ରାକ୍ଷସ

ଉଇକିଅଭିଧାନ ରୁ
Jump to navigation Jump to search

ରାକ୍ଷସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


[ରାକ୍ଷସୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରକ୍ଷ ଧାତୁ+ଅପାଦାନେ ଅସ୍; ଯେଉଁମାନଙ୍କ ଆକ୍ରମଣରୁ ବା କବଳରୁ ଯଜ୍ଞୀୟ ହକି ଆଦିକୁ ରକ୍ଷା କରାଯାଏ, କିମ୍ୱା ରକ୍ଷସ୍+ସ୍ୱାର୍ଥେ. ଅ)[ସମ୍ପାଦନା]

୧. ଦେବଯୋନିବିଶେଷ; ନିଶାଚର; ଅସୁର —୧. Demon; a titan; an evil spirit; monster; devil.

[ଦ୍ରଷ୍ଟବ୍ୟ —ରାମାୟଣ, ମହାଭାରତ ଓ ବେଦାଦିରେ ବର୍ଣ୍ଣିତ ରାକ୍ଷସମାନେ ନିଷ୍ଠୁର, କ୍ରୁରକର୍ମା, ଯଜ୍ଞନାଶକ, ମାଂସାଶୀ, କଞ୍ଚା ମାଉଁସଖିଆ, ଅନାର୍ଯ୍ୟ ଓ ବିକଟରୂପବିଶିଷ୍ଟ ଥିଲେ ଏବଂ ଆର୍ଯ୍ୟମାନଙ୍କୁ ନାନାରୂପରେ ପ୍ରପୀଡ଼ିତ କରୁଥିଲେ ଏମାନେ ରାତ୍ରୀଯୋଗରେ ଆର୍ଯ୍ୟମାନଙ୍କୁ ଆକ୍ରମଣ କରି ସେମାନଙ୍କ ଧନ, ଗୋ, ସ୍ତ୍ରୀ ଆଦି ଲୁଣ୍ଠନ କରୁଥିଲେ ଓ ଯଜ୍ଞ ଭୂମିରେ ଅମେଧ୍ୟବସ୍ତୁମାନ ନିକ୍ଷେପ କରି, ଯଜ୍ଞଘୃତାଦି ପିଇ ଯଜ୍ଞକୁ ନଷ୍ଟ କରିବା ଏମାନଙ୍କର ପ୍ରଧାନ କାର୍ଯ୍ୟ ଥିଲା ଏମାନେ ଅତ୍ୟନ୍ତ ମାୟାବୀ ଥିଲେ ଓ ନାନାପ୍ରକାର ମାୟା ରୂପ ଧାରଣ କରି ପାରୁଥିଲେ ରାତ୍ରିରେ ଏମାନେ ଆକ୍ରମଣ କରୁଥିବାରୁ ଏମାନେ ନିଶାଚର, ଆର୍ଯ୍ୟାବର୍ତ୍ତର ଦକ୍ଷିଣ ପଶ୍ଚିମ ଦିଗ ବା ନୈର୍ରତକୋଣରେ ଏମାନଙ୍କର ବାସସ୍ଥାନ ଥିବାରୁ ନୈର୍ରତ, ମାଂସ ଖାଉଥିବାରୁ ପଳାଶୀ, ରକ୍ତପାନ କରୁଥିବାରୁ ଅସ୍ରପ, ନାନାବର୍ଣ୍ଣରେ ଦେହକୁ ରଞ୍ଜିତ କରୁ— ଥିବାରୁ କର୍ବୂର, ସନ୍ଧ୍ୟାସମୟରେ ସ୍ଜ୍ଜିତ ହୋଇ ଯୁଦ୍ଧଯାତ୍ରା କରୁଥିବାରୁ 'ସନ୍ଧ୍ୟାବଳ' ଆଦି ନାମରେ ଆଖ୍ୟାତ ହେଉଥିଲେ ।

