ଯୁଧିଷ୍ଠିର

ଉଇକିଅଭିଧାନ‌ରୁ

ଯୁଧିଷ୍ଠିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନାମ) (ଅଳୁକ୍; ଯୁଧି=ଯୁଦ୍ଧରେ+ସ୍ଥିର= ଅଟଳ)[ସମ୍ପାଦନା]

ଜ୍ୟେଷ୍ଠ ପାଣ୍ଡବ —The eldest of the pāṇḍaba brothers.

[ଦ୍ରଷ୍ଟବ୍ୟ ପାଣ୍ଠୁଙ୍କ ପ୍ରଥମା ପତ୍ନୀ କୁନ୍ତୀଙ୍କ ଗର୍ଭରେ ଧର୍ମ (ଯମ) ଦେବତାଙ୍କ ଔରସରେ ଯୁଧୁଷ୍ଠିରଙ୍କର ଜନ୍ମ ଏ ବାଲ୍ୟକାଳରୁ ବିଶେଷ ଧର୍ମପରାୟଣ ଥିଲେ ପାଣ୍ଡୁଙ୍କ ମୃତ୍ୟୁପରେ ମାତା ଓ ଚାରିଭାଇଙ୍କ ସହିତ ଏ ଧୃତରାଷ୍ଟ୍ରଙ୍କ ଆଶ୍ରୟରେ ପ୍ରତିପାଳିତ ହୋଇ, ଦୁର୍ଯ୍ୟାଧନାଦି କୌରବଙ୍କ ସଙ୍ଗେ କୃପ ଓ ଦ୍ରୋଣଙ୍କଠାରୁ ଅସ୍ତ୍ରବିଦ୍ୟା ଶିକ୍ଷା କଲେ ଓ ପ୍ରାପ୍ତ— ବୟସ୍କ ହେବାରୁ ଯୌବରାଜ୍ୟାଭିଷିକ୍ତ ହୋଇ ଅପତ୍ୟ ନିର୍ବିଶେଷରେ ପ୍ରଜାପାଳନ କଲେ ଧୃତରାଷ୍ଟ୍ରଙ୍କ ଜ୍ୟେଷ୍ଠପୁତ୍ରରେ ଦୁର୍ଯ୍ୟୋଧନ ପରଶ୍ରୀକାତର ହୋଇ ପଞ୍ଚ— ପାଣ୍ଡବଙ୍କର ବିନାଶ ସାଧନ କରିବାକୁ ନାନା ଉପାୟ ଓ କୂଟ କୌଶଳ କରି ଅକୃତକାର୍ଯ୍ୟ ହେଲେ ଦୁର୍ଯ୍ୟୋଧନ ପରିଶେଷରେ ବାରଣାବତ ନଗରୀରେ ଗୋଟିଏ ଜତୁଗୃହ ନିର୍ମାଣ କରାଇ ପାଣ୍ଡବ ପାଞ୍ଚ ଭାଇଙ୍କୁ ରହିବାକୁ କହିଲେ ସେ ଗୃହ ମଧ୍ୟରେ ଏମାନେ ଥିବା ସମୟରେ ସେ ଘରେ ନିଆଁ ଲଗାଇ ଏମାନଙ୍କୁ ପୋଡୢ ଦେବାକୁ ଦୁର୍ଯ୍ୟୋଧନ କୌଶଳ କରିଥିଲେ କିନ୍ତୁ ଏମାନେ ତାହା ଆଗରୁ ଜାଣିପାରି ସେଠାରୁ ପଳାଇ ଯାଇ ପ୍ରାଣରକ୍ଷା କଲେ ଓ ଅଚିହ୍ନା ଭାବରେ ମାତାଙ୍କ ସହିତ ବୁଲିଲେ

