ଯା

ଉଇକିଅଭିଧାନ‌ରୁ

ଯା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯାଆ—ଅନ୍ୟରୂପ)

(ଆ, ଆସ—ବିପରୀତ)

  • (file)

ଅନୁବାଦ[ସମ୍ପାଦନା]

ଯାଃ, ଯାଯା, ଯାଯାଃ, ଯାମ, ଯାମଁ, ଯାଆମ (ମଁ)ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -(ଯେ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ.ଆ)[ସମ୍ପାଦନା]

୧. ଲକ୍ଷ୍ମୀ — ୧. The Goddess of wealth (Apte).
୨. (କର୍ମ.ଅ +ଆ)—ଯୋନି; ଭଗ —୨. Pudendum Muliebre (Apte).
୩. (+ଭାବ ଅ+ଆ)—ପ୍ରାପ୍ତି — ୩. Obtaining (Apte).

ଦେଶଜ - କ୍ରି.[ସମ୍ପାଦନା]

[ଯା ଧାତୁ; ଅନୁଜ୍ଞା ୨ୟ ପୁରୁଷ ଏକ ବଚନ, ଅନା— ଦରାର୍ଥକ (କର୍ତ୍ତା.ତୁ)—ତୁ ଗମନ କର — (Imperative mood of the verb 'to go; ୨nd person, singular)— (you) Go; proceed.

[ଉ—ଆ ପଛକୁ ଯା ପଛକୁ, ହାବୁଡ଼ି ଗଲି ମୁଁ ତାଳ ଗଛକୁ—କେଳା ଗୀତା]

[ଦ୍ରଷ୍ଟବ୍ୟ —'ତୁମ୍ଭେ' କର୍ତ୍ତା ହେଲେ ଏହାର ରୂପ 'ଯାଆ' ହୁଏ 'ଆପଣ' କର୍ତ୍ତା ହେଲେ ଯାଆ, ଯାଆନ୍ତୁ, ଯିବା ହୁଅନ୍ତୁ, ଯିବା ହେଉନ୍ତୁ ହୁଏ]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଯା ଧାତୁ)[ସମ୍ପାଦନା]

୧. ଗମନ; ଯିବା —୧. Going.

[ଦ୍ରଷ୍ଟବ୍ୟ —'ଯା ଆସ' ଓ 'ଆସ ଯା' ଶବ୍ଦରେ ଏହି ଆକାରର ବ୍ୟବହାର ଦେଖା ଯାଏ]

୨. (ସଂସ୍କୃତ - ଯାତୃ)—ସ୍ୱାମୀଙ୍କ ଭାଇଙ୍କ ସ୍ତ୍ରୀ; ସ୍ୱାମୀଙ୍କ ଭ୍ରାତୃଜାୟା —୨. The wife of one's husband's brother.

(ଯଥା—ବଡ଼ ଯା, ସାନ ଯା, ମଝିଆଁ ଯା)

ଦେଶଜ - ସର୍ବ (ସଂସ୍କୃତ - ଯଦ୍ ଶବ୍ଦ ୧ମା. ୧ବ. କ୍ଳୀବଲିଙ୍ଗ; ଯତ୍; ପୁଂଲିଙ୍ଗ; ଯଃ; ସ୍ତ୍ରୀଲିଙ୍ଗ ଯା)[ସମ୍ପାଦନା]

୧. ଯାହା; ଯେଉଁ ବିଷୟ (ଏହାର ଆପେକ୍ଷିକ ଶବ୍ଦ—ତା) ଯେଉଁ ପଦାର୍ଥ —୧. Which; (neuter); which (thing or matter).
୨. (ସଂସ୍କୃତ - ଯତ୍, ୬ଷ୍ଠୀ. ୧ବ.ଯସ୍ୟ)—ଯେଉଁ ବ୍ୟକ୍ତିର ବା ବସ୍ତୁର; ଯାହାର —୨. Whose; of whom; of which person or thing.

(ଉ—ଯା ଶ୍ରବଣେ ମାଡ଼ି ଆସେ ଦାରୁଣ ବ୍ୟଥା ବଂଶୀଧର ହଂସଦୂତ)

[ଦ୍ରଷ୍ଟବ୍ୟ — କେତେକ ଆଧୁନିକ ଲେଖକ ଅକ୍ଷରର ମୁଣ୍ଡ ପାଖେ (') apostrophe ଚିହ୍ନ ଦେଇ ତହିଁ ପରେ ଲୁପ୍ତ ରହିବା ଅକ୍ଷରର ସୂଚନା କରନ୍ତି; ଯଥା—ଯା'=ଯାହା, ତା'=ତାହା, କା'=କାହା, ତା'ଠାରୁ=ତାହାଠାରୁ କିନ୍ତୁ ଓଡ଼ିଆ ଲେଖାରେ ଏ ଗୋଟିଏ ନୂଆ ପଧିବ ଅଟେ]

ଦେଶଜ - ଅ—(ସଂସ୍କୃତ - ଯତ୍)[ସମ୍ପାଦନା]

୧. ଯାହା —୧.

(ଉ—ବଡ଼ ବିଷମ ଏ, ଯା ନ ଡରୁ—କବିସୂର୍ଯ୍ୟ ସଂଗୀତ)

୨. (ଆପେକ୍ଷିକ ଶବ୍ଦରୂପେ ୨ଟି ବାକ୍ୟର ଭାବ ସଂଯୋଜକ ଅବ୍ୟୟରୂପେ ବ୍ୟବହୃତ) ଯାହା —୨. That.

(ଉ— ଢକ୍କା ବାଜୁଥାଇ ବ୍ରଜେ, ଲଳିତାର ହୃଦମ୍ୱଜେ, କରୁଣା ଅଛି ବୋଲି ଯା, ନେଲା କେ ତା ହରି କିରେ—କିଶୋରୀ ଚମ୍ପୂ ଢ ଗୀତ)

୩. (ସଂସ୍କୃତ - ଯାହି; ଘୃଣା ବା ବିରକ୍ତି— ସୂଚକ ଅବ୍ୟୟ) ଦୂର; ଦୂର୍ ହୋ —୩. Go away get off.

[ଦ୍ରଷ୍ଟବ୍ୟ ୃ—ତୁ ଯା, ତୁ ଏଠାରୁ ଚାଳିଯା, ତୁ ଏ ସ୍ଥାନ ତ୍ୟାଗ କର—ଏଥିର ଏହି ଅର୍ଥ]