ରଙ୍ଗ

ଉଇକିଅଭିଧାନ‌ରୁ

ରଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରଞ୍ଜ୍ ଧାତୁ=ରଙ୍ଗାଇବା; ମନ ମୋହିବା+କରଣ. ଅ)[ସମ୍ପାଦନା]

୧. ରଞ୍ଜକଦ୍ରବ୍ୟ; ଯାହାଦ୍ୱାରା ଅନ୍ୟ ଦ୍ରବ୍ୟକୁ ଚିତ୍ରିତ ବା ରଞ୍ଜିତ କରାଯାଏ —୧. A dye; pigment; paint.

[ଦ୍ରଷ୍ଟବ୍ୟ —ନାନା ବସ୍ତୁକୁ ରଙ୍ଗ କରିବା ପାଇଁ ବଜାରରେ ବିଭିନ୍ନ ରଙ୍ଗ ମିଳେ ଲୁଗା, କାଠ, ଧାତୁ କାଗଜ, ପ୍ରତିମା, କାନ୍ଥ ଆଦିକୁ ରଞ୍ଜିତ କରିବାରେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହୃତ ହୁଏ କେତେକ ରଙ୍ଗ ପାଣିମିଶା (water colour) ଓ କେତେକ ତେଲମିଶା (oil paint). ପାଣିମିଶା ରଙ୍ଗ ଧୋଇଲେ ଛାଡ଼ିଯାଏ, ତେଲ— ମିଶା ରଙ୍ଗ ସହଜରେ ଛାଡ଼େ ନାହିଁ କେତେକ ରଙ୍ଗ ବହୁକାଯଳ ସ୍ଥାୟୀ (ପକ୍କା) ଓ କେତେକ ରଙ୍ଗ ଅଳ୍ପକାଳ ସ୍ଥାୟୀ (କଚ୍ଚା)]

୨. (+କର୍ତ୍ତୃ. ଅ) ଶୁକ୍ଳରକ୍ତାଦି ବର୍ଣ୍ଣ — ୨. Colour; hue (e. g white, red etc).

[ଦ୍ରଷ୍ଟବ୍ୟ —କୌଣସି ବସ୍ତୁ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଗଲେ ତହିଁର ଆକାର ସ୍ପର୍ଶ ସମ୍ୱନ୍ଧେ ଆମ୍ଭମାନଙ୍କ ଜ୍ଞାନ ଜନ୍ମେ ବସ୍ତୁର ଆକାର ସ୍ପର୍ଶଦ୍ୱାରା ଜଣାଯାଇ ପାରେ, କିନ୍ତୁ ଦୃଷ୍ଟି ବ୍ୟତିରେକେ ବସ୍ତୁର ରଙ୍ଗ ଜଣାଯାଇ ନ ପାରେ ଆଲୋକର ବା କିରଣର ବିଭିନ୍ନତା ଯୋଗୁଁ ରଙ୍ଗର ବିଭିନ୍ନତା ହୁଏ ବୈଜ୍ଞାନିକମାନେ ବିଶ୍ଳେଷଣପୂର୍ବକ ସ୍ଥିର କରିଅଛନ୍ତି ଯେ, ୭ଗୋଟି ରଙ୍ଗହିଁ ମୌଳିକ ରଙ୍ଗ, ଯଥା— ୧. ବାଇଗଣୀ (violet), :୨. . ନେଳି (indigo), :୩. . ଶ୍ୟାମଳ ବା ଆକାଶ ବର୍ଣ୍ଣ (blue), :୪. . ଶାଗୁଆ (green), :୫. . ହଳଦିଆ (yellow), :୬. . ନାରଙ୍ଗୀ (orange) ଓ ୭. ନାଲିଆ (red) ଏହି ସାତରଙ୍ଗର ମିଳନରେ ଧଳାରଙ୍ଗ ଓ ସାତ ରଙ୍ଗର ଅନୁପସ୍ଥିତି କଳାରଙ୍ଗ ଏହାଛଡ଼ା ଦିଓଟି ତିନୋଟି ରଙ୍ଗ ମିଶାଇଲେ ମିଶ୍ରରଙ୍ଗର ଉତ୍ପତ୍ତି ହୁଏ ସୂର୍ଯ୍ୟ— କିରଣରେ ଏ ୭ଟି ରଙ୍ଗ ଅଛି ସୂର୍ଯ୍ୟକିରଣ ମେଘରେ ପ୍ରତିଫଳିତ ହୋଇ ଇନ୍ଦ୍ରଧନୁ ଜାତ ହେଲେ ଇନ୍ଦ୍ରଧନୁରେ ଉକ୍ତ ୭ଟି ରଙ୍ଗ ଯଥାକ୍ରମେ ଦେଖାଯାଏ ସୂର୍ଯ୍ୟକିରଣ ବା ଆଲୋକ ସାହାର୍ଯ୍ୟରେ ଆମ୍ଭେମାନେ ରଙ୍ଗ ଦେଖି ପାରୁଁ ନାଲି ରଙ୍ଗର ବସ୍ତୁରେ ସୂର୍ଯ୍ୟକିରଣ ବା ଆଲୋକ ପଡ଼ିଲେ, ତାହା ଆଉ ୬ଟି ରଙ୍ଗକୁ ଶୋଷି ନିଏ, କେବଳ ନାଲି ରଙ୍ଗ ବାକି ରହିଯାଏ ଓ ଉକ୍ତ ବସ୍ତୁ ଆମକୁ ନାଲିଆ ଦିଶେ କଳାବସ୍ତୁ ସୂର୍ଯ୍ୟକିରଣର ସବୁ ରଙ୍ଗକୁ ଶୋଷିନିଏ, ଏଥିପାଇଁ ରଙ୍ଗର ଅନୁପସ୍ଥିତି ଯୋଗୁଁ ଉକ୍ତ ବସ୍ତୁ ଆମ ଆଖିକୁ କଳା ଦେଖାଯାଏ ସୂର୍ଯ୍ୟକିରଣରେ ଉକ୍ତ ସାତୋଟି ରଙ୍ଗ ଯେଉଁ ଅନୁପାତରେ ମିଶିଅଛି, ବଜାରରେ ବିକ୍ରିଚ ହେଉଥିବା ରଙ୍ଗରେ ସେ ଅନୁପାତ ନ ଥିବାରୁ ତାକୁ ମିଶାଇଲେ ଏ ଫଳ ଘଟିବ ନାହିଁ—ହିନ୍ଦୀ - ଶ]

