ରାମାୟଣ

ଉଇକିଅଭିଧାନ‌ରୁ

ରାମାୟଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ରାମ+ ଅୟନ=ଚରିତ, ଆଶ୍ରୟ)[ସମ୍ପାଦନା]

୧. ରାମଙ୍କୁ ଆଶ୍ରୟ କରି ଲିଖିତ ଗ୍ରନ୍ଥ ବା ରାମଙ୍କ ଚରିତ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥ —୧. The Rāmāyaṇa or work narrating the events connected with the life of Rāmachandra.
୨. ବାଲ୍ମୀକି ଋଷି ପ୍ରଣୀତ ରାମଚରିତ ବର୍ଣ୍ଣାନାତ୍ମକ ସଂସ୍କୃତ ମହାକାବ୍ୟ —୨. The great Sanskrit epic-poem by sage Bālmīki narrating the events of Rāmachandra's life.

[ଦ୍ରଷ୍ଟବ୍ୟ — ରାମଚନ୍ଦ୍ରଙ୍କ ସମକାଳୀନ ବାଲ୍ମୀକିକୃତ ରାମାୟଣ ଗ୍ରନ୍ଥ ସାତ— କାଣ୍ଡରେ ବା ଭାଗରେ ବିଭକ୍ତ, ଯଥା—୧ ଆଦିକାଣ୍ଡ ବା ବାଳକାଣ୍ଡ —ଅଯ୍ୟୋଧ୍ୟାର ଓ ଦଶରଥଙ୍କ ବିବରଣ ଦଶରଥଙ୍କ ପୁତ୍ରେଷ୍ଟି ଯାଗ, ରାମଜନ୍ମ, ରାମଙ୍କଦ୍ୱାରା ହରଧନୁ ଭଙ୍ଗ, ସୀତାଙ୍କ ସହିତ ବିବାହ ଓ ପରଶୁରାମଙ୍କ ପରାଜାୟ

୨. ଅଯ୍ୟୋଧ୍ୟାକାଣ୍ଡ—ରାମଙ୍କ ବିବାହ ଓ ଅଯ୍ୟୋଧ୍ୟାରେ ସୀତାଙ୍କ ସହିତ ବାସ ଓ ପିତୃସତ୍ୟ ପାଳନାର୍ଥ ବନଗମନ
୩. ଅରଣ୍ୟକାଣ୍ଡ—ଦଶରଥଙ୍କକ ମୃତ୍ୟୁ, ରାମ ଲକ୍ଷ୍ମଣ ସୀତାଙ୍କର ଦଣ୍ଡକାରଣ୍ୟରେ ସ୍ଥିତି ବିରାଧ ବଧ, ଖରଦୂଷଣ ବଧ, ରାବଣଦ୍ୱାରା ସୀତା ହରଣ
୪. କିଷ୍କିନ୍ଧ୍ୟା କାଣ୍ଡ—ବାନରାରାଜ ସୁଗ୍ରୀବଙ୍କ ସଙ୍ଗେ ବନ୍ଧୁତାସ୍ଥାପନ ଓ ବାଳୀବଧ
୫. ସୁନ୍ଦରା କାଣ୍ଡ—ହନୁମାନର ଲଙ୍କା ଗମନ, ସୀତାଠାବ, ଲଙ୍କା ଦହନ ଓ ରାମଚନ୍ଦ୍ରଙ୍କ ନିକଟ ସୀତାଙ୍କ ସମ୍ୱାଦ ଆନୟନ
୬. ଯୁଦ୍ଧ ବା ଲଙ୍କା କାଣ୍ଡ—ରାମଙ୍କର ରାବଣ ସହିତ ଯୁଦ୍ଧ ଓ ରାବଣ ବଧ ଏବଂ ଅଯୋଧ୍ୟା ପ୍ରତ୍ୟାଗମନ
୭. ଉତ୍ତର କାଣ୍ଡ—ଅଯୋଧ୍ୟାରେ ରାଜତ୍ୱ, ସୀତାବନବାସ, ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞ ଲବକୁଶଙ୍କ ରାମାୟଣ ଗାନ, ସୀତାଙ୍କର ଓ ରାମଙ୍କର ଦେହତ୍ୟାଗ

