ଯଶୋଦା

ଉଇକିଅଭିଧାନ‌ରୁ

ଯଶୋଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଯଶଃ+ଦା. ଧାତୁ=ଦାନ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଅ)[ସମ୍ପାଦନା]

୧. ଗୋପରାଜ ନନ୍ଦଙ୍କ ପତ୍ନୀ; ଶ୍ରୀକୃଷ୍ଣଙ୍କ ପାଳୟୀତ୍ରୀ ମାତୀ —୧. wife of king Nanda Srīkṛushṇa's foster-mother.

[ଦ୍ରଷ୍ଟବ୍ୟ —ବସୁଦେବ— ପତ୍ନୀ ଦେବକୀ କାରାଗାରରେ ଓ ନନ୍ଦପତ୍ନୀ ଯଶୋଦା ଗୋପପୁରରେ ଏକ ସମୟରେ ଦୁଇଟି ସନ୍ତାନ ପ୍ରସବ କଲେ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଓ ଯଶୋଦାଙ୍କ ଗର୍ଭରୁ କନ୍ୟାରୂପରେ ମହାମାୟା ଜାତ ହେଲେ ଘାତକ କଂସଠାରୁ ପୂତ୍ରକୁ ରକ୍ଷା କରିବା ପାଇଁ ବସୁଦେବ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ଘେନି ଯଶୋଦା ଅଚେତନା ଥିବା ଅବସ୍ଥାରେ ଯଶୋଦାଙ୍କ ଅନ୍ତୁଡ଼ିଶାଳରେ ରଖି ଦେଇ, ସେଠାରୁ କନ୍ୟାଟିକୁ ଆଣି ଦେବକୀଙ୍କ ଅନ୍ତୁଡ଼ିଶାଳରେ ରଖିଦେଲେ ଏବିଷୟଯଶୋଦାଙ୍କୁ ଜଣା ନ ଥିଲା ଯଶୋଦା ଚେତନା ଲାଭ କରି ଶ୍ରୀକୃଷ୍ଣଙ୍କୁ ଦେଖି ଆପଣାର ପୁତ୍ର ବୋଲି ଜାଣି ତାଙ୍କୁ ପୁତ୍ରବତ୍ ପାଳନ କଲେ କଂସ ସକାଳୁ ଉଠି ଦେବକୀଙ୍କ ନିକଟକୁ ସେ କନ୍ୟାଟି ଆଣି (ତାଙ୍କୁ ଦେବକୀଗର୍ଭଜାତ ସନ୍ତାନ ମନେ କରି) ତାଙ୍କୁ ଧରି ଭୂଇଁରେ କଚାଡ଼ି ଦେବା ବେଳେ ସେ କନ୍ୟାଟି ଶୂନ୍ୟରେ ଉଭେଇ ଗଲା ଯଶୋଦାଙ୍କର କୃଷ୍ଣଙ୍କ ପ୍ରତି ପୁତ୍ରବାତ୍ସଲ୍ୟ ଜଗତରେ ଆଦର୍ଶ ଯଶୋଦା ଶ୍ରୀକୃଷ୍ଣଙ୍କ ପ୍ରତି ଦେଖାଇଥିବା ସ୍ନେହ ଜଗତରେ ସନ୍ତାନବାତ୍ସଲ୍ୟର ମାଧୁରୀ ଦେଖାଇଅଛି କେହି କେହି ବୈଷ୍କବ ଶ୍ରୀକୃଷ୍ଣରୂପୀ ଭଗବାନଙ୍କୁ ସେହି— ମଧୁର ବାତ୍ସଲ୍ୟଦ୍ୱାରା ଭଜନା କରନ୍ତି ]

୨. ରାଜା ଦିଲୀପଙ୍କ ମାତାଙ୍କ ନାମ (ହିନ୍ଦୀ - ଶ) —୨. Name of the mother of king Dilīpa.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀଙ୍କ ନାମ —Name given to females.