ରାଧା

ଉଇକିଅଭିଧାନ‌ରୁ

ରାଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ରାଧ୍ ଧାତୁ+କର୍ତ୍ତୃ ଅ+ସ୍ତ୍ରୀ ଆ)[ସମ୍ପାଦନା]

୧. ଶ୍ରୀକୃଷ୍ଣଙ୍କ ପ୍ରେୟସୀ; କୃଷ୍ଣପ୍ରେମରେ ସର୍ବତ୍ୟାଗିନୀ ବୃକ୍ଷଭାନୁଜେମା; ରାଧିକା —୧. Name of the sweetheart of Ṡrīkṛushṇa.

[ଉ—ଶହେ ମହଣ ଘିଅ ହବ ତେବେ ଯାବ ରାଧା ନାଚିବେ—ଢ଼ଗ]

[ଦ୍ରଷ୍ଟବ୍ୟ —ରାଧା(୧) ଅର୍ଥ ସମ୍ୱନ୍ଧରେ ନୋଟ୍:—ରାଧା ମଥୁରାର ନିକଟବର୍ତ୍ତୀ ଗୋକୁଳର ଗୋପରାଜା (ଗଉଡ଼ରଜା) ବୃକ୍ଷଭାନୁଙ୍କ କନ୍ୟା ଓ ଆୟାନ (ଚନ୍ଦ୍ରସେଣା) ନାମକ ଗୋପାଳର ନାମମାତ୍ର ବିବାହିତା ସ୍ତ୍ରୀ ଏହାଙ୍କ ମାତାଙ୍କ ନାମ କୀର୍ତ୍ତିଦା ପୁନଶ୍ଚ କୌଣସି କୌଣସି ପୁରାଣ (ଯଥା, ବ୍ରହ୍ମବୈବର୍ତ୍ତ ପୁରାଣ) ମତରେ ରାଧା ଆଯୋନିସମ୍ଭବା ଦିନେ ବୃଷଭାନୁଙ୍କ ପତ୍ନୀ ପୋଖରୀକୁ ସ୍ନାନ କରିବାକୁ ଯାଇଁ ଦେଖିଲେ ଯେ, ଗୋଟିଏ ଅତି କ୍ଷୁଦ୍ର ସୁନ୍ଦରୀ କନ୍ୟା ଗୋଟିଏ କୁମୁଦ ବା କଇଁଫୁଲରେ ରହି ଜଳରେ ଭାସୁଅଛି ସ୍ନେହରେ କୀର୍ତ୍ତିଦା ତାଙ୍କୁ ଆଣି

