ଯୁଗ

ଉଇକିଅଭିଧାନ‌ରୁ

ଯୁଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଯୁ ଧାତୁ=ମିଳନ କରିବା+କର୍ତ୍ତୃ. ଗ)[ସମ୍ପାଦନା]

୧. ଯୁଆଳି; ଧୂର୍ଯ୍ୟସ୍କନ୍ଧଗତ ଯାନାଙ୍ଗ; ହଳର ବା ଶଗଡ଼ର ଯେଉଁ ଅଂଶ ପଶୁଙ୍କ କାନ୍ଧ ଉପରେ ରହେ —୧. Yoke.
୨. (ଏହା ବିଶେଷ୍ୟ ପରେ ବ୍ୟବହୃତ ଯଥା—ଅଶ୍ୱଯୁଗ) ଯୁଗ୍ମ; ଯୋଡ଼ା; ଯୁଗଳ —୨. Pair; couple; two.

[ଉ—ଡବ ଡବ ବାରି ନିଃସରିବ ଚାରି ପହରେ ନୟନ— ଯୁଗୁଁ କବିସୂର୍ଯ୍ୟ. କିଶୋରୀଚମ୍ପୂ ଡ. ଗୀତ

୩. ଦ୍ୱାଦଶ ବର୍ଷକାଳ —୩. A period of ୧୨ years.
୪. ପ଼ଞ୍ଚବର୍ଷ ପରିମିତ କାଳ —୪. A period of ୫ years.
୫. ଋଦ୍ଧି ନାମକ ଔଷଧ —୫. Name of a rare drug.
୬. ଏକ ଧନୁ ପରିମାଣ; ଚାରିହାତ ଲମ୍ୱ ପରିମାଣ —୬. A length of ୪ cubits.
୭. ବହୁବର୍ଷ —୭. A long period of years (Apte).
୮. ଅମଳ; ଜୀବନକାଳ —୮. Generaton; life (Apte).
୯. ଚାରି ସଂଖ୍ୟା — ୯. The number four (Apte).
୧. ଦ୍ୱାଦଶ ସଂଖ୍ୟା —୧୦. The number twelve (Apte)
୧୧. (ହିନ୍ଦୁଶାସ୍ତ୍ର) ସତ୍ୟ, ତ୍ରେତା, ଦ୍ୱାପରଁ, କଳି ଏହି ଚାରିକାଳ —୧୧. The four ages of Hindu mythology.

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ରକାରମାନେ କାଳକୁ ଚାରି ଯୁଗରେ ବିଭକ୍ତ କରିଅଛନ୍ତି—୧ ସତ୍ୟଯୁଗ ବା କୃତଯୁଗର ପରିମାଣ ଦେବତାଙ୍କର ୪୮: ବର୍ଷ=ମନୁଷ୍ୟର ୪୮ x ୩୬ =୧୭, ୨୮: ବର୍ଷ—୨ ତ୍ରେତାଯୁଗ—ଦେବତାଙ୍କର ୩୬: ବର୍ଷ=ମନୁଷ୍ୟର ୩୬ X ୩୬= ୧୨, ୯୬: ବର୍ଷ—୩ ଦ୍ୱାପରଯୁଗ—ଦେବତାଙ୍କର ୨୪: ବର୍ଷ=ମନୁଷ୍ୟର ୨୪ X ୩୬=୮, ୭୪: ବର୍ଷ—୪ କଳିଯୁଗ—ଦେବତାଙ୍କର ୧୨: ବର୍ଷ= ମନୁଷ୍ୟର ୧୨ x ୩୬=୪, ୩୨: ବର୍ଷ ଚତୁର୍ଯୁଗର ମୋଟ ପରିମାଣ=୪୩, ୨: ବର୍ଷ ଅର୍ଥାତ୍ ୪୩: ଲକ୍ଷ ୨ ହଜାର ବର୍ଷ ଏହାକୁ ମହାଯୁଗ ବୋଲାଯାଏ ଏଥିରୁ ଦେଖା ଯାଉଅଛି ଯେ ସତ୍ୟ କ୍ରେତା, ଦ୍ୱାପର ଓ କଳିଯୁଗର ଅନୁପାତ ଯଥାକ୍ରମେ ୪—୩—୨. ୧: ପ୍ରଥମେ ସତ୍ୟଯୁଗରେ ବ୍ରହ୍ମା ଭୂତସମସ୍ତର ସୃଷ୍ଟି କରନ୍ତି ଓ ଶେଷରେ ରୁଦ୍ର କଲିଯୁଗରେ ସମସ୍ତ ସୃଷ୍ଟିର ବିଲୟ ସାଧାନ କରନ୍ତି ପ୍ରତ୍ୟେକ ଯୁଗର ପରିମାଣର ୧/୧୨: =ଯୁଗ କାଳ, ୧/୧୨: ଯୁଗ ସନ୍ଧ୍ୟା ଓ ୧/୧୨: ଯୁଗସନ୍ଧ୍ୟାଂଶ ଯଥା କଳିଯୁର ଯୁଗକାଳ—ଦେବତାଙ୍କର ୧ ବର୍ଷ. ଯୁଗସନ୍ଧ୍ୟା ୧ ବର୍ଷ. ଯୁଗସନ୍ଧ୍ୟାଂଶ ୧ ବର୍ଷ=୧୨: ଦେବ ବତ୍ସର=୪୩୨: ମନୁଷ୍ୟ ବତ୍ସର ଚାରିଯୁଗ ଶେଷରେ ଖଣ୍ଡ ପ୍ରଲୟ ଘଟେ ଚାରିଯୁଗ କାଳକୁ ମହାଯୁଗ ବୋଲାଯାଏ ୭୧:ଟି ମହାଯୁଗ ହେଲେ ଗୋଟିଏ ମନ୍ନନ୍ତର ହୁଏ ମନ୍ୱନ୍ତରର ଶେଷରେ ଗୋଟିଏ ମହାପ୍ରଳୟ ହୁଏ ୧ଟି ମହାଯୁଗ ହେଲେ ଗୋଟିଏ କଳ୍ପ ହୁଏ, ଅର୍ଥାତ୍ ଆମ୍ଭମାନଙ୍କର ୪୩୨: ବା ୪୩୨: କୋଟି ବର୍ଷରେ

ଗୋଟିଏ କଳ୍ପହେଲେ ବ୍ରହ୍ମାଙ୍କର ୧ଦିନ ହୁଏ ଓ ଗୋଟିଏ କଳ୍ପ ହେଲେ ଏକ ରାତି ହୁଏ ଅର୍ଥାତ୍ ୧ ମହାଯୁଗ ବା ୪୩୨: କୋଟି ବର୍ଷ ବ୍ରହ୍ମାଙ୍କର ୧ ରାତ୍ରି କଳ୍ପ ଶେଷରେ ବ୍ରାହ୍ମାସୃଷ୍ଟି ସଂହାର କରି ନିଦ୍ରା ଯାଆନ୍ତି ଓ ସେ ସମୟରେ ସମସ୍ତ ଅନ୍ଧକାରମୟ ଥାଏ ରାତ୍ରି ଶେଷ ହେଲେ ବ୍ରହ୍ମାଙ୍କର ନିଦ୍ରା ଭଙ୍ଗ ହୁଏ ଓ ସେ ପୁଣି ସୃଷ୍ଟି ଆରମ୍ଭ କରନ୍ତି ଏହିପରି କଳ୍ପକଳ୍ପବ୍ୟାପୀ ସୃଷ୍ଟିସ୍ଥିତିପ୍ରଳୟ କ୍ରିୟା ଲାଗିଅଛି

