ଯବନ

ଉଇକିଅଭିଧାନ‌ରୁ

ଯବନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯବନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ଯୁ ଧାତୁ=ମିଶ୍ରିତ କରିବା+କର୍ମ. ଅନ)[ସମ୍ପାଦନା]

୧. ଗୋଧୁମ; ଗହମ —୧. Wheat.
୨. ଗର୍ଜର; ଶାକ— ବିଶେଷ; ଗାଜର —୨. Carrot.
୩. ୟୁନାନ୍ ଦେଶ; ଦେଶବିଶେଷ; ଆରବ, ପାରସ୍ୟ, ତୁରସ୍କ ଓ ଗ୍ରୀସ୍ଦେଶ —୩. Arabia, Persia, Turkey and Īonia (Greece).
୪. (+ଅଧିକରଣ ଅନ)— ମ୍ଳେଚ୍ଛଜାତ; ଅହିନ୍ଦୁ; ବିଦେଶୀୟ ଜାତି —୪. Non-Hindu foreigners.

[ଦ୍ରଷ୍ଟବ୍ୟ —ଯୁଧାତୁ=ମିଶ୍ରିତ କରିବା+ଅଧିକରଣ ଅନ, ଯବନମାନେ ଚାତୁର୍ବଣ୍ୟ—

ବ୍ୟବସ୍ଥା ରହିତ ହୋଇ ସମସ୍ତେ ଏରତ୍ର ମିଶି ନିର୍ବିଚାରରେ ଆହାରାଦି କରନ୍ତି ବୋଲି, କିମ୍ୱା ଯୋନି+ଜାତାର୍ଥେ ଅନ =ଯବନ; ପୁରାଣାଦି ମତରେ ବଶିଷ୍ଠଙ୍କ ଧେନୁର ଯୋନିରୁ ଜାତ ହୋଇ ଏ ଜାତି ପ୍ରଥମେ ସୃଷ୍ଟ ହୋଇ ଥିବାରୁ; କିମ୍ୱା ଯୋନି=ଯୋନିଆ=ଆଇଓନିୟାନ୍ଦ୍ୱୀପ=ଗ୍ରୀସ୍ ଦେଶର ଅଧିବାସୀ ଥିବାରୁ ଏହି ନାମ ହୋଇଅଛି ଯବନମାନଙ୍କ ସମ୍ୱନ୍ଧେ ପୁରାଣରେ ବର୍ଣ୍ଣିତ ଅଛି ଯେ, ବିଶ୍ୱାମିତ୍ର ରାଜର୍ଷି ହେବାର ବହୁକାଳ ପୂର୍ବେ ଦିନେ ବଶିଷ୍ଠଙ୍କ ଆଶ୍ରମକୁ ଯାଇ ସେଠାରେ ବଶିଷ୍ଠଙ୍କ କାମଧେନୁ (ସୁରଭି ଦୁହିତା)ର କାମଧେନୁତ୍ୱ ଶକ୍ତି ଦେଖି ଲୁବ୍ଧ ହୋଇ ବଶିଷ୍ଠଙ୍କ ସେହି ଗାଈଟି ମାଗିଲେ ବଶିଷ୍ଠ ନାହିଁ କରିବାରୁ ବିଶ୍ୱାମିତ୍ର ଯୁଦ୍ଧ କରିବାକୁ ପ୍ରସ୍ତୁତ ହୁଅନ୍ତେ, ବଶିଷ୍ଠ ଏହି ଆସନ୍ନ ବିପଦ ବିଷୟ କାମଧେନୁଙ୍କୁ ଜଣାଇଲେ କାମଧେନୁ ବିଶ୍ୱାମିତ୍ରଙ୍କ ସୈନ୍ୟକୁ ପରାଭୂତ କରିବାପାଇଁ ସ୍ୱୀୟ ଯୋନିରୁ ଗୁଡ଼ିଏ ଯୋଦ୍ଧା ଜାତ କଲେ ଏବଂ ସେହି ଯୋଦ୍ଧାମାନେ ଯବନ ନାମରେ ଅଭିହିତ ହେଲେ ପକ୍ଷାନ୍ତରରେ ବିଷ୍ଣୁପୁରାଣରେ ଲେଖା ଅଛି ଯେ, ଗୁରୁତର ଅପରାଧ ହେତୁରୁ ଶକ, କାମ୍ୱୋଜ, ପାରଦ, ଦରଦ, ବହ୍ଲିକ, ପହ୍ଲବ, କେରଳଆଦି ଜାତୀୟ କେତେକ ପାଷଣ୍ଡଙ୍କର ମସ୍ତକ ମୁଣ୍ଡନ କରି ସଗର ରାଜା ସେମାନଙ୍କୁ ନିର୍ବସନାଜ୍ଞା