ନିଜର କନ୍ୟାରୂପେ ପାଳନ କଲେ ଏ ଶ୍ରୀକୃଷ୍ଣଙ୍କଠାରୁ ବଡ଼, କିନ୍ତୁ ଜନ୍ମକାଳରୁ ଏହାଙ୍କର ଚକ୍ଷୁ ମୁଦ୍ରିତ ଥିଲା ଶିଶୁ ଶ୍ରୀକୃଷ୍ଣଙ୍କୁ ଏହାଙ୍କ ଘରକୁ ମାଇପେ କାଖେଇ କରି ନେଇ ଥିଲେ ଓ ଶ୍ରୀକୃଷ୍ଣଙ୍କ ଆଡ଼କୁ ରାଧା ମୂହଁ ଫେରାଇବାରୁ ତାଙ୍କ ଆଖି ଫିଟିଗଲା କାହାରି କାହାରି ମତରେ କୃଷ୍ଣଙ୍କଠାରୁ ରାଧା ସାନ ଜନ୍ମ ଦିନରୁ ୩ଦିନ ପର୍ଯ୍ୟନ୍ତ ତାଙ୍କର ଚକ୍ଷୁ ମୁଦ୍ରିତ ହୋଇଥିଲା ଯଶୋଦା କୃଷ୍ଣଙ୍କୁ କାଖେଇ କରି ରାଧାଙ୍କୁ ଦେଖିବାକୁ ଯାଇଥିଲେ ରାଧା ପ୍ରଥମେ କୃଷ୍ଣଙ୍କୁ ଦେଖିଲେ ଓ ଯଶୋଦା ପ୍ରଥମେ ତାଙ୍କୁ କୃଷ୍ଣଙ୍କ ଉଚ୍ଛିଷ୍ଟ ସ୍ତନ ପାନ କରାଇଲେ ସମ୍ପର୍କରେ ରାଧା କୃଷ୍ଣଙ୍କ ମାଇଁ ଥିଲେ, କିନ୍ତୁ ଦେବଅଂଶ ଗ୍ରହଣ କରି ଜନ୍ମିଥିଲେ ଶ୍ରୀକୃଷ୍ଣଙ୍କକର ବାଲ୍ୟ— କାଳର ଲୀଳା ଓ ରାସରେ ରାଧାହିଁ କେନ୍ଦ୍ର ଥିଲେ ଶ୍ରୀକୃଷ୍ଣଙ୍କ ପ୍ରେମରେ ମୁଗ୍ଧ ହୋଇ ତାଙ୍କ ପଦରେ ରାଧା ପ୍ରେମ, ସ୍ନେହ, ଭକ୍ତି ଜୀବନ, ଯୈବନ, ସମସ୍ତ ସମର୍ପଣ କରିଥିଲେ ଓ କୃଷ୍ଣୁପ୍ରେମ ଲାଗିଗୁରୁଜନ ଗଞ୍ଜଣା, ସମାଜର ଓ ପରିବାରର ନିନ୍ଦା ଆଦି ପ୍ରତି ଭୂକ୍ଷେପ କରି ନ ଥିଲେ ଶ୍ରୀକୃଷ୍ଣ ଷୋଳ ସହସ୍ର ଗୋପିକାମାନଙ୍କୁ ଘେନି ଗୋପପୁରରେ ଯେଉଁ ରସକ୍ରୀଡ଼ା କରିଥିଲେ ତହିଣରେ ନାୟିକା ରାଧା; ଶ୍ରୀକୃଷ୍ଣ ମଥୁରାକୁ ଯାଇ ସେଠାରୁ ଆପଣାର ପୈତୃକ ରାଜ୍ୟ ଦ୍ୱାରକାକୁ ଯିବାରୁ ଶ୍ରୀକୃଷ୍ଣଙ୍କ ବିରହକାଳରେ ରାଧିକାଙ୍କର ପ୍ରେମର ବୈଷ୍ଣବମାନଙ୍କ ମତରେ ଅତୁଳନୀୟ ଓ ଶ୍ରୀକୃଷ୍ଣ ଦ୍ୱାରକାରେ ରୁକ୍ମିଣୀଆଦି ପଟ୍ଟମହିଷୀମାନଙ୍କଦ୍ୱାରା ସେବିତ ଓ ବେଷ୍ଟିତ ହୋଇ ରାଜୈଶ୍ୱର୍ଯ୍ୟରେ ବୁଡ଼ି ରହି ସୁଦ୍ଧା ରାଧାଙ୍କ ପ୍ରେମକୁ ସବୁବେଳେ ଝୁରୁଥିଲେ ବିଜାତୀୟ ଓ ବିଜାତୀୟ ସଭ୍ୟତାଦୃପ୍ତ ଲୋକେ ରାଧାକୃଷ୍ଣ ପ୍ରେମରେ ଯେଉଁପରି ପାଶବ ଓ ଇନ୍ଦ୍ରିୟ ଚାଳନାରୂପକ ପରସ୍ତ୍ରୀହରଣାତ୍ମକ ପାପର କଳ୍ପନା କରନ୍ତି, ସେହି ଲୀଳାକୁ ମହାନୁଭବ ଭକ୍ତିଶୀଳ ବୈଷ୍ଣବମାନେ ଭକ୍ତି ଓ ପବିତ୍ର ରସମିଶ୍ରିତ ଅନୁରାଗରୂପେ ବର୍ଣ୍ଣନା ଓ ଉପଲବ୍ଧ କରନ୍ତି ଶ୍ରୀକୃଷ୍ଣଙ୍କୁ ଭଜିବାର ପନ୍ଥା ଓ ଆଦର୍ଶ ରାଧିକାଙ୍କର ପ୍ରେମ ବୋଲି ବୈଷ୍ଣବ ମହାପୁରୁଷମାନେ ସିଦ୍ଧାନ୍ତ କରି— ଅଛନ୍ତି ଉଦାହରଣସ୍ୱରୂପ ମଧ୍ୟ ଦେଖାଯାଏ ଯେ, ଶ୍ରୀ ଚୈତନ୍ୟ ଦେବ (ଯେ ଇନ୍ଦ୍ରିୟବୃତ୍ତିକୁ ଘୃଣା କରୁଥିଲେ ଓ ଆପଣାର ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀଙ୍କ ମୁଖ ଦର୍ଶନ କରୁ ନ ଥିଲେ) ରାଧାଙ୍କ ପ୍ରେମକୁ ଆଦର୍ଶ—ଭୃକ୍ତ ରୂପରେ କଳ୍ପନା କରି ରାଧାଙ୍କ ପରି ଅନନ୍ୟଚିତ୍ତ ହୋଇ କୃଷ୍ଣଭଜନା କରୁଥିଲେ ରାଦାକୃଷ୍ଣଙ୍କ ପ୍ରେମର ପାଶବିକ ଅଂଶକୁ ବା ଆଦର୍ଶକୁ ଅନୁସରଣ ଓ ଅନୁକରଣ କରି ଲୋକେ ଭକ୍ତିର ଓ ପ୍ରେମର ପବିତ୍ରତାକୁ କଳୁଷିତ କରି— ଅଛନ୍ତି; କିନ୍ତୁ ପରକୀୟା ପ୍ରତି ପାଇଁ ରାଧାକୃଷ୍ଣ ପ୍ରେମର ଆଧ୍ୟାତ୍ମିକ (allegorical) ଓ ରୂପକ ତାତ୍ପର୍ଯ୍ୟହିଁ ବିଷ୍ଣୁଭକ୍ତିର ଆଦର୍ଶ ଅଟେ ରାଧାକୃଷ୍ଣଙ୍କ ପ୍ରେମରେ ପାଶବିକତା ବା ଇନ୍ଦ୍ରିୟଲାଳସା ଲେଶମାତ୍ର ନ ଥିଲା ଓ ଉକ୍ତପ୍ରେମର ସେହି ଅଂଶରେ ଆଧ୍ୟାତ୍ମିକ ଗୂଢ଼ ମର୍ମ ପ୍ରୟୋଗ କଲେ ଦେଖାଯିବ ଯେ, ରାଧାଙ୍କ ତନ୍ନୟତା ପରି ତନ୍ନୟତା ନ ହେଲେ ଈଶ୍ୱରଭଜନା ପରାକାଷ୍ଠା ଲାଭ କରି ପାରିବ ନାହିଁ ରାଧାକୃଷ୍ଣଙ୍କ ପ୍ରେମ ଓ ରାସଲୀଳା ଚର୍ମଚକ୍ଷୁରେ ଓ ମାନବେନ୍ଦ୍ରିୟଦ୍ୱାରା ଉପଭୋଗ୍ ନୁହେ ତାହା ଜ୍ଞାନଚକ୍ଷୁ ଓ ପରମଜ୍ଞାନ— ରୂପ ଇନ୍ଦ୍ରିୟଦ୍ୱାରା ସାଧନା ଓ ଅନୁଭବ କରିବାର ଯୋଗ୍ୟ ଅଟେ ରାଧାପ୍ରେମ ଇନ୍ଦ୍ରିୟାସକ୍ତି ନୁହେ; ଏହା ପରମପବିତ୍ର ଭଗବଦ୍ ଭକ୍ତିର ପୂର୍ଣ୍ଣ ଆଦର୍ଶ ରାଧିକାଙ୍କ ସଙ୍ଗେ ରସିକତା, ଷୋଳ, ସହସ୍ର ଗୋପୀଙ୍କକ ସଙ୍ଗେ ରମଣ ଆଦି କେବଳ ରୂପକ ମାତ୍ର ବାସ୍ତବ ଅର୍ଥ କରିବାକୁ ବସିଲେ ଦେଖାଯିବ ଯେ, ଜଣେ, ୧/୧୨: ବର୍ଷର ବାଳକ ଷୋଳ ସହସ୍ର ଗୋପୀଙ୍କ ସଙ୍ଗେ ରତିକ୍ରୀଡ଼ା କରିବା ଓ ଷୋଳ ସହସ୍ର କକୃଷ୍ଣ ରୂପ ଧାରଣ କରିବା ବାସ୍ତବ ଜଗତରେ ଅସମ୍ଭବ କିନ୍ତୁ ଆଧ୍ୟାତ୍ମିକ ଜଗତରେ ଏହା ସମ୍ଭବପର ଓ ସାଧ୍ୟ ଶ୍ରୀକୃଷ୍ଣ ପୃଥିବୀରେ ଅବତାରରୂପେ ଜନ୍ମ ଗ୍ରହଣ କରି ପୃଥିବୀକୁ ୬୪: ରତିବନ୍ଧ ଶିକ୍ଷା ଦେବାକୁ ଆସି ନ ଥିଲେ ସେ ଅବତାର ଗ୍ରହଣଦ୍ୱାରା ପୃଥିବୀରେ ଭକ୍ତିର ମାର୍ଗ ଦେଖାଇ ଯାଇଅଛନ୍ତି ଓ ତାଙ୍କର ଗୋପଲୀଳାହିଁ ମର୍ତ୍ତ୍ୟରେ ସ୍ୱର୍ଗଲୀଳାର ଅଭିନୟ ଓ 'ରାଧା ପ୍ରେମ ହିଁ ଈଶ୍ୱରଲାଭର ପ୍ରକୃଷ୍ଟ ପନ୍ଥା କୃଷ୍ଣ ପ୍ରେମ ପାଇଁ ରାଧାଙ୍କ ପରି ସର୍ବସ୍ୱତ୍ୟାଗୀ ହେଲେ ଯାଇଁ ଭକ୍ତ ଈଶ୍ୱର ସାନ୍ନିଧ୍ୟ ଲାଭ କରିବ ଏହି ମତ ଲେଖକର କପୋଳକଳ୍ପିତ ମତ ନୁହେ ଏହାହିଁ ରାଧାକୃଷ୍ଣ ଚରିତର ଚିନ୍ତାଶୀଳ ଭକ୍ତ— ସମାଲୋଚକମାନଙ୍କ ମତର ଅସମ୍ପୂର୍ଣ୍ଣ ସାରାଂଶମାତ୍ର ଅଟେ ରାଧାକୃଷ୍ଣ ଲୀଳାକୁ କେହି କେହି ଆଧୁନିକ କପୋଳକଳ୍ପନା ବୋଲି କହନ୍ତି; କିନ୍ତୁ ରାଧାଙ୍କ ନାମ ଓ ଶ୍ରୀକୃଷ୍ଣଙ୍କର ଗୋଲୋକରେ ରାଧାଙ୍କ ସହିତ ଲୀଳା ପୁରାତନ ବାୟୁପୁରାଣର ୧୪: ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ପୁରାଣରେ ରାଧା ଶବ୍ଦର ବ୍ୟୁତ୍ପତ୍ତି ନିମ୍ନଲିଖିତ ରୂପରେ ଲେଖା ହୋଇଅଛି—ର୍+ଆ+ଧ୍+ଆ 

