ଯିବା

ଉଇକିଅଭିଧାନ‌ରୁ

ଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଆସିବା—ବିପରୀତ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଯା ଧାତୁ)[ସମ୍ପାଦନା]

୧. ଗମନ କରିବା — ୧. To walk; to go; to move.
୨. ସ୍ଥାନାନ୍ତରକୁ ଗମନ କରିବା —୨. To go away
୩. ସ୍ଥାନତ୍ୟାଗ କରିବା —୩. To leave a place.
୪. ନଷ୍ଟହେବା —୪. To be damaged.
୫. (ରୋଗାଦି) ପ୍ରଶମିତ ହେବା —୫. To be assuaged (said of a disease)
୬. ଆରୋଗ୍ୟ ହେବା —୬. To be curred.

(ଉ—ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ—କବିସୂର୍ଯ୍ୟ କିଶୋରୀ ଚମ୍ପୂ ଗ ଗୀତା)

୭. ମୃତ ହେବା —୭. To be dead; to die.
୮. ଅତୀତ ହେବା; ବିତିବା — ୮. To pass; to be past.

(ଉ—ରଜା ଆଜ୍ଞା କରୁ ଯିବ ବରଷେ, ମନ୍ତ୍ରୀ ଦଉ ଦଉ ଯିବ ପୁରୁଷେ—ଢଗ)

୯. ସହବାସ କରିବା —୯. To cohabit.

(ଉ—ପୁଣି ମନରେ କଲେ ଏ ଋଷି ଭାରିଯା, ୟାଙ୍କଠାକୁ ଯିବି କିରୂପେ ଛା଼ଡୢ ଲଜ୍ଜା—କୃଷ୍ଣସିଂହ ମହାଭାରତ ବନ)

୧. ପରିଣତ ହେବା —୧୦. To result in.
୧୧. (କୌଣସି ବ୍ୟକ୍ତିର) କ୍ଷତି ବୃଦ୍ଧି ହେବା —୧୧. To matter (to a person); to affect.

(ଉ—ବାୟାରି କି ଯାଏ, ବାଆ କଲେ ବସା ଦୋହୋଲୁଥାଏ—ଶିଶୁଗୀତ)

୧୨. ପ୍ରବେଶ କରିବା — ୧୨. To enter.

(ଉ—ତୋଟାକୁ ଯିବୁ ? ଆମ୍ୱ ଖାଇବୁ ? ଡରିବୁ ତ ନାହିଁ ?—ଶିଶୁରଞ୍ଜନ ପଦ)

୧୩. ଦୁରୀଭୂତ ହେବା; ଅଦୃଶ୍ୟ ହେବା; ଅନ୍ତର୍ହିତ ହେବା — ୧୩. To disappear; to vanish.

(ଯଥା—ଦିନ ଯିବ, ରାତି ଆସିବ, ପୁରୁଣା ଯିବେ, ନୂଆ ଆସିବେ)

୧୪. ସହନୀୟ ହେବା —୧୪. To agree (with a person.)


(ଯଥା—ମୋ ଦେହରେ ଘିଅ ଯାଏ ନାହିଁ)

୧୫. ତ୍ୟାଗ କରିବା; ଛାଡ଼ିବା —୧୫. To give up; to leave.

(ଉ—ସର୍ବ୍ୱ ସଖୀ ଏହା କରିବ, ଯେବେ ମୋ ଜୀବ ଯିବ— ସଙ୍ଗୀତ

୧୬. ପ୍ରେରିତ ହେବା —୧୬. To be sent.

(ଯଥା—ଏଠାରୁ ପ୍ରତିଦିନ ସନ୍ଧ୍ୟାବେଳେ ଡାକ ଯାଏ

୧୭. ଚ୍ୟୁତ ହେବା; ହାନି ହେବା. ଲୁପ୍ତ ହେବା — ୧୭. To be lost.

(ଯଥା—ପ୍ରତିଦିନ ନିୟମିତରୂପେ ହାଜର ନ ହେଲେ ମୋ ଚାକିରିଖଣ୍ଡି ଯିବ ଉ—ସବୁ ଯାଉ, ମହତ ଥାଉ, ମହତ ଗଲେ ନ ମିଳିଇ ଆଉ—ଢଗ)

୧୮. ଯାତ୍ରା କରିବା; କୌଣସି ସ୍ଥାନକୁ ଯିବାକୁ ଅନୁକୂଳ କରିବା —୧୮. To start for a place.

(ଉ— ଯିବୁ ପରା ପରାଣସଙ୍ଗିନୀ ? ଉଠିଆ ରେ—ସଙ୍ଗୀତ)

୧୯. ଉଦ୍ୟତ ହେବା —୧୯. To be ready.

(ଯଥା—ସେ ପିଲାକୁ ମାରବାକୁ ମୋ ହାତ ଯାଉ ନାହିଁ)

୨. ରାଜି ହେବା —୨୦. To agree.

(ଯଥା—ତାକୁ ଯେତେ ପ୍ରବର୍ତ୍ତାଇଲି, ସେ ଆଦୌ ମୋ କଥାରେ ଯାଉନାହିଁ)

୨୧. ରହିବା; ସ୍ଥାୟୀ ହେବା —୨୧. To last for.

(ଯଥା—ଏ ଲୁଗାଖଣ୍ଡି ଦୁଇ ବର୍ଷ ଯିବ)

୨୨. ଭଜିବା; ଅବସ୍ଥାରେ ରହିବା —୨୨. To take to, to be in a state.

(ଉ—କେତେ ନିଦ୍ରା ଯାଉଛି ବେନୁପାଣି— ପ୍ରଦ୍ଭାତୀ ଭଜନ)

(ସେ କରୁଣା ନ ଯାଏ କେବେ ବିଫଳେ—ରାଧାନାଥ. ମେଘଦୂତ)

[ଦ୍ରଷ୍ଟବ୍ୟ —ଅନ୍ୟ କ୍ରିୟାର ଅସମାପିକାରୂପ ସଙ୍ଗେ ଯିବା କ୍ରିୟା ଯୋଗ ହୋଇ ପ୍ରଥମ କ୍ରିୟାର ସମାପ୍ତି ବୁଝାଏ (ଯଥା—ଗୋରୁ ଫସଲପାକ ଖାଇ— ଯିବେ); ପୌନଃପୁନ୍ୟ (ଯଥା—ସେ ତ ଗପିଯାଉଛି, ମୁଁ ତା ମୁହିଁକୁ ଚାହିଁଛି); ବାକ୍ୟ ଉପରେ ଜୋର୍ (emphasis). (ଯଥା—ବସି ଖାଇଲେ ନଈବାଲି ସରିଯିବ) ବୁଝାଏ କ୍ରିୟାର ବିଶେଷଣରୂପରେ ଯୁକ୍ତ ହୋଇ (ଯଥା— କାଟିବା କ୍ରିୟାର କଟା, ଖାଇବା କ୍ରିୟାର ଖିଆ, ଶୁଣିବା କ୍ରିୟାର ଶୁଣା, ଦେଖିବା କ୍ରିୟାର ଦେଖା) ସେହି କ୍ରିୟାର କର୍ମବାଚ୍ୟ ବୁଝାଏ (ଯଥା—କଟାଯିବା; ଖିଆଯିବା; ଶୁଣା— ଯିବ, ଦେଖାଯିବା)

ବିଶେଷ୍ୟ -[ସମ୍ପାଦନା]

୧. ଯିବା ରଙ୍ଗ; ଚାଲି — ୧. Gait
୨. ଗମନ —୨. Going.