୩. (+କରଣ. ଅ) ନୃତ୍ୟଗୀତ ଅଭିନୟାଦି —୩. Acting dancing; singing etc.
୪. ନାଟ —୪. Dancing.
୫. ରାଙ୍ଗା ବା ଟିଣ ଧାତୁ —୫. Tin (metal).
୬. (+ ଅଧିକରଣ. ଅ) ନାଟ୍ୟଶାଳା; ନାଟ୍ୟସ୍ଥାନ; ରଙ୍ଗମଞ୍ଚ —୬. Theatrical stage; arena; theatre; play house; a place of public amusement.
୭. ରଣଭୂମି; ସଂଗ୍ରାମ ସ୍ଥଳ —୭. Field of battle.
୮. (+କରଣ. ଅ) ଟଙ୍କନ; ଟାଙ୍ଗଣା —୮. Borax.
୯. ଖଦିର ସାର —
୯. Catechu; an extract of catechu.

୧. ବିହାର; କ୍ରୀଡ଼ା —୧୦. Play; frolic.
୧୧. ଆମୋଦ; ମଉଜ; ମଜା —୧୧. Amusement; mirth; diversion.
୧୨. କୌତୁକ; ରହସ୍ୟ; ସୁଆଙ୍ଗ —୧୨. Sport; merriment; fun.
୧୩. ହସ୍ତାବୟବାଦିର ଭଙ୍ଗିଦ୍ୱାରା ଭାବ ପ୍ରକାଶ କରିବା ଛଇ —୧୩. Act of expressing inward feelings by gestures etc.
୧୪. ସଭା ଗୁହ —୧୪. A place of assembly (Apte).
୧୫. ସଭାର ସଦସ୍ୟବର୍ଗ; ଦେଖଣାହାରିମାନେ — ୧୫. The members of an assembly; audience (Apte).
୧୬. ସ୍ୱରବର୍ଣ୍ଣର ଅନୁନାସିକ ପରିବର୍ତ୍ତନ —୧୬. The nasal modification of a vowel (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରକ୍ତବର୍ଣ୍ଣ ୧. Red colour.
୨. ଲୋଭନୀୟ ଓ ନାନା ବର୍ଣ୍ଣ ବିଶିଷ୍ଟ ବସ୍ତୁ; ମନୋହର ବସ୍ତୁଚୟ —୨. Fancy articles of various attractive colours.

