ରାଶି

ଉଇକିଅଭିଧାନ‌ରୁ

ରାଶି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଅଶ୍ ଧାତୁ=ବ୍ୟାପିବା+କର୍ତ୍ତୃ. ଇ; ନିପାତନ)[ସମ୍ପାଦନା]

୧. ଗଦା; ପୁଞ୍ଜ; ସ୍ତୂପ —୧. Heap.
୨. (ଗଣିତ) ସଂଖ୍ୟା — ୨. (Arithmetic) Number.
୩. ଭଗ୍ନାଂଶ —୩. Fraction.
୪. (ଜ୍ୟୋତିଷ) ମେଷାଦି ଦ୍ୱାଦଶ ରାଶି —୪ (Astrrology) Signs of the Zodiac ୧୨ in number.

[ନକ୍ଷତ୍ର ତଳେ ନୋଟ୍ ଦେଖ]

[ଦ୍ରଷ୍ଟବ୍ୟ —ଗ୍ରହଚକ୍ର ୧୨: ଗୋଟି ରାଶିରେ ବିଭକ୍ତ, ଅର୍ଥାତ୍ ସୂର୍ଯ୍ୟ ବର୍ଷକ ମଧ୍ୟରେ ୧୨: ଗୋଟି ରାଶିକୁ ସଂକ୍ରମଣ କରି ତାଙ୍କର ବାର୍ଷିକ ଗତିଚକ୍ରକୁ ଥରେ ବୁଲନ୍ତି ସୂର୍ଯ୍ୟଙ୍କର ବାର୍ଷିକ ଗତିଦ୍ୱାରା ପୃଥିବୀର ଚାରିଆଡ଼େ ଆକାଶରେ ଯେଉଁ ବୃତ୍ତ କଳ୍ପନାଦ୍ୱାରା ଅଙ୍କିତ ହୁଏ ତାହାକୁ ରାଶିଚକ୍ର ବୋଲାଯାଏ ଏହି ସୂର୍ଯ୍ୟଙ୍କ ଗତିଦ୍ୱାରା କଳ୍ପିତରେଖା ଅଣ୍ଡାକାର (Elliptical), କିନ୍ତୁ ହିନ୍ଦୁ ଜ୍ୟୋତିଷୀମାନେ ଉକ୍ତ ପରିଧିକୁ ବୃତ୍ତରୂପେ କଳ୍ପନା କରି ସେହି ପରିଧିକୁ ରାଶିଚକ୍ର କରିଅଛନ୍ତି ଆକାଶସ୍ଥ ସେହି କଳ୍ପିତ ବୃତ୍ତକୁ ୧୨: ସମାନଭାଗରେ ବିଭକ୍ତ କରା ଯାଇଅଛି ଓ ପ୍ରତ୍ୟେକ ଅଂଶର ସୀମା ମଧ୍ୟରେ ଥିବା କେତେଗୁଡ଼ିଏ ଉଜ୍ଜ୍ୱଳ ନକ୍ଷତ୍ରର ସମଷ୍ଟିକକୁ ରାଶି ବୋଲାଯାଏ ଚନ୍ଦ୍ର ମଧ୍ୟ ଏକ ମାସ ମଧ୍ୟରେ ପୃଥିବୀର ଚାରିଆଡ଼େ ବୁଲି ଯେଉଁ ପରିଧି ଅଙ୍କନ କରନ୍ତି ତାହାକୁ (ଅର୍ଥାତ୍ ଆକାଶଚକ୍ରକୁ) ୨୭: ଭାଗରେ ବିଭକ୍ତ କରାଯାଇଅଛି ଓ ଉକ୍ତ ଭାଗମାନଙ୍କୁ ନକ୍ଷତ୍ର ବୋଲାଯାଏ ଗୋଟିଏ ରାଶି ଉକ୍ତ ବୃତ୍ତର ୧/୧୨: ଓ ଗୋଟିଏ ନକ୍ଷତ୍ର ଉକ୍ତ ବୃତ୍ତର ୧/୨୭: ; ଅତଏବ ପ୍ରତ୍ୟକ ରାଶି ଆକାଶ— ଚକ୍ରର ଯେଉଁ ସ୍ଥାନ ଅଧିକାର କରେ ସେହି ସ୍ଥାନକକୁ ୨୭\୧୨: ବା ୨୧\୪: ନକ୍ଷତ୍ର ଅଧିକାର କରନ୍ତି ୧୨: ରାଶିର ସୀମା= ୨୭: ନକ୍ଷତ୍ରର ଅଧିକାର କରନ୍ତି ସୂର୍ଯ୍ୟ ଯେଉଁ ରାଶିର ସୀମା ମଧ୍ୟରେ ଯେଉଁ ମାସରେ ଥାଆନ୍ତି ସେହି ମାସର ସେହି ରାଶି ଅନୁସାରେ ନାମକରଣ ହୁଏ

ସୂର୍ଯ୍ୟ ଗୋଟିଏ ରାଶିର ସୀମା ମଧ୍ୟରେ ପ୍ରାୟ ୧ ମାସ କାଳ ଅବସ୍ଥାନ କରନ୍ତି ସୂର୍ଯ୍ୟ ଯେଉଁ ରାଶିର ସୀମା ମଧ୍ୟରେ ଯେଉଁ ମାସରେ ଥାଆନ୍ତି ସେହି ମାସକୁ ସୌର ବା ସୌରମାନ ମାସ

ରାଶିମାନ ସଂଖ୍ୟାରେ ୧୨: ଯଥୈ—ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ଓ ମୀନ

ରାଶିଗୁଡ଼ିଏ ଉଜ୍ଜ୍ୱଳ ତାରକାର ସମଷ୍ଟି ମାତ୍ର ସେହି ତାରକାଗୁଡ଼ିକ କାଳ୍ପନିକ ରେଖାମାନଙ୍କଦ୍ୱାରା ଯୋଗ କରାଗଲେ ତାହା ଯେଉଁ କାଳ୍ପନିକ ଜୀବ ବା ବସ୍ତୁ ପରି ଦେଖାଯାଏ, ସେହି ରାଶିକୁ ସେହି ଜୀବର ବା ବସ୍ତୁର ନାମ ଦିଆଯାଇଅଛି

ମେଷ ରାଶିର ଉଜ୍ଜ୍ୱଳ ନକ୍ଷତ୍ରମାନଙ୍କୁ ରେଖାଦ୍ୱାରା ଯୋଗ କଲେ ତାହା ମେଣ୍ଡା ପରି ଚାରି ଗୋଡ଼ ଓ ମୁଣ୍ଡ— ଯୁକ୍ତ କ୍ଷେତ୍ରରୂପେ ଦେଖାଯିବ ଧନୁ ରାଶିର ନକ୍ଷତ୍ରଗୁଡ଼ିକ ଯୋଗକଲେ ଗୋଟିଏ ଧନୁ ଆକାର ଦେଖାଯିବା ଏହା କେବଳ କାଳ୍ପନିକ ରୂପ ଅଟେ ବୁଝିଲାବେଳକୁ ଗୋଟିଏ ରାଶିର ରୂପରେ ଆଖିକୁ ଦିଶୁଥିବା ନକ୍ଷତ୍ରମାନ ଶୂନ୍ୟ ଅଞ୍ଚଳରେ ପରସ୍ପରଠାରୁ ବହୁ ଦୂରରେ ଅବସ୍ଥିତ


ହିନ୍ଦୁମାନଙ୍କ ରାଶିମାନଙ୍କ ସଙ୍ଗେ ପାଶ୍ଚାତ୍ୟ ରାଶିମାନଙ୍କ ନାମ ସାଦୃଶ୍ୟ ଥିଲେ ହେଁ ସଂସ୍କୃତ ରାଶିମାନଙ୍କ ସଙ୍ଗେ ପାଶ୍ଚାତ୍ୟ ରାଶିମାନଙ୍କର କେତେକ ଅମେଳ ମଧ୍ୟ ଅଛି ===

୧. ମେଷରାଶି—ପାଶ୍ଚାତ୍ୟ ମୀନାଂଶ ଓ ପାଶ୍ଚାତ୍ୟ ମେଷାଂଶ —Part of Pisces and part of Aries.

ଏହି ରାଶିରେ ଅଶ୍ୱିନୀ ନକ୍ଷତ୍ର ଓ ଦ୍ୱିଜା ନକ୍ଷତ୍ର ଅବସ୍ଥିତ

୨. ବୃଷ ରାଶି—ପାଶ୍ଚାତ୍ୟ ମେଷାଂଶ ଓ ପାଶ୍ଚାତ୍ୟ ବୃଷାଂଶ —Part of Aries andd part of Taurus.

ଏହି ରାଶିରେ କୃତ୍ତିକା ଓ ରୋହିଣୀନକ୍ଷତ୍ର ଅବସ୍ଥିତ

୩. ମିଥୁନ ରାଶି—ପାଶ୍ଚାତ୍ୟ ବୃଷାଂଶ+ପାଶ୍ଚାତ୍ୟ ମିଥୁନାଂଶ+ପାଶ୍ଚାତ୍ୟ କାଳପୁରୁଷାଂଶ —Part of Taurus, part of Gemini and part of Orion.