ହିନ୍ଦୁ ଶାସ୍ତ୍ର ମତରେ ===

୧. ସତ୍ୟଯୁଗର ଉତ୍ପତ୍ତି, ଧର୍ମ ଓ ବିବରଣଃ—ଉତ୍ପତ୍ତି, ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା, ରବିବାର ପରିମାଣ—୧୭: ଲକ୍ଷ ୨୮: ହଜାର ବର୍ଷ ସତ୍ୟଯୁଗରେ ବିଷ୍ଣୁଙ୍କର ଅବତାର—ମତ୍ସୀ, କୂର୍ମ, ବରାହ, ନୃସିଂହ (ମତାନ୍ତରରେ ବାମନ ସତ୍ୟଯୁଗର ଅବତାର) ଏ ସମୟରେ ୬ ଜଣ ଚକ୍ରବର୍ତ୍ତୀ ରାଜତ୍ୱ କରିଥିଲେ, ଯଥା— ବଳି, ବେଣୁ, ମାନ୍ଧାତା, ପୁରୁରବା, ଧୁନ୍ଦୂମାର (ମାଦଳା ପାଞ୍ଜିରେ ଜାନୁଘଣ୍ଟା) ଓ କାର୍ତ୍ତବୀର୍ଯ୍ୟାର୍ଜୁନ ଏ ଯୁଗରେ ପୁଣ୍ୟ ଚତୁଷ୍ପାଦ, ପାପ ନାସ୍ତି; ମନୁଷ୍ୟଙ୍କ ପରମାୟ ୧ ଲକ୍ଷ ବର୍ଷ; ମାନବ ଦେହର ଉଚ୍ଚତା ୨୧: ହାତ; ମଜ୍ଜାଗତ ପ୍ରାଣ ଓ ଇଚ୍ଛା ମୃତ୍ୟୁ; ବ୍ୟବହାରପାତ୍ର ସୁବର୍ଣ୍ଣ, ସାମବେଦର ଅଧିକାର; ତୀର୍ଥ ପୁଷ୍କର; ମନୁଷ୍ୟର କର୍ତ୍ତବ୍ୟ ଭକ୍ତି ତାରକ ବ୍ରହ୍ମନାମ— ନାରାୟଣପରା ବେଦାଃ, ନାରାୟଣପରାକ୍ଷରାଃ ନାରାୟଣପରା ମୁକ୍ତି ନାରାୟଣପରା ଗତିଃ ଶାସ୍ତ୍ରୋକ୍ତ ସତ୍ୟଯୁଗର ଲକ୍ଷଣ ===

ନିତ୍ୟଧର୍ମରତି, ତୀର୍ଥାଶ୍ରୟ ଓ ସତ୍ୟପରାୟଣତା ଯୋଗୁଁ ମନୁଷ୍ୟମାନେ ଦେବତାମାନଙ୍କୁ ସନ୍ଧା ନିନ୍ଦା କରନ୍ତି

୨. ତ୍ରେତାଯୁଗ—ଉତ୍ପତ୍ତି, କାର୍ତ୍ତିକ ଶୁକ୍ଳପକ୍ଷ ନବମୀ— ଅଅଁଳା ନବମୀ, ସୋମବାର

ପରିମାଣ—୧୨: ଲକ୍ଷ ୯୬: ହଜାର ବର୍ଷ

ଅବତାର—ବାମନ, ପରଶୁରାମ, ଶ୍ରୀରାମ (ମତାନ୍ତରରେ ବାମନ ତ୍ରେତାଯୁଗର ଅବତାର ନୁହନ୍ତି)

ଚକ୍ରବର୍ତ୍ତୀ—ସୂର୍ଯ୍ୟବଂଶୀୟ ରାଜଗଣ


ଅନୁବାଦ[ସମ୍ପାଦନା]

ପୂଣ୍ୟ ତ୍ରିପାଦ, ପାପ ଏକ ପାଦ, ମନୁଷ୍ୟଙ୍କ ପରମାୟୁ ଦଶ ହଜାର ବର୍ଷ, ମାନଦେହର ଉଚ୍ଚଚା ୧୪: ହାତ, ପ୍ରାଣ— ଅସ୍ଥିଗତ; ପାତ୍ର—ରୌପ୍ୟ; ବେଦ—ଋଗେଦ; ତୀର୍ଥ— ନୈମିଷାରଣ୍ୟ; ମନୁଷ୍ୟର କର୍ତ୍ତବ୍ୟ ଜ୍ଞାନ ତାରକ ବ୍ରହ୍ମନାମ— ରାମ ନାରାୟଣାନନ୍ତ ମୁକୁନ୍ଦ ମଧୁସୂଦନ କୃଷ୍ଣ କେଶବ କଂସାରେ ହରେ ବୈକଣ୍ଠ ବାମନ ତ୍ରେତାଯୁଗର ଶାସ୍ତ୍ରୋକ୍ତ ଲକ୍ଷଣ— ଲୋକମାନେ ଦାନ, ଧର୍ମ, ତପସ୍ୟା ଓ ତୀର୍ଥଦର୍ଶନରତ ଏବଂ ରାଜାମାନେ ଯଜ୍ଞଶୀଳ

