ଯାଚିବା

ଉଇକିଅଭିଧାନ‌ରୁ

ଯାଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଯାଚ୍. ଧାତୁର ଓ଼ଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ)[ସମ୍ପାଦନା]

୧. କୌଣସି ବ୍ୟକ୍ତିକୁ କୌଣସି ପଦାର୍ଥ ଦେବାକୁ ସ୍ୱେଚ୍ଛାରେ କହିବା —୧. To offer a thing voluntarily to a person.
୨. କୌଣସି ବ୍ୟକ୍ତି ମାଗୁ ନ ଥିବା ସ୍ଥଳେ ତାକୁ କୌଣସି ବସ୍ତୁ ଦେବାକୁ ଉଦ୍ୟତ ହେବା —୨. To offer a thing unasked.

ଯଥା—ମାଗି ଓଳଗି, ଯାଚି କଲ୍ୟାଣ—ଢଗ)

୩. ମନୋବାଞ୍ଛା ସିଦ୍ଧ ହେଲେ ଦେବତାଙ୍କୁ କୌଣସି ପଦାର୍ଥ ବା ବଳି ଦେବାକୁ ମାନସିକ କରିବା; ମାନତ୍ କରିବା —୩. To vow to give a thing or sacrifice to a Deity on the fulfilment of one's wish.

(ଉ—ଆତଙ୍ଗ କାଳେ ଯାଚନ୍ତି କୁକୁଡ଼ା, କାମ ସରିଲେ ଦିଅନ୍ତି ଲୋଫଡ଼ା—ଢଗ)

୪. ପରେ ଦେବାକୁ ଅଙ୍ଗୀକାର କରିବା —୪. To promise to give.
୫. ଦେବାକୁ ହାତ ବଢ଼ାଇବା —୫. To extend one's hand to give away a thing.

(ଉ—ମାଗି ଖାଉଥାଏ ବାସି ତୋଡ଼ାଣି, ଯାଚିଲେ ନ ଖାଏ ସର ଲବଣୀ— ଢଗ)

[ଦ୍ରଷ୍ଟବ୍ୟ —ଓଡ଼ିଆରେ ଯାଚିବା କ୍ରିୟାର ଏ ସବୁ ଅର୍ଥ ସଂସ୍କୃତ ଯାଚ୍ ଧାତୁର ଅର୍ଥଠାରୁ ପୃଥକ୍ ]

୬. କୌଣସି ପଦାର୍ଥ ପାଇବାକୁ ପ୍ରାର୍ଥମା କରିବା —୬. To pray for a thing.

(ଉ—[ଚାତକେ] ଆମ୍ୱକଣା ଯାଚନ୍ତି ଆରକ ସ୍ୱରେ ରାଧାନାଥ. ମେଘଦୂତ)

୭. ପ୍ରାର୍ଥନା କରିବା; ଅନୁରୋଧ କରିବା —୭. To pray for; to request.

(ଉ—ଯେ ଯାଚିବ ଯେବେ ଯେଉଁ ଉପକାର, ମୋ ସମୀପେ, ହେଉ ପଛେ ସାଧ୍ୟାତୀତ ତାହା ଚିନ୍ତାମଣି. ବିକ୍ରମାଦିତ୍ୟ)