ରକ୍ତ ବାହୁ

ଉଇକିଅଭିଧାନ‌ରୁ

ରକ୍ତ ବାହୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)[ସମ୍ପାଦନା]

ରକ୍ତବର୍ଣ୍ଣ ବିଶିଷ୍ଟ Having red arms.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଖ୍ରୀଷ୍ଟ ଚତୁର୍ଥ ଶତାଦ୍ଦୀର ପ୍ରାରମ୍ଭରେ ସମୁଦ୍ରପଥରେ ଜାହାଜରେ ଆସି ଓଡ଼ିଶାକୁ ଆକ୍ରମଣ କରିଥିବା ଯବନ ବିଶେଷ —Name of a non-Hindu invader who attacked Orissa by the sea in the beginning of the ୪th century A. D.

(ଉ—ସେହି ମୂର୍ତ୍ତି ତୋର ଉତ୍କଳେ ଚଢ଼ାଉ, କରି ଦେଖିଥିଲା ଦୈତ ରକ୍ତବାହୁ ରାଧାନାଥ. ଚିଲିକା)

[ ଦ୍ର—ଜଗନ୍ନାଥ ମନ୍ଦିର 'ମାଦଳା ପାଞ୍ଜିରେ' ଲେଖାଅଛି, ଆନ୍ଧ୍ର ରାଜତ୍ୱକାଳରେ ରକ୍ତବାହୁ ନାମରେ ଜଣେ ଜଳଦସ୍ୟୁ ସମୁଦ୍ରବାଟେ ଆସି ଉତ୍କଳ ଆକ୍ରମଣ କରିଥିଲେ ଏବଂ ଜଗନ୍ନାଥଙ୍କୁ ବହୁ ପୀଡ଼ା ଦେଇଥିଲେ ସେ ଜଣେ ଯବନ ରାଜା ଥିଲେ ତାଙ୍କ ବଂଶୀୟ ରାଜାମାନେ ଉତ୍କଳରେ ୧୪୬: ବର୍ଷ ରାଜତ୍ୱ କରିଥିଲେ ଏଥିରୁ ବୋଧ ହୁଏ ଏ ଆନ୍ଧ୍ରଦେଶରେ ସେନାପତି ବା ରାଜା ଥିଲେ ଏକେ ସେମାନେ ଦ୍ରାବିଡ଼, ସେଥିରେ ପୁଣି ବୌଦ୍ଧ, ତେଣୁ ଉତ୍କଳୀୟ ଆର୍ଯ୍ୟମାନେ ତାହାଙ୍କୁ ଯବନ ରାଜା ବୋଲି ଲେଖି ଅଛନ୍ତି କୃପାସିନ୍ଧୁ. ଇତିହାସ

କେହି କେହି ଏହାଙ୍କୁ ଆୟୋନୀୟ ବା ଗ୍ରୀକ୍ ମୁସଲମାନ ବୋଲି କହନ୍ତି; କିନ୍ତୁ ଅନେକଙ୍କ ମତରେ ଏ ବୌଦ୍ଧ ଧର୍ମାବଲମ୍ୱୀ ଥିଲେ ଏହାଙ୍କ ନାମ ମାଦଳାପାଞ୍ଜିରେ ଲେଖା ଅଛି ତଦବଧି ପ୍ରାୟ୧୫: ବର୍ଷ କାଳ ଓଡ଼ିଶା ଯବନାଧିକାରଭୁକ୍ତ ଥିଲା ପରିଶେଷରେ ୪୭୪: ଖ୍ରୀଷ୍ଟାବ୍ଦରେ ଯଯାତିକେଶରୀ ଯବନମାନଙ୍କୁ ତଡ଼ି ଓଡ଼ିଶାରେ ରାଜା ହେଲେ]