ରାମାନନ୍ଦୀ କାଟିବା

ଉଇକିଅଭିଧାନ‌ରୁ

ରାମାନନ୍ଦୀ କାଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ରାମାନନ୍ଦୀ ତିଳକ କାଟିବା, ରାମାନନ୍ଦୀ ଚିତା କାଟିବା, ରାମାନନ୍ଦୀ ଚିତା କରିବା (ଦେବା, ମାରିବା, ପିନ୍ଧିବା, ଘେନିବା, ନାଇବା, ଲଗାଇବା୧ମ ଅର୍ଥ ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ରାମାନନ୍ଦୀ ଚିତା କାଟିବା, ରାମାନନ୍ଦୀ କାଟିଦେବା, ରାମାନନ୍ଦୀ ଦେବା, ରାମାନନ୍ଦୀ ମାରିବା, ରାମାନନ୍ଦ ଚିତାଦେବା, ରାମାନନ୍ଦୀ ପଟାଏ ଦେବା, ରାମାନନ୍ଦ ପଟାଏ କାଟିବା, ରାମାନନ୍ଦ ପଟାଏ ମାରିବା୨ୟ ଅର୍ଥ ଅନ୍ୟରୂପ

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଆପଣା ମୁଣ୍ଡରେ ରାମାନନ୍ଦୀ ତିଳକ ଅଙ୍କିତ କରିବା —୧. To paint Rāmānandi chitā on one's head.

(ଉ—ପ୍ରାଚୀ କରିଛି କି ରାମାନନ୍ଦୀ ଚିତା ରାଧାନାଥ. ନନ୍ଦିକେଶରୀ)

୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଧପାଇବା ବା ପ୍ରତାରଣା କରିବା —୨. To defraud; to cheat a person.
୩. ପ୍ରତାରଣାପୂର୍ବକ ଧନାଦି ଅପହରଣ କରି ସ୍ଥଳତ୍ୟାଗ କରିବା —୩. To leave a place after defrauding a person of his money etc.

[ଦ୍ରଷ୍ଟବ୍ୟ — ଧର୍ମଧ୍ୱଜୀ ପାପୀ ଦୁରାଚାରୀମାନେ ବୈଷ୍ଣବ ଭେକ ଧାରଣ କରି ମାଳାତିଳକ ଧାରଣ କରି (ରାମାନନ୍ଦୀ ଚିତା ଘେନି) ପରମଧାର୍ମିକ ବୈରାଗୀରୂପ ଆପଣାକୁ ପରିଚୟ ଦେଇ ସରଳ ଗୃହସ୍ଥ—

ମାନଙ୍କ ନିକଟରେ ଆଶ୍ରୟ କରି ସେମାନଙ୍କଠାରୁ ଭକ୍ତି ଓ ସେବା ଗ୍ରହଣ କରି ଉକ୍ତ ବ୍ୟବହାରର ଅପବ୍ୟବହାର— ପୂର୍ବକ ଲୋକଙ୍କୁ ଠକାଉଥିଲେ ଓ କପଟତାଚରଣପୂର୍ବକ ଲୋକଙ୍କର ଧନାଦି ହରଣ କରି (ଏପରି କି, ପରିବାରସ୍ଥା କୁଳବଧୁମାନଙ୍କୁ ଫୁସୁଲାଇ ଗରୁ କାଢ଼ି) ନେଇ ପଳାଇ ଯାଉଥିବାର ଅନୁଭବରୁ ଏ ବାକ୍ୟର ଉପରୋକ୍ତ ପ୍ରଚଳିତ "ଠକାଇବା" ଅର୍ଥ ଚଳିଅଛି ଏ ଅନୁଭବ ପୂର୍ବ ଅପେକ୍ଷା କମିଅଛି, କିନ୍ତୁ ଏହା ଅବଧି ମଧ୍ୟ ଘଟୁଅଛି ରାମାନନ୍ଦୀ ଚିତା କାଟିବା ଭଣ୍ଡମାନଙ୍କ ପରେ କୃଷ୍ଣଭକ୍ତ ବୈଷ୍ଣବମାନେ— ଅର୍ଥାତ୍, ଯେଉଁମାନେ ହରିମନ୍ଦିର ଚିତା କାଟୁଥିଲେ—ମଧ୍ୟ ଏ ଅଭିନୟ କରିବା ଦେଖାଯିବାରୁ 'ହରିମନ୍ଦିର କାଟିବା' ବାକ୍ୟର ମଧ୍ୟ ଏହି ଅର୍ଥରେ ବ୍ୟବହାର ଚଳିଅଛି ସାଧାରଣତଃ ଧର୍ମଧ୍ୱଜୀମାନେ ବାହାରରେ "ଚିତାକାଟି" ସେହି ଚିତାର ଆଶ୍ରୟକରି ଲୋକଙ୍କୁ ଠକାଉଥିବା ଅନୁଭବରୁ 'ଚିତାକାଟିବା' ଚିତା ଦେବା' ଆଦି ବାକ୍ୟ ମଧ୍ୟ ଧପାଇବା ଅର୍ଥରେ ବ୍ୟବହୃତ ହୋଇଅଛି ଯଥା—ସେ ମତେ ରାମାନନ୍ଦୀ ଦେଇ ଚାଲିଗଲା, ଅମୁକ ଲୋକ ମୋଠାରୁ ପାଞ୍ଚୋଟି ଟଙ୍କା ଚିତା କାଟି ଚମ୍ପଟ ଦେଲା]