ରଇ

ଉଇକିଅଭିଧାନ‌ରୁ

ରଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରବି=ସୂର୍ଯ୍ୟ; ପ୍ରା. ରଇ)[ସମ୍ପାଦନା]

୧. ଚିତାଗ୍ନି; ଶବଦାହାଗି —୧. Cremation-fire; funeral fire; fire for burning a dead body.

[ଉ— ଚନ୍ଦନ କାଠ ଜାଳି ରଇକି ଭୀଷ୍ମଙ୍କୁ, ବୁଲାଇଲେ ରଇ ମଧ୍ୟରେ ଲଦିବାକୁ କୃଷ୍ଣସିଂହ. ମହାଭାରତ. ଅନୁଶାସନ]

୨. ଜୁଇ ଗାତ —୨. A pit on which the funeral pyre is put.

(ଉ—ସହସ୍ର ସଂଖ୍ୟା ରଇ ହୋଇଅଛି ତହିଁ, ଭୂତ ପ୍ରେତ ବୁଲୁ ଅଛନ୍ତି ସୁଖ ପାଇ କୃଷ୍ଣସିଂହ ମହାଭାରତ ଶାନ୍ତି)

୩. ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ପାଣି ବୋହି ଯିବା ନିମନ୍ତେ ଖୋଳା ଯିବା ସରୁ ଓ ଲମ୍ୱା ପହଣି —୩. A long and narrow channel made for the flow of water from a high level.

[ଦ୍ରଷ୍ଟବ୍ୟ —ମାଛମାନଙ୍କର ସ୍ୱଭାବ ଯେ, ସେମାନେ (ବିଶେଷତଃ ବର୍ଷାଦିନେ ନୂଆ ପାଣି ବର୍ଷା ହେବା ସମୟରେ) ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ବୋହି ଯାଉଥିବା ଜଳ ସ୍ରୋତର ବିପରୀତ ଦିଗରେ ଉଚ୍ଚ ଆଡ଼କୁ ଗତି କରନ୍ତି ବା ଉଠନ୍ତି

ବର୍ଷାଦିନେ ଉଚ୍ଚ ସ୍ଥାନରେ ପାଣି ଜମା ରହିଲେ ସେହିଠାରୁ ନିମ୍ନ ସ୍ଥାନରେ ପାଣି ଜମାଥିବା ଭଣ୍ଡାରକୁ, ଅର୍ଥାତ୍ ନଈ, ପୋଖରୀ, ଜୋ଼ଡ଼ ଆଦିକୁ 'ରଇ' କାଟି ଦେଲେ ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ବୋହି ଯାଉଥିବା ଜଳସ୍ରୋତର ପ୍ରତିକୂଳରେ ମାଛମାନେ ନିମ୍ନସ୍ଥାନେ ଉଚ୍ଚ ଆଡ଼କୁ ଉଠି ଯାଆନ୍ତି ଓ ଲୋକେ କିଛି ସମୟ ପରେ ରଇର ମୁହଁ ବନ୍ଦ କରି ଦେଇ 'ରଇ' ମଧ୍ୟରୁ ପାଣି ନିଗିଡ଼ି ଗଲେ ମାଛମାନଙ୍କୁ ଅନାୟାସରେ ଧରନ୍ତି

ବଙ୍ଗଳାରେ 'ରଇ' ଶବ୍ଦର ଅର୍ଥ ପୁଷ୍ମରିଣୀର ମଧ୍ୟସ୍ଥଳ, ଯେଉଁଠାରେ 'ଦୀପିଦଣ୍ଡୀ' ଖୁଣ୍ଟ (ବଙ୍ଗାଳୀ - ରଇକାଠ) ପୋତା ଯାଏ ନୌକା ଉପରେ ଥିବା ଚାଳଘରକୁ ବଙ୍ଗଳାରେ 'ରଇ ଘର' ବୋଲାଯାଏ]



ରଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜିକା)[ସମ୍ପାଦନା]

୧. ରାଇ ସୋରିଷ —୧. Rye; Indian mustard; White mustard, Bassice Juncea, Sinapis Ramosa.