ଏହି ରାଶିରେ ମୃଗଶିରା ଓ ଆର୍ଦ୍ରାନକ୍ଷତ୍ର ଅବସ୍ଥିତ

୪. କର୍କଟ ରାଶି—ପାଶ୍ଚାତ୍ୟ ମିଥୁନାଂଶ+ଶୂନୀମଣ୍ଡଳ+ପାଶ୍ଚାତ୍ୟ କର୍କଟ ରାଶି ଓ ହ୍ରଦସର୍ପମଣ୍ଡଳାଂଶ —Part of Gemini, Canis Minor, Cancer and Hydra.

ଏହି ରାଶିରେ ପୁନର୍ବସୁ, ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର— ମାନ ଅବସ୍ଥିତ

୫. ସିଂହ ରାଶି—ପାଶ୍ଚାତ୍ୟ ସିଂହାଶ —Part of Leo. (Leo)

ଏହି ରାଶିରେ ମଘା ଓ ପୂର୍ବଫାଲ୍ଗୁନୀ ନକ୍ଷତ୍ର ଅବସ୍ଥିତ

୬. କନ୍ୟାରାଶି—ପାଶ୍ଚାତ୍ୟ ସିଂହାଶ+ହସ୍ତା ନକ୍ଷତ୍ର+ କନ୍ୟାଂଶ — Part of Leo, the Corvus and part Virgo.

ଏହି ରାଶିରେ ଉତ୍ତରଫାଲ୍ଗୁନୀ, ହସ୍ତା ଓ ଚିତ୍ରା ନକ୍ଷତ୍ରମାନ ଅବସ୍ଥିତ

୭. ତୁଳାରାଶି—ପାଶ୍ଚାତ୍ୟ କନ୍ୟାଂଶ+ ପାଶ୍ଚାତ୍ୟ ତୁଳାଂଶ+ଶାର୍ଦ୍ଦୁଳ— ମଣ୍ଡଳାଂଶ+ସର୍ପମଣ୍ଡଳାଂଶ —part of virgo, pat of Libra, part of Lupus and part of Serpens.

ଏହି ରାଶିରେ ସ୍ୱାତୀ ଓ ବିଶାଖା ନକ୍ଷତ୍ର ଅବସ୍ଥିତ

୮. ବୃଶ୍ଚିକରାଶି—ପାଶ୍ଚାତ୍ୟତୁଳାଂଶ+ପାଶ୍ଚାତ୍ୟ ବୃଶ୍ଚିକାଂଶ —part of Libra and part of Scorpio.

ଏହି ରାଶିରେ ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଅବସ୍ଥିତ

୯. ଧନୁରାଶି—ପାଶ୍ଚାତ୍ୟ ବୃଶ୍ଚିକାଂଶ+ପାଶ୍ଚାତ୍ୟ ଧନୁରାଂଶ୍ୟଂଶ —Part of Scorpio, part of Sagittarius.

ଏହି ରାଶିରେ ମୂଳା ପୂର୍ବାଷାଢ଼ା ଓ ଉତ୍ତରଷାଢ଼ା ନକ୍ଷତ୍ର ଅବସ୍ଥିତ

୧. ମକରରାଶି—ପାଶ୍ଚାତ୍ୟ ଧନୁରଂଶ+ ପାଶ୍ଚାତ୍ୟ ମକରାଂଶ+ପାଶ୍ଚାତ୍ୟ କୁମ୍ଭାଂଶ —Part of sagittarius, part of Capicorn, part of Aquarius.

ଏହି ରାଶିରେ ଶ୍ରବଣା ଓ ଧନିଷ୍ଠା ନକ୍ଷତ୍ର ଅବସ୍ଥିତ

୧୧. କୁମ୍ଭ ରାଶି—ପାଶ୍ଚାତ୍ୟ ମକରାଂଶ+ପାଶ୍ଚାତ୍ୟ କୁମ୍ଭାଂଶ+ପକ୍ଷୀରାଜ ମଣ୍ଡଳାଂଶ+ପାଶ୍ଚାତ୍ୟ ମୀନାଂଶ —Part of Capricorn, part of Aquarius,part of Pegasus, part of Pisces.

ଏହି ଶତଭିଷା ଓ ପୂର୍ବ ଭାଦ୍ରପଦ ନକ୍ଷତ୍ର ଅଛି

୧୨. ମୀନ ରାଶି—ପାଶ୍ଚାତ୍ୟ କୁମ୍ଭାଂଶ+ପକ୍ଷୀରାଜମଣ୍ଡଳାଂଶ+ପାଶ୍ଚାତ୍ୟ ମୀନାଂଶ+ଧ୍ରୁବମାତା ମଣ୍ଡଳାଂଶ —Part of Aquarius, part of Pegasus, Part of Pisces, part of Andromeda.

ଏଥିରେ ଉତ୍ତର ଭାଦ୍ର ପଦ ଓ ରେବତୀ ନକ୍ଷତ୍ର ଅବସ୍ଥିତ ରାଶିମାନଙ୍କର ନାମ: ===

ନକ୍ଷତ୍ର ସଂସ୍କୃତ ଲାଟିନ୍  ଇଂରାଜୀ

(ଅଶ୍ୱିନୀ, ଦ୍ୱିଜା+୧/୪: କୃତ୍ତିକା)= ମେଷ = Aries = The Ram.

(ଏଥିରେ ଯୋଗ ତାରା ଅଶ୍ୱିନୀର Hamal Aries Alpha)

(୩/୪: କୃ+ରୋ+ମୃ ୧/୨: ) = ବୃଷ = Taurus = The Bull.

(ଏଥିରେ ଯୋଗ ତାରା ଅଶ୍ୱିନୀର Hamal, Aries Alpha)

(ମୃ ୧/୨: +ଆ+ପୁ+୩/୪: ) = ମିଥୁନ = Gemini = The Twins

(ପୁ ୧/୪: +ପୁ+ଅ)=କକଡ଼ା = Cancer =The Crab.

(ମ+ପୁଫା+ଉ ଫା ୧/୪: ) = ସିଂହ = Leo= The Lion.

(ଉ ଫା ୩/୪: +ହ+ଚି ୧/୨: ) = କିନ୍ୟା = Virgo=The Virgin.

(ଚି ୧/୨: +ସ୍ୱା+ବି ୩/୪: ) = ତୁଳ = Libra=The Scales

(ବି ୧/୪: +ଆ+ଜ୍ୟେ) = ବିଛା = Scorpio =The Scorpion.

(ମୂ+ପୂ+ଉ ୧/୪: ) = ଧନୁ = Sagittarius= The Archer

(ଉ ୩/୪: +ଶ୍ର+ଧ ୧/୨: ) = ମକର =Capricorn =The Sea-goat

(ଧ ୧/୨: +ଶ+ପୂ ଭା୩/୪: )= କୁମ୍ଭ =Aquarius= The Water-bearer.

(ପୂଭା ୧/୪: +ଉ ଭା+ରେ)= ମୀନ = Pisces= The Fishes.

ନକ୍ଷତ୍ରମାନଗ ମଧ୍ୟ ଗୋଟିଏ ଗୋଟିଏ ଉଜ୍ଜ୍ୱଳ ତାରା ବା ତାରକାସମଷ୍ଟି ଅଟେ ଯଥା—ମୃଗଶିରା ନକ୍ଷତ୍ରରେ ଥିବା ତାରାମାନଙ୍କୁ କଳ୍ପିତ ରେଖାଦ୍ୱାରା ଯୋଗ କଲେ ତାହା ମୃଗର ଶୃଙ୍ଗ ବିଶିଷ୍ଟ ମୁଣ୍ଡ ପରି ଦେଖାଯାଏ ପୂର୍ବେ ବୋଲାଯାଇ ଅଛି, ଯେ ୧୨:ଟି ରାଶି=୨୭:ଟି ନକ୍ଷତ୍ର ପ୍ରତ୍ୟେକ ରାଶି ୨ ୧/୪: ନକ୍ଷତ୍ର ଭୋଗ କରେ ଯଥା—ମେଷ ରାଶି=ଅଶ୍ୱିନୀ +ଦ୍ୱିଜା+ କୃତ୍ତିକାରୁ ୧/୪: ; ବୃଷ=କୃତ୍ତିକାରୁ ଅବଶିଷ୍ଟ ୩/୪: +ରୋହିଣୀ+ମୃଗଶିରାରୁ ୧/୨: ; ମିଥୁନ=ମୃଗରାଶିରୁ ଅବଶିଷ୍ଟ ୧/୨: +ଆର୍ଦ୍ର+ପୁନର୍ବସୁର ୩/୪: ; ଏହିପରି ଅବଶିଷ୍ଟ ରାଶିମାନଙ୍କ ଗଣନା କରାଯାଏ—(ରାଶିଚକ୍ର ଦେଖ); ରାଶି ଓ ନକ୍ଷତ୍ରମାନ ବାମାବର୍ତ୍ତ, ଅର୍ଥାତ୍ ଆକାଶ ଚକ୍ରର ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ କରୁ ବାମ ଆଡ଼କୁ ଯଥାକ୍ରମେ ଗତି କରୁଥିବା କଳ୍ପିତ ହୋଇଅଛନ୍ତି

ମନୁଷ୍ୟର ଜନ୍ମ ସମୟରେ ଚନ୍ଦ୍ରଗ୍ରହ ଯେଉଁ ରାଶିରେ ଥାଆନ୍ତି ତାକୁ ଉକ୍ତ ବ୍ୟକ୍ତିର ଜନ୍ମରାଶି କହନ୍ତି ଓ ମନୁଷ୍ୟର ଜନ୍ମ ସମୟରେ ରାଶି ଚକ୍ରର ଯେଉଁ ଅଂଶ ବା ଯେଉଁ ରାଶିଟି କୁବୃତ୍ତ ବା କୁମଣ୍ଡଳରେ ଲଗ୍ନ ଥାଏ ବା ଲାଗିଥାଏ ତାକୁ ମନୁଷ୍ୟର ଜନ୍ମଲଗନ ବୋଲାଯାଏ ନିଜର ଅବସ୍ଥିତ ସ୍ଥାନକୁ କେନ୍ଦ୍ର କରି ୯ ଡ଼ିଗ୍ରୀରେ ବୁଲାଇଲେ ଯେଉଁ କଳ୍ପିତ ମଣ୍ଡୁଳ ବା ପରିଧି ହୁଏ ତାକୁ କୁମଣ୍ଡଳ ବୋଲାଯାଏ


ମନୁଷ୍ୟର ଜନ୍ମ ହେବା ସମୟ ଅନୁସାରେ ଭିନ୍ନ ଭିନ୍ନ ରାଶ ଗଣନା କରାଯାଏ ଓ ଯେଉଁ ବ୍ୟକ୍ତିର ରାଶିରେ ଜନ୍ମ ସେହି ବ୍ୟକ୍ତିର ସେହି ରାଶି ଥିବାର ବୋଲାଯାଏ ଭିନ୍ନ ଭିନ୍ନ ରାଶିଧାରୀ ବ୍ୟକ୍ତିଙ୍କ ଗ୍ରହମାନଙ୍କର ଦଶାକ୍ରମେ ଭିନ୍ନ ଭିନ୍ନ ଫଳାଦି ଜ୍ୟୋତିଷ ମତରେ ଉକ୍ତ ହୋଇଅଛି)

ନିମ୍ନଲିଖିତ ସନ୍ଦର୍ଭଲେଖକ ଜ୍ୟୋତିଷାଚାର୍ଯ୍ୟ ଶ୍ରୀ ବାଇକୋଳି ମହାପାତ୍ର ରାଶି —(sign of the zodiac).

ରାଶି=ଜ୍ୟୋତିଶ୍ଚତ୍ରର ଦ୍ୱାଦଶାଂଶ ସପ୍ତବିଂଶତି ନକ୍ଷତ୍ର ଯୁକ୍ତ ସ୍ଥିର ରାଶିଚକ୍ର ପ୍ରବାହ ନାମ ବାୟୁର ଊର୍ଦ୍ଧଦେଶରେ ଅବସ୍ଥିତ ସମଗ୍ର ରାଶିଚକ୍ର ୩୬: ଅଂଶ, ଅର୍ଥାତ୍ ଗୋଟିଏ ବୃତ୍ତ ଏହାର ଦ୍ୱାଦଶଭାଗରୁ ଏକଭାଗକୁ ରାଶି ବୋଲାଯାଏ ଦୁଇଟି ନକ୍ଷତ୍ର ଓ ଅପର ଏକ ନକ୍ଷତ୍ରର ଏକ ଚତୁର୍ଥାଂଶ ଘେନି ଏକ ରାଶି ଗଠିତ ହୁଏ ଏ ନକ୍ଷତ୍ରର ସ୍ଥାନ ୧୩ ୧/୩: ଅଂଶ ସୁତରାଂ ସପାଦ ଦୁଇ ନକ୍ଷତ୍ର ୧୩ ୧/୪ ୨୧/୪= ୩: ଡ଼ିଗ୍ରୀ ଏକ ରାଶିର ସ୍ଥାନ ଅଟେ କାଳପୁରୁଷ ଭଗବାନ୍ ଦ୍ୱାଦଶଧା ବିଭକ୍ତ ହୋଇ ଶୂନ୍ୟ ମଣ୍ଡଳରେ ରାଶିଚକ୍ର ସ୍ୱରୂପରେ ବିରାଜମାନ

ରାଶି ବାରଗୋଟି—୧. ମେଷ. ୨ ବୃଷ. ୩. ମିଥୁନ, ୪. କର୍କଟ, ୫. ସିଂହ, ୬. କନ୍ୟା, ୭. ତୁଳା, ୮. ବୃଶ୍ଚିକ, ୯. ଧନୁ, ୧. ମକର, ୧୧: . କୁମ୍ଭ ୧୨: . ମୀନ ବିଭିନ୍ନ ଜ୍ୟୋତିଷ ଗ୍ରନ୍ଥରେ ବ୍ୟବହାର ନିମିତ୍ତ ରାଶିମାନଙ୍କର ନିମ୍ନୋକ୍ତ ପରିଚୟ ସବୁ ଦୃଷ୍ଟ ହୁଏ

୧. ମେଷ (Aries)—ପ୍ରଥମ ରାଶି, ସାମନ ଦେହ, କାଳପୁରୁଷର ମସ୍ତକ, ଗୁହା ପର୍ବତାଦି ବିହାରୀ, ଅଗ୍ନିରାଶି, ଧାତୁର ଓ ରତ୍ନର ସ୍ଥାନ, ଚର, ଚତୁଷ୍ପଦ, ପିତ୍ତପ୍ରକୃତି, କ୍ଷତ୍ରିୟବର୍ଣ୍ଣ, ପୂର୍ବଦିଗ ଓ କୃଷ୍ଣବର୍ଣ୍ଣ

ଆକାର—ମେଷାକାର; ଯେପରିକି ମେଷ ଉତ୍ତରମୁଖ ହୋଇ ଊର୍ଦ୍ଧ୍ୱଦିଗକୁ ଚାହିଛି Hamal ବା Arietis ନାମକ ଦ୍ୱିତୀୟ ପ୍ରଭାଯୁକ୍ତ ତାରା ଏହାର ବାମ ଚକ୍ଷୁ ଏହି ମଣ୍ଡଳ ମଧ୍ୟରେ ଏକମାତ୍ର Hamal ନାମକକ ତାରାହିଁ ଉଜ୍ଜ୍ୱଳ ୬୬: ତାରା ଘେନି ଏହି ରାଶି ମଣ୍ଡଳ ଗଠିତ

୨. ବୃଷ (Taurus)—ସ୍ଥିର, ସ୍ତ୍ରୀ ପୃଥ୍ୱୀ, ଶୀତଳ ସ୍ୱଭାବ, ଦକ୍ଷିଣ, ଦିଗ, ବାୟୁପ୍ରକୃତ, ବୈଶ୍ୟବର୍ଣ୍ଣ, କାଳ— ପୁରୁଷର ବକ୍ର ଓ କଣ୍ଡ ବନ ପର୍ବତ ସାନୁଦେଶ ବିହାରୀ ଓ ଶ୍ୱେତବର୍ଣ୍ଣ

ଆକାର—ବୃଷାକାର; ବୃଷ ଉତ୍ତରମୁଖା ହୋଇ ଦଣ୍ଡାୟମାନ, ମୁଖକ ପଛକୁ ବୁଲାଇଅଛି ତ୍ରିଭୁଜାକାର Hyades group ହିଁ ଏହାର ମୁଖ ୧୪୧: ତାରା ଘେନି ଏହି ମଣ୍ଡଳ ଗଠିତ ରୋହିଣୀର ଗୋଟିଏ ତାରା Aldebaran ଏଥିରେ ଉଜ୍ଜ୍ୱଳତମ ତାରା

୩. ମିଥୁନ (Gemini)—ଦ୍ୱିପଦ, ପୁରୁଷ, ଦ୍ୱାତ୍ମିକ ପଶ୍ଚିମ, ବାୟୁ ପ୍ରକୃତି, ବନସ୍ଥ, ଶୂଦ୍ରବର୍ଣ୍ଣ, କାଳପୁରୁଷର ସ୍କନ୍ଧ, ଭୂଚ୍ଚ ଓ ଅଂଶ, କ୍ରୀଡ଼ାସ୍ଥାନ

ଆକାର—ଦୁଇଟି ନରାକାର ଦେହ, ଏକର କ୍ରୋଡ଼ରେ ଯେପରି ଅନ୍ୟ ଅର୍ଦ୍ଧୋପବିଷ୍ଟ ଓ ଉତ୍ତରମୁଖ ମଣ୍ଡଳଟି ଅସ୍ପଷ୍ଟ ଓ ଏଥିରେ ୮୫: ତାରା ଅଛନ୍ତି ପୁନର୍ବସୁ ମଣ୍ଡଳଗତ Castor ନାମକ ତାରାହିଁ ବିଶେଷ ଉଜ୍ଜ୍ୱଳ

