ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସପ୍ତବିଂଶ ବ୍ୟଞ୍ଜନବର୍ଣ୍ଣ (ଏହାର ଉଚ୍ଚାରଣସ୍ଥାନ ମୂର୍ଦ୍ଧା, ତେଣୁ ଏହା ମୂର୍ଦ୍ଧନ୍ୟ ବର୍ଣ୍ଣ) —The ୨୭th consonant corresponding to 'r' in English

[ଦ୍ରଷ୍ଟବ୍ୟ — ଏ ବର୍ଣ୍ଣ ଉଚ୍ଚାରଣ କରିବା ବେଳେ ଜିଭର ଅଗ୍ରଭାଗଦ୍ୱାରା ମୂର୍ଦ୍ଧାକୁ ସାମାନ୍ୟଭାବରେ ସ୍ପର୍ଶ କରାଯାଏ ଏ ବର୍ଣ୍ଣ ବର୍ଗ୍ୟ ଓ ଉଷ୍ମବର୍ଣ୍ଣ (ୟ, ଳ, ବ) ମାନଙ୍କର ଅନ୍ତର୍ବର୍ତ୍ତୀ ଥିବାରୁ ଏହାକୁ ଅନ୍ତଃସ୍ଥ (ମଧ୍ୟସ୍ଥ) ବର୍ଣ୍ଣ ବୋଲାଯାଏ (ହିନ୍ଦୀ - ଶ.) ଏହା ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସଙ୍ଗେ ଯୁକ୍ତାକ୍ଷର ହେଲେ ଭିନ୍ନ ଆକାର ଧାରଣ କରେ ବର୍ଣ୍ଣର ପରେ ଯୁକ୍ତ ହେଲେ ବର୍ଣ୍ଣର ତଳେ ' 'ର ଫଳା ବୋଲାଯାଏ ଯଥା—କ୍ର ବର୍ଣ୍ଣର ପୂର୍ବରେ ଯୁକ୍ତ ହେଲେ ବର୍ଣ୍ଣର ମୁଣ୍ଡ ଉପରେ ରେଫ୍ ବୋଲାଯାଏ ଯଥା—ର୍କ ର, ସ୍, ଃ (ବିସର୍ଗ) ଏହି ତିନିଟି ଏକଜାତୀୟ ବର୍ଣ୍ଣ ଏଥିପାଇଁ ଏମାନେ କେତେକ ସ୍ଥଳରେ ଓ ସନ୍ଧିରେ ଉପସ୍ପରର ପରିବର୍ତ୍ତରେ ବ୍ୟବହୃତ ହୁଅନ୍ତି ଯଥା—ଚେତସ୍= ଚେତଃ; ପ୍ରାତଃ=ପ୍ରାତର; ପ୍ରାଦୁସ୍=ପ୍ରାଦୁର୍, ପ୍ରାଦୁଃ; ଧନୁସ୍+ଗୁଣ=ଧନୁର୍ଗୁଣ; ବହିସ୍. ବହିଃ+ଦେଶ= ବହିର୍ଦେଶ; ଯଶସ୍, ଯଶଃ+କର=ଯଶସ୍କର; ଧନୁସ୍, ଧନୁଃ+ଟଙ୍କାର=ଧନୁଷ୍ଟଙ୍କାର; ଧନୁସ୍+ଧରି=ଧନୁର୍ଦ୍ଧର

'ର'କୁ ଉଚ୍ଚାରଣ କରିବା ପାଇଁ 'ଲ' ଅପେକ୍ଷା ଅଧିକତର ଆୟାସ ଓ କୌଶଳ ଆବଶ୍ୟକ ହେଉଥିବାରୁ ଶିଶୁମାନେ ପ୍ରଥମେ ବାକ୍ୟ ବା ବର୍ଣ୍ଣ ଉଚ୍ଚାରଣ କରିବା ସମୟରେ 'ର' ସ୍ଥାନରେ 'ଲ' (ଏହିପରି 'ଟି' ସ୍ଥାନରେ 'ତ', ଶ ସ୍ଥାନରେ ଚ ବାଛ) ଉଚ୍ଚାରଣ କରି ପକାନ୍ତି ଯଥା— 'ମେଘ ବରଷଇ ଟପର ଟପର' ସ୍ଥଳରେ 'ମେଘ ବଲଛର ତପଲ ତପଲ' ବୋଲନ୍ତି 'ର'କୁ ଉଚ୍ଚାରଣ କରିବା ପାଇଁ 'ଳ' ଅପେକ୍ଷା ମଧ୍ୟ ଅଧିକତର ଆୟାସ ଓ କୌଶଳ ଲୋଡ଼ା ହେଉ ଥିବାରୁ ବାଉରି, କଣ୍ଡରା, ପାଣ ଆଦି ଇତର ଲୋକେ 'ଳ' ଅକ୍ଷରକୁ 'ର' ଉଚ୍ଚାରଣ କରନ୍ତି ଯଥା—'ନେଉଳଟିଏ କିଣିଥିଲି ଚାଉଳ ଖଣ୍ଡିଏ ଦେଇ' ବାକ୍ୟରୁ 'ନେଉରଟିଏ କିଣିଥିଲି ଚାଉର ଗଣ୍ଡିଏ ଦେଇ ଉଚ୍ଚାରଣ କରନ୍ତି

