ରୁ

ଉଇକିଅଭିଧାନ‌ରୁ

ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

୧. ଆପାଦାନ ବା ପଞ୍ଚମୀ ବିଭକ୍ତିର ପ୍ରତ୍ୟୟ —୧. The inflection of the ୫th or ablative case.
୨. ବ୍ୟତିରେକେ —୨. Except.

[ଉ—ଆହେ ଶିବ ତୁମ୍ଭରୁ ବଡ଼ ହୋଇ କେହି, ଦେବଙ୍କର ମଧ୍ୟରେ ମୋତେ ଦିଶୁ ନାହିଁ କୃଷ୍ଣସିଂହ ମହାଭାରତ ବନ]

୩. [କୌଣସି ସ୍ଥାନ]ରୁ ଆରମ୍ଭ କରି; [କୌଣସି ସମୟରୁ ଆରମ୍ଭ କରି —୩. Beginning from.
୪. [କୌଣସି ବ୍ୟକ୍ତିର] ନିକଟରୁ —୪. From (any person).

[ଯଥା—ଫୁଲ ମନମଥ ଗୁଲାମରୁ ମୋର ଏଣିକି ଆଉକି ଡ଼ରରେ କବିସୂର୍ଯ୍ୟ ସଙ୍ଗୀତ]

[ଦ୍ରଷ୍ଟବ୍ୟ — ସଂସ୍କୃତରେ 'ରାମଠାରୁ ଭୟ କଲା' ବ୍ୟବହୃତ ହୁଏ; କିନ୍ତୁ ଓଡ଼ିଆରେ 'ରାମକୁ ଭୟ କଲା' ବୋଲାଯାଏ କବିସୂର୍ଯ୍ୟ ସଂସ୍କୃତ ବ୍ୟାକରଣର ବ୍ୟବହାର ଏଠାରେ କରିଅଛନ୍ତି

୫. ଅପେକ୍ଷା —୫. Than.

[ଉ—ଗୋଳା ଗରଳରୁ କଟୁ ପୀୟୁକ୍ଷରୁ ସ୍ୱାଦୁଗୁଣ ଗଲା ବଳି କବିସୂର୍ଯ୍ୟ କିଶୋରୀ ଚମ୍ପୁ. ଗ. ଗୀତ]

୬. ଅନୁସାରେ —୬. According to; in accordance with

[ଉ— ଘୋଳାରେ ପଛେ ମରୁଁ ଆଜୁ ତୋ ହୁକୁମରୁ, ନୁକୁଞ୍ଜ ଦଉଡ଼ିକୁ ରହିଲୁଁରେ କବିସୂର୍ଯ୍ୟ କିଶୋରୀ ଚମ୍ପୁ 'ଘ' ଗୀତ]

୭. (କୌଣସି ବିଷୟ, ବସ୍ତୁ ବା କ୍ରିୟା) ଯୋଗୁଁ; କରାଣରୁ; ହେତୁରୁ —୭. Owing to ; because of.

[ଉ— ଚାରୁ ମାରୁତରୁ ତରୁତଳ ଶୀତଳ ହେତୁରୁ କବିସୂର୍ଯ୍ୟ— କିଶୋରଚମ୍ପୁ 'ଚ' ଗୀତ]

୮. ଫଳରେ —୮. As a result of.

[ଉ—ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ଉପୁଜିବା ନ୍ୟାୟ ଢ଼ଗ]

୯. କୌଣସି ବସ୍ତୁର ଦେହରୁ ବା ମଧ୍ୟରୁ ବା ଅଭ୍ୟନ୍ତରରୁ —୯. From the body of or from the inside of (anything.)

[ଉ—କୁଞ୍ଜ କୁକ୍ଷିରୁ ନିଃସ୍ୱନ ଆସି ଚୁମ୍ୱିଦେଲା ମୋ ଶ୍ରୁତିରେ କବିସୂର୍ଯ୍ୟ କିଶୋରଚମ୍ପୁ 'କ' ଗୀତ]

୧.ଦ୍ୱାରା —୧୦. By.

[ଉ— ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜଣାରୁ ମୋ ପ୍ରାଣସଖା ସରିବ କବିସୂର୍ଯ୍ୟ. କିଶୋରୀ ଚମ୍ପୁ 'ଟ'] ଗୀତ ଉ—ସୁନାମୁଦିଆ ହାତରୁ ଟାକରାଏ ଖାଇଲେ ଗଙ୍ଗାସ୍ନାନ ଫଳ ଢ଼ଗ]