୪. କର୍କଟ (cancer)—ଚର, ସ୍ତ୍ରୀ, ଶ୍ୱେତରକ୍ତ ବର୍ଣ୍ଣ; ଉତ୍ତରଦିଗ, ବହୁପଦ କାଳପୁରୁଷର ବକ୍ଷସ୍ଥଳ, ସରୋବରାଦି ପୂର୍ଣ୍ଣ

ଆକାର—କର୍କଟ ନ୍ୟାୟ, ବକ୍ର ୮୩: ନକ୍ଷତ୍ରଦ୍ୱାରା ଏହା ଗଠିତ ପୁନର୍ବାର ଅନ୍ୟ ଏକ ନକ୍ଷତ୍ର ଏଥିରେ Sirius, ଉଜ୍ଜ୍ୱଳତମ

୫. ସିଂହ (Leo)—ଏହା ସ୍ଥିର, ପୁରୁଷ, ଅଗ୍ନି, ପୀତବର୍ଣ୍ଣ, ପିତ୍ତପ୍ରକୃତି, ପୂର୍ବଦିଗ, ଚତୁଷ୍ପଦ, ପର୍ବତବିହାରୀ, କ୍ଷତ୍ରିୟବର୍ଣ୍ଣ ଓ କାଳପୁରୁଷର ହୃଦୟା— କାର ଦକ୍ଷିଣଦିଗ ପ୍ରତି ଊର୍ଦ୍ଧ୍ୱମୁଖରେ ଦଣ୍ଡାୟମାନ ସିଂହ ୯୫: ତାରା ଘେନି ଏହି ମଣ୍ଡଳ ଗଠିତ ଏଥିରେ ପୂର୍ବାଫାଲ୍ଗୁନୀସ୍ଥ Regulus ନାମକ ତାରା ବିଶେଷ ଉଜ୍ଜ୍ୱଳ
୬. କନ୍ୟା (virgo)—ଦ୍ୱାତ୍ମ୍ୟକ, ସ୍ତ୍ରୀ ଦ୍ୱିପଦ, ପିଙ୍ଗଳ ବର୍ଣ୍ଣ, ଦକ୍ଷିଣଦିଗ, ବାୟୁ, ପ୍ରକୃତି ଶୀତଳ, ବୈଶ୍ୟବର୍ଣ୍ଣ ଓ କାଳପୁରୁଷର କଠର ଓ ବିହାର ଭୂମି

ଆକାର—ଗୋଟିଏ ନୌକା ଉପରେ ଏକ ନାରୀ ଉପବିଷ୍ଟା, ଗାତ୍ର ଓ ମସ୍ତକ ଅନାଚ୍ଛାଦିତ ବୋଲି ଏହାକୁ କନ୍ୟା (Virgin) ବୋଲାଯାଏ ଏଥିରେ କୌଣସି ଉଜ୍ଜ୍ୱଳ ତାରା ନାହିଣ ୧୧:ଟି ତାରା ଘେନି ଏହି ମଣ୍ଡଳ ଗଠିତ

୭. ତୁଳା (Libra)—ଚର, ପୁରୁଷ, ବିଚିତ୍ର ବର୍ଣ୍ଣ, ପଶ୍ଚିମ, ବାୟୁ ପ୍ରକୃତି, ଶୂଦ୍ରବର୍ଣ୍ଣ, ଦ୍ୱିପଦ, ବିକ୍ରୟ ସ୍ଥାନ, କାଳ ପୁରୁଷର ନାଭି ଓ କାଟିଦେଶ

ଆକାର—ତୁଳାଦଣ୍ଡ ଆକାର, ଜଣେ ଅସ୍ପଷ୍ଟ ମନୁଷ୍ୟ ଯେପରି ତୁଳାଦଣ୍ଡକୁ ଝୁଲାଇ ରଖିଛି ଏଥିରେ ୫୧:ଟି ତାରା ବିଦ୍ୟମାନ ଏଥିର ଉଜ୍ଜ୍ୱଳ ତାରା ଚିତ୍ରା ମଧ୍ୟସ୍ଥ Spica.

୮. ବୃଶ୍ଚିତ (Scorpion)—ସ୍ଥିର, ସ୍ତ୍ରୀ, ଶ୍ୱେତବର୍ଣ୍ଣ, ଉତ୍ତର ଦିଗ, କଫ ପ୍ରକୃତି, ଜଳସ୍ଥାନ, ବିପ୍ରବର୍ଣ୍ଣ; କାଳ ପୁରୁଷର ଲିଙ୍ଗ ଓ ଗୃହ୍ୟଦେଶ

ଆକାର—ବୃଶ୍ଚିକାକାର ସ୍ପସ୍ପଷ୍ଟିରାଶି , ୪୪: ତାରା ଘେନି ଏହି ମଣ୍ଡଳ ଗଠିତ, ଦକ୍ଷିଣ ଦିଗରେ ଆକାର ସୁସ୍ପଷ୍ଟ ଦେଖାଯାଏ ଅନୁରାଧା ନକ୍ଷତ୍ରସ୍ଥ Antares ତାରା ବିଶେଷ ଉଜ୍ଜ୍ୱଳ

୯. ଧନୁ (sagittarius)—ଦ୍ୱାତ୍ମିକ, ପୁରୁଷ, ପର୍ବତ ବିହାରୀ, ପୀତବର୍ଣ୍ଣ, କ୍ଷତ୍ରିୟ, ପିତ୍ତପ୍ରକୃତି, ଅଗ୍ନିରାଶି, ଦ୍ୱିପଦ ଓ କାଳପୁରୁଷର ଉରୁଦେଶ

ଆକାର—ଜଣେ ମନୁଷ୍ୟର ଦୁଇହାତରେ ଗୋଟିଏ ଶରଯୁକ୍ତ ଧନୁ ୬୯: ତାରା ଘେନି ଏହି ମଣ୍ଡଳ ଗଠିତ,

ଏହା ଖୁବ୍ ସ୍ପଷ୍ଟ ମୂଳା ନକ୍ଷତ୍ରସ୍ଥ ଉଜ୍ଜ୍ୱଳତମ ତାରା ବିଶେଷ ଉଜ୍ଜ୍ୱଳ 

୧. ମକର (capricorn)—ଚର, ସ୍ତ୍ରୀ, ଦକ୍ଷିଣ, ପିଙ୍ଗଳବର୍ଣ୍ଣ, ଶୀତଳ ସ୍ୱଭାବ, ବାତପ୍ରକୃତି, ବୈଶ୍ୟବର୍ଣ୍ଣ ଓ କାଳପୁରୁଷର ଜାନୁଦେଶ, ସରୋବର ଗର୍ତ୍ତ ବିହାରୀ

ଆକାର—ମକରାକୃତି ୫୧:ଟି ତାରା ଘେନି ଏହି ମଣ୍ଡଳ ଗଢ଼ା; ଏଥିରେ ଶ୍ରବଣା ନକ୍ଷତ୍ରସ୍ଥ Altair ତାରାହିଁ ଉଜ୍ଜ୍ୱଳ

୧୧. କୁମ୍ଭ (Aquarius)—ସ୍ଥିର, ଆପଦ, ପୁରୁଷ, ବାୟୁ ପ୍ରକୃତି ଶୂଦ୍ରବର୍ଣ୍ଣ ଓ ପଶ୍ଚିମ ଦିଗ କାଳ ପୁରୁଷର ଜଂଘ

ଆକାର—କଲଶ ବା ଘଟାକାର; ମୁଖ ପଶ୍ଚିମଦକ୍ଷିଣରେ ଓ ନିମ୍ନ ସ୍ଥାନ ଉତ୍ତର—ପୂର୍ବ ଦିଗରେ ଅବସ୍ଥିତ କୁମ୍ଭ ଓ କୁମ୍ଭବାହକ ୧୮: ତାରା ଘେନି ଗଠିତ ପୂର୍ବ ଭାଦ୍ରପଦରେ Enif (E. Pegasi) ତାରାହିଁଣ ଉଜ୍ଜ୍ୱଳ ଦେଖାଯାଏ

୧୨. ମୀନ (Pisces)—ଦାମ୍ଭିକ, ସ୍ତ୍ରୀ, ପିଙ୍ଗଳବର୍ଣ୍ଣ, ଜଳ ସ୍ଥାନ, ବିପ୍ର ବର୍ଣ୍ଣ, କାଳପୁରୁଷର ପାଦ ଦେଶ ଓ କଫ ପ୍ରକୃତି

ଆକାର—ପରସ୍ପର ସଂଲଗ୍ନ ଦୁଇଟି ମତ୍ସ୍ୟ ୧୧୩: ତାରା ଘେନି ଏହା ଗଢ଼ ରେବତୀ ନକ୍ଷତ୍ରଗତ Mirach ନାମକ ତାରା ଏଥିରେ ଉଜ୍ଜ୍ୱଳ