ଏହି 'ର'ର ପୌନଃପୁନିକ ଉଚ୍ଚାରଣ ମଧ୍ୟ ଅଛି ଏହା ଇଂରାଜିରେ burring sound. ଉକ୍ତ ଉଚ୍ଚାରଣ 'ଅର୍ର୍ ମେଁ' (ଛେଳିର ବୋବାଳି), ଚଢ଼େଇ 'ଫୁର୍ର୍' କିନି ଉ଼ଡିଗଲା ଓ ପିଲାମାନଙ୍କ କାନରେ କୌତୁକାର୍ଥ ବୟଃସ୍ଥ— ମାନେ 'କାନମାନ କୁର୍ର୍ର୍' କହିବା ସମୟରେ ଶ୍ରୁତ ହୁଏ ]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରା. ଧାତୁ=ଦାନ କରିବା+କର୍ତ୍ତୃ. ଅ; କିମ୍ୱା ରମ୍ ଧାତୁ=କ୍ରିଡ଼ା କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଅଗ୍ନି; ନିଆଁ —୧. Fire.
୨. ଉତ୍ତାପ; ତାପ —୨. Heat; warmth.
୩. ଦାହନ; ତାପ —Scorching; burning.
୪. କାମାନିଳ, ଇନ୍ଦିୟବୃତ୍ତି ଚରିତାର୍ଥ କରିବାର ବଳବତୀ ବାସନା —୪. Burning sensation or lust.
୫. ପ୍ରେମ; ପ୍ରଣୟ —୫. Love.
୬. ବେଗ —୬. Speed.
୭. ସ୍ୱର୍ଣ୍ଣ —୭. Gold
୮. ରଙ୍ଗ; ବର୍ଣ୍ଣ —୮. Hue; colour.

=== ସଂସ୍କୃତ - ବିଶେଷଣ -

ତୀକ୍ଷ୍ମଣ; ପ୍ରଖର (ହିନ୍ଦୀ - ଶ) —Sharp; keen.

ଦେଶଜ - ପ୍ରତ୍ୟୟ (ସଂସ୍କୃତ - ଙସ)[ସମ୍ପାଦନା]

୧. ୬ଷ୍ଠୀ ଭିଭକତ୍ରେ ବିଶେଷ୍ୟ ପଦର ଶେଷରେ ଲାଗିବା ପ୍ରତ୍ୟୟ —୧. An inflection corresponding to the English (apostrophe 's) To denote ୬th or genitive case- ending.

(ଯଥା—ରାମର ପିତା ଆଜି କଲିକତା ଗଲେ)

୨. ୧ମା ବିଭକ୍ତିରେ କର୍ତ୍ତୃପଦ ସଙ୍ଗେ ସ୍ୱାର୍ଥରେ ଯୁକ୍ତ ବିଭକ୍ତି ଆକୃତି —୨. The first case- ending; a suffix to the note the nominative case.

(ଯଥା—ସେ ଚୋରି କରିବାର ଚାରିଆଡ଼େ ରାଷ୍ଟ ହଲା)

୩. ୨ୟା ବିଭକକ୍ତିସୂଚକ ବିଭକ୍ତି ଚିହ୍ମ —୩. Second case-ending; a suffix to denote the objective case.

(ଯଥା—ହିରିତ ଚୋରି କରିବାର ମାନିଗଲା)

୪. (ପଦ୍ୟ) ୩ୟା ବିଭକ୍ତିସୂଚକ ବିଭକ୍ତି ଚିହ୍ନ — ୪. (poetry) Third case-ending; a suffix to denote instrumental case.

[ଉ—ଆଲଟି ପିଛ ସୁଚାମର, ରାଜା ଖଟନ୍ତି ଶ୍ରୀହସ୍ତର ଭୂପତ. ପ୍ରେମପଞ୍ଚାମୃତ]

୫. (ପଦ୍ୟ) ୫ମୀ ବିଭକ୍ତି ସୂଚକ ପ୍ରତ୍ୟୟ —୫. (poetry) A suffix denoting fifth case-ending; from; out of.

[ ଉ—ଧୃତରାଷ୍ଟ ପାଣ୍ଡୁ ବିଦୁର, ଜନ୍ନିଲେ ବ୍ୟାସଙ୍କ କୀର୍ଯ୍ୟର ଜଗନ୍ନାଥ. ଭାଗବତ]

୬. (ପଦ୍ୟ) ୭ମୀ ବିଭକ୍ତି ସୁଚକ ଚିହ୍ମ (ଉ—ମେଘ ମନ୍ଦ୍ର ଆବର, ଧନିଲା ଆକାଶର ମଧୁସୂଦନ. ନଦୀପ୍ରତି) ୬. (poetry) Seventh case-ending duffix to denote time, placer or matter.

[ଉ— ସଖି ଅଛିଟିକ ତୁମ୍ଭ ମନର, ଦିନେ କଲେ କୁଞ୍ଜବନର ଭକ୍ତଚରଣ. ଗୋପୀଭାଷା

ଦେଖି କଂସାସୁର, କମ୍ପେ ଥର ହର, ବୋଲଇ ଶୁଣ ହେ ଡଗର, ନନ୍ଦ ଯଶୋଦା ଦେବକୀ ବସୁଦେବ, ବହନ ବସାଅ ଶୂଳର ଭକ୍ତଚରଣ ମଥୁରାମଙ୍ଗଳ ]