ଅନୁବାଦ[ସମ୍ପାଦନା]

୨. ସୋରିଷ ବଟା; ବେସର —୨. Mustard paste.
୩. ବେସର ଓ ଖଟା ଦିଆଯାଇ ପ୍ରସ୍ତୁତ ଅମ୍ଳବ୍ୟଞ୍ଜନ; ରାଇତା — ୩. A sour curry made of rye paste and acid mixed with vegetables.

(ଯଥା—ଓଉ ରାଇ, ଜହ୍ନିରାଇ, କାକୁଡ଼ିରାଇ ଇତ୍ୟାଦି)

ଅନୁବାଦ[ସମ୍ପାଦନା]

୪. ସ୍ତ୍ରୀ (ସଂସ୍କୃତ - ରାଧିକା) ରାଧିକା —୪. Rādhikā, (Ṡrīkṛushṇa'sobject of purest love).
୫. (ସଂସ୍କୃତ - ରାଜନ୍; ରାଜ ଶବ୍ଦର ସଂକ୍ଷେପ)—ରାଏ; ରାୟ; କ୍ଷତ୍ରିୟଙ୍କ ବଂଶୋପାଧି ବିଶେଷ — ୫. A family titile of Kshyatriyas.

ଅନୁବାଦ[ସମ୍ପାଦନା]

୬. (ସଂ ରାଜନ୍) ଉପାଧି ସଙ୍ଗେ ଯୁକ୍ତ ରାଜ ଶବ୍ଦର ଅପଭ୍ରଂଶ — ୬. An incorrect version of Bājā.

(ଯଥା—ରାଇଗୁରୁ)

ଅନୁବାଦ[ସମ୍ପାଦନା]

୭. (ସଂସ୍କୃତ - ରାଜଭବ୍ୟ ବା ରାଜାମ୍ଳ)—ଓଡ଼ିଶାର ଗଡ଼ଜାତରେ ଥିବା ଏକପ୍ରକାର ଜଙ୍ଗଲ କାଠଗଛ; ରାଇଗଛ (ଦେଖ) - —୭. A species of wild Dilenia Speciosa; Dilenia Awva (Haines).

[ଦ୍ରଷ୍ଟବ୍ୟ —ଏହା ଶାଳଗଛ ଆଦି ପରି ବଡ଼ ଓ ଏହା ଓଉଜାତୀୟ ଗଛ ପତ୍ରଗୁ଼ଡ଼ିକର ଗଠନ ଓଉ ପତ୍ରପରି, କିନ୍ତୁ ବଡ଼ ବଡ଼ ଏହି ପତ୍ରର ବ୍ୟାସ ୧ ଫୁଟଠାରୁ ୧ ଫୁଟ ପର୍ଯ୍ୟନ୍ତ ହୁଏ ଶବର ଆଦି ଜାତିର ଲୋକେ ଏ ପତ୍ର ଉପରେ ଭାତ ଖାଆନ୍ତି ଏଥିର ଫଳ ଅଅଁଳା କୋଳିପରି କିନ୍ତୁ ଲମ୍ୱା ଏବଂ ଗଛରେ ପେନ୍ଥା ପେନ୍ଥା ହୋଇ ଫଳେ ଏହି ଫଳ ଅଖାଦ୍ୟ ଏହାର ବକଳ ମୋଟା ଗଛର କାଠ ଚିରାଯାଇ ପଟା କରାଯାଏ ଏହାର କାଠ ମସୃଣ]

ଅନୁବାଦ[ସମ୍ପାଦନା]

୮. ସ୍କୃରେ ବା ପେଚକଣ୍ଟାରେ ଥିବା ଘରା ବା ଖାନ୍ଦି; ବୋଲ୍ଟ ବା ଛିଟିକିଣିର କଣ୍ଟା ଭିତରେ ଥିବା ଘରା (ଯାହା ପେଚକଣ୍ଟାର ଘରାମାନଙ୍କୁ ଅଟାକାଇ ଧରିବାରୁ ପେଚ ଶକ୍ତ ହୋଇ ବସେ) —୮. The grooves in screws and bolts.
୯. ରଇ (ଦେଖ) - —୯. Rai. (See)