ଏହି ସମୟରେ ପଞ୍ଚାଳ ରାଜକନ୍ୟା ଦ୍ରୌପଦୀଙ୍କର ସ୍ୱୟମ୍ୱର ହେବା ବିଷୟ ଅବଗତ ହୋଇ ଏମାନେ ଉକ୍ତ ରାଜଧାନୀକୁ ବ୍ରାହ୍ମଣ ବେଶରେ ଯାଇ ଦୁର୍ଯ୍ୟୋଧନାଦି ବହୁଶତ ରାଜ୍ୟ ବିଦ୍ଧ କରିବାକୁ ଅକ୍ଷମ ହୋଇଥିବା ଲକ୍ଷ୍ୟକୁ ଅର୍ଜୁନ ଭେଦ କଲେ ଓ ଦ୍ରୌପଦୀଙ୍କୁ ପ୍ରାପ୍ତ ହେଲେ ସ୍ୱକୁଟୀରକୁ ଆସି


ମାତାଙ୍କର ଆଦେଶକ୍ରମେ ପାଞ୍ଚ ଭାଇ ଯାକ ଦ୍ରୌପଦୀଙ୍କ ବିବାହ କଲେ ତତ୍ପରେ ଧୃତିରାଷ୍ଟ୍ର ବିଦୁରଙ୍କୁ ପଠାଇ ଏମାନଙ୍କୁ ଡକାଇ ଆଣିଲେ ଓ ଦୁର୍ଯ୍ୟୋଧନଙ୍କୁ ହସ୍ତିନାପୁର ଓ ଯୁଧିଷ୍ଠିରଙ୍କୁ ଇନ୍ଦ୍ରପ୍ରସ୍ଥ ରାଜ୍ୟ ଦେଲେ ଯୁଧିଷ୍ଠିରାଦି ପଞ୍ଚଭ୍ରାତା ସେହିଠାରେ ସୁଖରେ ରାଜ୍ୟ କଲେ ଯୁଧିଷ୍ଠିରଙ୍କ ଔରସରେ ଦ୍ରୌପଦୀଙ୍କ ଗର୍ଭରୁ ପ୍ରତିବିନ୍ଧ୍ୟ ନାମକ କୁମାର ଜନ୍ମ ହେଲେ

ଅର୍ଜୁନଙ୍କ ସଖା ଶ୍ରୀକୃଷ୍ଣଙ୍କ ପରାମର୍ଶରେ କିଛିଦିନ ପରେ ଯୁଧିଷ୍ଠିର ରାଜସୂୟ ଯଜ୍ଞ ଆରମ୍ଭ କଲେ ଓ ଜରାସନ୍ଧ ନାମକ ପ୍ରବଳ ପରାକ୍ରାନ୍ତ ଓ ଅତ୍ୟଚାରୀ ଅସୁରରାଜାଙ୍କୁ ଭୀମାର୍ଜୁନଙ୍କଦ୍ୱାରା ନିହତ କରାଇ ମହା଼ଡ଼ମ୍ୱର ସହିତ ଉକ୍ତ ଯଜ୍ଞ ଶେଷ କଲେ ସେହି ସମୟରେ ଦୁର୍ଯ୍ୟୋଧନ ଇନ୍ଦ୍ରପ୍ରସ୍ଥକୁ ନିମନ୍ତ୍ରିତ ହୋଇ ଆସି ସେଠାରେ ଆପମାନ ପାଇ ଫେରି— ଯାଇ ଯୁଧିଷ୍ଠିରଙ୍କୁ ପଶା ଖେଳିବାପାଇଁ ଆହ୍ୱାନ କଲେ ଦୁର୍ଯ୍ୟୋଧନଙ୍କର ମାମୁଁ ଶକୁନି କପଟ—ପଶା ଖେଳରେ ଯୁଧିଷ୍ଠିରଙ୍କ ପରାସ୍ତ କଲେ ଓ ଯୁଧିଷ୍ଠିର ସେହି ପଶା ଖେଳରେ ରାଜ୍ୟକୁ, ଭାଇମାନଙ୍କୁ ଓ ଆପଣାକୁ ହରାଇ ପରିଶେଷରେ ଦ୍ରୌପଦୀଙ୍କୁ ପଣ ରଖି ହାରିଗଲେ ପଣରୂପରେ ଦ୍ରୌପଦୀଙ୍କୁ ପାଇ ଦୁର୍ଯ୍ୟୋଧନ ସ୍ୱୟମ୍ୱରକାଳୀନ ଅପମାନକୁ ମନେ ରଖି ତହିଁର ପ୍ରତିଶୋଧାର୍ଥ ଦୁଃଶାସନଦ୍ୱାରା ଋତୁମତୀ ଦ୍ରୌପଦୀଙ୍କୁ ଅନ୍ତଃପୁରରୁ କେଶ ଧରି ଘୋଷାରି ଆଣି ପଞ୍ଚପାଣ୍ଡବଙ୍କ ସମ୍ମୁଖରେ ରାଜସଭା ମଧ୍ୟରେ ବିବସ୍ତ୍ରା କଲେ ତଥାପି ଯୁଧିଷ୍ଠିରେ ଧର୍ମନାଶ ଭୟରେ ଦ୍ରୌପଦୀଙ୍କର ଏବଂଭୂତ ନିର୍ଯ୍ୟତନକୁ ନତମସ୍ତକରେ ସହ୍ୟ କଲେ ଓ ଶ୍ରୀକୃଷ୍ଣଙ୍କର ଅପାର କରୁଣାର ଦ୍ରୌପଦୀଙ୍କର ଶରୀର ଏପରି ବସ୍ତ୍ରମୟ ହେଲା ଯେ ଦୁଃଶାସନ ତାଙ୍କୁ ବିବସ୍ତ୍ରା କରି ପାରିଲେ ନାହିଁ ଶେଷକୁ ଧୃତରାଷ୍ଟ୍ର ମଧ୍ୟସ୍ଥ ହୋଇ ଯୁଧିଷ୍ଠିରଙ୍କୁ ଉକ୍ତ ଦ୍ୟୂତର ଯାବତୀୟ ପଣରୁ ମୁକ୍ତିଦାନ କଲେ ଓ ପାଣ୍ଡବମାନେ ଦ୍ରୋପଦୀଙ୍କ ସହିତ ଇନ୍ଦ୍ରପ୍ରସ୍ଥକୁ ଫେରିବା ପରେ ଦୁର୍ଯ୍ୟୋଧନ ପୁଣି ପରଶ୍ରୀକାତରତାଦ୍ୱାରା ଚାଲିତ ହୋଇ ପୁନର୍ବାର ଅକ୍ଷକ୍ରୀଡ଼ା କରିବା ନିମନ୍ତେ ଯୁଧିଷ୍ଠିରଙ୍କୁ ଡାକିଲେ କ୍ଷତ୍ରୀୟୋଚିତ ବିଧାନ ଅନୁସାରେ ଯୁଧିଷ୍ଠିର ଉକ୍ତ ନିମନ୍ତ୍ରଣକୁ ବାଧ୍ୟ ହୋଇ ଗ୍ରହଣ କଲେ ଓ ଏଥରକ ପ୍ରଥମେ ସମସ୍ତ ରାଜ୍ୟ ହାରିଲେ ପରେ ଏହି ପଣ ରହିଲା ଯେ ଯୁଧିଷ୍ଠିର ହାରିଗଲେ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ୧୨: ବର୍ଷ ବନବାସ ଓ ପରେ ଆହୁରି ୧ ବର୍ଷ ଅଜ୍ଞାତବାସ କରିବେ ଦୈବଗତ୍ୟା ଯୁଧିଷ୍ଠିର ହାରିଗଲେ ଆପଣାର ମାତଙ୍କୁ ବିଦୁରଙ୍କ ଆଶ୍ରୟରେ ରଖି ପାଞ୍ଚଭାଇ ଓ ଦ୍ରୌପଦୀ ବନବାସକୁ ଗଲେ ବନବାସ ସମୟରେ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧରେ ପରାସ୍ତ କରି ଚିତ୍ରସେନ ନାମକ ଜଣେ ଗନ୍ଧର୍ବ ବାନ୍ଧି ନେଇ ଗଲା ଏହା ଶୁଣି ଯୁଧିଷ୍ଠିର ଭୀମ ଓ ଅର୍ଜୁନଙ୍କୁ ପଠାଇ ଦୁର୍ଯ୍ୟୋଧନଙ୍କୁ ମୁକୁଳାଇ ଆଣିଲେ ଦୁର୍ଯ୍ୟୋଧନଙ୍କ ଭିଣୋଇ ଜୟଦ୍ରଥ ଦ୍ରୌପଦୀଙ୍କୁ ହରଣ କରିବାକୁ ଚେଷ୍ଟା କରି ଭୀମଙ୍କ ଲାଞ୍ଛିତ ହେଲା, କିନ୍ତୁ ଯୁଧିଷ୍ଠିର ତାଙ୍କୁ କ୍ଷମା କରି ମୁକ୍ତି ଦେଲେ ଏହିପରି ୧୨: ବର୍ଷ ଅତୀତ ହେଲାରୁ ପଞ୍ଚପାଣ୍ଡବ ଓ ଦ୍ରୌପଦୀ ଏକବର୍ଷ କାଳ ଅଜ୍ଞାତ ବାସାର୍ଥ ବିରାଟ ରାଜସଭାରେ ଉପସ୍ଥିତ ହେଲେ ସେଠାରେ ଯୁଧିଷ୍ଠିର କଙ୍କନାମ ଧାରଣ କରି ଓ ଅନ୍ୟ ଭାଇମାନେ ଅନ୍ୟ ଛଦ୍ମନାମ ଓ ବେଶ ଧାରଣ କରି ଓ ଦ୍ରୌପଦୀ ରାଣୀଙ୍କର ଦାସୀ (ସୌରିନ୍ଧ୍ରୀ) ବେଶ ଧାରଣ ବିରାଟ ଭବନରେ ଅବସ୍ଥାନ କଲେ ଯୁଧିଷ୍ଠିର ବିରାଟଙ୍କ ସଙ୍ଗେ ପଶା ଖେଳିବା କାର୍ଯ୍ୟରେ ନିଯୁକ୍ତ ହେଲେ ବିରାଟ— ରାଜାଙ୍କ ଶଳା ଓ ସେନାପତି କୀଚକ ଦ୍ରୌପଦୀଙ୍କ ସତୀତ୍ୱ ନାଶ କରିବାକୁ ଉଦ୍ୟତ ହେବାରୁ ସେ ଭୀମଙ୍କ ହସ୍ତରେ ନିହତ ହେଲା ଏହି ସମୟରେ କୌରବମାନଙ୍କ ପକ୍ଷୀୟ ସୁଶର୍ମା ନାମକ ଜଣେ ରାଜା ବିରାଟଙ୍କ ରାଜ୍ୟକୁ ଆକ୍ରମଣ କରିବାରୁ ଯୁଧିଷ୍ଠିର ଛଦ୍ମବେଶଧାରୀ ଭୀମଙ୍କୁ ପଠାଇ ଆକ୍ରମଣକାରୀ ସୈନ୍ୟଙ୍କୁ ପରାସ୍ତ କଲେ ପୁଣି କୌରବ— ମାନେ ସସୈନ୍ୟ ବିରାଟରାଜ୍ୟ ଆକ୍ରମଣ କରିବାରୁ ବାରାଟ— ତନୟ ଉତ୍ତରଙ୍କ ରଥରେ ବୃହନ୍ମଳା ନାମଧାରୀ ଅର୍ଜୁନ ସାରଥି ରୂପରେ ଗଲେ ଓ ଅର୍ଜୁନଙ୍କ ବୀରତ୍ୱ ଯୋଗୁଁ ମହାଭୀରୁ ଉତ୍ତର ମଧ୍ୟ ଜୟଲାଭ କରି ଫେରି ଆସିଲେ ଏହି ସମୟରେ ବିରାଟରାଜାଙ୍କ ଆଗରେ ଯୁଧିଷ୍ଠିର ଉତ୍ତରର