୩. ଦ୍ୱାପର ଯୁଗ—ଉତ୍ପତ୍ତି—ଭାଦ୍ର କୃଷ୍ଣ ତ୍ରୟୋଦଶୀ ଗୁରୁବାର ପରିମାଣ—୮ ଲକ୍ଷ ୬୪: ହଜାର ବର୍ଷ ଅବତାର—ଶ୍ରୀକୃଷ୍ଣ, ବୁଦ୍ଧ (ମତାନ୍ତରରେ ବୁଦ୍ଧ ଦ୍ୱାପର ଯୁଗର ଅବତାର ନୁହନ୍ତି) ପୁଣ୍ୟ ଦୁଇ ପାଦ, ପାପ ଦୁଇ ପାଦ; ଚକ୍ରବର୍ତ୍ତୀ—ଶାଲ୍ୱ, ବିରାଟାଦିଙ୍କଠାରୁ, କିଂସପର୍ଯ୍ୟନ୍ତ ୧୬: ଜଣ; ମନୁଷ୍ୟର ପରମାୟୁ—ଏକ ହଜାର ବର୍ଷ; ମାନବଦେହର ଉଚ୍ଚତା—୭ ହାତ; ପ୍ରାଣ—ରୂଧିରଗତ, ପାତ୍ର—ତାମ୍ର; ବେଦ—ଯଜୁର୍ବେଦ, ତୀର୍ଥ—କୁରୁକ୍ଷେତ୍ର; କର୍ତ୍ତବ୍ୟ—ଯଜ୍ଞ ତାରକ ବ୍ରହ୍ମନାମ— ହରେ ମୁରାରେ ମଧୁକୈଟଭାରେ, ଗୋବିନ୍ଦ ଗୋପାଳ ମୁକୁନ୍ଦ ଶୌରେ

ଯଜ୍ଞେଶ ନାରାୟଣ କୃଷ୍ଣବିଷ୍ଣୋ; ନିରାଶ୍ରୟଂ ମାଂ ଜଗଦୀଶ ରକ୍ଷ ଦ୍ୱାପର ଯୁଗର ଶାସ୍ତ୍ରୋକ୍ତ ଲକ୍ଷଣ— ଲୋକମାନେ ଧର୍ମାଧର୍ମରତ, ପ୍ରଳାପୀ ଓ ଚପଳ ରାଜା—ଜ୍ଞାନନିଷ୍ଠ ଓ କପଟବାକ୍

୪. କଳିଯୁଗ—ଉତ୍ପତ୍ତି—ମାଘ ପୂର୍ଣ୍ଣିମା ଶୁକ୍ରବାର ପରିମାଣ ୪ ଲକ୍ଷ ୩୨: ହଜାର ବର୍ଷ ପୁଣ୍ୟ—୨ ପାଦ, ପାପ—ତ୍ରିପାଦ; ଅବତାର—କଳିଯୁଗର ଶେଷ, ଅର୍ଥାତ୍ ପୁଣି ସତ୍ୟଯୁଗରେ ଆରମ୍ଭ ହେବା ସମୟରେ କଳି ଅବତାର ଆବିର୍ଭୂତ ହେବ (ମତାନ୍ତରରେ ବୁଦ୍ଧି କଳିଯୁଗର ଅବତାର)

ଚକ୍ରବର୍ତ୍ତୀ—ପ୍ରଥମେ ଯୁଧିଷ୍ଠିରାଦି ୧୨: ଜଣ ହିନ୍ଦୁରାଜା ୩୬୯୫: ବର୍ଷ ଓ ତତ୍ପରେ ସାହା, ସୁଲତାନାଦି ୨୧: ଜଣ ଯବନ ରାଜା ୧୨୪୪: ବର୍ଷ ରାଜତ୍ୱ କଲେ ତତ୍ପରେ ଆଜି ପର୍ଯ୍ୟନ୍ତ ଇଂଲଣ୍ଡ ଦେଶୀୟ ରାଜାମାନେ ରାଜତ୍ୱର କରୁ— ଅଛନ୍ତି

ମନୁଷ୍ୟର ପରମାୟ—୧୨: ବର୍ଷ, ଉଚ୍ଚତା ୩ ହାତ ପ୍ରାଣ—ଅନ୍ନଗତ; ମନୁଷ୍ୟମାନେ ପାପାନୁରତ ଓ ସ୍ତ୍ରୈଣ ପାତ୍ର ନିର୍ଣ୍ଣୟ ନାହିଁ; ତୀର୍ଥ—ଗଙ୍ଗା; କର୍ତ୍ତବ୍ୟ—ଦାନ ତାରକବ୍ରହ୍ମନାମ— ହରେକୃଷ୍ଣ ହରେକୃଷ୍ଣ, କୃଷ୍ଣକୁଷ୍ଣ ହରେ ହରେ ହରେରାମ ହରେରାମ, ରାମରାମ ହରେ ହରେ କଳିଯୁଗର ଶାସ୍ତ୍ରବର୍ଣ୍ଣିତ ଲକ୍ଷଣ ===