ସୂର୍ଯ୍ୟ ଯେତେବେଳେ ଯେଉଁ ରାଶି ବାଟଦେଇ ଗତିକଲା ପ୍ରାୟ ବୋଧ ହୁଏ, ସେତେବେଳେ ରାଶିର ନାମାନୁସାରେ ସୌର ମାସ କଳ୍ପିତ ହୁଏ(ସୌରମାନ ଶବ୍ଦରେ ଏହାର ବିଶେଷବିବରଣ ଦ୍ରଷ୍ଟବ୍ୟ)

ରାଶିମାନଙ୍କର ନାମକରଣ ସମ୍ୱନ୍ଧେ ପାଶ୍ଚାତ୍ୟ ବୈଜ୍ଞାନିକକ ଜଗତର ମତାମତ ପ୍ରସିଦ୍ଧ ଜ୍ୟୋତିର୍ବିଦ୍ Newcomb's Popular Astronomy ନାମ ଗ୍ରନ୍ଥର "Motion of the sun among the stars," ଅଧ୍ୟାୟରୁ ନିମ୍ନରେ ଉଦ୍ଧୃତ କରାଗଲା

"We have no historic record of this division of the zodiac into signs, and the ideas of the authors can only be inferred from collateral circumstances.

It has been fancied that the names were suggested by the seasons, the agricultural operations and so on. Thus, the spring signs (Aries-the Ram, Taurus, the Bull, and Gemini-the Twins) are supposed to mark the bringing forth of young by the flocks and herbs. Cancer-the Crab, marks the time when the sun having attained its greatest declination begins to go back towards the equators, and the crab having been supposed to move backwards, his name was given to this sign. Leo-the Lion, symbolizes the fierce heat of summer; and Virgo-the Virgin gleaning corn, symbolizes the harvest. In Libra-the Balance, the day and night balance each other, being of equal length. Scorpio-the Scorpion, is supposed to have marked the presence of venomous reptiles in October, while Sagittarius-the Archer, symbolizes the season of hunting. The explanation of Capricornus, the Goat, is more fanciful, if possible, than that of Cancer. It was supposed that this animal, ascending the hill as he feeds, in order to reach the grass more easily, on reaching the top, turns back again, so that, his name was used to mark the sign in which the Sun, from going south, begins to return to the north. Aquarius-the Water-bearer, symbolizes the winter rains; and Pisces-the Fishes, the season of fishes.

All this if, however, mere conjecture, the only coincidences at all striking being Virgo and Libra. The names of the constellations were probably given to them several centuries, perhaps even thousands of years, before the Christian era, and in that case the Zodiacal constellations would not havr corresponded to the season we have indiacted. An attempt has even been made to show that the names of the zodiacial constellations were intended to commemorate the Twelve Labours of Hercules; but this theory rests on no better foundation than the other.

Zodiacal consetellations occupy quite unequal spaces in the heavens, as may be seen by the inspection of the maps. In the beginning they were simply twelve houses for the sun, which that luminary occupie in the course of the year. Hipparchus found this system entirely insufficient for

exact astronomy and therefore divided the ecliptic and Zodiac into twelve equal parts, of ୩୦ each called signs of the Zodiac". x   x  x

ଏଥିରୁ ଜଣାଯିବ ଯେ ନାମକକରଣ ସମ୍ୱନ୍ଧେ ଏ ସମସ୍ତ ଅନୁମାନ ଯଥାର୍ଥରେ ଅବାସ୍ତବ ପ୍ରକୃତରେ ଏହି ନାମଗୁଡ଼ିକ ସେହି ସେହି ରାଶିମାନଙ୍କରେ କଳ୍ପିତ ଆକୃତିବିଶିଷ୍ଟ ଦେଖି ପ୍ରାଚ୍ୟ ମନୀଷିବୃନ୍ଦ ଆବିଷ୍କାର କରିଅଛନ୍ତି ପାଶ୍ଚାତ୍ୟମାନେ ସେଗୁଡ଼ିକୁ ତଦନୁରୂପ ନାମ ଦେଲେ ସୁଦ୍ଧା ଏ ତଥ୍ୟ ବିସ୍ମୃତ ହୋଇ ନାନା ସନ୍ଦେହରେ ପଡ଼ିଅଛନ୍ତି ନାମଗୁଡ଼ିକ ଆକାରହେତୁକ; ସେଥିର ଅନ୍ୟ କୌଣସି ବ୍ୟାଖ୍ୟା ସମ୍ପୂର୍ଣ୍ଣ ଅନାବଶ୍ୟକ

ନିମ୍ନଲିଖିତ ସନ୍ଦର୍ଭଲେଖକ ବାବୁ ଜଗବନ୍ଧୁ ସିଂହ

ରାଶି—ରାଶି କହିଲେ ସାଧାରଣ ଲୋକେ ବୁଝନ୍ତି ତିଳ ଆମ୍ଭ ଦେଶରେ ରାଶି ୩ ପ୍ରକାର ହୁଏ ଯଥା:—ମାଘି, ଭୋଦେଇ, ନିଲଜି ମାଘିରାଶି ମାଘ ମାସରେ ଅମଳ ହୁଏ, ଭୋଦେଇ ରାଶି ଭୋଦୁଅରେ ଅମଳ ହୁଏ, ନିଲଜି ରାଶି ଚଇତ୍ର ମାସରେ ଅମଳ ହୁଏ ରାଶି ପେଡ଼ି ତେଲ ବାହାର କରାଯାଏ ରାଶିତେଲ ବଡ଼ ସୁଶୀତଳ, ମସ୍ତିସ୍କକୁ ଥଣ୍ଡା ରଖେ ଆୟୁର୍ବେଦୋକ୍ତ ଅନେକ ତୈଳରେ ତିଳତୈଳ ବ୍ୟବାହାର କରାଯାଏ ରାଶିକୁ ଗୁଡ଼ରେ ପାଗ କରି ରାଶି— ଲଡ଼ୁ ତିଆରି କରାଯାଏ ରାଶିକି ବ୍ରୀହି ବଟା ସଙ୍ଗେ ମିଶାଇ ରାଶିବଡ଼ି କରାଯାଏ ରାଶି ତର୍ପଣରେ ଆବଶ୍ୟକ ହୁଏ ତିଳ ତର୍ପଣରେ ପିତୃପିତାମହମାନେ ପରିତୃପ୍ତ ହୁଅନ୍ତି ଏହା ରାଶିର ସାଧାରଣ ଅର୍ଥ ଏ ରାଶି ପୃଥିବୀ ଉପରେ ଜନ୍ମେ ଆକାଶମାର୍ଗରେ ରାଶି ଅଛି କେତେଗୁଡ଼ିଏ ନକ୍ଷତ୍ର ମିଶି ଗୋଟିଏ ରାଶି ହୁଏ ନଅପାଦ ନକ୍ଷତ୍ରରେ ଏକ ରାଶି ପ୍ରତ୍ୟେକ ନକ୍ଷତ୍ର ଚାରି ପାଦ ବିଶିଷ୍ଟ ନକ୍ଷତ୍ର ୨୭: ଗୋଟି ଅଶ୍ୱିନୀ, ଦ୍ୱିଜା ଓ କୃତ୍ତିକାର ଏକପାଦ ମିଶି ମେଷରାଶି ପ୍ରତ୍ୟେକ ରାଶି ଓ ପ୍ରତ୍ୟେକ ନକ୍ଷତ୍ରର ନାମ ଅଛି ରାଶି ନକ୍ଷତ୍ର ଛଡ଼ା ୯ଗୋଟି ଗ୍ରହ ଅଛନ୍ତି ଏମାନଙ୍କର ଭିନ୍ନ ଭିନ୍ନ ନାମ ଅଛି ରାଶି ୧୨:ଟି ଏହି ରାଶିନାମାନୁସାରେ ବାର ମାସର ନାମ ୭ଗ୍ରହନାମାନୁସାରେ ୭ବାରର ନାମ

