ମେଷ

ଉଇକିଅଭିଧାନ‌ରୁ

ମେଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମେଷା, ମେଷୀ, ମେଷିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ମିଷ୍ ଧାତୁ=ସ୍ପର୍ଦ୍ଧା କରିବା+କର୍ତ୍ତ. ଅ)[ସମ୍ପାଦନା]

୧. ମେଣ୍ଢା; ଭେଡ଼ା —୧. Ram; sheep.

[ଦ୍ରଷ୍ଟବ୍ୟ — ଏହାର ଅନ୍ୟ ସଂସ୍କୃତ ନାମମାନ; ଯଥା—ଅରି, ଉରଣ, ଉରଭ୍ର, ଉର୍ଣ୍ଣାୟ, ଏଡ଼କ, ଭେଡ଼, ଭେଡ଼କ, ଭେଡ଼ୁ ମେଣ୍ଢ, ମେଣ୍ଢକ, ରୋ(ଲୋ)ମଶ, ଶୃଙ୍ଗିଣ, ବଳୀ, ବୃଷ୍ଣୀ, ସଂଫଳ, ହୁଡ଼, ହୁଡ଼, ହୁଳୁ, ମେଢ୍ର, ମେଡ୍ରା, ପୃଥୂଦର, ବହୁରୋମା, ଏକକ, ମେହ]

୨. ଜ୍ୟୋତିଷୋକ୍ତ ପ୍ରଥମ ରାଶି —୨. The first of the twelve signs of the zodiac; the Aries.

[ଦ୍ରଷ୍ଟବ୍ୟ —ଏହି ରାଶି ୬୬:ଟି ତାରାଯୁକ୍ତ ମେକ୍ଷାକାର ନକ୍ଷତ୍ର— ପୁଞ୍ଜ ବିଶାଖରେ ସୂର୍ଯ୍ୟ ଏହି ରାଶିରେ ରହନ୍ତି ଅଶ୍ୱିନୀ, ଦ୍ୱିଜା ଓ କୃତ୍ତିକାର ଏକ ପାଦ ନେଇ ଏ ରାଶି ଗଣାଯାଏ ଏହି ରାଶିଜାତ ବ୍ୟକ୍ତି ଶେଷ ଦଶାରେ ନେତ୍ରରୋଗୀ, ଦୟାଳୁ, ଧନୀ, ଗାନସୁଖୀ, ଧାର୍ମିକ, ଧୀର, ମତ୍ସ୍ୟମାଂସାଶୀ, ଆରକ୍ତ ପୀତବର୍ଣ୍ଣ, କ୍ରୁରପ୍ରକୃତିକ, ଶୀତୋଷ୍ଣସ୍ୱଭାବ, କାନ୍ତିରହିତ, ସମାନାଙ୍ଗ, ପର୍ବତଚାରୀ, ପୂର୍ବଦିଗଧିପତି, ଅଳ୍ପସ୍ତ୍ରୀସଙ୍ଗକାମୀ, ଅଳ୍ପସନ୍ତାନବାନ୍, ସୁଦୃଢ଼, ଅତିରବକାରୀ, ସୁଜନହନ୍ତା, ବିକ୍ରମୀ ଓ ପରବତ୍ସଳ ହୁଏ]

୩. ମେଷଲଗ୍ନ; ଜ୍ୟୋତିଷୋକ୍ତ ଲଗ୍ନ ବିଶେଷ —୩. The moment of the Aries.
୪. ଚକ୍ରମର୍ଦ୍ଦ ବା ଯାଦୁଖାଇ ଗଛ —୪. A plant; Cassia Tora.
୫. ସୌର ବୈଶାଖ ମାସ —୫. The solar month of B&aline;i̱ṡākha.