ସଂସାର ଧର୍ମହୀନ, ତପୋବିରହିତ, ସତ୍ୟହୀନ; ଲୋକେ ପାପରତ; ବ୍ରାହ୍ମଣମାନେ ଲୋଭୀ ଓ ମୂର୍ଖ; ନୃପତି ଲୋଭୀ ଓ କପଟୀ; ମନୁଷ୍ୟମାନେ ସ୍ତ୍ରୀବଶ ଓ ପାପାନରକ୍ତ ସ୍ତ୍ରୀମାନେ ଚପଳା, ପୃଥିବୀ ନିର୍ବୀର୍ଯ୍ୟ ଓ ନିରୌଷଧିରସା ଓ ମନ୍ଦଫଳା ଦୁର୍ଜନଙ୍କର ପ୍ରଭାବବୃଦ୍ଧି ଓ ସଜ୍ଜଙ୍କର ଦୁରବସ୍ଥା (ଅରୁଣୋଦୟ ପ୍ରେସ୍ ପ୍ରକାଶିତ ଖଡ଼ିରତ୍ନ ପଞ୍ଜିକା)

ଆଧୁନିକ ଗଣାନାନୁସାରେ କଳିଯୁଗର ଆରମ୍ଭକାଳ ଖ୍ରୀଷ୍ଟପୂର୍ବ ୩୧୧: ସାଲ ଅତଏବ ୧୯୩୬: ସାଲ ପର୍ଯ୍ୟନ୍ତ କଳିଯୁଗର ୫୩୭: ବର୍ଷ ଦ୍ଭୋଗ ହୋଇଅଛି ଓ ୪ ଲକ୍ଷ ୨୬: ହଜାର ୯୩୬: ବର୍ଷ ବାକି ଅଛି

ଘୋର କଳି ଉପସ୍ଥିତ ହେଲେ, ଅର୍ଥାତ୍ ଜଗତକୁ ପାପ ଗ୍ରାସିଲେ ଭଗବାନ୍ କଳ୍କୀ ଅବତାର ଗ୍ରହଣ କରି ପାପିଙ୍କ ସଂହାର କରି ଜଗତରେ ସତ୍ୟର ପ୍ରତିଷ୍ଠା କରିବେ ବୋଲି ଶାସ୍ତ୍ରରେ ଲେଖାଅଛି ଶାସ୍ତ୍ରରେ କଲିଯୁଗର ବିକଟ ଅବସ୍ଥ ଘଟିବାର ଯାହା ବର୍ଣ୍ଣିତ ହୋଇଅଛି ତାହା କ୍ରମେକ୍ରମେ ଘନୀଭୂତ ହେଉଥିବା ଦେଖା ଯାଉଅଛି

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଯୁଗ୍ମ) ପଶାକାଠିରେ ପଡ଼ିବା ଦାନ— ବିଶେଷ; ଯେଉ ଦାନରେ ପଶାର ୩ଗୋଟି କାଠି— ମଧ୍ୟରୁ ୨ଟି (ଯୁଗ୍ମ) କାଠି ଉପରେ ଦେଖାଯିବା ରାଶି ସଂଖ୍ୟା ସମାନ ହୋଇଥାଏ —୧. A thriow of the dice resulting in ୨ of the dice turning up with the same number of ponts.

[ଦ୍ରଷ୍ଟବ୍ୟ — ପଶାଖେଳରେ କେତେଗୁଡ଼ିଏ ଦାନ ଅଛି ଯାହା କି 'ଯୁଗ' ହୋଇପାରେ ନଚେତ୍ 'ଯୁଗ' ନ ହୋଇ ମଧ୍ୟ ସେହି ସଂଖ୍ୟାର ସମଷ୍ଟି ହୋଇପାରେ ଯଥା— ଯୁଗ ୯ ବା ପଞ୍ଜାଚାରି=(୧ କାଠିରେ) ୨+(୧ କାଠିରେ) ୨+(୧କାଠିରେ) ୫; ଯୁଗ ନ ହୋଇ ୯ ବା ଛଅ ତିନି=(୧ କାଠିରେ) ୨+(୧ କାଠିରେ) ୧+(୧ କାଠିରେ) ୬ ଯୁଗ ୧୨: ବା ଦଶଦୁଇ=୫+୫+୨ ଯୁଗ ନ ହୋଇ ୧୨: ବା କଚ୍ଚେ ବାଆର=୬+୫+୧; ପଶାରେ '୧' ଦାନ କେବଳ ଯୁଗରେ ଡାକ ନାମ ଅଠର—୩ଟି କାଠିରେ ୬ ଲେଖାଏଁ ପଡ଼ିବା; ସତର—୨ଟି କାଠିରେ ୬ ଲେଖାଏଁ ଓ ଗୋଟିକରେ ୫; ଷୋହୋଳ—୨ଟି କାଠିରେ ୫ ଲେଖାଏଁ ଓ ଗୋଟିକରେ ୬; ପନ୍ଦର—୩ଟି କାଠରେ ୫ ଲେଖାଏଁ; ଚଉଦ—୨ଟି କାଠିରେ ୬ ଲେଖାଏଁ ଓ ଗୋଟିକରେ ୨;

