ଯମ

ଉଇକିଅଭିଧାନ‌ରୁ

ଯମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଯମ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଯୁଗ୍ମଜାତ; ଯମକ — ୧. Twin; born together.
୨. ଯୁଗ୍ମ ହୋଇଥିବା — ୨. Coupled (Apte).

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଯମଜ ସନ୍ତାନରୁ ଜଣେ —୧. One of the twin-born; a twin
୨. (+ ଭାବ ଅ) ଶରୀରସାଧନାପେକ୍ଷ ନିତ୍ୟ— କର୍ତ୍ତବ୍ୟ ନୈତିକ ବା ଧାର୍ମିକ କର୍ତ୍ତବ୍ୟକର୍ମ ବା ବ୍ରତ — ୨. Any moral or religious duty or observance.

[ଦ୍ରଷ୍ଟବ୍ୟ —କେହି କେହି ଯମ ସଂଖ୍ୟାରେ ୧ଟି ବୋଲି କହିଅଛନ୍ତି—ଆନୃଶଂସ୍ୟ, କ୍ଷମା, ସତ୍ୟ, ଅହିଂସା, ଦମ, ଅସ୍ପୃହ, ଧ୍ୟାନ, ପ୍ରସାଦ, ମାଧୂର୍ଯ୍ୟ ଓ ଆର୍ଜବ; କେହି କେହି ଯମ ୫ଟି ଥିବା କହିଅଛନ୍ତି—ଅହିଂସା, ସତ୍ୟବଚନ, ବ୍ରହ୍ମଚର୍ଯ୍ୟ, ଅକଳ୍ପତା (ଅପରିଗ୍ରହ), ଅସ୍ତେୟ (ଅଚୋର୍ଯ୍ୟ) ଯମ ଓ ନିୟମ ନିତ୍ୟକର୍ତ୍ତବ୍ୟ (ମନୁସଂହିତା ୪ର୍ଥ ଅଧ୍ୟାୟ) ବିଦ୍ୱାନ୍ ଯମ ଓ ନିୟମ (ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଓ ଇଶ୍ୱର ପ୍ରଣିଧାନ) ପାଳନ କରିବେ ନିୟମାଚରଣ ନିତ୍ୟ ନ ହେଲେ ଚଳେ, ମାତ୍ର ଯମାଚରଣ ପରିତ୍ୟାଗ କରି କେବଳ ନିୟମାଚରଣ କଲେ ସୁଦ୍ଧା ମନୁଷ୍ୟ ପତିତ ହୁଏ (ମନୁସଂହିତା ୪ର୍ଥ ଅଧ୍ୟାୟ) ===

୩. ସଂଯମ; ଇନ୍ଦ୍ରିୟ ନିଗ୍ରହ — ୩. Self-control; self-restraint.
୪. (+କର୍ତ୍ତୃ. ଅ) ସଂହିତାକାର ଋଷିବିଶେଷ —୪. Name of a sage who composed a Hindu law- book.
୫. କାକ; କୁଆ —୫. Crow.
୬. ଶନିଗ୍ରହ — ୬. The planet Saturn
୭. ଧର୍ମରାଜ, ଦକ୍ଷିଣ ଦିକ୍ପାଳ —୭. The Hindu god of death and king of the Hell (corresponding to the Greek god Pluto presiding over the Hedes).

[ଦ୍ରଷ୍ଟବ୍ୟ —ସୂର୍ଯ୍ୟଙ୍କ ଔରସରେ ବିଶ୍ୱକର୍ମାଙ୍କ ତନୟା ସଂଜ୍ଞାଙ୍କ ଗର୍ଭରୁ ଧର୍ମରାଜ ଜାତ ଏ ମନୁଷ୍ୟମାନଙ୍କ ପାପପୁଣ୍ୟର ବିଚାରକର୍ତ୍ତା ଅଟନ୍ତି; ନରକ ଏହାଙ୍କ ରାଜ୍ୟ ଓ ନରକସ୍ଥ ସଞ୍ଜମନୀପୁରୀ ଏହାଙ୍କର ରାଜଧାନୀ ଏ ପାପୀମାନଙ୍କୁ ନରକରେ ଦଣ୍ଡ ଦିଅନ୍ତି ଓ ପୁଣ୍ୟବାନ୍ମାନଙ୍କୁ ସ୍ୱର୍ଗକୁ ପଠାନ୍ତି ଏହାଙ୍କର ଯାଆଁଳା ଭଗିନୀ ଯମୁନା; ବାହନ ମହିଷ; ଆୟୁଧ ଦଣ୍ଡ; ଏହାଙ୍କ ମନ୍ତ୍ରୀ ଚିତ୍ରଗୁପ୍ତ ପ୍ରତ୍ୟକ ମନୁଷ୍ୟର ପାପ ପୁଣ୍ୟକୁ ପାଞ୍ଜିରେ ଲେଖି ରଖୁ ଥାଆନ୍ତି ଓ ମନୁଷ୍ୟର ମୃତ୍ୟୁ ପର ତାହା ସବୁ ଯମରାଜଙ୍କ ଆଗରେ ପେଶ୍ କରନ୍ତି ଯମଙ୍କର ଅନ୍ୟ ନାମ—ଅନ୍ତକ, ଔଦୁମ୍ୱର, କଙ୍କ, କର୍ମକର, କାଳ, କୀନାଶ, କୃତାନ୍ତ, ଜୀବିତେଶ, ଦଣ୍ଡଧର, ଦଣ୍ଡଧାର ଦଧ୍ନ, ଧର୍ମ୍ମ, ଧର୍ମ୍ମରାଜ, ଧର୍ମ୍ମରାଟ୍, ପରେତପତି, ପରୋତରାଟ୍ ପିତୃପଚି, ପ୍ରେତରାଟ୍; ଭୀମଶାସନ, ମହିଷଧ୍ୱଜ, ମହିଷବାହନ, ଯମରାଟ୍, ଯମୁନାଭ୍ରାତା, ବୈବସ୍ୱତ, ଶୀର୍ଣ୍ଣପାଦ, ଶମନ, ଶ୍ରାଦ୍ଧଦେବ, ଦରି, ମୃତ୍ୟୁ, ସର୍ବଭୁତକ୍ଷୟ, ନୀଳ, ପରମେଷ୍ଠୀ, ବୃକୋଦର, ଚିତ୍ର, ଚିତ୍ରଗୁପ୍ତ]

