ରାହୁ

ଉଇକିଅଭିଧାନ‌ରୁ

ରାହୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରହ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ.ଉ)[ସମ୍ପାଦନା]

୧. (ଜ୍ୟୋତିଷ) ୮ମଗ୍ରହ; ସିଂହିକାର ପୁତ୍ର; କେତୁର ମସ୍ତକଭାଗ —୧. (astrology) The Dragon's head.
୨. ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କୁ ଆଚ୍ଛାଦନ କରିବା ପଥିବୀର ଛାୟା —୨. The shadow of the earth covering the moon during the eclipse; the ascending node.

[ଦ୍ରଷ୍ଟବ୍ୟ —ଏହା ହିନ୍ଦୁ ଜ୍ୟୋତିଷ ମତରେ ଗୋଟିଏ ଗ୍ରହ; କିନ୍ତୁ ପ୍ରକୃତରେ ଏହା ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ପୃଥିବୀ ଅବସ୍ଥାନ କରିବାବେଳେ ଚନ୍ଦ୍ରଙ୍କ ଉପରେ ପଡ଼ିବା ପୃଥିବୀର ଛାଇ କଥିତ ଅଛି ଯେ ଦେବାସୁରମାନେ ମନ୍ଦରଗିରିକୁ ମନ୍ଥନ ଦଣ୍ଡ ଓ ବାସୁବିକୁ ମନ୍ଥନରଜ୍ଜୁ କରି କ୍ଷୀର ସମୁଦ୍ରକୁ ମନ୍ଥନ କରିବା ସମୟରେ ତହିଁରୁ ଜାତ ହେବା ଅମୃତର କିୟଦଂଶ ଗୋଟିଏ ଅସୁର ଲୁଚି କରି ଖାଇଦେଲା ଓ ସେହି ଯୋଗୁଁ ଅମରତ୍ୱ ଲାଭ କଲା ପରେ ବିଷ୍ଣୁ ଏହା ଜାଣିପାରି ସୁଦର୍ଶନଚକ୍ରଦ୍ୱାରା ଉକ୍ତ ଅସୁରର ମୁଣ୍ଡ କାଟିଦେଲେ ସେ ଅମୃତ ଖାଇଥିବାରୁ ମଲା ନାହିଁ ଓ ତା ମୁଣ୍ଡଟି ରାହୁ ହେଲା ଓ ଗଣ୍ଡଟି କେତୁ ହେଲା ତଦବଧି ରାହୁ ଚନ୍ଦ୍ ଓ ସୂର୍ଯ୍ୟଙ୍କୁ ଆକ୍ରମଣ କରେ ହିନ୍ଦୁମାନେ ଏହାକୁ 'ଚଣ୍ଡାଳ' ବୋଲି ଘୃଣା କରନ୍ତି ଏବଂ ଚନ୍ଦ୍ରଙ୍କୁ ଏ ଛୁଇଁ ଦେଲେ(ଅର୍ଥାତ୍ ଚନ୍ଦ୍ରଗ୍ରହଣ ହେଲେ) ଚନ୍ଦର ଚଣ୍ଡାଳଛୁଆଁ ହୁଅନ୍ତି ଓ ପୃଥିବୀର ଲୋକେ ମଧ୍ୟ ଦୋଷରୁ ଚଣ୍ଡାଳଛୁଆଁ ହୋଇ ସ୍ନାନ କରିବାଦ୍ୱାରା ସେ ଛୁଆଁ ଦୋଷରୁ ମୁକ୍ତ ହୁଅନ୍ତି

ଜ୍ୟୋତିଷ ଶାସ୍ତ୍ରରେ ଏହା ଗୋଟିଏ ଦୁଷ୍ଟଗ୍ରହ ଓ ମନୁଷ୍ୟ ଜୀବନରେ ଏହାର ଦଶାଭୋଗ କାଳ ୧୮: ବର୍ଷ ଓ ଏହାର ଦଶା ମଙ୍ଗଳଦଶା ପରେ ଓ ବୃହସ୍ପତ୍ତି ଦଶା ପୂର୍ବରେ ପଡ଼େ]

୩. (ଲକ୍ଷଣାର୍ଥ) ଅତ୍ୟାଚାରୀ ବା ପର ପୀଡ଼କ ବ୍ୟକ୍ତି — ୩. An oppressor.