ରାମଚନ୍ଦ୍ରଙ୍କଦ୍ୱାରା ନିର୍ବାସିତ ସୀତାଙ୍କ ଗର୍ଭରୁ ଯମଜ— କୁମାର କୁଶ ଓ ଲବ ବାଲ୍ମୀକିଙ୍କ ତପୋବନରେ ଜାତ ହୋଇ ସେହିଠାରେ ଶିକ୍ଷାଲାଭ କରିବା ସମୟରେ ବାଲ୍ମିକୀ ମୁନି ଏହଂ ବିରାଟକନ୍ୟା ରଚନା କରି ତାହା ଏହି କୁମାର— ଦ୍ୱୟଙ୍କୁ ମୁଖସ୍ଥ କରାଇଥିଲେ ଓ ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞସ୍ଥଳୁ ନିମନ୍ତ୍ରିତ ହୋଇଥିବା ବାଲ୍ମୀକି ମୁନିଙ୍କ ସଙ୍ଗେ ଯାଇଥିବା କୁମାରଦ୍ୱୟ ଅଯୋଧ୍ୟାରେ ଉପସ୍ଥିତ ହୋଇ ଉକ୍ତ ରାମାୟଣ କାବ୍ୟକକୁ ଆବୃତ୍ତ କହିଥିଲେ ମହାଭାରତ ଗ୍ରନ୍ଥର ୧୮:ଟି ଖଣ୍ଡକୁ ପର୍ବ ବୋଲାଯାଏ ଓ ରାମାୟଣ ଗ୍ରନ୍ଥର ୭ଟି ଖଣ୍ଡକୁ କାଣ୍ଡ ବୋଲାଯାଏ ସମଗ୍ର ପୃଥିବୀର ସାହିତ୍ୟରେ ରାମାୟଣ ଓ ମହାଭାରତ ଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛି

ଏହି ମୂଳରାମାୟଣକୁ ଅନୁବାଦ ଓ ଅବଲମ୍ୱନ କରି ହିନ୍ଦୀ, ବଳଙ୍ଗା, ଓଡ଼ିଆ, ତୈଲଙ୍ଗୀ, ତାମିଳ ଗୁଜରାଟୀ, ମରହଟ୍ଟୀ ଆଦି ଭାଷାର ଲେଖକମାନେ ରାମାୟଣ ରଚନା କରିଅଛନ୍ତି

ସାଧାରଣତଃ ଭାରତରେ ୩ ପ୍ରକାର ବାଲ୍ମୀକି ରାମାୟଣ ଦେଖାଯାଏ ଯଥା—ଔଦୀଚ୍ୟ, ଦାକ୍ଷିଣାତ୍ୟ ଓ ଗୌଡ଼ୀୟ ଏହି ୩ ରାମାୟଣରେ ସର୍ଗ ସଂଖ୍ୟାରେ ଓ ପାଠରେ ବହୁତ ପ୍ରଭେଦ ଦେଖାଯାଏ (ହିନ୍ଦୀ - ଶ.)

ଉତ୍କଳୀୟ କବି ବିଶ୍ୱନାଥ ଖୁଣ୍ଟିଆ ସମଗ୍ର ବାଲ୍ମୀକି ରାମାୟଣର ବିଷୟ ଅବଲମ୍ୱନ କରି ବିବିଧ ସୁଲଳିତ ଛନ୍ଦରେ ବିଚିତ୍ରାରାମାୟଣ ନାମକ ସରଳ ଓଡ଼ିଆ ପଦ୍ୟଗ୍ରନ୍ଥ ରଚନା କରିଅଛନ୍ତି ଏହାକୁ ସାଧାରଣତଃ 'ବିଶିରାମାୟଣ' ବୋଲାଯାଏ ଓ ଏହାକୁ ବାଲ୍ମୀକିରାମାୟଣାନୁଯାୟୀ କବି ଧାରାବାହିକକ କବି ଧାରାବାହିରୂପେ ୭ କାଣ୍ଡରେ ବିଭକ୍ତ କରଅଛନ୍ତି ଏହି ବିଶି ଅବଲମ୍ୱନ କରି ଓଡ଼ିଶାରେ ରାମନବମୀ ଅଭିନୟ କରାଯାଏ

ହରିହର ନାମକ ଜଣେ ଓଡ଼ିଆ କବି ସୁଚିତ୍ର ରାମାୟଣ ନାମକ ଓଡ଼ିଆ ପଦ୍ୟଗ୍ରନ୍ଥ ରଚନା କରିଅଛନ୍ତି

ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ପ୍ରାଚୀନ ବିଶେଷ୍ୟ - ଜଗନ୍ନାଥ ଦାସଙ୍କ ଶିଷ୍ୟ ପୁରୀବାସୀ ବଳରାମ ଦାସ ମଧ୍ୟ ୭ କାଣ୍ଡ ଓଡ଼ିଆ ରାମାୟଣ ଗ୍ରନ୍ଥ ଲେଖି ଯାଇଅଛନ୍ତି ଏ ରାମାୟଣକୁ ଲୋକେ ଜଗନ୍ମୋହକ ବା ଜଗମୋହନ ରାମାୟଣ ବୋଲି କହନ୍ତି