୮. (+ ଭାବ. ଅ ସଂଯମ; ଅନ୍ତଃକରଣ ବହିବୃତ୍ତି ନିରୋଧ ପୂର୍ବକ ଇଶ୍ୱରଙ୍କ—ଠାରେ ନିଯୋଗ; ଯୋଗର ଆଠଗୋଟି ଅଙ୍ଗ ମଧ୍ୟରେ ପ୍ରଥମ — ୮. Religious abstraction from the world and concentration on the Ego; the first step in the exercise of J̄oga.

[ ଦ୍ର—ଯୋଗ ସାଧନର ଆଠଗୋଟି ଅଙ୍ଗ ଯଥା—ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ]

୯. ଧର୍ମ ସମ୍ୱନ୍ଧୀୟ ବାରଣ ବା ଶାସନ — ୯. Religious restraint.
୧. ବିରତି; ନିବୃତ୍ତି — ୧୦.Cessation; stoppage.
୧୧. ଉପସଂହାର; ଶେଷ; ଅନ୍ତ, ଚରମ —୧୧. Conelusion; the end
୧୨. ପ୍ରାୟଶ୍ତିତ୍ତ —୧୨. Religious penance; purificatory ceremony; expiation.
୧୩. ମୃତ୍ୟୁ —୧୩. Death.
୧୪. ସହିଷ୍ଣୁତା —୧୪. Forbearance.
୧୫. ଉତ୍ସବ ବିଶେଷ —୧୫. Name of a festival.
୧୬. ଯୁଗ୍ମ; ମିଥୁଳ — ୧୬. Couple; a brace; a pair.
୧୭. ଯମ ନାମକ ପିତୃଗଣୃ —୧୭. Name of a group of deceased progenitors of mankind.

(ଦ୍ର— ଏହାଙ୍କୁ କବ୍ୟବାଳାନନଳାଦି, ପିତଗଣଙ୍କ ସହ ତର୍ପଣ କରାଯାଏ ତର୍ପଣରେ ୧୪: ଯମଙ୍କୁ ୩ ଅଞ୍ଜୁଳା ଲେଖାଏଁ ଜଳ ଦିଆଯାଏ—ଯମ, ଧର୍ମରାଜ, ମୃତ୍ୟୁ, ଅନ୍ତକ, ବୈବସ୍ୱତ, କାଳ, ସର୍ବଭୁତକ୍ଷୟ, ଔଦୁମ୍ୱର, ଦଧ୍ନ, ନୀଳ, ପରମେଷ୍ଟୀ, ବୃକୋଦର, ଚିତ୍ର ଓ ଚିତ୍ରଗୁପ୍ତ]

୧୮. ଯୁଗ୍ମ ବା ଯୋଡ଼ା ମଧ୍ୟରୁ ଏକତର —୧୮. One of a pair or couple; a fellow (Apte)
୧୯. ଦୁଇ ସଂଖ୍ୟା —୧୯. The number two (Apte)
୨. (ବ୍ୟାକରଣ) ଦୁଇଥର ଏକତ୍ର ଉଚ୍ଚାରିତ ବ୍ୟଞ୍ଜନ ବର୍ଣ୍ଣ(ଯଥା —ଚ୍ଚ, ଟ୍ଟ, ଦ୍ଦ, ନ୍ନା) — ୨୦. (grammar) The twin letter of a consonant (Apte).
୨୧. (ସଙ୍ଗୀତ) ସ୍ୱରର ଉଚ୍ଚତା —୨୧. (Music) Pitch of the voice (Apte).
୨୨. ବାୟୁ (ହିନ୍ଦୀ - ଶ) —୨୨. The air.