ରତି ବନ୍ଧ

ଉଇକିଅଭିଧାନ‌ରୁ

ରତି ବନ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମ. ପ. ଲୋ; ରତିକାଳୀନ ବନ୍ଧ)[ସମ୍ପାଦନା]

ରମଣ, କାଳୀନ ସ୍ତ୍ରୀପୁରୁଷଙ୍କର ଆଲିଙ୍ଗନଭଙ୍ଗୀ — Different sorts of embrace or postures assumesd during coition.

[ଦ୍ରଷ୍ଟବ୍ୟ —କାମ ଶାସ୍ତ୍ରରେ (ଯଥା ରତି ମଞ୍ଜରୀ ଗ୍ରନ୍ଥରେ) ଏହା ପ୍ରଧାନତଃ ଷୋଡ଼ଶ ପ୍ରକାର ଥିବା ବର୍ଣ୍ଣିତ ହୋଇଏଅଛି କାହା କାହା ମତରେ ଏହା ୬୪: ପ୍ରକାର ସୁର ଦୀପିକା ଓ ରତି ମଞ୍ଜରୀ ବର୍ଣ୍ଣିତ ୧୬:ଟି ରତି ବନ୍ଧର ନାମ ଓ ପ୍ରକାର ଯଥା ===

୧. —ପଦ୍ମବନ୍ଧ ବା ପଦ୍ମାସନବନ୍ଧ ପୁରୁଷ ପଦ୍ମାସନରେ ବସି ନାରୀକୁ ନିଜର ପଦ୍ମାସନ ଉପରେ ଅବସ୍ଥାପିତ କରି ନାରୀର ଦୁଇ ପାଦକୁ ପୁରୁଷର ଦୁଇ ବଡ଼ ବାଟେ ଲମ୍ୱାଇ ରଖି ନାରୀକୁ ସମାକଷଣ ପୂର୍ବକ ଗାଢଞାନିଙ୍ଗନ କରିବା ସମୟରେ ରମଣୀର ଚେଷ୍ଟାଦ୍ୱାରା କୃତ ରମଣ
୨. —ନାଗପଦ ବା ନାଗପାଶ ବା ନାଗବନ୍ଧ ରମଣୀର ପଦଦ୍ୱୟକୁ ପୁରୁଷର ହସ୍ତ ଓ ସ୍ୱନ୍ଧ ଉପରେ ସ୍ଥାପିତ କିରାଇ ପୁରୁଷର ଲଘୁ ରମଣ