ରାକ୍ଷସ ଶବ୍ଦର ଅନ୍ୟ ପ୍ରତିଶବ୍ଦ ଯଥା—ଅସୁର, ଅଖୀର, ଅସ୍ରପ, ଆଶର, କଟପ୍ରୂ, କର୍ବୂର, କଳ୍ମାଷ, କୀଳାପା, କୀଲାଳପ, କୌଣପ, କ୍ରବ୍ୟାଦ୍, କ୍ରବ୍ୟାଦ, ଦୈତ୍ୟ, କ୍ଷପାଟ, ନକ୍ତଞ୍ଚର, ନିଶାଚର, ନରଧିଷ୍ମଣ, ନିକଷାତ୍ମକ, ନୈକଷେୟ, ନୈର୍ଋତ, ନୀଳାମ୍ୱର, ନୃଚକ୍ଷା, ପଳାଶ, ପଲାଶୀ, ପୁଣ୍ୟଜନ, ବୈଶ୍ରବଣ, ପୌଲସ୍ତ୍ୟ, ଭୂତ, ଯାତୁ, ଯାତୁଧାନ, ରଜନୀଚର ରକ୍ଷଃ, ରାତ୍ରିଚର, ରାତ୍ରିଞ୍ଚର, ସନ୍ଧ୍ୟାବଳ

ପୁରାଣମତରେ ଏମାନେ ଜଣେ ପ୍ରଜାପତି କଶ୍ୟପଙ୍କର ଏକ ପତ୍ନୀ, ଦିତିଙ୍କଠାରୁ ଜାତ ହୋଇଥିବାରୁ ଏମାନଙ୍କୁ ଦୈତ୍ୟ ବୋଲାଯାଏ ଦେବତା ଓ ଋଷିମାନଙ୍କଠାରୁ ଅନେକ ରାକ୍ଷସ ମଧ୍ୟ ଜାତ ହୋଇଥିଲେ (ଯଥା—ରାବଣ, ମୁର, ହିରଣ୍ୟ) ଆର୍ଯ୍ୟମାନେ ଏମାନଙ୍କ ସହିତ ବିବାହ ସମ୍ପର୍କ ମଧ୍ୟ ରଖୁଥିଲେ (ଭୀମ ହିଡ଼ିମ୍ୱା ରାକ୍ଷସୀକୁ ବିବାହ କରିଥିଲେ) ଏମାନଙ୍କ ମଧ୍ୟରୁ ଅନେକ କଠୋର ତପସ୍ୟା ବଳରେ ସିଦ୍ଧିଲାଭ କରି ଦେବତାମାନଙ୍କୁ ପରାସ୍ତ କରୁଥିଲେ ଦେବତାମାନଙ୍କ ସହିତ ଏମାନଙ୍କର ବରାବର ଯୁଦ୍ଧ ଲାଗୁଥିଲା ଏଣୁ ବିଷ୍ଣୁ ନାନା ଅବତାର ଧାରଣ କରି ଅନେକ ଦୁର୍ଦ୍ଦାନ୍ତ ରାକ୍ଷସ ବଧ କରି ପୃଥୀବୀପୃଷ୍ଠରେ ଶାନ୍ତି ସ୍ଥାପନ କରୁଥିଲେ ଏମାନେ ମହାକାୟ ଓ ବିକଟରୂପୀ ଥିବା ବର୍ଣ୍ଣିତ ହୋଇଅଛି