ର୍—କୋଟିଜନ୍ମାର୍ଜ୍ଜିତ ପାପ ଓ ଶୁଭାଶୁଭ କର୍ମଭୋଗ,

ଆ—ଗର୍ଭବାସ, ମୃତ୍ୟୃ ଓ ରୋଗ,

ଧ—ଆୟୁଃକ୍ଷୟ

ଆ—ସଂସାରବନ୍ଧନ

ଯାହାଙ୍କ ସ୍ମରଣ ଓ ନାମକୀର୍ତ୍ତନ ଓ ସେବା କଲେ ମନୁଷ୍ୟ ଉପର୍ଯ୍ୟୁକ୍ତ ପାପାଦିରୁ ମୁକ୍ତ ହୁଏ ସେ ରାଧା; ଶ୍ରୀମଦ୍— ଭାଗବତରେ ରାଧାଙ୍କର ଉଲ୍ଲେଖ ନାହିଁ; ବ୍ରହ୍ମବୈବର୍ତ୍ତ ଓ ଦେବୀ ଭାଗବତରେ ରାଧାଙ୍କ ବର୍ଣ୍ଣନ ମିଳେ ପୁରାଣ— ମାନଙ୍କରେ ରାଧାଙ୍କ ଜନ୍ମ ସମ୍ୱନ୍ଧେ ଭିନ୍ନ ଭିନ୍ନ ବିବରଣ ଦେଖାଯାଏ କେଉଁ କେଉଁ ପୁରାଣରେ ମଧ୍ୟ ଲେଖାଅଛି ଯେ, ଏ ଶ୍ରୀକୃଷ୍ଣଙ୍କ ବାମ ଅଙ୍ଗରୁ ଉତ୍ପନ୍ନ ହୋଇଥିଲେ ପୁଣି କାହିଁ କାହିଁ ଗୋଲୋକଧଆମର ରାସମଣ୍ଡଳରେ ଏହାଙ୍କ ଜନ୍ମ ହୋଇଥିବା ଲେଖା ଅଛି ଜନ୍ମ ହେବା ସଙ୍ଗେ ସଙ୍ଗେ

ଏ ଯୁବତୀ ହୋଇଥିବା କଥା ମଧ୍ୟ ଲେଖା ଅଛି ଗର୍ଗ— ସଂହିତା ଆଦି କେତେକ ଆଧୁନିକ ଗ୍ରନ୍ଥରେ ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କରିଥିବା କଥା ଲେଖାଅଛି—ହିନ୍ଦୀ - ଶ] 

୨. କର୍ଣ୍ଣଙ୍କର ପାଳୟିତ୍ରୀ ଜନନୀ; ଧୃତରାଷ୍ଟ୍ରଙ୍କ ସାରଥି ଅଧିରଥଙ୍କ ପତ୍ନୀ —୨. Name of the foster- mother of Karṇṇa.

[ଦ୍ରଷ୍ଟବ୍ୟ —ରାଧାଶବ୍ଦର (୨) ଅର୍ଥ ସମ୍ୱନ୍ଧ ନୋଟ୍—କୁନ୍ତୀ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ତାଙ୍କ କର୍ଣ୍ଣବାଟେ କୁମାର ଜାତ ହେବାରୁ କୁନ୍ତୀ ଲୋକଲଜ୍ଜାଭୟରେ ଗୋଟିଏ ପେଡ଼ାମଧ୍ୟରେ ସେ ଶିଶୁଟିକି ପରାଇ ନଈରେ ଭସାଇ ଦେଲେ ଓ ଶିଶୁଟି ଭାସି ଯାଉ ଯାଉ ସୂତ୍ରଧରଜାତୀୟ ସାରଥି ବା ସୁତ ଅଧିରଥ ତାକୁ ଦେଖି ତାକୁ ନେଇ ଆପଣାର ପତ୍ନୀ (ରାଧା)ଙ୍କୁ ଦେଲେ ଓ ରାଧା ଉକ୍ତ ପୁତ୍ରକୁ ଲାଳନପାଳନ କରି ବଢ଼ାଇଥିଲେ ଏଥିପାଇଁ କର୍ଣ୍ଣଙ୍କୁ ସୂତପୁତ୍ର ଓ ରାଧେୟ ବୋଲାଯାଏ ପ୍ରକୃତରେ ରାଧା କର୍ଣ୍ଣଙ୍କର ପାଳତୀ ମାଆ]