ପ୍ରଶଂସା ନ କରି ବାରମ୍ଭାର 'ବ଼ୃହନ୍ନଳା'ର ପ୍ରଶଂସା କରିବାରୁ ବିରାଟ କ୍ର ଦ୍ଧ ହୋଇ ପଶାକାଠିଦ୍ୱାରା କଙ୍କ ନାମଧାରୀ ଯୁଧିଷ୍ଠିରଙ୍କୁ ଏପରି ଆଘାତ କଲେ ଯେ ତାଙ୍କୁ ମୁଣ୍ଡରୁ ରକ୍ତ ବୋହିଲା ତଥାପି ଯୁଧିଷ୍ଠିର ଧର୍ମକୁ ଜଗି 'ଆଶ୍ରୟଦାତାଙ୍କ ପ୍ରତି କ୍ରୋଧ ପ୍ରକାଶ କଲେ ନାହିଁ

ଏହିପରି ଅଜ୍ଞାତ ଭାବରେ ଏକବର୍ଷ ଗତ ହେବାରୁ ବିରାଟ ନଗରରେ ପାଣ୍ଡବମାନଙ୍କର ଆତ୍ମପ୍ରକାଶ ହେଲା ବିରାଟ ରାଜା ଏହା ଜାଣିବାରି ସ୍ୱୀୟ ଅପରାଧ ପାଇଁ କ୍ଷମ ପ୍ରାର୍ଥନା କଲେ ଓ ଆପଣାର କନ୍ୟା ଉତ୍ତରାଙ୍କୁ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ସହିତ ବିବାହ କରାଇଲେ ପଞ୍ଚପାଣ୍ଡବ ବର୍ତ୍ତମାନ ସ୍ୱରାଜ୍ୟ ପ୍ରତ୍ୟର୍ପର୍ଣ କରିବା ପାଇଁ ଦୁର୍ଯ୍ୟୋଧନଙ୍କ ନିକଟକୁ ଶ୍ରୀକୃଷ୍ଣଙ୍କୁ ଦୂତ ସ୍ୱରୂପ ପଠାଇଲେ; କିନ୍ତୁ ଦୁର୍ଯ୍ୟୋଧନଙ୍କର ରାଜ୍ୟ ଫେରାଇବା କଥା ଦୂରେ ଥାଉ, ଏ ପାଞ୍ଚ ଭାଇଙ୍କୁ ପାଞ୍ଚଖଣ୍ଡି ଗ୍ରାମ ମଧ୍ୟ ଦେବାକୁ ଅସମ୍ମତ ହୋଇ କହିଲେ ଯେ, ବିନା ଯୁଦ୍ଧରେ ପାଣ୍ଡବମାଙ୍କ ସୂଚ ଗ୍ରପରିମିତ ଭୂମି ସୁଦ୍ଧା ଦେବେ ନାହିଁ ସୁତରାଂ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା ଶ୍ରୀକୃଷ୍ଣ ନିଜ ଅର୍ଜୁନଙ୍କ ରଥରରେ ସାରଥି ହେଲେ, କିନ୍ତୁ ତାଙ୍କର ଅସଂଖ୍ୟ ନାରାୟଣୀ ସେନା କୌରବପକ୍ଷଙ୍କୁ ଦେଲେ ଭାରତବର୍ଷର ତଦାନୀନ୍ତନ ଯାବତୀୟ ରାଜା ଏ ଯୁଦ୍ଧରେ, କେହି କୌରବଙ୍କ ଓ କେହି ପାଣ୍ଡବଙ୍କ ପକ୍ଷରେ, ଯୋଗ ଦେଲେ କୁରୁକ୍ଷେତ୍ର ନାମକ ସମର— ପ୍ରାଙ୍ଗଣରେ ୧୮: ଦିନ ବ୍ୟାପୀ ମହାଯୁଦ୍ଧ ହେଲା ଯୁଦ୍ଧର

