ରୁଟି

ଉଇକିଅଭିଧାନ‌ରୁ

ରୁଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ରୋଟୀ. ରୋଟିକା; ଫାରାସୀ - ରୋଟି. ହିନ୍ଦୀ - ରୋଟ][ସମ୍ପାଦନା]

ଗହମ ଅଟାକୁ ବା ମଇଦାକୁ ଚକଟି ବେଲଣାରେ ବେଲି ନିଆଁରେ ସେକି ତିଆରି କରିବା ପିଠା; ଭୋଟି —Bread; wheaten bread.

ଉ—ଗହମ ଗୋଟି ଗଣିତା, ରୁଟି ଚୋରଉଛି କିଏ? ଢଗ ]

[ଦ୍ରଷ୍ଟବ୍ୟ —ସାଧାରଣତଃ ରୁଟି ତିଆରି କରିବାକୁ ହେଲେ ଅଟାକୁ ପ୍ରଥମେ ପାଣିରେ ଚକିଟି ତାକୁ ଛୋଟ ଛୋଟ ପିଣ୍ଡୂଳା କରି କାଠର ପଟ [ବେଲଣା— ପେଡ଼ୀ] ଉପରେ ଗୋଟିଏ କାଠର ଶିଳୁପା (ବେଲଣାକାଠି)ଦ୍ୱାରା ବେଲି ତାକୁ ପତଳା ପତଳା କରି ନିଆଁ ଉପରେ ତାଉଆ ରଖି ସେ ତଉଆ ଉପରେ ସେକିବାକୁ ହୁଏ ଏ ପ୍ରକ୍ରିୟାମାନଙ୍କୂ ଯଥାକ୍ରମେ ରୁଟି (ଅଟା) ଦଳିବା, ରୁଟି ବେଲିବା ଓ ରୂଟି ସେକିବା ବୋଲାଯାଏ ମାରବାଡ଼ିମାନେ ଉକ୍ତ ପିଣ୍ଡୁଳାମାନଙ୍କୁ ନ ବେଲି ସେହି ପିଣ୍ଡମାନଙ୍କୁ ଦହକ ପାଉଁଶରେ ପୋତି ଉଷୁମାନ୍ତି ଓ ପରେ ପାଉଁଶରୁ କାଢ଼ି ଘିଅରେ ବୁଡା଼ଇ ଆଣି ଖାଆନ୍ତି ଏହାକୁ 'ବାଟି' ବୋଲାଯାଏ ରୁଟି ପ୍ରଧାନତଃ ଦୁଇପ୍ରକାରେ ତିଆରି ହୁଏ, ଏକପ୍ରକାର, ଅଟାରେ ପାଣି ମିଶାଇ ଚକଟି ହାତରେ ଦଳି ବେଲଣାରେ ବେଲାଯିବା ପତଳା ରୁଟି ବା Bread roll; ଅନ୍ୟ ପ୍ରକାର—ମଇଦାକୁ ଚକଟି ତା ମଧ୍ୟରେ ଫେଣ ଉଠିବା ଆମ୍ୱିଳା ଜିନିଷ ଦେଇ ତାତିଲା ଚୁଲି ମଧ୍ୟରେ ରଖି ତିଆରି କରିବା ଫୁଲୁକା ରୁଟି ବା ପାଉଁରୁଟି Loaf.]