ଆଧୁନିକ ପ୍ରତ୍ନତତ୍ତ୍ୱବିଦ୍ମାନେ ଏହି ରାକ୍ଷସମାନଙ୍କୁ ଆଫ୍ରିକାଦେଶୀୟ ନିଗ୍ରେମାନଙ୍କ ପୂର୍ବପୁରୁଷ ବୋଲି କଳ୍ପନା କରିଅଛିନ୍ତି ଆର୍ଯ୍ୟାମାନେ ସଂସ୍କୃତଭାଷାରେ ରଥକ୍ରାନ୍ତ ଖଣ୍ଡ, ସୂର୍ଯ୍ୟାରିଷ୍ଟଦେଶ, ରାକ୍ଷସାବାସ, ସୂର୍ଯ୍ୟାରିକା ଦେଶ ନାମରେ ଯେଉଁ ଦେଶ ସବୁକୁ ନିର୍ଦ୍ଦେଶ କରିଥିଲେ ତାହା ଆଫ୍ରିକା ଦେଶ ବୋଲି ଆଧୁନିକ ପଣ୍ଡିତମାନେ ଅନୁମାନ କରୁ— ଅଛନ୍ତି ଗ୍ରୀକ୍ଭାଷାରେ ଆଫ୍ରିକା ଦେଶର ଅର୍ଥ ଓ ସୂର୍ଯ୍ୟାରିକା (ସୂର୍ଯ୍ୟକିରଣକ୍ରାନ୍ତ)ର ଅର୍ଥ ଏକ ଗ୍ରୀକ୍ ଇଥିଓପୀୟ ଶବ୍ଦର ଅର୍ଥ (ସୂର୍ଯ୍ୟକିରଣରେ) ଦଗ୍ଧମୁଖ ଲାଟିନ୍‌ରେ ନିଗ୍ରୋ ଶବ୍ଦର ଅର୍ଥ କୃଷ୍ଣବର୍ଣ୍ଣ ଆହୁରି ମଧ୍ୟ ଆଫ୍ରିକା— ଦେଶ ଭାରତବର୍ଷର ନୈର୍ରତ କୋଣରେ ଅବସ୍ଥିତ]

୨. ଭୂତ; ପ୍ରେତ —୨. Ghost; ogre; goblin.
୩. କ୍ରୂରକର୍ମା ବ୍ୟକ୍ତି —୩. A cruel person.
୪. ନରଖାଦକ ବ୍ୟକ୍ତି —୪. A cannibal.
୫. (ଯେ କୁବେରଙ୍କର ଧନ ରକ୍ଷା କରେ) କୁବେରଙ୍କ ଧନରକ୍ଷକ ଭୃତ୍ୟ ବା ଜୀବବିଶେଷ; ଯକ୍ଷ —୫. A class of attendants of God kubera, guarding his treasures.
୬. ହିନ୍ଦୁ ଶାସ୍ତ୍ରୋକ୍ତ ବିବାହ ବିଶେଷ; କନ୍ୟାକୁ ବଳପୂର୍ବକ ହରଣ କରି ବିବାହ ବା ସଙ୍ଗମ କରିବା — ୬. One of the forms of marriage described in the Hindu Ṡāstras as consisting of violent siezure and rape or outrage of a girl.
୭. ହିନ୍ଦୁଶାସ୍ତ୍ରୋକ୍ତ ଚିକିତ୍ସା ବିଶେଷ; ଅସ୍ତ୍ରଚିକିତ୍ସା — ୭. Surgery in Hindu medicalscience.

ବିଶେଷଣ -[ସମ୍ପାଦନା]

୧. (ରକ୍ଷସ+ଅ) ରକ୍ଷଃ ସମ୍ୱନ୍ଧୀୟ; ଆସୁରିକ —୧. Monstrous; demoniac. ghostly.
୨. ଅତି ନିଷ୍ଠୁର —୨. Very cruel.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପକ୍ଷୀ —Bird.

[ଉ—ବଳହିମନ୍ତ ପର୍ବତ, ପ୍ରବଳ ବାତଜନିତ, ହେବାରୁ ସାଞ୍ଜୁ ଓଢ଼ିତ, ରାକ୍ଷସ ବଂଶେ - ଭଞ୍ଜ, ବୈଦେହୀଶବିଳାସ ]