୩. ଲତା ବେଷ୍ଟ ବା, ଲତାବେଷ୍ଟିତ ବା ଲତାବେଷ୍ଟିତକ —ରମଣୀକୁ ପୁରୁଷ ନିଜର ବାହୁଦ୍ୱୟ ଓ ପାଦଦ୍ୱୟଦ୍ୱାରା ବେଷ୍ଟନ ବା ଆଲିଙ୍ଗନ ପୂର୍ବକ ପୁରୁଷର ଲଘୁରମଣ
୪. —ଅର୍ଦ୍ଧସମ୍ପୁଟ, ବା ସମ୍ପୂଟ —ନାରୀର ଉଭୟ ପାଦକୁ ସମ୍ପ୍ରସାରିତ କରି ନାରୀର ମସ୍ତକକୁ ଶଯ୍ୟାରେ ଉପସ୍ଥାପନ ପୂର୍ବକ ପୁରୁଷର ମୈଥୁନ
୫. —କୁଳିଶ ବା କୁଳୁଶ ନାୟକ— —ସ୍ତ୍ରୀର ପାଦଦ୍ୱୟକୁ ପୁରୁଷର ସ୍ୱକରଦ୍ୱାରା ଆକର୍ଷଣ ପୂର୍ବକ ରମଣ
୬. —ରତିସୁନ୍ଦର ବା ସୁନ୍ଦର— —ନାରୀର ପାଦଦ୍ୱୟକୁ ପୁରୁଷ ସ୍ୱୀୟ ହୃଦୟରେ ଧାରଣ କରି ଓ ନାରୀର ବେକକୁ ହସ୍ତଦ୍ୱାରା ବେଷ୍ଟନ ପୂର୍ବକ ପୁରୁଷର ମୈଥୁନ
୭. —କେଶବ(ର)ବନ୍ଧ ବା ବିରାମ (ଆରାମ) ବନ୍ଧ— —ଦଣ୍ଡବତ୍ ଉତ୍ତାନଶାୟୀ ପୁରୁଷର ଜଙ୍ଘ ଉପରେ ନିତମ୍ୱ ସ୍ଥାପନ ଓ ପୁରୁଷର ଦୁଇ ପାର୍ଶ୍ୱରେ ଭୂମିଉପରେ ପାଦଦ୍ୱୟ ସ୍ତାପନ ପୂର୍ବକ ରତିକ୍ରିୟାର ଆରମ୍ଭରୁ ଭୂମିରେ ଦୁଇ ଆଣ୍ଠୁ ଲଗାଇ ପୁରୁଷ ଉପରେ ଶାୟିତା ହୋଇ ରମଣୀର ସ୍ୱେଛା ଓ ସ୍ୱାବସର ଓ ସୁବିଧା କ୍ରମେ ସମ୍ପାଦିତ
୮. —ହିଲ୍ଲୋଳ ବନ୍ଧ —ରମଣୀର ପାଦକୁ ହୃଦୟରେ ସ୍ଥାପନ କରି ତାହାର ଦୁଇ ହସ୍ତକୁ ପୁରୁଷ ଦୁଇ ହସ୍ତଦ୍ୱାରା ଗ୍ରହଣ କିର ପୁରୁଷର ଯଥେଷ୍ଟ ରମଣ
୯. —ନରସିଂହ ବା ନୃସିଂହ—ସ୍ତ୍ରୀର ଇନ୍ଦ୍ରିୟକୁ ପ୍ରଥମେ ପାଦଦ୍ୱାରା ସମ୍ପୀଡ଼ନ କରି ହଠାତ୍ ମେତ୍ର ପ୍ରବେଶନ ଓ ସ୍ତ୍ରୀଗାତ୍ରକୁ ଦୁଇହସ୍ତଦ୍ୱାରା ବେଷ୍ଟନ ପୂର୍ବକ ପୁରୁଷର ରମଣ
୧. —ବିପରୀତ ବା ବିପରୀତକ—ନାରୀ ନିଜର ଏକ ପାଦକୁ ପୁରୁଷର ଜଙ୍ଘ ଉଫରେ ଓ ଅନ୍ୟପାଦକୁ ନିଜର କଟି ସଂଲଗ୍ନ କରି ନାରୀର ରମଣ (ରତିମଞ୍ଜରୀ)

ମତାନ୍ତରେ—ରମଣୀର ଏକ ପାଦକୁ ପୁରୁଷର ଊରୁ ଉପରେ ଓ ଅନ୍ୟ ପାଦକୁ ପୁରୁଷର ସ୍କନ୍ଧ ଉପରେ ସ୍ଥାପନ କରି ନାରୀର ରମଣ (ସ୍ମରଦିପୀକା) ମତାନ୍ତରରେ (ସାଧାରଣ ଲୋକେ ଯେଉଁ ଅର୍ଥରେ ବୁଝନ୍ତି) ପୁରୁଷାୟିତ; ରମଣୀ ଶାୟିତ କାନ୍ତର ଊର୍ଦ୍ଧ୍ୱ ଦେଶରେ ଅବସ୍ଥାପନ ପୂର୍ବକ (ଅର୍ଥାତ୍ ସାଧାରଣ ସଙ୍ଗମ ରୀତିରେ ବିପରୀତ ଭାବରେ ନିଜର ଶରୀର ଚାଳନ ପୂର୍ବକ ସ୍ତ୍ରୀର ରମଣ)

୧୧. — କ୍ଷୁବ୍ଧ ବନ୍ଧ— ସ୍ତ୍ରୀର ଦୁଇ ପାଦକୁ ପୁରୁଷ ନିଜର ଦୁଇ ପାର୍ଶ୍ୱରେ ବା ବଡ଼ରେ ରଖାଇ ଗାଢାଲିଙ୍ଗନ ପୂର୍ବକ ପୁରୁଷର ରତି
୧୨. —ଧେନୁକ ବନ୍ଧ— ପୁରୁଷ ଶଯ୍ୟାରେ ଶୋଇ ପାର୍ଶ୍ୱଦେଶରେ ଶାୟିତା ରମଣୀକୁ (ଅର୍ଥାତ୍ ଦୁହେଁ ଅଣେଇ ହୋଇ ଶୋଇ ଲଘୁ ରମଣ କରିବା
୧୩. —ଉତ୍କଣ୍ଠ ବନ୍ଧ— ଶାୟିତ ନାରୀର ପାଦଦ୍ୱୟକୁ ପୁରୁଷ ନିଜର ହସ୍ତଦ୍ୱୟର ଉପର ବାଟେ ଡିଆଇଁ ନାରୀର ପାଦଦ୍ୱୟର ପୁରୁଷର ହସ୍ତଦ୍ୱୟଦ୍ୱାରା ନାରୀର ସ୍ତନ ଧାରଣ ପୂର୍ବକ ପୁରୁଷର ମୈଥୁନ
୧୪. —ସିଂହାସନ ବନ୍ଧ—ଯୋଷାର ପୁରୁଷ ନିଜ ଜଙ୍ଘଦ୍ୱୟ ଉପର ଅବସ୍ଥାପିତ କରି ସ୍ୱହସ୍ତଦ୍ୱାରା ନାରୀର ସ୍ତନଧାରଣ ପୂର୍ବକ ପୁରୁଷର ରମଣ
୧୫. —(କ)—ରତି ନାଗ ବନ୍ଧ— କାମିନୀର ଉଗୁଯୁଗ୍ମଦ୍ୱାରା ପୁରୁଷକୁ ପୀଡ଼ନ ପୂର୍ବକ କାମିନୀର ରମଣ

