ରଶୁଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଲଶୁନ, ପଲାଣ୍ତୁ ସଦୃଶ, କିନ୍ତୁ ଶ୍ଵେତବର୍ଣ୍ଣ ଓ ପଲାଣ୍ତୁଠାରୁ ଉଗ୍ରଗନ୍ଧ ଓ ଉଗ୍ରବୀର୍ଯ୍ୟ ମୂଳବିଶେଷରଶୁଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଶୁନ, ରସୁନ; ରସୋନ)[ସମ୍ପାଦନା]

ଲଶୁନ, ପଲାଣ୍ଡୁସଦୃଶ କିନ୍ତୁ ଶ୍ୱେତବର୍ଣ୍ଣ ଓ ପଲାଣ୍ଡୁ ଠାରୁ ଉଗ୍ରଗନ୍ଧ ଓ ଉଗ୍ରବୀର୍ଯ୍ୟ ମୂଳବିଶେଷ — Garlic; Allium Sativum.

[ଦ୍ରଷ୍ଟବ୍ୟ —ରସୁଣ ସାଧାରଣତଃ ଧଳା ଦେଖାଯାଏ, କିନ୍ତୁ ଏକ ପ୍ରକାର ନାଲିଆ ରସୁଣ ଅଛି ଉଭୟ ପ୍ରକାର ରସୁଣର ଗୁଣ ସମାନ ରସୁଣର ମଳର କଟୁରସ ପତ୍ରରେ ତିକ୍ତରସ, ନାଡ଼ ବା ଡ଼ାଙ୍ଗରେ କଷାୟ, ମୂଳର ଅଗ୍ରଭାଗରେ ଲବଣ ଓ ମଞ୍ଜିରେ ମଧୁରରସ ଏପରି ୫ ଗୋଟି ରସ ଥିବାରୁ ଓ ଗୋଟିଏ ରସ (ଅମ୍ଳ) ଊଁଣା ଥିବାରୁ ଏହାକୁ


ମ. ପାଁଡ଼ରାଣସଣ ତେଲୁଗୁ - ତେଲ୍ଲବୁଲ୍ଲୀ ତା. ବଲ୍ଲଇ ପାଣ୍ଡୂ ପଣ୍ଡିତମାନେ ରସୋନ (ରସ+ଊନ) ନାମ ଦେଇ ଅଛନ୍ତି

ଏହା ପୃଷ୍ଟିକର, ବୀର୍ଯ୍ୟବର୍ଦ୍ଧକ, ସ୍ନିଗଧ, ପିରପାଚକ, ସାରକ, କଟୁରସାତ୍ମକ, ତୀକ୍ଷଣବୀର୍ଯ୍ୟ, ଭଗ୍ନସ୍ଥାନସଂଯୋଜକ, କଣ୍ଠପରିଷ୍କାରକ, ରକ୍ତବର୍ଦ୍ଧକ, ବଳକର, ବର୍ଣ୍ଣପ୍ରସାଦକ, ନେତ୍ରହିତକର ଓ ଜ୍ୱର ଜୀର୍ଣ୍ଣଁଜ୍ୱର ଗୁଳ୍ମ, ଅରୁଚି ଶ୍ୱାସ ଅର୍ଶ କୁଷ୍ଠ ଓ ଅଗ୍ନିମାନ୍ଦ୍ୟାଦି ରୋଗନାଶକ

ପୁରାଣରେ କଥିତ ଅଛି ଯେ ଯେଉଁ ସମୟରେ ଗରୁଡ଼ ଆପଣା ମାତା ବିନତାଙ୍କୁ ତାଙ୍କ ବିନତାଙ୍କୁ ତାଙ୍କ ସପତ୍ନୀ କଦ୍ରୂଙ୍କ ଦାସୀତ୍ୱର ମୁକ୍ତ କରିବା ପାଇଁ ବିମାତାଙ୍କ ଆଦେଶରେ ସ୍ୱର୍ଗକୁ ଯାଇଁ ଚନ୍ଦ୍ରଙ୍କଠାରୁ ସୁଧା ହରଣ କରି ସୁଧା ଘେନି ଫେରି ଆସିଲା, ସେହି ସମୟରେ ତହିଁରୁ ଏକ ବିନ୍ଦୁ ଭୃତଳରେ ପତିତ ହୋଇ ତାହା ରସୁଣରେ ପରିଣତ ହେଲା

ଏହା ନାନା ଔଷଧରେ ବ୍ୟବହୃତ ହୁଏ ଯବନମାନେ ଏବଂ ସେମାନଙ୍କ ଦେଖାଦେଖି କେତେକ ହିନ୍ଦୁ ଏହାକୁ ତରକାରିରେ ମସଲାରୂପେ ବ୍ୟବାହାର କରନ୍ତି ପ୍ରସୂତି ପକ୍ଷରରେ ଏହା ଉପକାରକ ଏହାକୁ ଅଭ୍ୟାସ କରି ଖାଇଲେ ବାତଜ୍ୱର ହୁଏ ନାହିଁ ରସୁଣଭୋଜୀ ପକ୍ଷରେ ମଦ୍ୟ, ମାଂସ, ଓ ଅମ୍ଳଦ୍ରବ୍ୟ ଭୋଜନ ଉପକାରକ ଏବଂ ଦୁଗ୍ଧ, ଗୁଡ଼, ଅଧିକ ଜଳପାନ, ରୌଦ୍ରତାପ, ପରିଶ୍ରମ ଓ କ୍ରୋଧ ଅପକାରକ ଏହାର ଗନ୍ଧ ଅତି ଉଗ୍ର]