ଉନବିଂଶ ଶତାବ୍ୱୀର ପ୍ରାରମ୍ଭରେ ଗଞ୍ଜାମର କବି କୃଷ୍ଣ ଚରଣ ପଟ୍ଟନାୟ ମୂଳ ରାମାୟଣକୁ ପଦ୍ୟରେ ଅନୁବାଦ

କରି ଓଡ଼ିଆ ରାମାୟଣ ଲେଖିଥିଲେ ଏହାକୁ ଲୋକେ 'କୃଷ୍ଣ ରାମାୟଣ' ବୋଲି ଡ଼ାକନ୍ତି 

କେଶବ ପଟ୍ଟନାୟକ ନାମ ଆଉ ଜଣେ କବି କେଶବ ରାମାୟଣ ବୋଲି ଖଣ୍ଡେ ଗ୍ରନ୍ଥ ଲେଖି ଅଛନ୍ତି

ଆଧୁନିକ ଯୁଗରେ ସୂର୍ଗୀୟ ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ ଓ ଫକୀରମୋହନ ସେନାପତି ଏବଂ କଟକ ଅରୁଣୋଦୟ ପ୍ରେସର ସ୍ୱର୍ଗୀୟ ଭାଗବତ ପ୍ରସାଦ ଦାନ ମୂଳ ରାମାୟଣକୁ ପଦ୍ୟରେ ଅନୁବାଦ କରିଥିଲେ

ଏହାଛଡ଼ା ଉତ୍କଳର ପ୍ରାଚୀନ ଓ ନବୀନ ଯୁଗର କବିମାନେ ରାମାୟଣୁ ଅବଲମ୍ୱନ କରି ତହିଁର ସାର ଗ୍ରହଣ ପୂର୍ବକ ଛାନ୍ଦରେ ରାମ ଚରିତ ଓ ନାଟକମାନ ରଚନା କରି ଅଛନ୍ତି ତହିଁ ମଧ୍ୟରୁ ପ୍ରାଚୀନ କବି ଚିନ୍ତାମଣିଙ୍କ 'ରାମଚନ୍ଦ୍ର' ବିହାର', ମାଗୁଣି ପଟ୍ଟନାୟକ 'ରାମଚନ୍ଦ୍ର ବିହାରର ରାଜା ଧନଞ୍ଜୟ ଭଞ୍ଜଙ୍କକ 'ରଘୁନାଥ ବିଳାସ', ଉପେନ୍ଦ୍ରଭଞ୍ଜଙ୍କ, 'ବ' ଅକ୍ଷର ଯୁକ୍ତ ଆଦ୍ୟ ପଦ ସମନ୍ୱିତ 'ବୈଦେହଶବିଳାସ' ପୀତାମ୍ୱର ଦାସଙ୍କ ନୃସିଂହ ପୁରାଣରେ ୭ କାଣ୍ଡ ରାମାୟଣର ସଂକ୍ଷିପ୍ତ ସାର ସଂଗ୍ରହ , ଗଞ୍ଜାମର କବି କାହ୍ନୁ ଦାଶଙ୍କ କୃତ ରାମରସାମୃତ ସିନ୍ଧ ଗଞ୍ଜାମର କବି ରାମଦାସଙ୍କ ରାମ— ରସାମୃତ ଓ ଚିକିଟିର ସ୍ୱର୍ଗତ ରାଜା ପୀତାମବର ରାଜେନ୍ଦ୍ରଙ୍କ ରାମଲୀଳା ଓ ଆଧୁନିକ ଯୁଗରେ ରାଓ କବିଙ୍କ ବାଳ ରାମାୟଣ, ରତ୍ନାକର ଗର୍ବବଟ୍ଟୁଙ୍କ ରାମାୟଣ, ଅରୁଣୋଦୟ ପ୍ରେସର ରାମା— ଯଣ, ସାରସ୍ୱତ ପ୍ରେସର ରାମାୟଣ, ସ୍ୱର୍ଗୀୟ ବଳରାମ ଦାସଙ୍କ ବାଳ ରାମାୟଣ, ଚନ୍ଦ୍ରଶେଖର ନନ୍ଦଙ୍କ ରାମାୟଣ କଥା ଓ ନୀଳକଣ୍ଠଙ୍କ ଦାଶଙ୍କ ପିଲାଙ୍କ ରାମାୟଣ ଉଲ୍ଲେଖଯୋଗ୍ୟ ନାଟକ ମଧ୍ୟରେ ପ୍ରାଚୀନ କବି ଭିକାରୀ ପଟ୍ଟନାୟଙ୍କ ଲଙ୍କା ଦହନ ନାଟକ, ରାମଶଙ୍କର ରାମ ବନବାସ, ପଦ୍ମନାଭ ନାରାୟଣ ଦେବଙ୍କ ଅହଲ୍ୟାଶାପମୋଚନ, କାମପାଳ ମିଶ୍ରଙ୍କର ସୀତା ବିବାହ, ହରିହର ରଥଙ୍କର ରାବଣ ବଧ, ରାମାଭିଷେକ ରାମ ଜନ୍ମ, ରାମ ନିର୍ବାସନ ଓ ନନ୍ଦକିଶୋର ବଳଙ୍କ ପଦ୍ୟ ସୀତା ବନବାସ ଉଲ୍ଲୋଖଯୋଗ୍ୟ ପରମାର୍ଥିକ ତତ୍ତ୍ୱ ଉପଦେଶାତ୍ମକ ଅଧ୍ୟାୟ ରାମାୟଣ ନାମରେ ମହର୍ଷି ବେଦବ୍ୟାସ ବିରଚିତ ଗୋଟିଏ ସଂସ୍କୃତ ଗ୍ରନ୍ଥ ଅଛି; ଏହି ମୂଳ ଗ୍ରନ୍ଥକୁ ମଧ୍ୟ ନିମ୍ନଲିଖିତ ଓଡ଼ିଆ କବିମାନେ ଅନୁବାଦ କରି ଅଛନ୍ତି; ଯଥା—ପୁରୀର ପ୍ରାଚୀନ କବି ହଳଧର ଦାସ, ତୈଲଙ୍ଗୀୟ ଗୋପାଳ କିବ, ଗଞ୍ଜାମ ସୂର୍ଯ୍ୟମଣି ଚ୍ୟାଉ ପଟ୍ଟନାୟକ ଯୋଗ ଶାସ୍ତ୍ର ସମ୍ୱନ୍ଧେ ଉପଦେଶାତ୍ମକ ଆଉ ଖଣ୍ଡିଏ ବିରାଟ ସଂସ୍କୃତ ଗ୍ରନ୍ଥର ନାମ ଯୋଗବାଶିଷ୍ଠ ରାମାୟଣ ଅଟେ