(ଯୁଗ) ତେଏର—୨ ଟିରେ ୬ଲେଖାଏ ଓ ଗୋଟି— କରେ ୧; (ଗୋଟିକରେ ୬, ଗୋଟିକରେ ୫ ଓ ଗୋଟି— କରେ ୨ ପଡ଼ି ୧୩: ହେଲେ ତାହ ଯୁଗ ହେଲା ନାହିଁ) (ଯୁଗ) ବାଆର—ଦୁଇଟିରେ ୫ ଲେଖାଏଁ ଓ ଗୋଟିକରେ ୨ (ଗୋଟିକରେ ୬, ଗୋଟିକରେ ୫ ଓ ଗୋଟିକରେ ୧ ପଡ଼ି ୧୨: ହେଲେ ଯୁଗ ହେଲା ନାହିଁ) ଏଗାର—ଦୁଇଟିରେ ୫ ଲେଖାଏଁ ଓ ଗୋଟିକରେ ୧; ଦଶ—ଦୁଇଟିରେ ୪ ଲେଖାଏଁ ଓ ଗୋଟିକରେ ୨; ନଅ—ଦୁଇଟିରେ ୨ ଲେଖାଏଁ ଓ ଗୋଟିକରେ ୫; ବା ଗୋଟିକରେ ୨, ଗୋଟିକରେ ୧, ଗୋଟିକରେ ୬; ଆଠ—ଦୁଇଟିରେ ୧ ଲେଖାଏଁ ଓ ଗୋଟିକରେ ୬; କିମ୍ୱା ଗୋଟିକରେ ୨, ଗୋଟିକରେ ୧ ଓ ଗୋଟିକରେ ୫; ସାତ—ଦୁଇଟିରେ ୧ ଲେଖାଏଁ ଗୋଟିକରେ ୫ ଛଅ—(ଛ କଡ଼ା) ବା ୩ଟିରେ ୨ ଲେଖାଏଁ; ପାଞ୍ଚ—ଦୁଇଟିରେ ୨ ଲେଖାଏଁ ଗୋଟିକରେ ୧ (ପଞ୍ଜଡ଼ି) ଚାରି—ଦୁଇଟିରେ ୧ ଲେଖାଏଁ ଗୋଟିକରେ ୨ (ଚାରି ଦାନା) ତିନି—୩ଟିରେ ୧ ଲେଖାଏଁ (ତିନି ଦାନା)] 

୨. (ସଂସ୍କୃତ - ଯୋଗ) ମିଳନ —୨. Mixing.

[ଉ—ବାସରେ ଯୁଗ କରଇ ବିଚାର, ବାସରେ ଯୁଗ ନୋହୁ ପଞ୍ଚଶର; ବିନାଶିଲେ ପୁନ, ବିନା ଗତିରେ ତ ଗଲା ଜୀବନ ଭଞ୍ଜ. ବୈଦେହୀଶବିଳାସ]

===ବିଶେଷଣ - (ସଂସ୍କୃତ - ଯୁଗ୍ମ)

ଦୁଇ —Two.

[ଉ ଉଲ୍ଲୋଳ ଯୁଗ ତଡ଼ାଗ ଆକାର, ବାମ ଦକ୍ଷିଣ ଦୀର୍ଘ ମନୋହର ପ୍ରାଚୀ ରସବାରିଧି]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଯୁଗରଜ୍ଜୁ)[ସମ୍ପାଦନା]

ଯୋତଦଉଡ —Ropesfor tying beasts to the yoke.