[ଉ—ରଙ୍ଗ ପସରା ସିନା ଭବ ସାଗର, ରଙ୍ଗ ଭିତରେ ଦେଖ କି ନାରଖାର ଭକ୍ତଚରଣ ମନବୋଧ ଚଉତିଶା]

୩. ଆନନ୍ଦ —Pleasure.
୪. ପରିହାସ; ଥଟ୍ଟା ତାମସା; ରଙ୍ଗରସ —୪. Jesting; joking; fun.
୫. ତାସ୍ ମଠାର ଭିନ୍ନ ଭିନ୍ନ ଚାରୋଟି ଚିହ୍ନ —୫. The four classes in a pack of card.

[ଦ୍ରଷ୍ଟବ୍ୟ —ପ୍ରକୃତରେ ଏହାର ବର୍ଣ୍ଣ ଦୁଇଟି, କଳା ଓ ନାଲି କଳା ଦୁଇ ପ୍ରକାର—କଳାପାନ ଓ ଚିଡ଼ିତନ; ନାଲି ଦୁଇପ୍ରକାର—ଇସ୍କାପାନ ଓ ରୁଇତନ]

୬. ତାସ୍ ଖେଳର ୪ ଗୋଟି ରଙ୍ଗ ମଧ୍ୟରୁ ନିର୍ବାଚିତ 'ରଙ୍ଗର' ତାସକୁ ସର୍ବୋଚ୍ଚ ସ୍ଥାନୀୟରୂପେ ଗଣନା କରି ଖେଳିବାର ଖେଳ — ୬. A kind of game at cards.
୭. ନିର୍ବାଚିତ ରଙ୍ଗର ତାସ୍ —୭. The trump card.
୮. ରକମ; ପ୍ରକାର —୮. Kind.
୯. ଗଞ୍ଜପାଖେଳର ଭିନ୍ନ ଭିନ୍ନ ଚିହ୍ନ — ୯. Different class of cards in Gan̄japā.
୧. ସୀସା —୧୦. Lead.
୧୧. କାମକ୍ରୀଡ଼ା — ୧୧. Amorous pastime; dalliance.

[ଉ— ବିଲୋଳ ହୋଇ ତା ସଙ୍ଗେ କରିବାରୁ ରଙ୍ଗ ଭଞ୍ଜ. ବୈଦେହୀଶବିଳାସ]

୧୨. ହର୍ଷ —୧୨. Gladness.

[ଉ—ବହିବାକୁ ଶାତ ରଙ୍ଗେ, ବୀର ସାତ ସାତ ସଙ୍ଗେ ଭଞ୍ଜ. ବୈଦେହୀଶବିଳାସ]

୧୩. ଯୁଦ୍ଧ —୧୩. Fight.

[ଉ—ବର ରଙ୍ଗ ଅବିରେ ପିଚିକା କରି ମାରେ, ବିଳାସ ଲାସ୍ୟ ଧରି ସେ ଭଞ୍ଜ. ବୈଦେହୀଶବିଳାସ]

୧୪. ବିଷୟ —୧୪. Matter.

(ଉ—ବିଗ୍ରହ ରଙ୍ଗ ଚତୁର ଚତୁରଙ୍ଗ ସଙ୍ଗର କହି ସଙ୍ଗର ଭଞ୍ଜ. ବୈଦେହୀଶବିଳାସ)

୧୫. ଅବସ୍ଥା —୧୫. Condition.
୧୬. ରୀତି; ଢଙ୍ଗ —୧୬. Mode; manner.
୧୭. ଦେହର ବର୍ଣ୍ଣ —୧୭. Complextion.
୧୮. ଆଚରଣ; ଚାଲିଚଳନ —୧୮. Conduct.

(ଉ— ବନ୍ଧୁଆ! ଆଜ ତୋର ଏକି ରଙ୍ଗ! ରଙ୍ଗ ଦେଖି ହେଲି ବଡ଼ ଢଙ୍ଗ—ସଙ୍ଗୀତ)

୧୯. ଚେହେରା — ୧୯. Appearance.
୨. ଭଙ୍ଗୀ; ନବରଙ୍ଗୀ; ଛଇ — ୨୦. Airs; exhibition of peculiar conduct.
୨୧. ରସିକତା —୨୧. Gallantry.

ବିଶେଷଣ -[ସମ୍ପାଦନା]

ରକ୍ତବର୍ଣ୍ଣ— ବିଶିଷ୍ଟ; ନାଲିଆ —Red.