ଏହି ରାଶି, ନକ୍ଷତ୍ର, ଓ ଗ୍ରହଗଣ ଘେନି ଜ୍ୟୋତିଶ୍ରାସ୍ତ୍ରର ସୃଷ୍ଟି ଜ୍ୟୋତିଷଶାସ୍ତ୍ର ଦୁଇଭାଗରେ ବିଭକ୍ତ—ଗଣିତ ଜ୍ୟୋତିଷ ଓ ଫଳିତଜ୍ୟୋତିଷ ଆକାଶରାଜ୍ୟକୁ ଦୃଷ୍ଟି ଦେଲେ ମାନବର ବୁଦ୍ଧି ସ୍ତମ୍ଭିତ ହୋଇଯାଏ ଅସୀମ ଅନନ୍ତ ଆକାଶ ଅସଂଖ୍ୟ ନକ୍ଷତ୍ରମାଳାରେ ବିଭୂଷିତ ସେ ଅନନ୍ତ ରାଜ୍ୟରେ କୋଟି କୋଟି ନକ୍ଷତ୍ର କିପରି, କି କୌଶଳରେ କିଏ ଖଞ୍ଜି ରଖିଛି, ତାହା ଆଲୋଚନା କଲେ ମାନବ ଅବାକ୍ ହୁଏ ମାନବବୁଦ୍ଧି ସସୀମ ମାନବ ସେହି ବୁଦ୍ଧିରେ ଏ ଅସୀମରାଜ୍ୟର ଳନା କରିବାକୁ ପ୍ରୟାସୀ ଗ୍ରହ ନକ୍ଷତ୍ର ଓ ରାଶିମାନଙ୍କ ଗତି— ନିରୂପଣ କରିବା, ଗଣିତଜ୍ୟୋତିଷର କାର୍ଯ୍ୟ କେଉଁ ଗ୍ରହ, ନକ୍ଷତ୍ର ଦିନକେ କେତେ ଗତି କରୁଛି କାହା ଗତିପଥରେ କିଏ ଆସି ଗ୍ରହଯୁଦ୍ଧ ସଂଘଟନ କରୁଛି କେଉଁ ଗ୍ରହଭିତରେ କି କି ଜିନିଷ ଅଛି, ଗ୍ରହଣ କେବେ ସଂଘଟିତ ହେଉଛି, କେଉଁ ଗ୍ରହ କେବେ ଉଦିତ ହେଉଛି କେବେ ଅସ୍ତ ହେଉଛି, ଇତ୍ୟାଦି ଗଣିତ ବିଷୟମାନ ଗଣିତ ଜ୍ୟୋତିଷର କର୍ମକ୍ଷେତ୍ର ଏହି ଗ୍ରହ ଜଗତ୍ରେ ଗ୍ରହମାନଙ୍କ ଗତିବିଧି ନିରୂପଣ କରିବା— ପାଇଁ ପାଶ୍ଚାତ୍ୟ ଦେଶରେ ଦୂରବୀକ୍ଷଣ ପ୍ରଭୃତି ଅନେକ ଯନ୍ତ୍ର ଆବିଷ୍କୃତ ହେଇଅଛି ବୁଦ୍ଧିମାନ୍ ମାନବ ତାହାର ପ୍ରଖର ବୁଦ୍ଧିବଳରେ ଏ ସବୁ କାର୍ଯ୍ୟ କରୁଅଛି ପ୍ରାଚୀନ ଭାରତର ଭାସ୍କରାଚାର୍ଯ୍ୟ ପ୍ରଭୃତି ଧୂରନ୍ଧର ଜ୍ୟୋତିଷର୍ବିଦ୍ମାନେ ଅନ୍ୟାନ୍ୟ ବିଦ୍ୟାପରି ଜ୍ୟୋତିର୍ବିଦ୍ୟାର ଚୂଡ଼ାନ୍ତରେ ପ୍ରବେଶ କରି ପାରିଥିଲେ ତ୍ରିକାଶଦର୍ଶୀମହର୍ଷିମାନେ ବିନା ଯନ୍ତ୍ର ସାହାର୍ଯ୍ୟରେ ଗଣିତ ଜ୍ୟୋତିଷରେ ପ୍ରଭୂତି ଉନ୍ନତି ସାଧନ କରିଥିଲେ ସେମାନଙ୍କ ବୁଦ୍ଧିର ପ୍ରାଖର୍ଯ୍ୟ ଓ କଳ୍ପନାର ପ୍ରସର ଦେଖିଲେ ଲୋକ ସ୍ତବ୍ଧ ନ ହୋଇ ରହି ପାରିବ ନାହିଁ କି ଅଦ୍ଭୁତ ଶକ୍ତି ଜଡ଼ବିଜ୍ଞାନ ସାହାଯ୍ୟରେ ଆଜି ପାଶ୍ଚାତ୍ୟ ପଣ୍ଡିତମାନେ ଯେଉଁସବୁ ଗଣନା କରି ପାରୁଅଛନ୍ତି, ପ୍ରାଚୀନ ଯୁଗ କଥା ଥାଉ, ସେଦିନ ଖଣ୍ଡପଡ଼ା ଜଙ୍ଗଲ ଭିତରେ ବସି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହସାମନ୍ତ (ପଠାଣି ସାଆନ୍ତ) ଯାହା ଦେଖାଇ ଦେଇ ଯାଇ ଅଛନ୍ତି ତାହା ଉତ୍କଳ ପକ୍ଷରେ ଗର୍ବର ବିଷୟ ସେ ସ୍କୁଲ କଲେଜ୍ ମାଡ଼ି ନଥିଲେ, ବିଶ୍ୱବିଦ୍ୟାଳୟରୁ ଉପାଧି ପାଇ ନ ଥିଲେ, ବାଉଁଶ କାଠି ଦୁଇ ଚାରି ଖଣ୍ଡ ଧରି ଗ୍ରହ ନକ୍ଷତ୍ର ରାଜ୍ୟକୁ ମାପି ପକାଇଲେ, ଅନେକ ନୂତନ ତଥ୍ୟ ଆବିଷ୍କାର କରି ଉତ୍କଳର ଆଧୁନିକ ଭସ୍କରାଚାର୍ଯ୍ୟ ହୋଇ ଅମରକୀର୍ତ୍ତୀ ରଖି ଗଲେ ସିଦ୍ଧାନ୍ତ ଦର୍ପଣ ତାଙ୍କ ଅକ୍ଳନ୍ତ ଗବେଷଣାର ଫଳ ସିଦ୍ଧାନ୍ତ ଦର୍ପଣକୁ ବୁଝି ପାରିବା ଭଳି ଲୋକ ବିରଳତାରୁ ଏ ପର୍ଯ୍ୟନ୍ତ ତହିଁର ଟୀକା ହୋଇ ନାହିଁ ସେ ତାଙ୍କ ଗଣନା— ନୁସାରେ ପାଞ୍ଜି କରି ଗଲେ ଉତ୍କଳର ଘରେ ଘରେ ତାଙ୍କ ପାଞ୍ଜି ପ୍ରଚଳିତ ସେ ବାଉଁଶ କାଠ ଓ ନଳ ସାହାଯ୍ୟରେ ଯେଉଁ ଗଣନା କରି ଯାଇଛନ୍ତି ତାହା ଦୂରବୀକ୍ଷଣ ଯନ୍ତ୍ର ସାହାର୍ଯ୍ୟରେ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଗଣନା ସଙ୍ଗେ ପ୍ରାୟ ସାମାନ ବୋଲି ପାଶ୍ଚାତ୍ୟମାନେ ଦେଖିଅଛନ୍ତି

ଜ୍ୟୋତିଷ ଶାସ୍ତ୍ରର ଫଳିତାଂଶ ଆମ ଦେଶରେ ବହୁଳ ପ୍ରଚଳିତ ପାଞ୍ଜିରେ ଯେଉଁ ସବୁ ଫଳ ଲେଖାଥାଏ ତାହା ଗଣିତ ଓ ଫଳିତ ଉଭୟର ଗଣନା ଫଳ ଫଳିତ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଗଣିତ ଜ୍ୟୋତିଷ ସାପେକ୍ଷ ଗଣିତ ଜ୍ୟୋତିଷ ନ ଜାଣିଲେ ଫଳିତ ଜ୍ୟୋତିଷରେ ପ୍ରବେଶ ଲାଭ କରି ପାରିବ ନାହିଁ ଗଣନା ଠିକଁଣା ହେଲେ ସିନା ଫଳ କହିହେବ

