ରାୟ ଚଉଧୁରୀ

ଉଇକିଅଭିଧାନ‌ରୁ

ରାୟ ଚଉଧୁରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

କଟକ ସହରର କାଜିବଜାରର ଓଡ଼ିଶାର ସ୍ଥାୟୀଅଧିବାସୀ ବଙ୍ଗୀୟ ବ୍ରାହ୍ମଣ ଜମିଦାର ବଂଶର— ବଂଶୋପାଧି —Family title of a domiciled family of Zamindars of cuttack.

[ଦ୍ରଷ୍ଟବ୍ୟ —ବ୍ରିଟିଶ୍ମାନଙ୍କର ଉତ୍କଳାଧିକାର ଅବ୍ୟବହିତ ପରେ ୧୮୪: ଖ୍ରୀଷ୍ଟାବ୍ଦରେ ତତ୍କାଳୀନ କମିଶନର ମିଷ୍ଟର୍ କେୟାର୍ (Mr. care) ରାୟ ଦୁର୍ଗାଚରଣ ରାୟ ଚୌଧୁରୀଙ୍କୁ ନୀତନ ଅଧିକୃତ ଓଡ଼ିଶାର ଶାସନ କାର୍ଯ୍ୟରେ ସାହାର୍ଯ୍ୟ କରିବା ନିମିତ୍ତ ବଙ୍ଗ ଦେଶରୁ ଅଣାଇଥିଲେ ଏହାଙ୍କ ଆଦିମ ନିବାସ ବଙ୍ଗର ଚବିଶପ୍ରଗନ୍ନା ଜିଲ୍ଲାରେ ବେଲଘରିଆ ଗ୍ରାମରେ ଥିଲା ସେ ମହାଶୟ ଆସି କଟକ ଖଜଣାଖାନାର ଭାର ଗ୍ରହଣ କରିଥିଲେ ସେ ସମୟରେ କଟକ, ପୁରୀ, ବାଲେଶ୍ୱର ଲାଗି ଏକମାତ୍ର ଖଜଣାଖାନା କଟକରେ ଥିଲା ଏବଂ ରାୟଚୌଧୁରୀ ମହାଶୟ ତାହା ଅତ୍ୟନ୍ତ ଦକ୍ଷତା ସହିତ ପରିଚାଳନା କରିଥିଲେ ତତ୍ପରେ ୧୮୩୫: ଖ୍ରୀଷ୍ଟାବ୍ଦରେ ମେଦିନୀପୁର ଖଜଣାଖାନାରେ ଯେତେବେଳେ ନାନା ବିଶୃଙ୍ଖଳା ଜାତ ହେଇଥିଲା ଉକ୍ତ ମହାଶୟ ସେ ସ୍ଥଳକୁ ପ୍ରେରିତ ହୋଇଥିଲେ ତତ୍ପରେ ତାଙ୍କ ପୁତ୍ର ରାଜନାରାୟଣ ଚୌଧୁରୀ ପିତାଙ୍କ ଠାରୁ ଉକ୍ତ କର୍ମର ଭାର ପ୍ରାପ୍ତ ହେଲେ ଦୁର୍ଗାଚରଣ ୪୫: ବର୍ଷ ଦକ୍ଷତା ସହ ଉକ୍ତ କାର୍ଯ୍ୟ ପରିଚାଳନା କରି ଅବସରପ୍ରାପ୍ତ ହେଲେ ଏବଂ ଗଭର୍ଣ୍ଣମେଣ୍ଟ ତାଙ୍କ କାର୍ଯ୍ୟଦକ୍ଷତାରେ ପ୍ରୀତ ହୋଇ ତାଙ୍କୁ ରାୟ (ଆଧୁନିକ ରାୟବାହାଦୁର୍ ସଙ୍ଗେ ସମାନ) ଉପାଧି ପ୍ରଦାନ କରିଥିଲେ ଉପାଧି ସହିତ ସେ ମଧ୍ୟ ସରକାରଙ୍କ ଠାରୁ ଗୋଟିଏ ଖିଲ୍ଲତ୍ ଓ ଗୋଟିଏ ପାଲିଙ୍କି ଉପହାର ପାଇଥିଲେ ତାଙ୍କ ପରେ ତାଙ୍କ କନିଷ୍ଠ ଭ୍ରାତା ସ୍ୱର୍ଗୀୟ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ମେଦିନୀପୁର ଟ୍ରେଜରୀର ଭାର ପ୍ରାପ୍ତ ହେଲେ ସେମଧ୍ୟ ଦକ୍ଷତା ସହ ଉକ୍ତ କାର୍ଯ୍ୟ ପରି— ଚାଳନା କରିଥିଲେ ମାତ୍ର ଅଗ୍ରଜଙ୍କର ପରଲୋକ ଗମନ ହେତୁ ସେ ନିଜର ବିଷୟ ସମ୍ପତ୍ତିର ପରିଚାଳନା ଲାଗି କାର୍ଯ୍ୟ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ଲକ୍ଷ୍ମୀନାରାୟଣ କଟକ ବେଞ୍ଚର ଅନରାରୀ ମାଜିଷ୍ଟ୍ରେଟ୍ ରୂପେ କେବଳ ଯେ କାର୍ଯ୍ୟ କରିଥିଲେ, ତାହା ନୁହେଁ କଟକ ସହଚର ବିଭିନ୍ନ ସ୍ଥାୟୀ ସଭା ସମିତିର ମେମ୍ୱର ଭାବରେ ସେ ଲୋକସାମାଜରେ ଓ ଭୂମ୍ୟଧିକାରୀମାନଙ୍କ ମଧ୍ୟରେ ଅତ୍ୟନ୍ତ ସମ୍ମାନାପ୍ପଦ ହୋଇ— ଥିଲେ ସେ ଦେଶସେବା ଓ ରାଜଭକ୍ତିର ନିଦର୍ଶନସ୍ୱରୂପ ଶ୍ରୀମତୀ ମହାରାଣୀଙ୍କର ଅଭିଷେକ ସମୟରେ ଏକ ସମ୍ମାନ— ସୂଚକ ସାର୍ଟିଫିକେଟ (certificate of Honour) ପ୍ରାପ୍ତ ହୋଇଥିଲେ

ତାଙ୍କର ପ୍ରଥମ ପୁତ୍ର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମୃତ୍ୟୁ ପର୍ଯ୍ୟନ୍ତ କଟକ ଖଜଣାଖାନାର ଟ୍ରେଜରର୍ କାର୍ଯ୍ୟରେ ନିଯୁକ୍ତ ଥିଲେ ତାଙ୍କର ଦ୍ୱିତୀୟ ପୁତ୍ର କାର୍ତ୍ତିକଚନ୍ଦ୍ର ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ଟ୍ରେଜର୍ର କାର୍ଯ୍ୟରେ ନିଯୁକ୍ତ ହୋଇ ଶେଷରେ ବିଶେଷ୍ୟ - ଏନ୍. ଆର୍ କମ୍ପାନିଙ୍କ ପାଇଁ ସରକାର ପକ୍ଷରୁ ଜମି କିଣା (acquire) ହେବାରେ ଯଥେଷ୍ଟ ସାହାଯ୍ୟ କରି ଥିଲେ ତାଙ୍କର ଚତୁର୍ଥ ପୁତ୍ର ସ୍ୱର୍ଗୀୟ ଜଗଦୀଶ ଚନ୍ଦ

ରାୟଚୌଧୁରୀ ମଧ୍ୟ କଟକ ବେଞ୍ଚର ଅନରାରୀ ମାଜିଷ୍ଟ୍ରେଟ୍ ରୂପେ ଓ ସ୍ଥାନୀୟ ବିଭିନ୍ନ ସାଧାରଣ ସଭା ସିମିତିର ସଭ୍ୟରୂପେ ଦେଶବାସିଙ୍କର ତଥା ସରକାରଙ୍କର ପ୍ରୀତିଭାଜନ ହୋଇ— ଥିଲେ ସେ କଟକ ମ୍ୟୁନିସିପାଲିଟିରେ ତିନିଥର ଭାଇସ୍— ଚେଆର୍ମାନ୍ କାର୍ଯ୍ୟ କରି ସରକାରଙ୍କଠାରୁ ବିଶେଷ ସମ୍ମାନ— ପ୍ରାପ୍ତ ହୋଇଥିଲେ ସେ ମଧ୍ୟ କଟକ ସଦର ଲୋକାଲ୍— ବୋର୍ଡ଼ର ଓ କଟକ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ କାର୍ଯ୍ୟ କରି ଶ୍ରୀମାନ୍ ସମ୍ରାଟ୍ ସପ୍ତମ ଏଡ଼ବର୍ଡ ଓ ପଞ୍ଚମଜର୍ଜଙ୍କ ଅଭିଷେକ ସମୟରେ ସମ୍ମାନସୂଚକ ସାଟିଫିକେଟ୍ ଓ ଅଭିଷେକ ପଦକ ପ୍ରାପ୍ତ ହୋଇଥିଲେ ତାଙ୍କ କନିଷ୍ଠ ଜ୍ୟୋତିଷଚନ୍ଦ୍ର କଟ ଜିଲ୍ଲାର ସବରେଜିଷ୍ଟାର କାର୍ଯ୍ୟ କରୁଥିଲେ ଓ ବର୍ତ୍ତମାନ ନିଜର ବିଷୟ ସମ୍ପତ୍ତି ବୁଝାସୁଝା ଓ ଧର୍ମଚର୍ଚ୍ଚା କରନ୍ତି ଜ୍ୟୋତିଷଚନ୍ଦ୍ରଙ୍କ ପୁତ୍ରକ୍ଷିତୀଶଚନ୍ଦ୍ର କଟକ ଜଜକୋଟର ଓକିଲ ଅଟନ୍ତି 

