Jump to content

ରୁଦ୍ରାକ୍ଷ

ଉଇକିଅଭିଧାନ‌ରୁ

ରୁଦ୍ରାକ୍ଷ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରୁଦ୍ର=ମହାଦେବ+ଅକ୍ଷି=ରୁଦ୍ରାକ୍ଷ; ୬ଷ୍ଠୀ ତତ୍)

[ସମ୍ପାଦନା]

ବୃହତ୍ ତରୁ ବିଶେଷ, ଯହିଁରେ ଅର୍ବୁଦମୟ ଶୁଷ୍କବୀଜଦ୍ୱାରା ଜପାମାଳ ପ୍ରସ୍ତୁତ ହୁଏ —A big wild tree the dry seeds of which are made into beads; Elaeocarpus Ganitrus.

[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ସଂସ୍କୃତ - ନାମ ତୃଣମେଧ, ଅମର, ରୁଦ୍ରାଣୀ, ପୁଷ୍ପଚାମର, ଶିବାକ୍ଷ, ସର୍ବାକ୍ଷ, ଭୂତନାଶନ, ପାବନ, ନୀଳକଣ୍ଠାଖ୍ୟ ହରାକ୍ଷ, ଶିବପ୍ରିୟ ଏ ବୃକ୍ଷ ନେପାଳ, ବଙ୍ଗ, ଆସାମ ଓ ଦକ୍ଷିଣଭାରତରେ ଜନ୍ମେ ଏଥିରେ ପତ୍ର ୭୮ ଆଙ୍ଗୁଳି ଲମ୍ୱ, ୧୩ ଆଙ୍ଗୁଳି ଚୌଡ଼ା ଓ ପତ୍ରର ଧାର ଦନ୍ତୁର କୋମଳ ନବପତ୍ର ଉପରେ ଏକପ୍ରକାର କୋମଳ ଲୋମ ହୁଏ

ଶୀତାଦିନରେ ଏଥିର ଫୁଲ ଫୁଟେ ଓ ବସନ୍ତ ଋତୁରେ ଫଳ ଫଳେ ଏଥିର ଫଳ ମଧ୍ୟରେ ପାଞ୍ଚୋଟି ଚିରୁଡ଼ା ଥାଏ ପ୍ରତି ଚିରୁଡ଼ାରେ ଗୋଟିଏ ବୀଜ ଥାଏ ବୀଜ ମରିଚଠାରୁ ଅଅଁଳାକୋଳି ଆକାର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଆକାରରେ ହୁଏ 

ଏହି ବୀଜର ମାଳାଦ୍ୱାରା ଶିବଙ୍କ ଓ ଦୁର୍ଗାଙ୍କ ମନ୍ତ୍ର ଜପ କରାଯାଏ ଏହି ବୀଜ ଆକାରରେ ଗୋଲ ଓ ଏଥିର ବ୍ୟାସ ୧ ଇଞ୍ଚ୍ ଠାରୁ ୧୮ ଇଞ୍ଚ୍ ହୁଏ ଏହି ବୀଜର ଦେହ ବେତ କୋଳିର ଗାତ୍ରପରି ଅମସୃଣ ଯେଉଁ ବଡ଼ ରୁଦ୍ରାକ୍ଷ ବୀଜର ଗୋଟିଏ ମୁଖ ଥାଏ ତାହାକୁ ଏକମୁଖ ରୁଦ୍ରାକ୍ଷ ବୋଲାଯାଏ ଓ ଏହି ଶ୍ରେଣୀର ଆଉ ଏକପ୍ରକାର ଫଳକୁ ଭଦ୍ରାକ୍ଷ ବୋଲାଯାଏ ଏରୁଦ୍ରାକ୍ଷକୁ ଦେବପୂଜାମାନ ପସନ୍ଦ କରନ୍ତି ନାହିଁ ପୁରାଣରେ କଥିତ ଅଛି ଯେ ତ୍ରିପୁରାସୁରକୁ ବଧ କରିବା ପରେ ଶିବଙ୍କ ଆଖିରୁ ପତିତ ଅଶ୍ରୁବିନ୍ଦୁରୁ ଏହି ବୃକ୍ଷର ଫଳର ଉତ୍ପନ୍ନ ହୋଇଥିଲା ଏହି ବୀଜକୁ ଗୋଲ— ମରିଚ ସଙ୍ଗେ ବାଟି ପଇଲେ ବସନ୍ତ ରୋଗର ଆକ୍ରମଣର ଭୟ ରହେ ନାହିଁ ବୈଦିକ ମତରେ ଏହା ଶୀତଳ, ବଳକର, ଓଜଃପ୍ରଦ, କୃମିନାଶ ଓ କାଶର ଉପଶମକାରୀ ଓ ପ୍ରସୂତିର ହୀତକର]