ଏହା ଛଡ଼ା ଓଡ଼ିଶାର ପ୍ରାଚୀନ କବି ସାରଳାଦାସ ବିଲଙ୍କା ରାମାୟଣ ବୋଲି ଗୋଟିଏ କାଳ୍ପନିକ ପଦ୍ୟଗ୍ରନ୍ଥ ରଚନା କରି ସେଥିରେ ପାତାଳସ୍ଥ କାଳ୍ପନିକ ବିଲଙ୍କା ନଗରୀର ରାଜା ସହସମ୍ମୁଖ ରାବଣକୁ ରାମ ଆକ୍ରମଣ କରି ସୀତାଙ୍କ ସାହାର୍ଯ୍ୟରେ ବିଲଙ୍କାପୁରକୁ ମାରି ତାହା ନଗରୀକୁ 'ବିଲାଙ୍କି' ଥିବା ବର୍ଣ୍ଣନା କରିଅଛନ୍ତି

ମୂଳସଂସ୍କୃତ ଗ୍ରନ୍ଥକୁ ତୁଳସୀଦାସ ହିନ୍ଦୀରେ 'ରାମଚରିତ ମାନସ' ନାମରେ ପଦ୍ୟାନୁବାଦ କରିଅଛନ୍ତି ଓ ଉକ୍ତ ତୁଳସୀଦାସ ରାମାୟଣ ଭାରତବିଖ୍ୟାତ ଅଟେ ତୁଳସୀଙ୍କ ରାମାୟଣରେ ଅନେ କଳ୍ପିତ ବିଷୟ ଅଛି

ବାଲ୍ମୀକିକୃତ ରାମାୟଣ ଛଡ଼ା ସଂସ୍କୃତରେ 'ରାମାୟଣ' ନାମ ଗ୍ରହଣ କରି ରଚିତ ଅଧ୍ୟାତ୍ମରାମାୟଣ, ଅଗ୍ନିବେଶ ରାମାୟଣ, ଯୋଗବାଶିଷ୍ଟ ରାମାୟଣ ଆଦି କେତେକ ରାମାୟଣ ସାମ୍ପ୍ରଦାୟି ଅଟେ]