(ଖ)—ରତି ପାଶ ବା ରତିପାଶକ ବନ୍ଧ—ପୁରୁଷର ଊରୁ ଯୁଗ୍ମଦ୍ୱାରା ସ୍ତ୍ରୀକୁ ପୀଡ଼ନ ପୂର୍ବକ ପୁରୁଷର ରମଣ ମତାନ୍ତରରେ—ପୁରୁଷ ନିଜର ଜଙ୍ଘ ତଳବାଟେ ନିଜର ହସ୍ତଦ୍ୱୟକୁ ପୂରାଇ କରଦ୍ୱାରା ସ୍ତ୍ରୀର କୁଚପୀଡ଼ନ ପୂର୍ବକ ପୁରୁଷର ସଙ୍ଗମ

୧୬. —ବିଦ୍ୟାଧର ବନ୍ଧ— ନାରୀର ଉରୁ ଯୁଗଳକୁ ପୁରୁଷର କରଦ୍ୱାରା ପୁନଃ ପୁନଃ ତାଡ଼ନପୂର୍ବକ ପୁରୁଷର ନିଃଶଙ୍କ ନିର୍ଭର ମୈଥୁନ

ଗ୍ରନ୍ଥାନ୍ତରରେ ୬୪: ପ୍ରକାରରେ ରତି ବନ୍ଧ କଥିତ ଅଛି; ତହିଁ ମଧ୍ୟରୁ, ସିଂହଳୀଳା—ଶାୟିତ କାମୀର ଊର୍ଦ୍ଧ୍ୱରେ ଆବସ୍ଥାପନପୂର୍ବକ ଦୁଇ ପାଦକୁ ଭୂମିରେ ରଖି (ଅର୍ଥାତ ଡେରି ହୋଇ ବସି) ପୁରୁଷର ହୃଦୟରେ ବା ସ୍ତନଦେଶରେ ହସ୍ତପୀଡ଼ନପୂର୍ବକ କାମିନୀର ରମଣ

ଏହାକୁ ସାଧାରଣ ଲୋକେ ବିପରୀତ, ପୁରୁଷାୟିତ ବା ଓଲଟ ରତି ଆଦି ନାମରେ ବୁଝନ୍ତି

ରତି ମିତ୍ର—କାମୁକ ପୁରୁଷର ଊରୁଯୁଗ୍ମ, ଭୂମିରେ ପାତିତ ହେବା ଅବସ୍ଥାରେ ସ୍ତ୍ରୀର ନିଜର ପରାକ୍ରମ ପ୍ରକାଶପୂର୍ବକ ରମଣ ଏହା ଛଡ଼ା ମୃଗାଦି ପଶୁପକ୍ଷୀଙ୍କର ସଙ୍ଗମରୀତି ଓ ଅବସ୍ଥିତି ଅନୁକରଣରେ ମୃଗବନ୍ଧ, ପଶୁବନ୍ଧ, ଶ୍ୱାନବନ୍ଧ, ପକ୍ଷିବନ୍ଧ, ବୃଷବନ୍ଧ, ସର୍ପ ବନ୍ଧ (ଉଭୟ ଦଣ୍ଡାୟମାନ ଅବସ୍ଥାରେ ସଙ୍ଗମ) ଆଦି ନାନାପ୍ରକାରର ବନ୍ଘର ଉଲ୍ଲେଖ ଭିନ୍ନ ଭିନ୍ନ ଗ୍ରନ୍ଥରେ ଦେଖାଯାଏ]