା)

୧. ମୁଦ୍ରିତ ପଦାର୍ଥକୁ ଖୋଲିବା — ୧୦. To open a thing which had been shut up.

(ଯଥା—ଆଖି ମେଲିବା)

୧୧. ମୁକୁଳାଇବା ୧୧. To dishevel.

(ଯଥା—ବାଳ ମେଲାଇବା)

୧୨. ବର୍ଦ୍ଧିତ କରିବା —୧୨. To increase.

(ଉ— ପାଡ଼ିଲେ ଡ଼କା ଉଚ୍ଚ ସ୍ୱରେ ଗଳା ମେଲି କୃଷ୍ଣସିଂହ. ମହାଭାରତ. ବନ)

୧୩. ଗର୍ଭିଣୀ ପ୍ରସବ କରି ପାରୁ ନ ଥିଲେ (ଧାଈ) ହାତ ପୁରାଇ ଗର୍ଭରୁ ଶିଶୁକୁ ବାହାର କରିବା (ଯଥା—ହାତ ମେଲିବା) —୧୩. To cause delivery by thrusting the hand into the organ.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ, ଯଥା—ମେଲି ଦେବା]