ପ୍ରାକ୍କାଳରେ ଅର୍ଜୁନ ରାଜ୍ୟଲୋଭରେ ସ୍ୱଜନମାନଙ୍କୁ ହତ୍ୟା କରିବାକୁ ଯୁଦ୍ଧ କରିବା ପାଇଁ ଅନିଚ୍ଛୁକ ହେବାରୁ ଶ୍ରୀକୃଷ୍ଣ ୧୮: ଅଧ୍ୟାୟ ଶ୍ରୀମଦ୍ଭଗବଦ୍ ଗୀତାକୁ ଉପଦେଶ ଛଳରେ ଅର୍ଜୁନଙ୍କୁ କହିଲେ ଓ ବୁଝାଇଲେ ଯେ ଫଳାଫଳ ପ୍ରତି ଅପେକ୍ଷା ନ ରଖି ନିର୍ମମ ହୋଇ କର୍ତ୍ତବ୍ୟାନୁରୋଧରେ ଧର୍ମ ରକ୍ଷା ପାଇଁ ଯୁଦ୍ଧ କଲେ ପାପ ହୁଏ ନାହିଁ ଯୁଧିଷ୍ଠିର ଆଜନ୍ମ ମିଥ୍ୟା କହି ନ ଥିଲେ, କିନ୍ତୁ କୌରବ ସେନାର ପରିଚାଳକ ଦ୍ରୋଣଙ୍କର ମୃତ୍ୟୁ ନ ଘଟିଲେ ପାଣ୍ଡବମାନଙ୍କ ଜୟଲାଭ ଅସାଧ୍ୟ ଜାଣି ଶ୍ରୀକୃଷ୍ଣ କୌଶଳ ଅବଲମ୍ୱନପୂର୍ବକ ଯୁଧିଷ୍ଠିରଙ୍କଦ୍ୱାରା ଉଚ୍ଚୈଃସ୍ୱରରେ 'ଅଶ୍ୱତ୍ଥାମା ହତଃ' ଓ କ୍ଷୀଣ ସ୍ୱରରେ 'ଇତି ଗଜଃ' ଦ୍ରୋଣଙ୍କ ଆଗରେ କୁହାଇଲେ ଫଳତଃ ଦ୍ରୋଣଙ୍କର ପ୍ରିୟପୁତ୍ର 'ଅଶ୍ୱତ୍ଥାମା' ଅମର ଥିଲା ଓ 'ଅଶ୍ୱତ୍ଥାମା' ନାମରେ ଗୋଟିଏ ହାତୀ ଥିଲା ଦ୍ରୋଣଙ୍କ ଭୂଲାଇବା ପାଇଁ ସେହି ହାତୀଟି ମରି ଯିବାର ସଂବାଦ ଯୁଧିଷ୍ଠିରଙ୍କଦ୍ୱାରା ଶ୍ରୀକୃଷ୍ଣ କୁହାଇଲେ, ଅର୍ଥାତ୍ ଯୁଧିଷ୍ଠିର ଦ୍ରୋଣଙ୍କ ଶୁଣାଇକରି କହିଲେ 'ଅଶ୍ୱତ୍ଥାମା ହତ ହେଲା' ଓ ତହିଁ ସଙ୍ଗେ ସଙ୍ଗେ ଦ୍ରୋଣ ନ ଶୁଣି ପାରିବା ପରି କହିଲେ 'ଇତି ଗଜଃ' ଅର୍ଥାତ, 'ଗଜ ଅଶ୍ୱତ୍ଥାମା ମଲା' ଦ୍ରୋଣ ଯୁଧିଷ୍ଠିରଙ୍କୁ ସତ୍ୟବାଦୀ ବୋଲି ଜାଣିଥିଲେ ଓ ତାଙ୍କ ମୁହଁରୁ 'ଅଶ୍ୱତ୍ଥାମା ହତ ହେଲା' ବାକ୍ୟ ଶୁଣି ଓ 'ଇତିଗଜଃ' ଏହା ଶୁଣି ନ ପରିବାରୁ ବିଶ୍ୱାସ କଲେ ଯେ ତାଙ୍କୁ ପୁତ୍ର ଅଶ୍ୱତାମା (ଯେ କି ଅମରବର ପାଇଥିବାର ଦ୍ରୋଣ ଜାଣିଥିଲେ) ମରିଗଲା ପୁତ୍ରର ମୃତ୍ୟୁବାର୍ତ୍ତା ଶୁଣି ଦ୍ରୋଣ ପ୍ରାଣତ୍ୟାଗ କଲେ, ଓ ଏଥର ଫଳରେ କୌରବ ସେନା ଦ୍ରୋଣାର୍ଚାର୍ଯ୍ୟଙ୍କ ନେତୃତ୍ୱ ହରାଇ ପରାସ୍ତ ହେଲେ ଯୁଧିଷ୍ଠିର ଏହି ଗୋଟିକ ମିଥ୍ୟାକଥନଦ୍ୱାରା ପାପ କରିଥିବା ଯୋଗୁଁ ଦଣ୍ଡସ୍ୱରୂପ ତାଙ୍କୁ ଦେହତ୍ୟାଗ ପରେ କିଛିକ୍ଷଣ ନରକ ଦର୍ଶନ କରିବାକୁ ପଡ଼ିଥିଲା ମହାଭାରତ ଯୁଦ୍ଧରେ କୌରବ ଓ ପାଣ୍ଡବପକ୍ଷୀୟ ସମସ୍ତ ବୀର ଓ ସୈନ୍ୟମାନେ ହତ ହେଲେ କେବଳ ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତ ମହାରାଜ ଓ ପଞ୍ଚପାଣ୍ଡବ ଓ ଆଉ ଅଳ୍ପ କେତେଜଣ ବଞ୍ଚିଥେଲେ ଯୁଧିଷ୍ଠିର ଯୁଦ୍ଧରେ ଜୟଲାଭ କରି ଜ୍ଞାତିଶୂନ୍ୟ ରାଜ୍ୟ ଭୋଗ କଲେ ଏହି ଜ୍ଞାତବଧ ପାପ ପାଇଁ ଶ୍ରୀକୃଷ୍ଣଙ୍କ ଓ ବ୍ୟାସଦେବଙ୍କ ଉପଦେଶକ୍ରମେ ସେ ଅଶ୍ୱ— ମେଧ ଯଜ୍ଞ କଲେ ଓ କିଛିକାଳ ରାଜତ୍ୱ କରିବା ପରେ ଶ୍ରୀକୃଷ୍ଣଙ୍କର ଦେହତ୍ୟାଗ ସଂବାଦ ପାଇ ସେ ଦ୍ରୌପଦୀଙ୍କୁ ଓ ଭାଇମାନଙ୍କୁ ସଙ୍ଗରେ ନେଇ ସଂସାର ତ୍ୟାଗ କରି, ରାଜ୍ୟଭାର ପରୀକ୍ଷିତଙ୍କଠାରେ ଅର୍ପଣ ପୂର୍ବକ ହିମାଦ୍ରି ଅଭିମୁଖରେ ମହା— ପ୍ରସ୍ଥାନ୍ନ କଲେ ଏହାର କିଛିଦିନ ପୂର୍ବରୁ ଦ୍ୱାପର ଯୁଗର ଅବ— ସାନରେ କଳିଯୁଗ ଆସି ପୃଥିବୀରେ ପହଞ୍ଚି ଥିଲା ଦ୍ରୋପଦୀ, ପାଞ୍ଚଭାଇ ଓ ଗୋଟିଏ କୁକୁର (ଯୁଧିଷ୍ଠିରଙ୍କ ଧର୍ମପାଳନର ଶେଷପରୀକ୍ଷା କରିବା ପାଇଁ କୁକ୍କୁରବେଶଧାରୀ ଧର୍ମରାଜ) ଯାଉଁ ଯାଉଁ ହିମାଳୟ ଅତିକ୍ରମ କରି