ପୂର୍ଣ୍ଣଚନ୍ଦ୍ରଙ୍କର ଜ୍ୟେଷ୍ଠ ପୁତ୍ର ଶ୍ରୀଯୁକ୍ତ ଗୁରୁଚନ୍ଦ୍ର ରାୟ— ଚୌଧୁରୀ ବିହାର ଓଡ଼ିଶାର ପ୍ରାଦେଶିକ ଲାଟସଭାରେ ଓଡ଼ିଶାର ଭୂମ୍ୟଧିକାରିମାନଙ୍କ ପ୍ରତିନିଧି ସଦସ୍ୟରୂପେ ଖ୍ୟାତି ଅର୍ଜନ କରିଥିଲେ ତାଙ୍କ କନିଷ୍ଠ ଭ୍ରାତା ସ୍ୱର୍ଗୀୟ ସୁଶୀଲଚନ୍ଦ୍ର ମେଡ଼ିକାଲ ବୋର୍ଡର ମେମ୍ୱରରୂପେ କଟକ ବେଞ୍ଚର ଅନରାରୀ ମାଜିଷ୍ଟ୍ରେଟ୍ ଓ କଟ ମ୍ୟୁନିସିପାଲିଟିର ଭାଇସ୍ଚେଆରମାନ୍— ରୂପେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ କିନ୍ତୁ ସେ ଅଳ୍ପ ଦିନ ପୂର୍ବେ ଯୁବା ବୟସରେ ପରଲୋଗମନ କଲେ

ବାବୁ ବିମଳାଚରଣ ରାୟଚୌଧୁରୀ କାର୍ତ୍ତିଚନ୍ଦ୍ରଙ୍କର ଜ୍ୟେଷ୍ଠପୁତ୍ର ସେ ବର୍ତ୍ତମାନ କଟକ ବେଞ୍ଚର ଅନରାରୀ ମାଜିଷ୍ଟ୍ରେଟ୍ କାର୍ଯ୍ୟରେ ନିଯୁକ୍ତ ଥାଇ ଦକ୍ଷତା ସହିତ ଉକ୍ତ କାର୍ଯ୍ୟ ନିର୍ବାହ କରୁଅଛନ୍ତି ସେ ନାନା ସ୍ଥାନୀୟ ସଭା ସମିତିତ ମେମ୍ୱର ଏବଂ ମ୍ୟୁନିସିପାଲ ବୋର୍ଡ଼ରେ ମେମ୍ୱର ଥାଇ ଦକ୍ଷତା ସହିତ କାର୍ଯ୍ୟ କରିଅଛନ୍ତି ସେ ମହାରାଜା ପଞ୍ଚମଜର୍ଜଙ୍କ ଜୀବନୀ ଓଡ଼ିଆଭାଷାରେ ଲେଖିଅଛନ୍ତି ଏବଂ ଅନେକଗୁଡ଼ିଏ ଓଡ଼ିଆ ପୁସ୍ତକ ମଧ୍ୟ ପ୍ରକାଶ କରିଅଛନ୍ତି କଟକରେ ଲକ୍ଷ୍ମୀନାରାୟଣ ପ୍ରେସ ସ୍ଥାପନ କରି ସେ କିଛିଦିନ 'ରସଚକ୍ର' ଓଡ଼ିଆ ମାସିକ ପତ୍ରିକାର ପରିଚାଳନ କରିଥିଲେ ଏ ପରିବାର ରାଜଭକ୍ତ, ପରମାର୍ଧିକ ଓ ସାହିତ୍ୟାନୁରାଗୀ ରୂପେ ପରିଚିତ କଟକ ଜିଲ୍ଲାରେ ଏ ପରିବାରର ବିସ୍ତର ଜମିଦାର ଅଛି]

(ରାୟଚୌଧୁରୀ—ଅନ୍ୟରୂପ)