ଯୀଶୁ

ଉଇକିଅଭିଧାନ‌ରୁ

ଯୀଶୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯୀଶୁଖ୍ରୀଷ୍ଟ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ନାମ) [ଇଂରାଜୀ - ସମ୍ୱୋଧନରେ 'Jesu' (ଯେଶୁ) ଇଂରାଜୀ - Jesus (ଯେସସ୍), Jesus Christ (ଯେସସ୍ କ୍ରାଇଷ୍ଟ୍), ଲା Jesus (ଯେସସ୍), ହେବ୍ରୁ Jeshua (ଯେସୁଆ)][ସମ୍ପାଦନା]

ଖ୍ରୀଷ୍ଟାନ ଧର୍ମର ପ୍ରବର୍ତ୍ତକ — Jesus Christ; the Founder of Christianity.

[ଦ୍ରଷ୍ଟବ୍ୟ —ହେବ୍ରୁ ଶବ୍ଦ ୟା=ଈଶ୍ୱର ଓ ହୋଶିଆ= ସାହାଯ୍ୟ କରିବା; ଯେ ଧର୍ମ ପ୍ରଚାରପୂର୍ବକ ଲୋକଙ୍କୁ ପାପ— ମୁକ୍ତ କରିବାଦ୍ୱାରା ଈଶ୍ୱରଙ୍କୁ ସାହାଯ୍ୟ କରୁଅଛନ୍ତି ଯୀଶୁଙ୍କର ବ୍ୟକ୍ତିଗତ ନାମ ଯୀଶୁ ଓ ଉପାଧିଗତ ନାମ ଖ୍ରାଇଷ୍ଟ ବା ଖ୍ରୀଷ୍ଟ

ଆଜକୁ ପ୍ରାୟ ୨ ହଜାର ବର୍ଷ ପୂର୍ବରେ ଆସିଆ ମାଇନର୍ ଦେଶ ଅନ୍ତର୍ଗତ ଜୁ଼ଡ଼ିୟା (Judia) ପ୍ରଦେଶରେ 'ନାଜାରେଥ୍' (Nazareth) ନଗରରେ କୁମାରୀ ମେରୀ (Virgin Mary)ଙ୍କ ଗର୍ଭରୁ ଏ ଜାତ ହୋଇଥିଲେ ଖ୍ରୀଷ୍ଟୀୟ ଧର୍ମଶାସ୍ତ୍ର ବାଇବ୍ଲ୍ରେ ଲେଖାଅଛି ଯେ, ଈଶ୍ୱରଙ୍କ କୌଣସି ଦୂତ (angel) ଅବିବାହିତା ମେରୀଙ୍କୁ ସ୍ୱପରେ ଦେଖାଯିବା ପରେ ମେରୀ ଗର୍ଭବତୀ ହୋଇ ଏହାଙ୍କୁ ଜନ୍ମ କଲେ ଏ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ରୀଷ୍ଟିୟାନ୍ମାନେ ବିଶ୍ୱାସ କରନ୍ତି ଓ ଏ ପୃଥିବୀର ସମସ୍ତ ମନୁଷ୍ୟଙ୍କ ପାପ ନିମନ୍ତେ ଆପଣାର ରକ୍ତ ବା ଜୀବନ ଦାନ କରି ରାଜଦଣ୍ଡବିହିତ କ୍ରୁଶ (ଯୁକ୍ତ ଚିହ୍ନ + ପରି cross)ରେ ବିଦ୍ଧ ହୋଇ ରାଜକର୍ମଚାରୀମାନଙ୍କଦ୍ୱାରା ହତ ହୋଇଥିଲେ ସେ କ୍ରୁଶରେ ନିଜର ରକ୍ତପାତ କରି ସମସ୍ତ ଲୋକଙ୍କର ମୌଳିକ ପାପ ପାଇଁ ସୃଷ୍ଟିର ପ୍ରଥମ ମନୁଷ୍ୟ ଆଦମ (Adam) ଓ ସ୍ତ୍ରୀ ଈଭ୍ (Eve) ପ୍ରଥମେ ଈଶ୍ୱରାଦେଶ ଲଙ୍ଘନ କରିଥିବାରୁ ତଜ୍ଜନିର ପାପ ତାଙ୍କର ବଂଶଧରମାନଙ୍କୁ ଅର୍ଥାତ୍ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଓ ଭବିଷ୍ୟତରେ ଜନ୍ମ ହେବା ମନୁଷ୍ୟମାନଙ୍କୁ ଘୋଟିଅଛି ଓ ଲୋକ ମାତ୍ରେ ମାତୃ ଗର୍ଭରୁ ପାପୀ ହୋଇ ଜନ୍ମ ହଅନ୍ତି ଈଶ୍ୱର ଯୀଶୁଙ୍କର ଏହି ରକ୍ତ ଦାନରୂପ ପ୍ରାୟଶ୍ଚିତ୍ତକୁ ସମସ୍ତ ଜନମଣ୍ଡଳୀର ପାପର ପ୍ରାୟଶ୍ଚିତ୍ତରୂପେ ଗ୍ରହଣ କରିଅଛନ୍ତି ଓ ଏହି ଆଦେଶ କରିଅଛନ୍ତି ଯେ, ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଯୀଶୁଙ୍କ ଜରିଆରେ ଭଜନା କରିବ ସେ ସମସ୍ତ ପାପରୁ ମୁକ୍ତ ହୋଇ ସ୍ୱର୍ଗପ୍ରାପ୍ତ ହେବ ଓ ଯେ ତାହା ନ କରିବ ସେ ମୁତ୍ୟୁ ପରେ ଚିର—ନରକ—ଯନ୍ତ୍ରଣା ଭୋଗ କରିବ ହିନ୍ଦୁମାନଙ୍କ ସୀତା ଯେପରି ଅଯୋନିସଂଭବା, ଖ୍ରୀଷ୍ଟାନମାନଙ୍କ ଯୀଶୁ ମଧ୍ୟ ସେହିପରି ଅଶିଶ୍ନସଂଭବ ଥିଲେ ତାଙ୍କ ଜନ୍ମସମୟରେ ତତ୍କାଳୀନ ଦୁର୍ବୃତ୍ତ ରାଜା ହେରଡ଼ (Herod) ରାଜ୍ୟର ସମସ୍ତ ପୋଢୂଆଁ (first born) ଶିଶୁଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଇ ଥିବାରୁ ଯୀଶୁଙ୍କୁ ମିଶର (Egypt) ଦେଶର (ଶ୍ରୀକୃଷ୍ଣଙ୍କୁ କଂସର ଦାଉରୁ ଗୋପପୁରେ ଲୁଚାଇଲା ପରି) ଲୁଚାଇ କରି ରଖାଯାଇ ଥିଲା ଯୀଶୁ ବାଲ୍ୟକାଳରୁ ଧର୍ମପରାୟଣ ଥିଲେ ଓ ମେଣ୍ଢା ଜଗୁ ଥିଲେ ୧୪: ବର୍ଷ ବୟଃକ୍ରମରେ ଏ ଯୀହୁଦି (Jews) ମାନଙ୍କ ଧର୍ମଶାସ୍ତ୍ର ପଢ଼ି ଜନ୍ (John) ନାମକ ଗୁରୁଙ୍କଠାରୁ ଦୀକ୍ଷାଗ୍ରହଣ କଲେ ଏ ୩ ବର୍ଷ ବୟସ ପର୍ଯ୍ୟନ୍ତ କଠୋର ସାଧନା ଓ ଈଶ୍ୱରଦ୍ରୋହୀ ସଇତାନ୍ (Satan)ର ପ୍ରଲୋଭନରୁ ଜୟଲାଭ କରିବାରେ ପ୍ରବୃତ୍ତ ହେଲେ ତତ୍— ପରେ ସେ ଏକ ନୂତନ ଧର୍ମ ପ୍ରଚାର କଲେ "ଏକ ଅଦ୍ୱିତୀୟ ପରମେଶ୍ୱରଙ୍କଠାରେ ବିଶ୍ୱାସ ଓ ସର୍ବ ପାପ କ୍ଷୟପାଇଁ ଯୀଶୁଙ୍କ ଜରିଆରେ ପରମେଶ୍ୱରଙ୍କୁ ଆରାଧନା ଓ ଜାତିଧର୍ମ— ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଠାରେ ଓ ପଡୋଶିଠାରେ ବିଶ୍ୱଜନୀନ ଭ୍ରାତୃଭାବ, ଅକ୍ରୋଧ, କ୍ଷମା, ପରଦ୍ରବ୍ୟ ଓ ପର ସ୍ତ୍ରୀ ପ୍ରତି ଅନାସକ୍ତି, ଦୟା, ପବିତ୍ର ଭାବରେ ଜୀବନ— ଯାପନ, ଜନସେବା ଓ ବିଶେଷତଃ ଦରିଦ୍ର ସେବା, ଦୀକ୍ଷାଗ୍ରହଣ ବା ଡୁବନ (Baptism) ଆଦି ତାଙ୍କର ପ୍ରଚାରିତ ଧର୍ମର ସାରାଂଶ ବା ପ୍ରଧାନ ଅଙ୍ଗ ଅଟେ "ଜଣେ ଯେବେ ରାଗରେ ତୁମ ବାଆଁ ଗାଲରେ ଚାପୁଡା଼ଏ ବଜାଇ ଦେବ ତେବେ ତୁମେ ରାଗ ନ କରି ତାଠାରୁ ଆଉ ଗୋଟିଏ ଚାପୁଡ଼ା ପାଇବା ପାଇଁ ତୁମ ଡାହାଣ ଗାଲଟି ଉକ୍ତ ବ୍ୟକ୍ତିକୁ ଦେଖାଇ ଦେବ ବୋଲି ତାଙ୍କର ଗୋଟିଏ ପ୍ରଧାନ ଉପଦେଶ ଆଧୁନିକ ଅଧିକାଂଶ ପାଶ୍ଚାତ୍ୟ ସଭ୍ୟ ଜାତି ଖ୍ରୀଷ୍ଟଧର୍ମାବଲମ୍ୱୀ ଅଟନ୍ତି ଓ ସମଗ୍ର ପୃଥୀବୀର ଅଖ୍ରୀଷ୍ଟୀୟମାନେ କିପରି ପ୍ରତିମା ପୂଜା ତ୍ୟାଗ କରି ଖ୍ରୀଷ୍ଟଧର୍ମ ଗ୍ରହଣ କରିବେ, ଏହାହିଁ ପ୍ରଚାର କରିବା ନିମନ୍ତେ ଦେଶା— ନ୍ତରକୁ ଧର୍ମପ୍ରଚାରକ (Preacher ବା missionary) ମାନଙ୍କୁ ପଠାଇ ପୌତ୍ତଳିକମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରିବାରେ ଲାଗି ଅଛନ୍ତି କିନ୍ତୁ ଯୀଶୁଙ୍କର ଶେଷୋକ୍ତ ଉପଦେଶ (ଯାହାକି ଯୀଶୁ ଗୋଟିଏ ପାହାଡ଼ ଉପରେ ଠିଆ ହୋଇ ପ୍ରଚାର କରିଥିଲେ ଓ ସେଥିପାଇଁ ଯାହାକୁ Sermon on the mount ବୋଲାଯାଏ ତାହା)କୁ ପାଶ୍ଚାତ୍ୟ ସୁସଭ୍ୟ ଖ୍ରୀଷ୍ଟାନ୍ ଜାତିମାନେ କାର୍ଯ୍ୟତଃ ପାଳନ କରିବାର ଆଉ ଦେଖା ନାହିଁ ଓ ଅନ୍ୟ ଧର୍ମମାନଙ୍କରେ ଲକ୍ଷିତ ଦୃଷ୍ଟାନ୍ତ ପରି ଏହି ଧର୍ମର ଦ୍ୱାହିରେ ଏହି ଧର୍ମର ପ୍ରସାର ବୃଦ୍ଧି ହେବା ଛଳରେ ଅନେକ ବିଭତ୍ସ ଓ ଧର୍ମବିରୁଦ୍ଧ କାଣ୍ଡମାନ ସଭ୍ୟଡ ଜଗତରେ ଘଟୁଅଛି)


ଯୀଶୁ ୩ ବର୍ଷ ଏହି ଧର୍ମ ପ୍ରଚାର କଲେ ଓ ଜାଲୁଆ (କେଉଟ) ଆଦି ଇତର ଶ୍ରେଣୀର ୧୨: ଜଣ ବ୍ୟକ୍ତି ଏହାଙ୍କର ପ୍ରଧାନ ଶିଷ୍ୟ ହୋଇ ଏହି ଧର୍ମ ପ୍ରଚାର କରିବାରେ ଲାଗିଲେ ଏହି ନୂତନ ଉପଧର୍ମ (କାରଣ ଯୀହୁଦି ଧର୍ମର ଏହା ଗୋଟିଏ ସଂସ୍କୃତ ଓ ପରିବର୍ଦ୍ଧିତ ଶାଖା ଅଟେ) ଦେଶରେ ପ୍ରଚାର କରିବା ଯୋଗୁଁ ପୁରୁଣାକାଳି ଆଯୀହୁଦି (Jems) ମାନେ ଏହାଙ୍କ ପ୍ରତି ଖଡ଼୍ଗହସ୍ତ ହୋଇ ଉଠିଲେ ଓ ରାଜଦ୍ୱାରରେ ଯୀଶୁଙ୍କ ନାମରେ ଅଭିଯୋଗ ଉପାସ୍ଥାପିତ କଲେ ଯୀଶୁଙ୍କର ପ୍ରିୟ ଶିଷ୍ୟ ମଧ୍ୟରୁ ଜଣେ (Judas Iscariot) ବିଶ୍ୱାସଘାତକତାପୂର୍ବକ ଏହାଙ୍କୁ ରାଜ— କର୍ମଚାରୀଙ୍କ ହାତରେ ଧରା ପକାଇ ଦେଲେ ତାତ୍କାଳୀନ ପୌତ୍ତଳିକ ଧର୍ମାବଳମ୍ୱୀ ରୋମ୍ ସାମ୍ରାଜ୍ୟର ବିଚାରାଳୟରେ ପଣ୍ଟିଆ (Pontus Pilate) ନାମକ ବିଚାରପତି ଏହାଙ୍କପ୍ରତି ପ୍ରାଣଦଣ୍ଡର ଅଦେଶ କଲେ ଓ ଯୀହୁଦିମାନେ (Jews) ଯୁକ୍ତଚିହ୍ନ + ପରି ଗୋଟିଏ କାଠର ହରିକାଠ ବା କ୍ରୁଶ୍ (Cross)କୁ ଭୂଇଁରେ ପୋତି ସେଥିରେ ତାଙ୍କୁ ଠିଆ ବାଗରେ ରଖି ଲୁହା ପିରିକ୍ କଣ୍ଟା (ମୁଣ୍ଡରେ ୧, ଲାହିରେ ୧ ଓ ଦୁଇ ବାହୁକୁ ଲମ୍ୱାଇ କରି ଦୁଇ ହାତର ଲେଡ଼ିରେ ୨, ଏପରି ୪ଟି କଣ୍ଟା) ବାଡ଼େଇ ମାରି ପକାଇଲେ କିନ୍ତୁ କ୍ରୁଶ୍ୱିଦ୍ଧ ଓ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଯୀଶୁ ପ୍ରଶାନ୍ତ ମୂର୍ତ୍ତିରେ ଓ ଦରହସିତ ବଦନରେ ଈଶ୍ୱରଙ୍କୁ ପ୍ରାର୍ଥନା କରୁ ଥାଆନ୍ତି:—"ହେ ଈଶ୍ୱର? ମତେ ଯେଉଁମାନେ ଦଣ୍ଡ ଦେଉ ଅଛନ୍ତି ସେମାନଙ୍କୁ କ୍ଷମା ଦିଅ; କାରଣ ସେମାନେ ଯାହା କରୁଅଛନ୍ତି ତହିଁର ଗୁରୁତ୍ୱ ବୁଝି ପାରୁ ନାହାନ୍ତି" (ଏହାହିଁ ଖ୍ରୀଷ୍ଟ ଧର୍ମର ଆଦର୍ଶ ରୂପରେ ଜଗତରେ ସ୍ଥାପିତ ଓ କଥିତ) ସଭ୍ୟ ଜଗତରେ ଆଧୁନିକ ଖ୍ରୀଷ୍ଟୀୟାନ୍ ସଭ୍ୟତାଭିମାନୀ ଜାତିମାନଙ୍କର ଯୁଦ୍ଧବ୍ୟାପାର, ସାମ୍ରାଜ୍ୟବିସ୍ତାର