ଦେଇଥିଲେ; ସେହିମାନେ ଭାରତରୁ ବହିଷ୍କୃତ ହୋଇ ଯବନ ଆଖ୍ୟା ଧାରଣ କରିଥିଲେ ସମ୍ଭବତଃ ଉକ୍ତ ଅପରାଧୀମାନଙ୍କୁ ଯୌନ ସମ୍ୱନ୍ଧରେ ଓ ଆହାରାଦିରେ ମିଶ୍ରଣ ଦୋଷ ସ୍ପର୍ଶ କରିଥିବାରୁ ସେମାନେ ଏ ରାଜଦଣ୍ଡ ପାଇଥିଲେ ଫଳତଃ ହିନ୍ଦୁ ମାନେକାବୁଲଠାରୁ ଗ୍ରୀସ୍ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ଆଯୋନିକ (ଯୋନିଆ) ଦ୍ୱୀପ ପର୍ଯ୍ୟନ୍ତ ଅଞ୍ଚଳର ଅଧିବାସୀ ଗ୍ରୀକ୍ମାନଙ୍କୁ 'ଯବନ' ଆଖ୍ୟା ପ୍ରଦାନ କରି ଥିବାର ପ୍ରମାଣ ମିଳେ ଓ ପରେ ୟିହୁଦୀ (Jews), ତୁର୍କ (Turks), ପାର୍ଶୀ (Persian) ଓ ମୁସଲମାନ୍, ଖ୍ରୀଷ୍ଟାନ୍ ଆଦି ବିଧର୍ମୀମାନଙ୍କୁ ଏହି ଆଖ୍ୟା ପ୍ରଦାନ କରି ଥିଲେ ତୁଳନାକର—ହିବ୍ରୁ—ଯବନ୍, ଗ୍ରୀକ୍—ଆଯୋନିଆନ୍, ସଂସ୍କୃତ—ଯବନ, ପ୍ରାକୃତ—ୟୋନ୍ ବା ଯୋନ୍, ଆରବୀ ୟୂନାନ୍ ପୁରୀ ଦେଉଳରେ ରକ୍ଷିତ ମାଦଳାପାଞ୍ଜିରୁ ଦେଖା— ଯାଏ ଯେ ଖ୍ରୀଷ୍ଟଜନ୍ମର ତୃତୀୟ, ଚତୁର୍ଥ ଶତାବ୍ଦୀ ମଧ୍ୟରେ ଓଡ଼ିଶାକୁ ଯବନମାନେ ଆକ୍ରମଣ କରିଥିଲେ ଓ ପ୍ରାୟ ୫ ବର୍ଷ କାଳ ଉତ୍କଳରେ ରାଜତ୍ୱ କରିଥିଲେ; ରକ୍ତବାହୁ ନାମକ ଜଣେ ଯବନରାଜ ଅର୍ଣ୍ଣପୋତରେ ଚଢ଼ି ଓଡ଼ିଶାକୁ ଆକ୍ରମଣ କରିଥିଲେ ଓ ପଞ୍ଚମ ଶତାବ୍ଦୀରେ ଯଯାତିକେଶରୀ ଯବନମାନଙ୍କୁ ତ଼ଡ଼ି ଦେଇ ଉତ୍କଳର ସ୍ୱାଧୀନ ହିନ୍ଦୁ ରାଜ ହୋଇଥିଲେ ] 

୫. ୟୁନାନ୍ ଦେଶବାସୀ ବ୍ୟକ୍ତି — ୫. A non-Hindu; an Ionian; a Greek
୬. (ନାମ) କାଳଯବନ —୬. Name of a non-Hindu king of ancient India.

[ଦ୍ରଷ୍ଟବ୍ୟ — ଏ ମହାଦେବଙ୍କ ବର ପ୍ରଭାବରୁ ମହାପରାକ୍ରମଶାଳୀ ଯବନ ରାଜା ଥିଲେ ଶ୍ରୀକୃଷ୍ଣଙ୍କ କୌଶଳରେ ରାଜା ମୁଚକୁନ୍ଦଙ୍କ କୋପରେ ଏ ଭସ୍ମୀଭୂତ ହୋଇଥିଲେ ]

୭. ମୁନି— ବିଶେଷ —୭. Name of a sage.
୮. (ଜୁ ଧାତୁ =ବେଗରେ ଗତି କରିବା+ଭାବ. ଅନ)—ବେଗ — ୮. Speed; velocity.
୯. (+କର୍ତ୍ତୃ. ଅନ) —ବେଗବାନ୍ ଅଶ୍ୱ —୯. A fleet horse; steed

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବେଗବାନ୍ —Speedy; swift-footed.