ଗଣିତଗ୍ରହର ଗତିଗୋତ୍ର ସକଳ ନିର୍ଣ୍ଣୀତ ହେଲେ ଫଳିତ ବିଶେଷ ଫଳ କହି ଦେବ ଆମ ଦେଶରେ ଜନ୍ମପତ୍ରିକାର ପ୍ରଚଳନ ଅଛି; ଜନ୍ମ ଯେଉଁ ସମୟରେ ହୁଏ ସେହି ସମୟରେ ସୂର୍ଯ୍ୟଙ୍କ ଅବସ୍ଥିତିରୁ ଲଗ୍ନ ଧରାଯାଏ ଲଗ୍ନର ଅର୍ଥ ସୂର୍ଯ୍ୟ କେଉଁ ରାଶିରେ ଲାଗି ରହି ଥାନ୍ତି ଏହି ଲଗ୍ନଧରି ରାଶି ନକ୍ଷତ୍ର ଚକ୍ର ସ୍ଥିର କରାଯାଏ ଏହି ରାଶିଚକ୍ରରୁ ଗଣାନା କରି ସକଳ ଫଳ ବିଚାର କରାଯାଏ ଜନ୍ମ ପତ୍ରିକା ପୂର୍ବ ଜନ୍ମାର୍ଜ୍ଜିତ କର୍ମଫଳର ସୂଚନା ପୂର୍ବ ଜନ୍ମାର୍ଜିତ କି କି କର୍ମଫଳ ଇହ ଜନ୍ନରେ ଭୋଗ କରିବାକୁ ପଡ଼ିବା, ତାହା କୋଷ୍ଠି ବା ଜନ୍ମ ପତ୍ରିକାରୁ ଜଣାଯାଏ ଫଳିତ ଜ୍ୟୋତିଷ ଗଣନା ଗେଳେ ଗ୍ରହବଳ ବିଚାର ବିଶେଷ ଆବଶ୍ୟକ ପ୍ରଥମେ ଦେଖିବାକୁ ହେବ ଜାତକର ଲଗ୍ନ ଠିକ୍ ଅଛି କିନା ? ଲଗ୍ନ ଲଗ୍ନ ଠିକ୍ ନ ଥିଲେ ଫଳ ଆଦୌ ମିଳିବ ନାହିଁ ଲଗ୍ନ ପରୀକ୍ଷା ପରେ ଗ୍ରହ= ବଳ ବିଚାର ଓ ଯୋଗବିଚାର କର୍ତ୍ତବ୍ୟ ଗ୍ରହ ଯୋଗରେ ଅନେକ ଅନେକ ଫଳ ଉଦିତ ହୁଏ କେଉଁ ରାଶିରେ କେଉଁ ଗ୍ରହ ସଙ୍ଗରେ କେଉଁ ଗ୍ରହର ଯୋଗ ହେଲେ କି ଫଳ ଘଟେ ତାହା ମଧ୍ୟ ଜଣାଯାଏ ଭିନ୍ନ ଭିନ୍ନ ଯୋଗରେ ଭିନ୍ନ ଭିନ୍ନ ଫଳ ହୁଏ ଦଶା ଫଳ ମଧ୍ୟ ଦେଖାଯାଏ କେଉଁ ଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତର ଦଶାରେ କି କି ଫଳ ଘଟିବ, ସେ କଥା ଫଳିତ ଜ୍ୟୋତିଷ କହି ଦେବ ନାନାପ୍ରକାର ଦଶା କଳ୍ପନା କରା ଯାଇଅଛି ସୂକ୍ଷ୍ମ ଦଶା, ପ୍ରାଣ ଦଶା, ନାକ୍ଷତ୍ରିକ ଦଶା, କେରଳ ଦଶା ଇତ୍ୟାଦି; କିଏ ଜନ୍ମ ଲଗ୍ନ ଅନୁସାରେ କେଉଁ ଦଶାର ଅଧିକାରୀ ତା ମଧ୍ୟ ନିର୍ଦିଷ୍ଟ କରା ପାଇଛି ଦଶ ସାଧନ ପୂର୍ବରୁ ବାଳ— ରିଷ୍ଟ ବିଚାର ବିଧି ଅଛି ବାଳକର ଯଦି ଆୟୁର୍ବଳ ନ ଥାଏ ତେବେ ଅନ୍ୟାନ୍ୟ ଯୋଗାଦି ଲକ୍ଷଣରେ କି ପ୍ରୟୋଜନ ? ବାଳରିଷ୍ଟ ନାନାପ୍ରକାର ଅଛି; କିଏ ଜନ୍ମ ହେବା ସଙ୍ଗେ ସଙ୍ଗେ ନଷ୍ଟ ହୋଇଯାଏ, କିଏ ବର୍ଷ କରେ, କିଏ ପାଞ୍ଚବର୍ଷରେ ଇତ୍ୟାଦି ଆୟୁଃସାଧନ ବିଷୟରେ ନାନାପ୍ରକାର ରୀତଅଛି; ଯଥା—ଅଷ୍ଟବଗ ସାଧନ, ପତାକିରିଷ୍ଟ, ଗୁଋକୁଣ୍ଡଳୀ, କେତୁକୁଣ୍ଡଳୀ, ଗ୍ରହରିଷ୍ଟ, ଯୋଗଜରିଷ୍ଟ ଇତ୍ୟାଦି ତ୍ରିପାପ ସପ୍ତଶୂନ୍ୟ ଇତ୍ୟାଦି ମଧ୍ୟ ବିଚାର କରାଯାଏ ବିବାହରେ ମଧ୍ୟ ଦେଶ ମେଳକ ବୁଝାଯାଏ ମାନବର ପ୍ରତ୍ୟେକ ଦୈନନ୍ଦିନ କାର୍ଯ୍ୟକୁ ଆର୍ଯ୍ୟ ମହର୍ଷି— ମାନେ ଜ୍ୟୋତିଃଶାସ୍ତ୍ର ସଙ୍ଗେ ଯୋଡ଼ିଅଛନ୍ତି ଯାତ୍ରା କରିବାକୁ କେଉଁ ବେଳରେ ଯାତ୍ରା ଶୁଭ, କେତେବେଳେ ଅଶୁଭ, ପ୍ରତିଦିନ କି ଖାଦ୍ୟ ଖାଇବ, କି ଖାଦ୍ୟ ନ ଖାଇବ ଇତ୍ୟାଦି ସକଳପ୍ରକାର କାର୍ଯ୍ୟର ଗ୍ରହ ନକ୍ଷତ୍ରଙ୍କ ଗତି ସଙ୍ଗେ ସମ୍ୱନ୍ଧ ରହିଛି ପ୍ରଶ୍ନ ବିଭାଗ ଜ୍ୟୋତିଷ ଶାସ୍ତ୍ର ମଧ୍ୟରେ ପୁଣି ସାମୁଦ୍ରିକ ଅଛି କରକପାଳ କୋଷ୍ଠି ସବୁଥିରୁ ମାନବ— ଜୀବନର ଘଟନାବଳୀ କୁହାଯାଇ ପାରେ ଜ୍ୟୋତିଷ ଶାସ୍ତ୍ର ଏକ ପ୍ରକାଣ୍ଡ ଶାସ୍ତ୍ର ତ୍ରିକାଳଦର୍ଶୀ ଋଷିମାନେ ଗଭୀର— ଗବେଷଣା କରି ଜ୍ୟୋତିଷ ଶାସ୍ତ୍ର ଲେଖି ଯାଇଛନ୍ତି, ଏହା କେହି କେହି କହନ୍ତି ବିଜ୍ଞାନମୂଳକ ନୁହେ ମାତ୍ର ସାଧାରଣତଃ ଦେଖାଯାଏ ଯେ, ଗ୍ରହ ଜଗତର ପୃଥିବୀ ଉପରେ କର୍ତ୍ତୃତ୍ୱ ଅଛି ସୂର୍ଯ୍ୟ ଚନ୍ଦ୍ରର ଯେ ପୃଥିବୀ ଉପରେ କର୍ତ୍ତୃତ୍ୱ ଅଛି, ଏ କଥା କେହି ଅସ୍ୱୀକାର କରି ପାରିବେ ନାହିଁ ଜ୍ୟୋତିଷୀ ଗଣାନାକରି ଯେଉଁ ଦିନ ଯେତେବେଳେ ଗ୍ରହଣ ହେବାର ପାଞ୍ଜିରେ ଲେଖୁଛି, ଠିକ୍ ସେହି ନିର୍ଦଷ୍ଟ ସମୟରେ ଗ୍ରହଣ ହେଉଥିବା ଦେଖାଯାଉଅଛି ସୁତରାଂ, ଗ୍ରହ ନକ୍ଷତ୍ରମାନଙ୍କର ଯେ ମାନବ ଉପରେ କିଛି କର୍ତ୍ତୃତ୍ୱ ନାହିଁ, ଜ୍ୟୋତିଷ ଶାସ୍ତ୍ରଟା କେବଳ ଗାଳଗଳ୍ପ, ଏ କଥା କିପରି କହି ପାରିବା ? ଏଡ଼େ ବଡ଼ ପ୍ରାକାଣ୍ଡ ଶାସ୍ତ୍ର ଯେଉଁମାନେ ଲେଖିଲେ ସେମାନେ କେବଳ ମିଥ୍ୟା କଳ୍ପନା ଉପରେ ଗୁଡ଼ାଏ ଲେଖିଗଲେ, ଏ କଥା କହିବା ସମୀଚୀନ ନୁହେଁ 

କେହି କେହି କହନ୍ତି ଜ୍ୟୋତିଷଶାସ୍ତ୍ର ଜାଣି କି ଲାଭ ଅଛି ? ଅନ୍ୟ କିଛି ଲାଭ ଥାଉ ବା ନ ଥାଉ, ବିଦ୍ୟାର ମହତ୍ତ୍ୱ, ଓ ଶକ୍ତି କେତେ ତା ଜଣାପଡ଼ିବ; ଗ୍ରହ, ରାଶି, ନକ୍ଷତ୍ର ସଙ୍ଗେ ମାନବଜୀବନର କି ସମ୍ପର୍କ ଅଛି ସେ କଥା ଜଣାପଡ଼ିବା ଜାତକରେ ଗ୍ରହସଂସ୍ଥିତିରୁ ଜାତକର ଜୀବନବ୍ୟାପୀ ଘଟନାବଳୀ କହିଦେବା ଊଣା ଆଶ୍ଚର୍ଯ୍ୟର କଥା ନୁହେ ପାଶ୍ଚାତ୍ୟ ଦେଶରେ ଜ୍ୟୋତିଷବିଦ୍ୟା ଅଛି; ସେ ଦେଶ— ମାନଙ୍କରେ ମଧ୍ୟ ଏ ବିଦ୍ୟାର ଚର୍ଚ୍ଚ ହେଉଅଛି