ବ୍ୟାପାର, ଅନ୍ୟ ଜାତିଙ୍କୁ କରାୟତ୍ତକରିବା ବ୍ୟାପାର, ଖ୍ରୀଷ୍ଟାନେତର ଓ ଶ୍ୱେତକାୟେତର ଜାତିମାନଙ୍କ ପ୍ରତି ଭେଦବ୍ୟବହାର ଆଦି ଯିଶୁଙ୍କ ପ୍ରଚାରିତ ଉପଦେଶ ଭଙ୍ଗର ଜଳନ୍ତ ସାକ୍ଷୀରୂପେ ଆଧୁନିକ ସଭ୍ୟ ସମାଜର ଅନ୍ତଃସାରଶୂନ୍ୟତାକୁ ପଦେ ପଦେ ଘୋଷଣା କରୁଅଛି ଏ କଥା ଖ୍ରୀଷ୍ଟୀୟାନ୍ ଭାବୁକ ଓ ଧର୍ମପ୍ରାଣ ମହାପୁରୁଷମାନେ ଅନୁଭବ କରି ନିଜର ମର୍ମବେଦନା ସଭ୍ୟ ଜଗତକୁ ଜଣାଉ ଅଛନ୍ତି ଯୀଶୁ ଏପ୍ରିଲ୍ ମାସର ଶୁକ୍ରବାରରେ ଶେଷ ନିଃଶ୍ୱାସ ନିକ୍ଷେପ କରିଥିଲେ, ତହିଁର ସ୍ମୃତି (Good Friday) ଗୁଡ଼୍ ପ୍ରାଇଡ଼େ ନାମକ ପର୍ବଦ୍ୱାରା ପାଳିତ ହୁଏ ଯୀଶୁଙ୍କ ଜନ୍ମଦିନ ଡିମେସ୍ୱର୍ମାସ ୨୫: ତାରିଖରେ ପଡ଼ିଥିବାରୁ ତହିଁର ସ୍ମୃତି (Christmas) ଖ୍ରୀଷ୍ଟମସ୍ ବା ବଡ଼ଦିନ ନାମକ ପର୍ବଦ୍ୱାରା ପାଲିତ ହୁଏ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପରେ ଆଧୁନିକ ପାଶ୍ଚାତ୍ୟ ଜାତିମାନଙ୍କର ଆବ୍ଦ ବା ବର୍ଷ ଗଣନା ହୁଏ ଓ ଖ୍ରୀଷ୍ଟାବ୍ଦକୁ A. D. ଏବଂ ଖ୍ରୀଷ୍ଟପୂର୍ବାବ୍ଦକୁ B. C. ବୋଲାଯାଏ ଯୀଶୁଖ୍ରୀଷ୍ଟ ଦେହତ୍ୟାଗର ତୃତୀୟ ଦିବସରେ କବରରୁ ଉଠି ତାଙ୍କ ଭକ୍ତମାନଙ୍କୁ ସ୍ୱଦେହରେ ଦେଖା ଦେଇଥିଲେ ଏହି ଘଟନାକୁ ପୁନରୁତ୍ଥନ (Resurrection) ବୋଲାଯାଏ ଏଥିପାଇଁ ଖ୍ରୀଷ୍ଟାନ୍ମାନେ ଇଷ୍ଟର୍ ପର୍ବ ପାଳନ୍ତି ଖ୍ରୀଷ୍ଟ ଧର୍ମଶାସ୍ତ୍ରରେ ଲେଖାଅଛି ଯେ ଯୀଶୁ ପୁନର୍ବାର ପୃଥିବୀରେ ଅବତାର ଗ୍ରହଣ କରି ପୃଥିବୀରେ ସତ୍ୟର ରାଜ୍ୟ ଓ ଧର୍ମର ରାଜ୍ୟ ଚିରକାଳ ପାଇଁ ସୁପ୍ରତିଷ୍ଠିତ କରିବେ ଖ୍ରୀଷ୍ଟିୟାନ୍ମାନେ ବର୍ତ୍ତମାନ୍ ସ୍ଥୂଳତଃ ଚାରି ସମ୍ପ୍ରଦାୟରେ ବିଭକ୍ତ—ପ୍ରୋଟେଷ୍ଟାଣ୍ଟ୍, ରୋମାନ୍ କାଥଲିକ୍, ଗ୍ରୀକ୍ ଚର୍ଚ୍ଚ, ପିଉରିଟାନ୍; କିନ୍ତୁ ଅଧୁନା ସେ ସବୁ ଶାଖାରୁ ଅନେକ ଉପଶାଖା ଦେଖାଗଲାଣି]