ସୁମେରୁରେ ପହଞ୍ଚଲା ବେଳକୁ ବା ଟରେଯଥାକ୍ରମେ ଦ୍ରୌପଦୀ, ସହଦେବ, ନକୁଳ, ଅର୍ଜୁନ ଓ ଭୀମ ମୃତ୍ୟୁମୁଖରେ ପତିତ ହେଲେ କେବଳ ଯୁଧିଷ୍ଠିର ଓ କୁକୁର ବାକି ରହିଲେ ଯୁଧିଷ୍ଠିର ସ୍ୱର୍ଗର ଦ୍ୱାରଦେଶରେ ପହଞ୍ଚିବାରୁ ସେ ଏକାକୀ ସ୍ୱର୍ଗଦ୍ୱାର ମଧ୍ୟକୁ ପ୍ରବେଶ କରିବାକୁ ଆଦିଷ୍ଟ ହେଲେ, କିନ୍ତୁ ଦ୍ୱାରରକ୍ଷକ ଉକ୍ତ କୁକ୍କୁରଟିକୁ ସ୍ୱର୍ଗ ମଧ୍ୟକୁ ବାଟ ଛାଡ଼ିଦେବାକୁ ଅନିଚ୍ଛା ପ୍ରକାଶ କଲା ଏଥିରେ ଯୁଧିଷ୍ଠିର ଆଶ୍ରିତ କୁକ୍କୁରଟିକୁ ଛାଡ଼ି ଦେଇ ସ୍ୱର୍ଗରେ ପ୍ରବେଶ କରିବାକୁ ରାଜି ହେଲେ ନାହିଁ କୁକୁରରୂପୀ ଧର୍ମଦେବ ଏହା ଦେଖି ନିଜ ମୂର୍ତ୍ତି ଧାରଣ କରି ଯୁଧିଷ୍ଠିରଙ୍କୁ ଆଶୀର୍ବାଦ କଲେ ଯୁଧିଷ୍ଠିର କହିଲେ ଯେ ତାଙ୍କ ଚାରି ଭାଇଙ୍କୁ ଓ ଦୌପଦୀଙ୍କୁ ସଙ୍ଗରେ ନ ନେଇ ସେ ସ୍ୱର୍ଗକୁ ଯିବେ ନାହିଁ ଏହା କବିବାକୁ ଧର୍ମରାଜ 'ତଥାସ୍ତୁ' ବର ଦେଲେ ଓ ନରକରେ ପଡ଼ିଥିବା ଚାରି ଭାଇ ଓ ଦ୍ରୌପଦୀଙ୍କୁ ଆଣିବା ସକାଶେ ଯୁଧିଷ୍ଠିର ନରକକୁ ଗଲେ ଓ ନରକ ଯନ୍ତ୍ରଣାର ଘଟନାମାନ କିଛିକ୍ଷଣ ପର୍ଯ୍ୟନ୍ତ ସ୍ୱଚକ୍ଷୁରେ ଦେଖିଲେ ଏହାହଁ ଯୁଧିଷ୍ଠିରଙ୍କର ମିଥ୍ୟା କଥନ ପାପର ପ୍ରାୟଶ୍ଚିତ୍ତ ହେଲା ତତ୍ପରେ ନରକରୁ ଫେରି ଯୁଧିଷ୍ଠିର ଗଙ୍ଗାସ୍ନାନପୂର୍ବକ ମାନବ ଦେହ ତ୍ୟାଗ କରି ଦିବ୍ୟଶରୀର ଧାରଣ ପୂର୍ବକ ସ୍ୱର୍ଗକୁ ଗଲେ] 

ଦେଶଜ - ବିଶେଷ୍ୟ - ପୁଂ.[ସମ୍ପାଦନା]

୧. ଲୋକଙ୍କୁ ଦିଆଯିବା ନାମ — ୧. A name given to males.
୨. ଧର୍ମପ୍ରାଣ ବ୍ୟକ୍ତି —୨. A very righteous person.