ଆମ ଦେଶରେ ଜାତକ ବୁଝିଲେ ବିବାହ ହୁଏ, ବର କୋଷ୍ଠି କନ୍ୟା କୋଷ୍ଠି ମିଳାଇ ପ୍ରଥମେ ଦଶ ମେଳକ ବୁଝାଯାଏ ଦଶମେଳକ ମଧ୍ୟରେ ନାଗନାଡ଼ି, ଷଡ଼ଷ୍ଟକ, ନରରାକ୍ଷସ ପ୍ରଧାନ ରାଜଯୋଟକ ହେଲେ ଅନ୍ୟ ମେଳକ ବୁଝାଯାଏ ନାହିଁ ରାଜଯୋଟକର ଅର୍ଥ; ବର କନ୍ୟାର ଏକ ରାଶି ହେଲେ, କିମ୍ୱା ଦଶମ ତୃତୀୟ, ୪ର୍ଥ ୮ମ, ସମସପ୍ତକ ହେଲେ ରାଜଯୋଟକ ହୁଏ ଏପରି ମେଳକ ଘଟିଲେ ବିବାହ ଅତି ଶୁଭଦାୟକ ହୁଏ ଷଡ଼ଷ୍ଟକ ହେଲେ, ବା ନରରାକ୍ଷସ ହେଲେ ବିବାହ ଅକର୍ତ୍ତବ୍ୟ ନରରାକ୍ଷସ ଯୋଗ ନକ୍ଷତ୍ରରୁ ଜଣାଯାଏ ୨୭: ନକ୍ଷତ୍ର ୩ ଭାଗରେ ବିଭକ୍ତି ୯ ଦେବତା, ୯ ନର, ୯ ରାକ୍ଷସ ବରର ନକ୍ଷତ୍ର ନର, କନ୍ୟାର ନକ୍ଷତ୍ର ରାକ୍ଷସ ହେଲେ ନର ରାକ୍ଷସ ହୁଏ ଏପରି ହେଲେ ବର କନ୍ୟାଙ୍କ ମଧ୍ୟରେ କଳହ ହୁଏ ଏ ବିଷୟ ପ୍ରତ୍ୟକ୍ଷରେ ଦେଖାଯାଇଅଛି କେଉଁଠି ସ୍ତ୍ରୀ ପୁରୁଷ ଆଜୀବନ ମନମିଳଇ ଶାନ୍ତିପ୍ରଦ ସହବାସରେ କାଳ କଟାଉଅଛନ୍ତି; କେଉଁଠି ଆଜୀବନ ସହବାସରେ କାଳହ କନ୍ଦଳରେ ଦିନ ଯାଉଛି ଜ୍ୟୋତିଷାଶାସ୍ତ୍ର ମାନ ବା ନ ମାନ,କୋଷ୍ଠି ମିଳାଅ ବା ନ ମିଳାଅ, ଜ୍ୟୋତିର୍ବିଦ୍ୟାକଥିତ ଗ୍ରହ ନକ୍ଷତ୍ରମାନେ ତାଙ୍କ କାର୍ଯ୍ୟ କରିଯାଉଛନ୍ତି ସେମାନଙ୍କ କାର୍ଯ୍ୟାନୁସାରେ ଆମ୍ଭେମାନେ ସୁଫଳ କୁଫଳ ଭୋଗ କରୁଥାଇଁ ସେପରି କୌଣସି ଶକ୍ତି କାର୍ଯ୍ୟ କରୁ ନ ଥିଲେ ଜଗତରେ ଏତେ ବିଷମ ଅବସ୍ଥା ଦେଖାଯାଆନ୍ତା ନାହିଁ ଭଲ ମନ୍ଦ ଦୁଇଟି ପାଖାପାଖି ହୋଇ ଚାଳିଛି ଗ୍ରହ ନକ୍ଷତ୍ରମାନେ ସେମାନଙ୍କ ଗତିପଥରେ

ଚାଲିଛନ୍ତି ସେମାନେ ତାଙ୍କ କାର୍ଯ୍ୟ କରିଯାଉଛନ୍ତି ମାନବ ସେ ସବୁର ହିସାବ ରଖୁ ବା ନ ରଖୁ, ମାନବ ସେମାନଙ୍କ ଶକ୍ତିକୁ ମାନୁ ବା ନ ମାନୁ,ମାନବ ତାକୁ ମାନି ଚଳୁ ବା ନ ଚଳୁ, ସେମାନଙ୍କ କାର୍ଯ୍ୟ ଅପ୍ରତିହତ ଭାବେ ଚଳୁଛି ଏବଂ ମାନବ ସେ ସବୁର ଫଳାଫଳ ଅଜ୍ଞାତଭାବେ ହେଉ ବା ଜ୍ଞାତଭାବେ ହେଉ, ଭୋଗକରି ଯାଉଛି ଗ୍ରହ ନକ୍ଷତ୍ର ଜନିତ ମନ୍ଦଫଳର ପ୍ରତିକାରବିଧାନଶାସ୍ତ୍ରରେ ଅଛି; ଦେବାରାଧନା, ଗ୍ରହ ପୂଜା, ହୋମ, ଦାନ,ମଣିଧାରଣପ୍ରଭୃତିର ବ୍ୟବସ୍ଥା ଅଛି ଯେଉଁମାନେ ଗ୍ରହନକ୍ଷତ୍ରଗଣର ଶକ୍ତିକୁ ବିଶ୍ୱାସ କରୁଅଛନ୍ତି ସେମାନେ ସେ ସବୁ କର୍ମ କରୁଛନ୍ତି ଏବଂ ତଦ୍ଦ୍ୱାରା ମନରେ ଶାନ୍ତିଲାଭ କରୁଛନ୍ତ ଯେଉଁମାନେ ବିଶ୍ୱାସ ନ କରୁଅଛନ୍ତି ସେମାନେ ଗ୍ରହଶକ୍ତି ଜନିତ ଫଳ ଭୋଗ କରୁଅଛନ୍ତି 

ବିବାହ, ବ୍ରତ, କର୍ଣ୍ଣବେଧ, ସୀମାନ୍ତୋନ୍ନୟନ, ଚୂଡ଼ାକର୍ମ, ନବବଧୁ ଯାତ୍ରା, ଗର୍ଭାଧାନ, ଗର୍ଭ ସଂସ୍କାର, ବିଦ୍ୟାରମ୍ଭ, ଗୃହାରମ୍ଭ, ଗୃହ ପ୍ରବେଶ, ଜଳାଶୟ ଖନନ, ଦେବତା ପ୍ରତିଷ୍ଠା ପ୍ରଭୃତି ହିନ୍ଦୁର ଯାବତୀୟ କର୍ମ ରାଶି ନକ୍ଷତ୍ରର ଶୁଭାଶୁଭ ବିବେଚନା କରି କରାଯାଏ ହିନ୍ଦୁମାନେ ସମୟକୁ ମଧ୍ୟ ବିଭାଗ କରି ଯାଉଛନ୍ତି ଅମୃତ ବେଳା, ମାହେନ୍ଦ୍ରେ ବେଳା, ବକ୍ର ବେଳା, ଶୂନ୍ୟ ବେଳା ଇତ୍ୟାଦି ଅମୃତ ବେଳା ଓ ମାହେନ୍ଦ୍ର ବେଳାରେ ଯେଉଁ କର୍ମ କରିବ ସେକାର୍ଯ୍ୟରେ ଜୟ ସୁନିଶ୍ଚିତ, ଅନ୍ୟ ବେଳାରେ ଯାହା କରିବ ସେଥିରେ ବାଧା ବିଘ୍ନ ଘଟିବ ପବନ ବିଜୟସ୍ୱରୋ— ଦୟରେ ନିଶ୍ୱାସ ବାରି ଯାତ୍ରା କରିବା ବିଧି ଅଛି କେଉଁ କାର୍ଯ୍ୟ କେଉଁ ବେଳାରେ କଲେ ଜୟ ହେବ ସେଥି ପ୍ରତି ହିନ୍ଦୁମାନଙ୍କର ବିଶେଷ ଦୃଷ୍ଟିଥିଲା ପ୍ରାଚୀନ ହିନ୍ଦୁମାନେ ଏହି ଦୃଷ୍ଟିରେ ସକଳ କାର୍ଯ୍ୟ କରୁଥିଲେ ସନ୍ଦର୍ଭ ଲେଖକ—ଶ୍ରୀ ଜଗବନ୍ଧୁ ସିଂହ

ଅନୁବାଦ[ସମ୍ପାଦନା]

(ତିଳ ଦେଖ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଖମା; ତିଳ —Sesamum; gingeli oil plant and seed.