୩. ବିଦ୍ୟୁତ୍ —୩. Atomspheric electricity.
୪. ଆମଳକୀ —୪. Embilic myrobalan.
୫. ବିଷ୍ଣୁକ୍ରାନ୍ତା ନାମକ ଦେଶ — ୫. A mythological tract of country.

[ଦ୍ରଷ୍ଟବ୍ୟ — ପୁରାଣରେ ପୃଥିବୀକୁ ତିନି ଭାଗରେ ବିଭକ୍ତ କରାଯାଇ ଅଛି;—ବିଷ୍ଣୁକ୍ରାନ୍ତା, ରଥକ୍ରାନ୍ତା ଓ ଅଶ୍ୱକ୍ରାନ୍ତା]

୬. ଅପରାଜିତା ଫୁଲ ଓ ଲତା; ବିଷ୍ଣୁ କ୍ରାନ୍ତା ଲତା ଓ ଫୁଲ —୬. A kind of flower and creeper; Clitoria Ternatia.
୭. ବାଣମୋକ୍ଷଣ କାଳୀନ ଭଙ୍ଗୀ ବା ଅବସ୍ଥାନ ବିଶେଷ (ଏଥିରେ ଦୁଇ ପାଦ ପରସ୍ପରଠାରୁ ଏକଚାଖଣ୍ଡ ଦୂରରେ ରହେ) —୭. A posture assumed by an archer while shooting.
୮. ବିଶାଖା ନକ୍ଷତ୍ର —୮. The ୧୬th of the ୨୭ asterisms in Hindu astronomy.
୯. ଗୋବର୍ଦ୍ଧନ ମଲ୍ଲଙ୍କ ସ୍ତ୍ରୀ; ଚନ୍ଦ୍ରାବଳୀ —୯. Chandrābaḻī, wife of Gobardhanamalla.

[ଉ—ମଲ୍ଲ ଗୋବର୍ଦ୍ଧନର ଯେ ଜୀବଧନ ମାନସ ବନ୍ଧନ ପାଶୀ ବାଳୀ, ରାଧାନାମ ହିତ ତାହାର ବିହିତ ନାମ ପୁଣିହିଁ ତ ଚନ୍ଦ୍ରାବଳୀ ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି]

୧. (+କରଣ ଅ+ଆ)ପ୍ରୀତି; ଅନୁରାଗ; ପ୍ରେମ(ହିନ୍ଦୀ - ଶ) —୧୦. Love; attachment.
୧୧. (+ଅଧିକରଣ ଅ) ବୈଶାଖ ପୂର୍ଣ୍ଣିମା (ହିନ୍ଦୀ - ଶ) — ୧୧. The fullmoon day of the month B&aline;i̱ṡākha.
୧୨. ଏକ ବର୍ଣ୍ଣବୃତ୍ତର ନାମ (ହିନ୍ଦୀ - ଶ) —୧୨. Name of a Sanskrit metre.

[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ରମଣ, ତଗଣ,ସ ମଗଣ, ବଗଣ ଓ ଏକଗୁରୁ ବର୍ଣ୍ଣ, ଏପରି ୧୩: ଅକ୍ଷର ଥାଏ—ହିନ୍ଦୀ - ଶ.]



ରାଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରାଧାମଣି, ରାଧା ପ୍ରିୟା—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀମାନଙ୍କୁ ଦିଆଯିବା ନାମ — A name given to females.