ଯୌତୁକ

ଉଇକିଅଭିଧାନ‌ରୁ

ଯୌତୁକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି(ଯୁତ=ବରକନ୍ୟା, ବିବାହ+କ+ଅ; ବରକନ୍ୟାଙ୍କଦ୍ୱାରା ବା ବିବାହକାଲରେ ପ୍ରାପ୍ତ)[ସମ୍ପାଦନା]

୧. ଔବ୍ଦାହିକ; ବିବାହ କାଳରେ ଦମ୍ପତିଙ୍କଦ୍ୱାରା ଲବ୍ଧ ଧନସମ୍ପତ୍ତି ଆଦି —୧. Dower; dowry; marriage- gift or present.
୨. ଅନ୍ନପ୍ରାଶନାଦି ସମୟରେ ଶିଶୁଦ୍ୱାରା ଉପହାରରୂପେ ପ୍ରାପ୍ତ ଧାନ —୨. Presents given to an infant on the occassion of its various ceremonies such as annaprāṡaṇa (taking rice for the first time).
୩. କନ୍ୟା ବିବାହ କାଳରେ ଯେଉଁ ଧନ ଉହହାରରୂପେ ପ୍ରାପ୍ତ ହୁଏ — ୩. Any property got by a bride on the occasion of her marriage.

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ଅନୁସାରେ ସ୍ତ୍ରୀର ବିବାହ କାଳରେ ପ୍ରାପ୍ତ ହୋଇଥିବା ଧନ ତାହାର ଏକାଧିକାରଭୁକ୍ତ ଧନ (ସ୍ତ୍ରୀଧନ) ଅଟେ ଏ ଧନକୁ ସ୍ତ୍ରୀର ମୃତ୍ୟୁପରେ ସ୍ୱାମୀର ଉତ୍ତରାଧିକାରୀମାନେ ନ ପାଇ ତହିଁରେ ପ୍ରଥମରେ ତାହାର କନ୍ୟା ଅଧିକାରିଣୀ ହୁଏ ମୁସଲମାନ୍— ମନଙ୍କ ଯୌତୁକ ପ୍ରଥା ହିନ୍ଦୁମାନଙ୍କଠାରୁ ପୃଥକ୍ ହିନ୍ଦୁ କନ୍ୟାର ପିତ୍ରାଳୟରୁ ପାଇବା ଯୌତୁକରେ ସ୍ୱାମୀ ଓ ସ୍ତ୍ରୀ ଉଭୟେ ଅଧିକାରୀ ହୁଅନ୍ତି କିନ୍ତୁ ମୁସଲମାନ୍ ସ୍ତ୍ରୀକୁ ସ୍ୱାମୀ ନଗଦ କିମ୍ୱା ଚୁକ୍ତିଦ୍ୱାରା ଯେଉଁ ଯୌତୁକ (ଦେନ ମେହେର୍) ଦିଅନ୍ତି ବା ଦେବାକୁ ଉତ୍ସର୍ଗ ବା ଅଙ୍ଗୀକାର କରନ୍ତି, ତହିଁରେ ସ୍ୱାମୀଙ୍କ ଜୀବଦ୍ଦଶାରେ ଓ ସ୍ୱାମୀଙ୍କ ମୃତ୍ୟୁପରେ ସ୍ତ୍ରୀର ପୂର୍ଣ୍ଣ ଅଧିକାର ପ୍ରବର୍ତ୍ତେ ଓ ଏହା ବିବାହ ସମୟରେ ବା ପରେ ସ୍ତ୍ରୀକୁ ଦିଆ ନ ଯାଇ ବାକି ରହିଥିଲେ, ମୃତ ସ୍ୱାମୀଙ୍କ ତ୍ୟକ୍ତ ସମ୍ପତ୍ତିରୁ ସ୍ତ୍ରୀର ପ୍ରାପ୍ୟ ଯୌତୁକ ଆଦାୟ ନ ହେବା ପର୍ଯ୍ୟନ୍ତ ଉକ୍ତ ତ୍ୟକ୍ତ ସମ୍ପତ୍ତିକୁ ସ୍ୱାମୀଙ୍କ ଉତ୍ତରାଧକାରୀମାନେ ପାଇ ପାରନ୍ତି ନାହିଁ]

୪. କୌଣସି ବ୍ୟକ୍ତିର ସ୍ୱକୀୟ ଧନୟ —୪. Any private property (Apte).

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. କୌଣସି ବ୍ୟକ୍ତିକ ଏକାଧିକାରି ଭୁକ୍ତ (ଧନ) —୧. (property) Rightfully or exclusive belonging to a person (Apte).
୨. ବିବାହ କାଳରେ ପ୍ରାପ୍ତ (ଧନ) —୨. (property) Got as dowry or marriage gift.