Jump to content

ମୋତି

ଉଇକିଅଭିଧାନ‌ରୁ

ମୋତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୌକ୍ତିକ; ପ୍ରା. ମୋତ୍ତିଅ)

[ସମ୍ପାଦନା]
୧. ମୁକ୍ତା — ୧. Pearl.
୨. ସ୍ତ୍ରୀଙ୍କୁ ଦିଆଯିବା ନାମ — ୨. Name given to females.
୩. କଂସାରିମାନଙ୍କର ମୋତି ଆକାରର ଚିତ୍ର ଖୋଳିବାର ଯନ୍ତ୍ର— —୩. Brazier's instrument for working figures like pearls.

[ଦ୍ରଷ୍ଟବ୍ୟ — ସମୁଦ୍ରରେ ଏକପ୍ରକାର ଜୀବ ଆପଣା ଉପରେ ଗୋଟିଏ ଦିଫାଳିଆ ଖୋଳ ତିଆର କରି ତହିଁ ମଧ୍ୟରେ ରହନ୍ତି ଓ ତାଙ୍କ ଇଚ୍ଛା ଅନୁସାରେ ସେ ଆବରଣକୁ ମେଲା କରନ୍ତି ଓ ବୁଜନ୍ତି ସେହି ଆବରଣକୁ ସିପ ବା ସାମୁକା ବୋଲାଯାଏ ବେଳେ ବେଳେ ଏହି ସାମୁକାମାନେ ଦୁଇ ଫାଳକୁ ମେଲା କରିଥିବା ବେଳେ ତହିଁମଧ୍ୟରେ ବାଲିର କଣା ବା ଅତି କ୍ଷୁଦ୍ର ଜୀବ ଫଶିଯାଆନ୍ତି ଓ ସେମାନେ ସାମୁକାର ପେଟ ପାଖରେ ଲାଗିବାରୁ ସାମୁକାର ପ୍ରଦାହ ଜାତ ହୁଏ ସେହି ପ୍ରଦାହକୁ ଶାନ୍ତ କରିବା ପାଇଁ ଉକ୍ତ ଜୀବ ନିଜ ଦେହରୁ ଗୋଟିଏ ଚିକ୍କିଣା ପଦାର୍ଥ କାଢ଼ି ସେହି ବାଲିକଣା ବା କ୍ଷୁଦ୍ର ଜୀବକୁ ଚାରି ପାଖରେ ଗୋଟିଏ ଆବରଣଦ୍ୱାରା ଘୋଡ଼ାଇ ପକାଏ ସେହି ଚିକଣା ପଦାର୍ଥ ଦୃଢ଼ ହୋଇ ସାମୁକାରେ ପେଟରେ ଲାଗି ରହିଥାଏ ଲୋକେ ପାଣିରେ ବୁଡ଼ି ସାମୁକାମା଼ନ ସଂଗ୍ରହ କରି ତାକୁ ଦୁଇ ଫାଳ କରନ୍ତି ଓ କେତେକ ସାମୁକାରେ ପେଟ ପାଖରେ ମୋତି ଲାଗିଥାଏ, ଉକ୍ତ ମୋତିକୁ ସଂଗ୍ରହ କରନ୍ତି ସବୁ ସାମୁକାରେ ମୋତି ନ ଥାଏ ପ୍ରାଚୀନ ହିନ୍ଦୁ ଗ୍ରନ୍ଥମାନଙ୍କରେ ଲେଖା— ଅଛି ଯେ ସ୍ୱାତୀ ନକ୍ଷତ୍ର ଦିନ ବର୍ଷା ହେବା ସମୟରେ ସାମୁକା ପାଣିରେ ପାଟି ମେଲା କରି ପହଁରୁ ଥାଏ ଓ ସେହି ଦିନ ତାହା ଗର୍ଭରେ ବର୍ଷା ବିନ୍ଦୁ ପଡ଼ିଲେ ତାହା ମୋତି ପାଲଟି ଯାଏ କେତେକ ମୋତି ଗୋଲ, କେତେକ ଲମ୍ୱଡ଼ା ଓ କେତେକ ବଙ୍କା ଓ ବେଡ଼ୈଲିଆ ହୋଇଥାଏ ସାମୁକାରୁ ମୋତି କଢ଼ା ହେଲା ବେଳେ ତାହା ମାଟିଆ, ଧୁଆଁ ଟିଆ, କଳା ବା ନେଳି ଦେଖାଯାଏ; କିନ୍ତୁ ତାକୁ ଘଷି ମାଜି ପଲିସ୍ କଲେ ତାହା ଖୁବ୍ ସଫେଦ୍ ଓ ଚକଚକିଆ ହୁଏ ମୋତି ଥିବା ସିପ ସବୁ ସମୁଦ୍ରରେ ମିଳେ ନାହିଁ ଲଙ୍କା, ପାରସ୍ୟ ଉପସାଗର, ଅଷ୍ଟ୍ରେଲିଆର ପଶ୍ଚିମ ତଟର ନିକଟସ୍ଥ ସମୁଦ୍ରରୁ ମିଳିବା ମୋତି ଉତ୍କୃଷ୍ଟ ଅଟେ ପାନେମା ନିକଟରେ ହଳଦିଆ ମୋତି ଓ କାଲିଫର୍ଣ୍ଣିଆ ଉପସାଗରରେ ମିଳୁଥିବା କଶା ମୋତି ଉତ୍କୃଷ୍ଟ ଅ଼ଟେ ମୋତିର ଓଜନ ଅନୁସାରେ ଓ ଆକାର ଅନୁସାରେ ମୂଲ୍ୟ କରାଯାଏ ବହୁ ପ୍ରାଚୀନକାଳରୁ ଭାରତୀୟମାନେ ମୋତିକୁ ରତରୂପେ ଆଦର କରି ଆସୁଅଛନ୍ତି ଧନୀମାନେ ମୋତିକୁ କଣା କରି ହାର ଓ ମୁଦି ଆଦି ଅଳଙ୍କାରରେ ଲଗାନ୍ତି ଓ ବୈଦ୍ୟମାନେ ମୋତି ଭସ୍ମରେ ଔଷଧ କରନ୍ତି ବୈଦ୍ୟକ— ମତରେ ମୋତି ଶୀତକାର୍ଯ୍ୟ, ଶୁକ୍ରବର୍ଦ୍ଦକ, ନେତ୍ରର ଉପକାରୀ ଓ ପୁଷ୍ଟିକର ଅଟେ ପ୍ରାଚୀନ ହିନ୍ଦି ଗ୍ରନ୍ଥମାନଙ୍କରେ ଲେଖା ଅଛି ଯେ, ଶାମୁକା ଛଡ଼ା ହାତୀର କପାଳରୁ ,ସାପର ମୁଣ୍ଡରୁ, ମାଛ, ବେଙ୍ଗ, ବରାହଙ୍କଠାରୁ ମୋତି ମିଳେ; ବାଉଁଶ ଦେହରୁ ଓ ମେଘରୁ ବର୍ଷାରେ ମୋତି ବାହାରେ ନାଗସାପର ଫଣାରୁ ସୋରିଷ ବା ମାଣ୍ଡିଆ ପରି ମୋତି ବାହାରିବାର ଦେଖା ଅଛି; କିନ୍ତୁ ସାମୁକା ଛଡ଼ା ଅନ୍ୟତ୍ର ପ୍ରାଚୀନ ଗ୍ରନ୍ଥ ବର୍ଣ୍ଣିତ ମୋତି ମିଳିବାର ଦେଖାଯାଏ ନାହିଁ ହିନ୍ଦୀ - ଶ]