ରତି

ଉଇକିଅଭିଧାନ‌ରୁ

ରତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ରମ୍ ଘଧାତୁ=କ୍ରୀଡ଼ା କତରିବା+ଭାବ. ତି)[ସମ୍ପାଦନା]

୧. କ୍ରୀଡ଼ା — Play; sport.
୨. ଆସକ୍ତି; ଅନୁରାଗ — ୨. Attachment; passion; fondness.
୩. ପ୍ରୀତି; ପ୍ରଣୟ; ପ୍ରେମ —୩. Love.

.[ଦ୍ରଷ୍ଟବ୍ୟ —ଏହା ଶୃଙ୍ଗାର ରସର ସ୍ଥାୟୀ ଭାବ ଅଟେ]

୪. ସନ୍ତୋଷ ୪. Pleasure; delight; satisfaction.
୫. ରମଣ; ସମ୍ଭୋଗ; ମୈଥୁନ —୫. Copulation; sexual enjoyment.

[ଦ୍ରଷ୍ଟବ୍ୟ —ହିନ୍ଦୁ କାମଶାସ୍ତ୍ରରେ ରତି ବା ମୈଥୁନ ପ୍ରକ୍ରିୟା ଉପଲକ୍ଷରେ ଭିନ୍ନ ଭିନ୍ନ ୧୬: ଗୋଟି ଓ ମତାନ୍ତରେ ୬୪:ଟି ବନ୍ଧ ବର୍ଣ୍ଣିତ ହୋଇଅଛି

(ରତିବନ୍ଧ ଦେଖ)]

୬. ଗୁହ୍ୟଦେଶ —୬. Privities.
୭. (+ କର୍ତ୍ତୃ. ତି)—କାମଦେବଙ୍କ ପତ୍ନୀ —୭. The wife of God Cupid.

[ଦ୍ରଷ୍ଟବ୍ୟ —ଏ ଦକ୍ଷ ପ୍ରଜାପତିଙ୍କ ସ୍ୱଶରୀରରୁ ନିର୍ଗତ ସ୍ୱେଦଜା କନ୍ୟା (ହିନ୍ଦୀ - ଶ.) ଏହାଙ୍କ ସ୍ୱାମୀ ମଦନ ହରକୋପାନଳରେ ଭସ୍ମୀଭୂତ ହେବାରୁ ଦେବା ଦେଶରେ ଏ ଶମ୍ୱର ଦୈତ୍ୟର ଘରେ ମାୟାବତୀ ନାମ ଧାରଣ କରି ଅବସ୍ଥାନ କରୁଥିଲେ ଓ ପରେ ସ୍ୱାମୀ ପ୍ରଦ୍ୟୁମ୍ନ ରୂପରେ ଜନ୍ମ ହେବାରୁ ତାଙ୍କ ସଙ୍ଗେ ମିଳିତା ହେଲେ ରତିଙ୍କର ରୂପ ସଂସାରର ସବୁ ସ୍ତ୍ରୀଙ୍କ ମଧ୍ୟରେ ସୁନ୍ଦରତମ ବୋଲି ଶାସ୍ତ୍ରରେ ବର୍ଣ୍ଣିତ]

୮. ସଙ୍ଗତି; ମିଳନ —୮. Union; conjunction.

[ଉ—ଯେ ଯୋଗୀନ୍ଦ୍ର ଗଣେ ସେବ କଲେ, ସେ ରକତି ଲଭେ ବ୍ରହ୍ମ ତୁଲେ ଜଗନ୍ନାଥ. ଭାଗବତ.]

୯. ଇନ୍ଦ୍ରିୟ ସୁଖ; ରତି ସୁଖ — ୯. Sexual pleasure (Apte).
୧. (+ଅଧିକରଣ. ତି) ଯୋନି —୧୦. Pudenda (Apte).
୧୧. ଚନ୍ଦ୍ରଙ୍କର ୬ଷ୍ଠ କଳାର ନାମ —୧୧. Name of the ୬th digit of the moon (Apte)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତିକା; ରତ୍ତି; ରତ୍ତିକା)[ସମ୍ପାଦନା]

୧. ଗୁଞ୍ଜାଫଳ — ୧. A red berry (used as goldsmiths' weight); Abrus Precatorius.
୨. ରତିଫଳ (ଦେଖ) - —୨. Ratiphaḻa (see)
୩. ଓଜନର


ପରିମାଣବିଶେଷ —୩. A staudard weight (=୨ ୧\୨ grains of English weight)

[ଉ— ବିଶେଷ ରତିରେ କେ ହୋଇବ ବିଚାର, ବଣିକଭାବରେ ତହିଁ ବଣିଜ କର—ଭଞ୍ଜ. ବୈଦେହୀଶବିଳାସ]

[ଦ୍ରଷ୍ଟବ୍ୟ —୧ଭରି=୧ମସା; ୧ମସା=୮ରତି; ୧ରତି =୪ଧନ]

୪. (ଲକ୍ଷଣାର୍ଥ) ଅତି ସାମାନ୍ୟ ପରିମିତ ବସ୍ତୁ — ୪. (figurative) A very little quantity of a thing.
୫. ଅତି କ୍ଷୁଦ୍ରପରିମାଣ —୫. A very little quantity.

[ଉ—ରତିକର ତୁଳା ତୋର, ରତି କରକ ରଦନା ଊଣା ହେବ—କବିସୂର୍ଯ୍ୟ. ଢୁମ୍ପା ଗୀତ]